ମଣ୍ଡଳସ୍ତରୀୟ ପରିବର୍ଦ୍ଧିତ ତଥ୍ୟ ସଂଗ୍ରହ ବ୍ୟବସ୍ଥା ସମ୍ପର୍କିତ ତାଲିମ: ଏଣିକି ଅନ୍‌ଲାଇନ୍‌ରେ ପିଲାଙ୍କ ତଥ୍ୟ ପୂରଣ ହେବ

ଜଗତ୍‌ସିଂହପୁର ଅଫିସ୍‌,୬ା୨: ବିଦ୍ୟାଳୟଗୁଡିକରେ ଛାତ୍ରୀଛାତ୍ରଙ୍କ ନାମ ଲେଖାଠାରୁ ଆରମ୍ଭ କରି ବିଦ୍ୟାଳୟ ଛାଡିବା ପର୍ଯ୍ୟନ୍ତ ସମସ୍ତ ତଥ୍ୟ ଫାଇଲ୍‌ରେ ରଖାଯାଉଛି। ଯଦ୍ଦ୍ବାରା ଅଯଥା କାଗଜପତ୍ର କାମ ସାଙ୍ଗକୁ ଅନେକ କିଛି ତ୍ରୁଟି ପରିଲକ୍ଷିତ ହେଉଛି। କିନ୍ତୁ ଏଣିକି ସେଭଳି ଆଉ ହେବନାହିଁ। କମ୍ପ୍ୟୁଟର ଟେକ୍ନୋଲୋଜିର ପ୍ରୟୋଗ ଦ୍ୱାରା ସମଗ୍ର ଶିକ୍ଷାକୁ ସରଳୀକରଣ କରାଯିବ। ଅର୍ଥାତ୍‌: ପିଲାମାନଙ୍କ ତଥ୍ୟ ସମେତ ମଧ୍ୟାହ୍ନଭୋଜନ, ପାଠ୍ୟପୁସ୍ତକ, ପୋଷାକ ବିତରଣ ଆଦି ଅନ୍‌ଲାଇନ୍‌ ମାଧ୍ୟମରେ ସୁରୁଖୁରୁରେ କରାଯାଇ ପାରିବ। ଶିକ୍ଷୟିତ୍ରୀ, ଶିକ୍ଷକଙ୍କୁ ଏ ସଂକ୍ରାନ୍ତରେ ତାଲିମ ଦିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଓସେପା(ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି)ଙ୍କ ନିର୍ଦ୍ଦେଶକ୍ରମେ ଜିଲାରେ ଏହି ମଣ୍ଡଳସ୍ତରୀୟ ପରିବର୍ଦ୍ଧିତ ତଥ୍ୟ ସଂଗ୍ରହ ବ୍ୟବସ୍ଥା ସମ୍ପର୍କିତ ତାଲିମ ୩ ତାରିଖରୁ ଆରମ୍ଭ ହୋଇଛି। ଏହା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି।
ସୂଚନା ଅନୁଯାୟୀ, ଜିଲାର ୧,୭୧୪ ବିଦ୍ୟାଳୟର ଶିକ୍ଷକଙ୍କୁ ଜିଲା ଓ ବ୍ଲକ ଶିକ୍ଷା ବିଭାଗର ଏମ୍‌ଆଇଏସ୍‌ ଅଧିକାରୀମାନେ ତାଲିମ ଦେଉଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପ୍ରତ୍ୟେକ ବିଦ୍ୟାଳୟ ପ୍ରଥମେ କମ୍ପ୍ୟୁଟର୍‌ ଲଗ୍‌ ଇନ କଲାପରେ ଛାତ୍ରୀଛାତ୍ରଙ୍କ ସମ୍ପର୍କିତ ୩୬ଟି ମାନଙ୍କ ପୂରଣ କରିବେ। ଏଥିରେ ବିଶେଷକରି ପିଲାମାନଙ୍କ ଆଧାର ସଂଯୋଗ ରହିବ। ପରେ ନିର୍ଦ୍ଦିଷ୍ଟ କୋଡ୍‌ ଚିହ୍ନଟ ହେବ। ସେଥିରେ ଛାତ୍ରୀଛାତ୍ରଙ୍କ ସ୍ଥାନାନ୍ତର, ନୂତନ ନାମଲେଖା, ଅଧ୍ୟୟନ ସମାପ୍ତ ଆଦି ପୂରଣ ହୋଇପାରିବ। ଏଥିସହିତ ପ୍ରଧାନଶିକ୍ଷକ ପିଲାମାନଙ୍କ ପରୀକ୍ଷା ଫଳ, ଦୈନିକ ଉପସ୍ଥାନ ମଧ୍ୟ ଅନଲାଇନ୍‌ ପୋର୍ଟାଲରେ ଲିପିବଦ୍ଧ କରିପାରିବେ। ଏହି ବ୍ୟବସ୍ଥା ଫଳରେ ବିଦ୍ୟାଳୟଗୁଡିକରେ ଅଧାରୁ ପାଠ ଛାଡୁଥିବା, ୨ଟି ସ୍ଥାନରେ ନାମ ଥିବା, ମିଥ୍ୟ ଉପସ୍ଥାନ ଓ ତଥାକଥିତ ଭୂତ ପିଲାମାନଙ୍କ ସଂଖ୍ୟା ହ୍ରାସ ପାଇପାରିବ। ବିଦ୍ୟାଳୟସ୍ତରରେ ଶୈକ୍ଷିକ ବ୍ୟବସ୍ଥାରେ ସୁଧାର ଆସିପାରିବ ବୋଲି ଲକ୍ଷ୍ୟ ରଖାଯାଇଛି। ସରକାରଙ୍କ ୫-ଟି କାର୍ଯ୍ୟକ୍ରମକୁ ଆଖି ଆଗରେ ରଖି ପ୍ରତ୍ୟେକ ଅଭିଭାବକମାନଙ୍କ ମୋବାଇଲ ନମ୍ବର ସଂଯୋଗକୁ ଉକ୍ତ ତଥ୍ୟରେ ବାଧ୍ୟତାମୂଳକ କରାଯାଇଛି। ଏହି ସୂଚନା ଦେଇଛନ୍ତି ସମଗ୍ର ଶିକ୍ଷା ଅଭିଯାନର ଜିଲା ତଥ୍ୟ ଓ ପରିଚାଳନାର ବରିଷ୍ଠ ସଂଯୋଜକ ଚନ୍ଦ୍ରଜିତ ପରିଜା। ସେ ଏକଥା ମଧ୍ୟ କହିଛନ୍ତି, ଅନ୍‌ଲାଇନ୍‌ ପୋର୍ଟାଲ ମାଧ୍ୟମରେ ତଥ୍ୟ ସଂଗ୍ରହ ହେଲେ ଛାତ୍ରୀଛାତ୍ର, ଅଭିଭାବକ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତ୍ୟେକ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

