ମଦ ଦୋକାନ ସିଲ୍‌ କେବଳ ଲୋକ ଦେଖାଣିଆ

ସମ୍ବଲପୁର,୨୨ା୪(ବ୍ୟୁରୋ)-କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ମାର୍ଚ୍ଚ ୨୩ ତାରିଖଠାରୁ ଦୋକାନ ବଜାର ବନ୍ଦ ରହିଛି । ବିଦେଶୀ ମଦ ଦୋକାନ ଓ ବାର, ଦେଶୀ ମଦଭାଟି ଗୁଡିକ ମଧ୍ୟ ସିଲ୍‌ କରାଯାଇଛି । ସବୁ ଦୋକାନରେ ତାଲା ପଡିଛି । ହେଲେ ଖୋଲା ବଜାରରେ ବିଭିନ୍ନ ବ୍ରାଣ୍ଡର ବିଦେଶୀ ମଦ, ରନ୍ଧା ମଦ ଯାହାକୁ ଯେତେ ମିଳୁଛି। ଅଭ୍ୟାସଗତଙ୍କ ପାଖରେ ସହଜରେ ମଦ ପହଞ୍ଚି ଯାଉଛି । ବାଇକ୍‌, ବିଭିନ୍ନ ଗାଡି, ଦୁଗ୍ଧ ଗାଡି, ଘରୋଇ କାର, ପାସେଞ୍ଜର ନେଇ ଯାଉଥିବା ଅଟୋରେ ଚୋରା ଚାଲାଣ ହେଉଛି। ଜିଲାର ଗ୍ରାମାଞ୍ଚଳର ବିଭିନ୍ନ ସ୍ଥାନରେ ବିକ୍ରି ହେଉଥିବା ବେଳେ ସହର ଭିତରକୁ ମଧ୍ୟ ଅବାଧରେ ପ୍ରବେଶ କରୁଛି। ଏବେ ସହର ସାରା ପୋଲିସ ଛାଉଣୀ। ହେଲେ ଚୋରାରେ ମଦ ବ୍ୟବସାୟ ହେଉଛି। ପୋଲିସ ଧରିବାରେ ବିଫଳ ହେଉଛି। ଅଭ୍ୟାସଗତଙ୍କ ପାଇଁ ମଦ ମଳିବାରେ ସତେ ଯେଭଳି ଅସୁବିଧା ନାହିଁ । ସହର ଉପକଣ୍ଠ ଯୁଯୁମୁରା, ବୁର୍ଲା, ଶାସନ, ହୀରାକୁଦ ଅଞ୍ଚଳରେ ଯାହାକୁ ଯେତେ ମଦ ବିକ୍ରି ହେବା ସହ ସହରକୁ ଆସୁଛି । ବେଆଇନ ମଦ ବ୍ୟବସାୟୀ ଏଥିରେ ଲାଭବାନ ମଧ୍ୟ ହେଉଛନ୍ତି। ଲାଇସନ୍ସପ୍ରାପ୍ତ ମଦ ଦୋକାନୀଙ୍କ ମଧ୍ୟ ସଂପୃକ୍ତି ରହୁଛି। ପ୍ରଶାସନ ପକ୍ଷରୁ କେବଳ ମଦ ଦୋକାନରେ ସିଲ୍‌ କରାଯାଇଛି। ହେଲେ ମଦ ବ୍ୟବସାୟୀଙ୍କ ଘର, ଗୋଦାମ ଓ ବିଭିନ୍ନ ସ୍ଥାନରେ ମଦ ଷ୍ଟକ୍‌ ରହିଛି। ଏଠାରୁ ନେଇ ବଜାରରେ ଚଢା ଦରରେ ଆରାମରେ ବିକ୍ରି ହେଉଛି। ଏଭଳିକି ମୂଳ ଦାମରୁ ୪ ଗୁଣା ଅଧିକ ଦରରେ ଲୋକେ କିଣୁଛନ୍ତି। ତେଣୁ ଲାଇସନ୍ସପ୍ରାପ୍ତ ଦୋକାନୀଙ୍କ ଷ୍ଟକ ଯାଞ୍ଚ କରାଯିବା ଆବଶ୍ୟକ। ନକଲି ବିଦେଶୀ ମଦ ତିଆରି କରୁଥିବା ମାଫିଆ ମଧ୍ୟ ଏହି ସମୟରେ ସକ୍ରୀୟ ହୋଇଯାଇଛନ୍ତି । ସେମାନେ କଟକଣାର ସୁଯୋଗ ନେଇ ବିଭିନ୍ନ କମ୍ପାନୀର ମଦ ତିଆରି କରି ମଦ ବିକ୍ରି କରୁଛନ୍ତି । ଏହା ମଧ୍ୟ ବଜାରରେ ପ୍ରବେଶ କରୁଛି। ଏହା ସହ ବିଶେଷ କରି ଗ୍ରାମାଞ୍ଚଳରେ ରନ୍ଧାମଦ ବିକ୍ରି ପରିମାଣ ବଢି ଯାଇଛି । କୁସୁନାଭାଟିରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି। ଜଙ୍ଗଲରେ ମହୁଲ ଫୁଲରୁ ମଦ ରନ୍ଧା ତିଆରି ହେଉଛି। ରାତି ଅଧିଆ ତିଆରି କରାଯାଉଛି। ସକାଳେ ବିକ୍ରି ଶେଷ ହୋଇଯାଉଛି। ଏଥିରେ କିଛି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସଂପୃକ୍ତି ରହୁଛି। ସେହିଭଳି ଅବକାରୀ ବିଭାଗର ସ୍ବଚ୍ଛତା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ତେବେ ଏ ସମ୍ପର୍କରେ ସଦର ଏସ୍‌ଡିପିଓ ତପନ କୁମାର ମହାନ୍ତି କହିଛନ୍ତି ଯେ, ଏ ସମୟରେ ମଦ ବିକ୍ରି ସମ୍ପୂର୍ଣ୍ଣ ବେଆଇନ। ଅଭିଯୋଗ ଆସିଲେ ଚଢାଉ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇଏଫ୍‌ଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଓଡ଼ିଶାରେ କାର୍ଯ୍ୟରତ ଭାରତୀୟ ବନ ସେବା(ଆଇଏଫ୍‌ଏସ) ଅଧିକାରୀ ସ୍ତରରେ ଅଦଳବଦଳ କରାଯାଇଛି। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।...

