ମଦବିରୋଧୀ ସ୍ଲୋଗାନ ଦେଇ ଗାଁ ବୁଲିଲେ

ବନ୍ତ,୨୬।୨(ଡି.ଏନ.ଏ./ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ଅଧୀନ ମଙ୍ଗୁଲି ଗ୍ରାମର ସମସ୍ତ ମହିଳା ମହାସଂଘର ସଭାନେତ୍ରୀ, ସମ୍ପାଦକଙ୍କ ସମେତ ସଦସ୍ୟ ବୁଧବାର ମଦବିରୋଧୀ ବିଭିନ୍ନ ସ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଗ୍ରାମରେ ଚୋରାମଦ ବିକ୍ରି ହେବା ଫଳରେ ମଦ୍ୟପାନ କରି ବିଭିନ୍ନ ପରିବାରରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ସହ ହିଂସାତ୍ମକ ଘଟଣା ଘଟି ଚାଲିଛି। ଯୁବକମାନେ ମଦ୍ୟପାନ କରି ବିପଥଗାମୀ ହେବା ସହ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେଉଛନ୍ତି। ଗ୍ରାମରେ ଚୋରାମଦ ବିକ୍ରିକୁ ବନ୍ଦ କରିବା ନେଇ ପ୍ରଶାସନ ନିକଟରେ ବାରମ୍ବାର ଦାବି ହୋଇଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି। ଗ୍ରାମର ମାନସୀରାଣୀ ବିଶ୍ୱାଳ, ସଞ୍ଜୁକ୍ତା ଦାସ, ଉର୍ମିଳା ରାଜ, ଜୟନ୍ତୀ ରାଉତ, ଅଞ୍ଜନା ରାଉତ, ପାର୍ବତୀ ରାଉତ, ରୀତାଞ୍ଜଳି ସେଠୀ, ପ୍ରୀତିଲତା ପରିଡ଼ାଙ୍କ ସମେତ ବହୁ ମହିଳା ଏହି ଅଭିଯୋନରେ ସାମିଲ ହୋଇ ଲୋକଙ୍କୁ ସଚେତନ କରାଇଥିଲେ। ଏ ନେଇ ସେମାନେ ଗୁରବାର ବନ୍ତ ଥାନାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ଦିନର ଯାତ୍ରା ପରେ ୟୁକ୍ରେନ୍‌ରୁ ଆସିଲେ ସିଦ୍ଧାର୍ଥ

ଧାମନଗର, ୯।୩: ରୁଷିଆ ଲଗାତାର ଭାବେ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ସେଠାରେ ରହୁଥିବା ଓଡ଼ିଶାର ଛାତ୍ରୀଛାତ୍ର ଭୟ ଓ ଆଶଙ୍କା ଭିତରେ ଥିବା...

ଉତ୍କଳ ବାଳାଶ୍ରମରେ ଲାଗିଲା ସିସି କ୍ୟାମେରା

ଛତ୍ରପୁର,୧୫ା୧(ଡି.ଏନ୍‌.ଏ.)-ବ୍ରହ୍ମପୁରସ୍ଥିତ ଉତ୍କଳ ବାଳାଶ୍ରମରୁ ୧୩ ନାବାଳିକା ନିଖୋଜ ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଆଉ ୬ ଜଣଙ୍କ...

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଆରମ୍ଭ: ମହାକାଳୀ ବେଶରେ ଦର୍ଶନ ଦେଲେ ଦୁଇ ଭଉଣୀ

ପୁରୁଷୋତ୍ତମପୁର, ୩୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣିଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା କରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି। ସୋମବାର ରାତ୍ର ସାଢ଼େ...

ଜି.ଉଦୟଗିରିରେ ମୋଟରଯାନ ଯାଞ୍ଚ କଡ଼ାକଡ଼ି: ୨୨,୫୦୦ ଟଙ୍କା ଜରିମାନା ଆଦାୟ

ଜି.ଉଦୟଗିରି,୩ା୧୨(ଡି.ଏନ.ଏ.)-ଜି.ଉଦୟଗିରି ପୋଲିସ ପକ୍ଷରୁ ଆଇଆଇସି ଧୀରେନ ଲେଙ୍କାଙ୍କ ତତ୍ତ୍ବାବଧାନରେ ରବିବାରରୁ ମଟର ଯାନ ଯାଞ୍ଚ କଡ଼ାକଡ଼ି କରାଯାଉଛି। ସହରର ବନ୍ଧଛକ, ଶ୍ରୀରାମପଦା, ଗାନ୍ଧିଛକ, ବରାଳିନି ମାର୍କେଟ...

ପୋଖରୀରେ ବୁଡ଼ି ବୃଦ୍ଧଙ୍କ ଜୀବନ ଗଲା

ରୂପ୍‌ସା,୧୩।୬(ଡି.ଏନ୍‌.ଏ.): ବାଲେଶ୍ୱର ସଦର ବ୍ଲକ ଶ୍ରୀରାମପୁର ପଞ୍ଚାୟତ ଅଧୀନ ବଳବୁଧି ଗ୍ରାମର ଜଣେ ବୃଦ୍ଧ ପୋଖରୀରେ ବୁଡ଼ି ସୋମବାର ପ୍ରାଣ ହରାଇଛନ୍ତି। ସେ ହେଲେ ମଧୁସୂଦନ...

ଆଜିଠୁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ରାଜନଗର,୧ା୧୦(ଡି.ଏନ୍‌.ଏ.): ଦୀର୍ଘ ୭ ମାସ ପରେ ଗୁରୁବାରଠାରୁ ଭିତରକନିକା ଜାତୀୟ ଉଦ୍ୟାନ ଖୋଲିଛି। ମାତ୍ର ଏବେ ସମସ୍ତ ପର୍ଯ୍ୟଟକଙ୍କୁ ଭିତରକନିକା ମଧ୍ୟକୁ ପ୍ରବେଶ ଅନୁମତି ମିଳିବ...

ଚାଇନାକୁ ଲମ୍ବିଛି ଭାଲୁ ର଼୍ୟାକେଟ

ଖୋର୍ଦ୍ଧା ଅଫିସ,୨୫ା୪: ଖୋର୍ଦ୍ଧାର ପିତାପଲ୍ଲୀ-ଗଙ୍ଗପଡ଼ା ରାସ୍ତା ପାର୍ଶ୍ୱସ୍ଥ ଭୁଆସୁୁଣୀ ମନ୍ଦିର ନିକଟରୁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀମାନେ ଗତ ଗୁରୁବାର ୫ଟି ଭାଲୁଛୁଆକୁ ଉଦ୍ଧାର କରିଥିଲେ। ସେହିପରି...

ସମିତି ଅଧ୍ୟକ୍ଷ ପଦ ପାଇଁ ଆରମ୍ଭ ହୋଇଗଲାଣି ଘୋଡାଦୌଡ

ଝାରସୁଗୁଡ଼ା ଅଫିସ୍‌,୨୧।୨: ଝାରସୁଗୁଡା ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମତଦାନ ୨ପର୍ଯ୍ୟାୟରେ ଶେଷ ହୋଇଛି। ଏଥିମଧ୍ୟରେ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍‌ବାକ୍ସରେ ବନ୍ଦ ହୋଇ ରହିଛି। ଆସନ୍ତା...

Advertisement
Archives

Model This Week