କିଶନଙ୍କ ବିସ୍ଫୋରକ ବ୍ୟାଟିଂ, ସନ୍‌ରାଇଜର୍ସର ଦ୍ୱିତୀୟ ବିଜୟ

ହାଇଦ୍ରାବାଦ, ୧୩।୪: ଅଧିନାୟକ ଇଶାନ କିଶନଙ୍କ ବିସ୍ଫୋରକ ବ୍ୟାଟିଂ ପରେ ପ୍ରଫୁଲ୍ଲ ହିଙ୍ଗେ ଓ ସାକିବ ହୁସେନଙ୍କ ଡ୍ରିମ୍‌ ଡେବ୍ୟୁ ବଳରେ ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଅନୁଷ୍ଠିତ…

ହଙ୍ଗେରୀ ନିର୍ବାଚନ ଫଳାଫଳ, କିଏ ହେବେ ନୂଆ ପ୍ରଧାନମନ୍ତ୍ରୀ ଜାଣନ୍ତୁ…

ବୁଦାପେଷ୍ଟ,୧୩ା୪: ୧୬ ବର୍ଷ ଧରି କ୍ଷମତାରେ ରହିଥିବା ହଙ୍ଗେରୀ ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍‌ ରବିବାର ଅନୁଷ୍ଠିତ ନିର୍ବାଚନରେ ପରାଜିତ ହୋଇଛନ୍ତି। ହଙ୍ଗେରୀୟ ଭୋଟର ତାଙ୍କ ଏକଚ୍ଛତ୍ରବାଦ ନୀତି…

ଏ ବର୍ଷ କମ୍‌ ବର୍ଷା: ଆଇଏମ୍‌ଡିର ପୂର୍ବାନୁମାନ ପରେ ଚାଷୀଙ୍କ ମୁଣ୍ଡରେ ପଡିଲା ଚଡ଼କ

ନୂଆଦିଲ୍ଲୀ,୧୩ା୪ : ଭାରତରେ ୩ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚଳିତ ବର୍ଷ ସ୍ବାଭାବିକଠାରୁ କମ୍‌ ବୃଷ୍ଟିପାତ ହୋଇପାରେ ବୋଲି ସୋମବାର ସରକାରଙ୍କ ପକ୍ଷରୁ କୁହାଯାଇଛି।…

ଦାଦନ ଖଟିବାକୁ ଯାଇଥିଲେ, ଫେରିଲା ଯୁବତୀଙ୍କ ମୃତଦେହ

ମୋହନା୧୩।୪(ମନ୍ମଥ ମିଶ୍ର): ଚାନ୍ଦା ଆଦାୟ କରି ମୁମ୍ବାଇରୁ ଆସିଲା ମୃତଦେହ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ଦମାଦୁଆ…

ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖି ଯାଇଥିଲେ, ଶବ ହୋଇ ଫେରିଲେ… ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ଲୋଇସିଂହା,୧୩।୪(ସୁଶାନ୍ତ ବାରିକ): ସାଙ୍ଗମାନଙ୍କ ସହିତ ଯାତ୍ରା ଦେଖିଯିବା ହେଲା କାଳ। ଶୁକ୍ରବାର ରାତିରେ ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟେନପାଲି ନିକଟରେ ଏକ ଅଜଣା ଗାଡି ଧକ୍କାରେ…

ଗୋଡ଼ ମଧ୍ୟରେ ଲୁଚାଇ ନେଇଗଲେ ୭ ଲକ୍ଷ ଟଙ୍କାର ଶାଢ଼ି, ସିସିଟିଭିରେ କଏଦ ଲୁଟ୍‌ର କୌଶଳ…

ଅନୁଗୋଳ,୧୩।୪(ଜ୍ୟୋତିରଞ୍ଜନ ସାହୁ): ଅନୁଗୋଳ ସହର ଅମଲାପଡ଼ା ଅଞ୍ଚଳରେ ଥିବା ବୟନିକା ଶୋ’ରୁମ୍‌ରୁ ଏକ ବଡ଼ ଧରଣର ଚୋରି ହୋଇଛି। ଗ୍ରାହକ ବେଶରେ ଆସିଥିବା ୭ ଜଣ ମହିଳା…

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri