ମଦ ନିଗମ ସମ୍ମୁଖରେ ଶ୍ରମିକଙ୍କ ଧାରଣା

ଖୋର୍ଦ୍ଧା ଅଫିସ, ୨୩।୮: ଛଟେଇ ବନ୍ଦ କରିବା, ଲୋଡିଂ ଅନଲୋଡିଂ ଗୋଟିଏ ପେଟି ପ୍ରତି ୧ ଟଙ୍କା କରାଇବା ଓ ଦାୟିତ୍ୱ ନ ପାଇ ସବୁ କାମରେ ହସ୍ତକ୍ଷେପ କରୁଥିବା ଜଣେ ବ୍ୟକ୍ତିଙ୍କୁ ହଟାଇବା ଦାବି ନେଇ ଶୁକ୍ରବାର ପୂର୍ବାହ୍ନ ୯ଟାରୁ ଖୋର୍ଦ୍ଧା ମଦ ନିଗମ ସମ୍ମୁଖରେ ଶ୍ରମିକମାନେ ଧାରଣା ଦେଇଥିଲେ। ଘଟଣାସ୍ଥଳକୁ ମଦ ନିଗମର ଜି.ଏମ. ଟେକ୍ନିକାଲ ପ୍ରଭାତ ବେହେରା ଆସି ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ ମଧ୍ୟ ଧାରଣା ହଟିନାହିଁ। ଦାବି ପୂରଣ ନ ହେଲେ ଆନ୍ଦୋଳନ ପ୍ରତ୍ୟାହୃତ ହେବ ନାହିଁ ବୋଲି ଆନ୍ଦୋଳନରତ ଶ୍ରମିକମାନେ କହିଛନ୍ତି। ଅଭିଯୋଗ ଅନୁସାରେ, ରିଟେଲର ଓ କମ୍ପାନୀ ଗାଡିରେ ମଦ ଲୋଡିଂ ଅନଲୋଡିଂ ପାଇଁ ଶ୍ରମିକମାନଙ୍କୁ ପୂର୍ବରୁ ପେଟି ପିଛା ୪୦ ପଇସା ଦିଆ ଯାଉଥିଲା। ଆନ୍ଦୋଳନ ପରେ ୬୦ ପଇସାକୁ ବୃଦ୍ଧି କରାଯାଇଥିଲା। ଶ୍ରମିକଙ୍କ ଯୁକ୍ତି ପେଟି ପିଛା ଦେଢ଼ ଟଙ୍କା ଆସୁଥିବାବେଳେ ୧ ଟଙ୍କା ୧୦ ପଇସା ଓ ୯୦ ପଇସା କୁଆଡେ ଯାଉଛି। ଏହାର ତଦନ୍ତ କରାଯିବାର ଆବଶ୍ୟକତା ଥିବାବେଳେ କରାଯାଉନାହିଁ। ମଜୁରୀ ଦେବାରେ ଉପେକ୍ଷା କରାଯିବା ପରେ ଜିଲା ଶ୍ରମ ଅଧିକାରୀଙ୍କ ପାଖରେ ଅଭିଯୋଗ କରାଯାଇ ମକଦ୍ଦମା କରାଯାଇଛି। ଏଭଳିସ୍ଥଳେ ଖୋର୍ଦ୍ଧା ମଦ ନିଗମରେ କାର୍ଯ୍ୟରତ ଶ୍ରମିକମାନେ ୧୫ ବର୍ଷ ହେଲା କାର୍ଯ୍ୟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଛଟେଇ କରାଯାଇ ନୂଆ ନିଯୁକ୍ତି ଦେବା ପରେ ଆନ୍ଦୋଳନ କରାଯାଇଥିବା ସମ୍ପାଦକ ପ୍ରକାଶ ନାୟକ କହିଛନ୍ତି। ଆନ୍ଦୋଳନ ପୂର୍ବରୁ ଜିଲାପାଳ, ଏସ୍‌ପି, ଜିଲା ଶ୍ରମ ଅଧିକାରୀ, ଏମ୍‌ଡି ମଦ ନିଗମର ଅବଗତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନ୍ଦରଗଡ଼ବାସୀଙ୍କ ନୂଆଁଖାଇ: ଏକାଠି ବସି ଖାଇଲେ

ସୁନ୍ଦରଗଡ଼,୧୧।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ରେ ନୂଆଁଖାଇ ପର୍ବ ପାଳନ ହୋଇଯାଇଛି। ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ ଓ ଗାଙ୍ଗପୁର ରାଜପରିବାରର ଅଧିଷ୍ଠାତ୍ରୀ ଦେବୀ ଶିଖରବାସିନୀ ଠାରେ ନିର୍ଦ୍ଧାରିତ ଲଗ୍ନ...

