ମତ୍ସ୍ୟଜୀବୀଙ୍କୁ ମାଛ ବିକ୍ରି ଚିନ୍ତା

ପୁରୀ ଅଫିସ,୧୩ା୪: ପୁରୀ ଜିଲାର ପେଣ୍ଠକଟା, କୋଣାର୍କ, ଅସ୍ତରଙ୍ଗ, ବ୍ରହ୍ମଗିରି, କୃଷ୍ଣପ୍ରସାଦ, କାକଟପୁର ଅଞ୍ଚଳରେ ହଜାର ହଜାର ମତ୍ସ୍ୟଜୀବୀ ବାସ କରୁଛନ୍ତି। କରୋନା ପାଇଁ ବେଉସା ବନ୍ଦ ହୋଇଯିବାରୁ ମତ୍ସ୍ୟଜୀବୀ ପରିବାର ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ଏବେ ସରକାର ମାଛଚାଷ, ଧରିବା ଓ ବିକିବା ଉପରୁ କଟକଣା ହଟାଇ ଦେଇଛନ୍ତି। କିନ୍ତୁ ଅଭାବୀ ବିକ୍ରିକୁ ନେଇ ସେମାନଙ୍କ ଚିନ୍ତା ବଢ଼ିଛି। ମାଛ ଧରିଲେ ବି ବିକ୍ରି କରିବେ କେମିତି? ବରଫ କଳ ବନ୍ଦ ରହିଥିବାରୁ ମାଛ, କଙ୍କଡ଼ାକୁ କିପରି ସଂରକ୍ଷଣ କରିବେ ବୋଲି ମତ୍ସ୍ୟଜୀବୀ ଓ ମତ୍ସ୍ୟଜୀବୀ ସଂଘ କର୍ମକର୍ତ୍ତା ପ୍ରଶ୍ନ ଉଠାଇଛନ୍ତି।