ଜବତ ଗାଡିକୁ ଛାଡିଦେଇ ହରଡଘଣାରେ ପୋଲିସ

ସମ୍ବଲପୁର, ୩।୪ (ବ୍ୟୁରୋ)- ସମଗ୍ର ରାଜ୍ୟରେ କରୋନା କଟକଣା ଲାଗିଥିବା ବେଳେ ସମସ୍ତ ଉନ୍ନୟନମୂଳକ କାମ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ରହିଛି । ହେଲେ...

ସାମ୍ବିଧାନିକ ପ୍ରକ୍ରିୟାରେ ହେଉନି ପୌର ନିର୍ବାଚନ

ବ୍ରହ୍ମପୁର ଅଫିସ, ୧୩।୩: ବ୍ରହ୍ମପୁର ପୌର ନିର୍ବାଚନର କଂଗ୍ରେସ ମେୟର ପ୍ରାର୍ଥୀ ମଞ୍ଜୁ ରଥଙ୍କ ଭୋଟ ପ୍ରଚାର ଶନିବାର ଆରମ୍ଭ ହୋଇଛି। ସହରର ଆରାଧ୍ୟ ଦେବୀ ମା’...

ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ

ପୁରୀ ଅଫିସ,୩୦।୧୦: ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ ବୁଧବାର ପୁରୀ ଜିଲା ଗସ୍ତ କରିଛନ୍ତି। ଏହି ଅବସରରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟର...

ଶିକ୍ଷାବିତ୍‌ ତଥା ସାମ୍ବାଦିକଙ୍କ ପରଲୋକ:ବିଭିନ୍ନ ମହଲରେ ଶୋକର ଛାୟା

ଖଣ୍ଡପଡ଼ା,୨୦ା୯(ସ୍ବ.ପ୍ର.): ବିଶିଷ୍ଟ ଶିକ୍ଷାବିତ୍‌ ତଥା ବରିଷ୍ଠ ଖବରଦାତା ପ୍ରଫୁଲ୍ଲ ଚନ୍ଦ୍ର ଦାଶ(୭୧)ଙ୍କ ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ରାହ୍ମଣ ସାହିସ୍ଥ ତାଙ୍କ ବାସଭବନରେ ଗୁରୁବାର ସକାଳେ ପରଲୋକ...

ମହାନଗରରେ ଟ୍ରାଫିକ ସମସ୍ୟା

ବ୍ରହ୍ମପୁର ଅଫିସ,୧୩ା୫-ବ୍ରହ୍ମପୁର ମହାନଗର ନିଗମରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ବିଭିନ୍ନ ସମୟରେ ପ୍ରଶାସନିକସ୍ତରରେ ଆଲୋଚନା ହୋଇ ଟ୍ରାଫିକ୍‌ ସମସ୍ୟା ସୁଧାରିବାକୁ ନିଷ୍ପତ୍ତି...

କଟକର ଆଉ ୨୦ ହୋଟେଲ୍‌ରେ କ୍ବାରାଣ୍ଟାଇନ୍‌ ସୁବିଧା

କଟକ ଅଫିସ,୨୨।୩: କଟକ ସହରର ଆଉ ୨୦ଟି ହୋଟେଲ୍‌ରେ କ୍ବାରାଣ୍ଟାଇନ୍‌ ସୁବିଧା କରାଯାଇଛି। ସିଏମ୍‌ସି ଏହି ପଦକ୍ଷେପ ନେଇଥିବାବେଳେ ଏଥିରେ ସହଯୋଗ କରିଛି ‘ଓୟୋ ରୁମ୍‌’।...

୬୧ଅଭିଯୋଗର ଶୁଣାଣି କଲେ ଜିଲାପାଳ

ସୋନପୁର,୧।୭(ନି.ପ୍ର.): ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ବନ୍ଦ ଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ଜନଶୁଣାଣି ସୋମବାରଠାରୁ ପୁଣି...

Advertisement
Archives

Model This Week