ପୀଡ଼ିତାଙ୍କୁ ନ୍ୟାୟ ଦାବି: କଳାହାଣ୍ଡିରେ ବିକ୍ଷୋଭ

ଭବାନୀପାଟଣା,୩।୧୦(ଡି.ଏନ୍‌.ଏ.): ଉତ୍ତରପ୍ରଦେଶର ଗଣବଳାତ୍କାର ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ସବୁଠି ଦାବି ହେଉଛି। ଏ ନେଇ ଭବାନୀପାଟଣାରେ କଳାହାଣ୍ଡି ୟୁନାଇଟେଡ୍‌ ଆମ୍ବେଡକର ରାଇଟ୍‌ ଫୋରମ୍‌ ଏବଂ...

ଏଟିଏମ୍‌ରୁ ବାହାରୁଛି ଚିରାଫଟା ନୋଟ୍‌

ରଣପୁର/ଟାଙ୍ଗୀ(ଖୋର୍ଦ୍ଧା)୧୫ା୭(ସ୍ବ.ପ୍ର./ଡି.ଏନ୍‌.ଏ.)-ରିଜର୍ଭ ବ୍ୟାଙ୍କ ଏଣିକି ଚିରାଫଟା, କଲମରେ ଲେଖା ଯାଇଥିବା, ଜରିପଡିଥିବା ନୋଟ୍‌କୁ ବ୍ୟବହାର ଅନୁପଯୋଗୀ ବୋଲି ଘୋଷଣା କରୁଥିବାବେଳେ ଏଟିଏମ୍‌ରୁ ଏଭଳି ଟଙ୍କା ବାହାରିବା ସମସ୍ତଙ୍କୁ...

ନବରଙ୍ଗପୁର, ଉମରକୋଟ ସହରରେ ଲକ୍‌ଡାଉନ୍‌: ୨୯ ପର୍ଯ୍ୟନ୍ତ ଏହା ଜାରି ରହିବ

ନବରଙ୍ଗପୁର,୨୩।୩(ବି.ପ୍ର.): ମହାମାରୀ କରୋନା ଭାଇରସ୍‌ରୁ କିଭଳି ମୁକ୍ତି ମିଳିବ ସେ ନେଇ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ରବିବାର ଜନତା କର୍ଫ୍ୟୁ...

ପର୍ଯ୍ୟଟନ କ୍ଷେତ୍ର ଶ୍ରୀନୀଳମାଧବ ପୀଠ: ରୋପୱେ ଯୋଜନା ଫାଇଲ ତଳେ

ଖଣ୍ଡପଡ଼ା,୨୬ା୧(ସ୍ବ.ପ୍ର.): ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କଣ୍ଟିଲୋ ଶ୍ରୀ ନୀଳମାଧବ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରତ୍ୟହ ଶତାଧିକ ପର୍ଯ୍ୟଟକ ଆସୁଛନ୍ତି। ସେମାନଙ୍କ ମଧ୍ୟରୁ...

ଗେମ୍‌ ଖେଳିବାକୁ ମନା କରିବାରୁ ଏଭଳି ନିଷ୍ପତ୍ତି ନେଲେ ସ୍କୁଲ ଛାତ୍ର

ବାହାନଗା,୧୯ା୬: ମୋବାଇଲରେ ଗେମ୍‌ ଖେଳିବାକୁ ପରିବାର ଲୋକେ ବିରୋଧ କରିବାରୁ ଜଣେ ନାବାଳକ ଛାତ୍ର ଆତ୍ମହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ବାହାନଗା ବ୍ଲକ କୁରୁଡା...

ପୋଲରୁ କଙ୍କ୍ରିଟ୍‌ ଉଠି ଯିବାରୁ ଯାତାୟାତରେ ଅସୁବିଧା

ଡେଲାଙ୍ଗ, ୨୭ା୮(ଡି.ଏନ୍‌.ଏ.)-ଖୋର୍ଦ୍ଧା-ପଟ୍ଟନାୟିକିଆ ରାସ୍ତାର ତିରିମଲଠାରେ ଦୟାନଦୀ ଉପରେ ନିର୍ମାାଣ ହୋଇଥିବା ସେତୁ ଉପରୁ କଙ୍କ୍ରିଟ ଉଠିଯିବା ଫଳରେ ରଡ ଗୁଡିକ ବାହାରି ପଡିଥିବାରୁ ଯାତାୟତରେ ଅସୁବିଧା...

କଳାହାଣ୍ଡି ଏମ୍‌ପିଙ୍କ କୋକସରା ବ୍ଲକ ଗସ୍ତ

କୋକସରା,୧୯।୮(ଡି.ଏନ.ଏ.): କଳାହାଣ୍ଡି ଏମ୍‌ପି ବସନ୍ତ କୁମାର ପଣ୍ଡା ସୋମବାର କଳାହାଣ୍ଡି ଜିଲା କୋକସରା ବ୍ଲକ ଗସ୍ତ କରିଛନ୍ତି। ସେ ବ୍ଲକ୍‌ର ଲଡ଼ୁଗାଁ ମାମୋଦେବୀ ଧର୍ମଶାଳାଠାରେ ଏକ...

Advertisement
Archives

Model This Week