ମାଛ ଉପରୁ କଟକଣା ଉଠାଇବା କେନ୍ଦ୍ର ସରକାରଙ୍କ ଏକ ସ୍ବାଗତଯୋଗ୍ୟ ନିଷ୍ପତ୍ତି। କିନ୍ତୁ ଏହା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ସ୍ବାଭାବିକ ସ୍ଥିତିକୁ ଫେରାଇ ଆଣିପାରିବ ନାହିଁ। ମାଛ ଧରିବା ଓ ବିକ୍ରି କରିବା ଲାଗି ଆନୁଷଙ୍ଗିକ ସୁବିଧା କରା ନ ଗଲେ ମତ୍ସ୍ୟଜୀବୀ ଉପକୃତ ହେବେ ନାହିଁ। ଏଣୁ ଲକ୍‌ ଡାଉନ ସମୟରେ ମତ୍ସ୍ୟଜୀବୀ ପରିବାରଗୁଡ଼ିକୁ ୩ ମାସ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉ।
– ପ୍ରସନ୍ନ କୁମାର ବେହେରା, ସଭାପତି,
ରାଜ୍ୟ ପାରମ୍ପରିକ ମତ୍ସ୍ୟଜୀବୀ ସଂଘ
କଟକଣା ଉଠାଇ ଦିଆଯିବା ମତ୍ସ୍ୟଚାଷୀ, ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀଙ୍କ ପାଇଁ ନିଶ୍ଚିତ ଏକ ଖୁସି ଖବର। ହେଲେ ଏହାଦ୍ୱାରା ମତ୍ସ୍ୟଜୀବୀମାନେ ଉପକୃତ ହୋଇପାରିବେ ନାହିଁ। ବରଫ ମିଳୁ ନ ଥିବାରୁ ଆମଠୁ କେହି ମାଛ ନେବେ ନାହିଁ। ଆମେ ମାଛ ଧରି କ’ଣ କରିବୁ। ଏହାଦ୍ୱାରା ଅଭାବୀ ବିକ୍ରି ହେବ। ମାଛ ନେବା ପାଇଁ ଆସୁଥିବା ଗାଡ଼ିିଗୁଡ଼ିକୁ ବି ଛଡ଼ାଯିବା ଦରକାର।
– ପ୍ରଶାନ୍ତ ଭୋଳ, ମତ୍ସ୍ୟଜୀବୀ
ପ୍ରତିଦିନ ମାଛ ଧରି ପୁରୀର ବିଭିନ୍ନ ହୋଟେଲକୁ ଦେଇଥାଉ। କିନ୍ତୁ ବର୍ତ୍ତମାନ ସବୁ ହୋଟେଲ ବନ୍ଦ। ପର୍ଯ୍ୟଟକ ବି ନାହାନ୍ତି। ଆମେ ମାଛ, କଙ୍କଡ଼ା ଧରି କାହାକୁ ଦେବୁ। ଗାଡ଼ିିମୋଟର ଚଳାଚଳ କରୁନାହିଁ। ୨୦ ଦିନ ହେଲା ଘରେ ବସିଛୁ। ଚଳିବାରେ ଅସୁବିଧା ହେଉଛି। ସରକାର ମତ୍ସ୍ୟଜୀବୀଙ୍କ ପାଇଁ ସ୍ବତନ୍ତ୍ର ସୁବିଧା କରିବା ଦରକାର।
– ଜି. ରାମଚନ୍ଦ୍ର, ମତ୍ସ୍ୟଜୀବୀ, ପେଣ୍ଠକଟା
ଓଡ଼ିଶା ଲୋକ ସମୁଦ୍ର ମାଛ ଖାଇବାକୁ ବିଶେଷ ପସନ୍ଦ କରନ୍ତି ନାହିଁ। ଏହି ମାଛ ପଶ୍ଚିମବଙ୍ଗ, ଦିଲ୍ଲୀ, ମୁମ୍ବାଇ ଆଦି ଅଞ୍ଚଳକୁ ପଠାଯାଏ। ତେଣୁ ବିକ୍ରି ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଏବଂ ପରିବହନ ସୁବିଧା ହେବା ଦରକାର। ନଚେତ ମାଛର ଉଚିତ ମୂଲ୍ୟ ମିଳିବ ନାହିଁ। ଗରିବ ମତ୍ସ୍ୟଜୀବୀମାନେ କ୍ଷତି ସହିବେ।
-ବାବୁଲା ପ୍ରସାଦ, ମତ୍ସ୍ୟଜୀବୀ ନେତା, ପେଣ୍ଠକଟା
ସରକାର ମାଛ ମାରିବାକୁ ଅନୁମତି ଦେଇଛନ୍ତି। କିନ୍ତୁ ବିକ୍ରି କେମିତି ହେବ ସେ କଥା ଚିନ୍ତା କରିନାହାନ୍ତି। ପୁରୀ ସମୁଦ୍ରରୁ ଧରାଯାଉଥିବା ଅଧିକାଂଶ ମାଛ ଟ୍ରେନରେ ବିଭିନ୍ନ ସ୍ଥାନକୁ ଯାଇଥାଏ। ଏବେ ଟ୍ରେନ ଚଳାଚଳ ବନ୍ଦ ରହିଛି। ତେଣୁ ବ୍ୟବସାୟୀ ମାଛ ନେବାକୁ ଆସିବେ ନାହିଁ। ଆମେ ଡିଜେଲ ଆଦି ଖର୍ଚ୍ଚ କରି ଯେତିକି ମାଛ ଆଣିବୁ ତାହାର ଉଚିତ ମୂଲ୍ୟ ମିଳିବ ନାହିଁ। ତେଣୁ ବିକ୍ରି ପାଇଁ ସରକାର ବ୍ୟବସ୍ଥା କରିବା ଆବଶ୍ୟକ।
– ଜି. ଚିଟୁବାବୁ, ମତ୍ସ୍ୟଜୀବୀ, ପେଣ୍ଠକଟା


Enter your email to get our daily news in your inbox.

