Posted inଜାତୀୟ

‘ମଦ’ର ହୋମ୍‌ ଡେଲିଭରି ଦେବେ ଛତିଶଗଡ଼ ସରକାର

ରାୟପୁର,୫।୫: ଲକ୍‌ଡାଉନ ୩.୦ ପରେ ଦେଶର ବିଭିନ୍ନ ସ୍ଥାନକୁ ୩ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗ୍ରୀନ୍‌, ଅରେଞ୍ଜ ଓ ରେଡ୍‌ ଜୋନକୁ ଦେଖି ଲକ୍‌ଡାଉନ ନିୟମରେ କୋହଳ ମଧ୍ୟ କରାଯାଇଛି। ମଙ୍ଗଳବାର ଛତିଶଗଡ଼ ସରକାର ମଦପ୍ରେମୀଙ୍କ ପାଇଁ ଆଣିଛନ୍ତି ଖୁସି ଖବର। ମଦ ଦୋକାନ ସାମ୍ନାରେ ଭିଡ କମାଇବା ପାଇଁ ଛତିଶଗଡ଼ରେ ଥିବା ଗ୍ରୀନ ଜୋନ୍‌ରେ ସରକାର ‘ମଦ’ର ହୋମ୍‌ ଡେଲିଭରି ଦେବେ ବୋଲି ଜଣାପଡିଛି। ତେବେ କେବଳ ଗ୍ରୀନ୍‌ ଜୋନ୍‌ରେ ଥିବା ଲୋକଙ୍କୁ ଏହି ସୁବିଧା ମିଳିପାରିବ ବୋଲି କୁହାଯାଇଛି। ଜଣେ ଗ୍ରାହକ ଅନ୍‌ଲାଇନରେ ୫ହଜାର ମିଲିଲିଟର ପର୍ଯ୍ୟନ୍ତ ମଦ ଅର୍ଡର କରିପାରିବେ ଓ ଏଥିପାଇଁ ତାଙ୍କୁ ଡେଲିଭରୀ ଚାର୍ଜେସ ୧୨୦ ଟଙ୍କା ଦେବାକୁ ପଡିବ। ସୂଚନାଯୋଗ୍ୟ, ସୋମବାରଠାରୁ ଲକ୍‌ଡାଉନ ୩.୦ ଲାଗୁ ହେବାପରେ ବିଭିନ୍ନ ରାଜ୍ୟରେ ମଦ ଦୋକାନ ଖୋଲା ରହିବ ବୋଲି ଘୋଷଣା କରଯାଇଥିଲା। ଆଉ ସୋମବାର ମଦ ଦୋକାନ ସାମ୍ନାର ଚିତ୍ର ଥିଲା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ଲୋକେ କରୋନା ସଂକ୍ରମଣକୁ ଯେମିତି ସମ୍ପୂର୍ଣ୍ଣ ଭୂଲି ଯାଇଥିଲେ। କେଉଁଠି କେଉଁଠି ମଦ ଟିକେ ପାଇଁ ଲୋକଙ୍କ ମଧ୍ୟରେ ଲାଗି ଯାଇଥିଲା ପ୍ରତିଯୋଗୀତା। ରାଜଧାନୀ ଦିଲ୍ଲୀରେ ଲୋକ ସୋସିଆଲ ଡିଷ୍ଟାନସିଂକୁ ଭୁଲି ଲମ୍ବା ଲମ୍ବା ଲାଇନରେ ପରସ୍ପରରର ପାଖାପାଖି ଠିଆ ହୋଇ ମଦ କିଣୁଥିବା ଦେଖାଯାଇଥିଲା। ଏହାପରେ ପୋଲିସ ପକ୍ଷରୁ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଘର ଭାଙ୍ଗୁଥିବା ମହିଳାଙ୍କୁ ପ୍ରଶ୍ରୟ ଦିଅନ୍ତୁ ନାହିଁ’: ପ୍ରେମିକାଙ୍କୁ ଧରି ବୁଲୁଥିବା ମାମୁ ଶ୍ୱଶୁର ଗୋବିନ୍ଦାଙ୍କ ବିରୋଧରେ ଏମିତି କହିଲେ…

ମୁମ୍ବାଇ: ବଲିଉଡର ଚର୍ଚ୍ଚିତ ଅଭିନେତା ଗୋବିନ୍ଦା, ତାଙ୍କ ପତ୍ନୀ ସୁନୀତା ଆହୁଜା ଏବଂ ଅଭିନେତ୍ରୀ କୋମଲ ରାନୀଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଏବେ ଗୋବିନ୍ଦାଙ୍କ ଭାଣେଜୀ-ବୋହୂ…