All Right Reserved By Dharitri.Com

ଦୈନିକ ମୃତ୍ୟୁ ସଂଖ୍ୟା ୪ ଶହ ତଳେ…

ନୂଆଦିଲ୍ଲୀ,୨୩।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ଯୁବକଙ୍କୁ ନିଶାଦେଇ ୨୦ ହଜାର ଲୁଟ୍‌

ଫୁଲବାଣୀ ଅଫିସ, ୮ା୩- କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ରେବିଙ୍ଗିଆ ପଞ୍ଚାୟତ ଦୁଲିକିଆ ଗ୍ରାମର ଜଣେ ଯୁବକ ଲୁଟ୍‌ର ଶିକାର ହୋଇଛନ୍ତି। ସେ ହେଲେ ସୁରୁଡି...

ଦରକାରୀ କାଗଜପତର ଦାଖଲକରି ହତାଶ: ଭତାରୁ ବହୁତ୍‌ ଦୂରେ ହକ୍‌ଦାର ହିତାଧିକାରୀ

ଲାଠୋର, ୧୦ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ିମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା...

ଭୂତକୋଠି ପାଲଟିଛି ଛାତ୍ରାବାସ

ନୂଆପଡ଼ା ଅଫିସ, ୧୬।୬ – ନୂଆପଡା ଜିଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟରେ ଚକୋଟିଆ ଭୁଞ୍ଜିଆ ନାମକ ଆଦିମ ଆଦିବାସୀ ସମ୍ପ୍ରଦାୟର ଲୋକେ ବାସ କରନ୍ତି।...

୧୪ ଦିନ ମଧ୍ୟରେ ବିଦେଶରୁ କିମ୍ବା ଓଡ଼ିଶା ବାହାରୁ ଫେରିଥିଲେ ଘରେ ରହିବାକୁ ପରାମର୍ଶ, ସ୍ବାସ୍ଥ୍ୟ ସମସ୍ୟା ହେଲେ ୧୦୪ନଂ ଫୋନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨।୪(ବ୍ୟୁରୋ): ଯେଉଁମାନେ ବିଦେଶରୁ କିମ୍ବା ଓଡ଼ିଶା ବାହାର ରାଜ୍ୟରୁ ଗସ୍ତ ସାରି ଗତ ୧୪ ଦିନ ମଧ୍ୟରେ ଫେରିଛନ୍ତି, ସେମାନଙ୍କୁ ଘରେ ରହିବାକୁ ପରାମର୍ଶ। ଅଲଗା...

ଫୁଲ, ଫଳ ଚାଷ କରି ପାଲଟିଛନ୍ତି ପ୍ରେରଣା

ନିଶ୍ଚିନ୍ତକୋଇଲି, ୨୩।୬(ଅଶୋକ କୁମାର ମହାପାତ୍ର) : ସାମ୍ପ୍ରତିକ ସମାଜରେ ଉଚ୍ଚ ଶିକ୍ଷତ ଯୁବତୀ, ଯୁବକମାନେ ଚାକିରି ପଛରେ ଗୋଡ଼ାଉଛନ୍ତି। ଶେଷରେ ନ ପାଇ ବେକାର ହୋଇଯାଉଛନ୍ତି।...

ବଜ୍ରପାତରେ ଜଳିଗଲା ଘର, ଜଣଙ୍କର ମୃତ୍ୟୁ

ଚାନ୍ଦବାଲି,୨୪ା୫(ଡି.ଏନ୍‌.ଏ.): ବୁଧବାର ଅପରାହ୍ନରେ ହୋଇଥିବା ଅଦିନିଆ କାଳବୈଶାଖୀରେ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ଜଳେଶ୍ବରପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଇଛାପୁର ଗ୍ରାମର କାଳନ୍ଦୀ ମହାନ୍ତିଙ୍କ ପୁଅ...

ପୋଖରୀରେ ବୁଡି ଦେଢ଼ବର୍ଷର ଶିଶୁ ମୃତ

ଭବାନୀପାଟଣା,୧୨।୧(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ ସହରରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପୋଖରୀରେ ବୁଡି ଯାଇ ଦେଢ଼ବଷର୍ର୍ର ଶିଶୁ ପୁତ୍ରର ମୃତ୍ୟୁ ହୋଇଛି।...

Advertisement
Archives

Model This Week