ତରକାରୀ ମାଗିବା ବାହାନାରେ ୫ ମାସର ଗର୍ଭବତୀ ଭାଇବୋହୂଙ୍କୁ ବଳାତ୍କାର! ଦେଢ଼ଶୁର ଗିରଫ

ପାଟଣା, ୨୩।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ପବିତ୍ର ପାରିବାରିକ ସମ୍ପର୍କକୁ ନେଇ ଏକ ସଙ୍ଗିନ ଓ କଳଙ୍କିତ ଅଭିଯୋଗ ସାମ୍ନାକୁ…

ହୃଦୟବିଦାରକ! ଜନ୍ମ ଦେଇ କେନାଲରେ ଫିଙ୍ଗିଦେଲେ, ଧାନ ବିଲରୁ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

ଅତାବିରା, ୨୩/୯ (ଯୁଧିଷ୍ଠିର ମହାପାତ୍ର): ପୁଣି ସାମ୍ନାକୁ ଆସିଛି ମାନବିକତାକୁ ଲଜ୍ଜିତ କଲା ଭଳି ଏକ କରୁଣ ଓ ହୃଦୟବିଦାରକ ଚିତ୍ର। ଧାନ ବିଲର ଅଳିଆ ଆବର୍ଜନା…

ପାକିସ୍ତାନରେ ହଇଚଇ! ସାଧାରଣ ଚିକିତ୍ସା ପରେ ପିଲାଙ୍କ HIV ରିପୋର୍ଟ ପଜିଟିଭ୍, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସଲାମବାଦ,୨୩।୯: ପାକିସ୍ତାନରେ ଅନେକ ପରିବାର ପାଇଁ ପିଲାଙ୍କ ସାଧାରଣ ଚିକିତ୍ସା ପରେ ସାମ୍ନାକୁ ଆସିଥିବା HIV ପଜିଟିଭ୍ ରିପୋର୍ଟ ଚିନ୍ତାର କାରଣ ପାଲଟିଛି । NPRର ଏକ…

ବାଫ୍ଲା ମାଳି ଖଣି ପ୍ରଭାବିତ ଅଞ୍ଚଳରେ ବିକାଶର ନଗ୍ନ ଚିତ୍ର: ଉପରେ ଚାଲିଛି ଖଣି, ତଳେ ରାସ୍ତା ନାହିଁ; ପ୍ରଶାସନର ଅବହେଳା ପରେ…

ଥୁଆମୂଳ ରାମପୁର/କାଶୀପୁର, ୨୩।୯ (ଦୁର୍ଗା କୀର୍ତ୍ତି/ ପ୍ରଫୁଲ୍ଲ ବେହେରା): ଗୋଟିଏ ପଟେ ବାଫ୍ଲା ମାଳି ପାହାଡ଼ ଉପରେ ବାକ୍ସାଇଟ୍ ଖଣି ଖନନ କରି କୋଟି କୋଟି ଟଙ୍କାର…

ହର୍ମୁଜରେ ଜାହାଜ ଉପରେ ବଡ଼ ଧରଣର ଆକ୍ରମଣ, ଚାଲିଗଲା ଭାରତୀୟ ନାବିକଙ୍କ ଜୀବନ

ଓମାନ,୨୩।୯: ଓମାନ ଉପକୂଳ ନିକଟ ହର୍ମୁଜ୍ ଅଞ୍ଚଳରେ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଉପରେ ଟର୍ପିଡୋ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଉତ୍ତରପ୍ରଦେଶର ଦେବରିଆ…

ବଡ଼ ବିପଦ! ଭାରତରେ ଜୀବନ ନେଇପାରେ ତାତି, ଯାଇପାରେ ୪.୫ ଲକ୍ଷରୁ ଅଧିକ ଜୀବନ

ନୂଆଦିଲ୍ଲୀ,୨୩।୯: ଶକ୍ତିଶାଳୀ ଏଲ୍‌ ନିନୋକୁ ନେଇ ଜଳବାୟୁ ବିଶେଷଜ୍ଞମାନେ ବଡ଼ ଚେତାବନୀ ଦେଇଛନ୍ତି । ଏକ ନୂଆ ଆକଳନ ଅନୁସାରେ, ଆଗାମୀ ୬ ମାସରେ ଏହି କାରଣ…

‘ଯିଏ ରାମଙ୍କର ହେଲେନି, ସେ କୃଷ୍ଣଙ୍କର ହୋଇପାରିବେନି’: ଅଖିଳେଶଙ୍କୁ ଟାର୍ଗେଟ୍ କଲେ…

ଲକ୍ଷ୍ନୌ,୨୩।୯: ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟା, କାଶୀ ଓ ମଥୁରାକୁ ନେଇ ରାଜନୈତିକ ବୟାନବାଜି ଜୋରଦାର ହୋଇଛି। ଅଯୋଧ୍ୟାରେ ରାସ୍ତା ପ୍ରଶସ୍ତୀକରଣକୁ ନେଇ ସମାଜବାଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?