Posted inଖେଳ

ମଣ୍ଟ୍ରେଲ ମାଷ୍ଟର୍ସ: ନାଡାଲ, ଥିଏମ୍‌ଙ୍କ ଅଗ୍ରଣୀ

ମଣ୍ଟ୍ରେଲ, ୮।୮ (ଏଏଫ୍‌ପି)- କାନାଡାରେ ଚାଲିଥିବା ଏଟିପି ମଣ୍ଟ୍ରେଲ ମାଷ୍ଟର୍ସ ଟେନିସ ପ୍ରତିଯୋଗିତାରେ ସ୍ପାନିଶ ତାରକା ରାଫାଲ ନାଡାଲ ଓ ଅଷ୍ଟ୍ରିଆର ଡୋମିନିକ୍‌ ଥିଏମ୍‌ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରତିଯୋଗିତାର ଟପ୍‌ ସିଡ୍‌ ନାଡାଲ ବର୍ଷା ବାଧାପ୍ରାପ୍ତ ୨ୟ ରାଉଣ୍ଡ ମୁକାବିଲାରେ ୭-୬ (୮/୬), ୬-୪ ସେଟ୍‌ରେ ବ୍ରିଟେନ୍‌ର ଡାନିଏଲ୍‌ ଇଭାନ୍ସଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ନାଡାଲଙ୍କୁ ୨ ଘଣ୍ଟା ପାଖାପାଖି ସମୟ ଲାଗିଯାଇଥିଲା। ଚଳିତ ବର୍ଷ ନାଡାଲଙ୍କ ବିଜୟ-ପରାଜୟ ବ୍ୟବଧାନ ୩୮-୬ରେ ପହଞ୍ଚତ୍ଛି। ଓ୍ବିମ୍ବେଲଡନ ସେମିଫାଇନାଲରେ ରୋଜର ଫେଡରରଙ୍କ ନିକଟରୁ ପରାସ୍ତ ହେବାପରେ ତାଙ୍କର ଏହା ପ୍ରଥମ ମୁକାବିଲା ରହିଥିଲା। ସେହିଭଳି ୨ୟ ସିଡ୍‌ ଥିଏମ୍‌ ୬-୪, ୩-୬, ୬-୩ ସେଟ୍‌ରେ ଘରୋଇ ପ୍ରତିଯୋଗୀ ଡେନିସ୍‌ ଶାପୋଭାଲଭଙ୍କୁ ହରାଇଛନ୍ତି। କାନାଡାରେ ୫ଟି ପରାଜୟବରଣ କରିବା ପରେ ଥିଏମ୍‌ଙ୍କ ଏହା ପ୍ରଥମ ବିଜୟ ଥିଲା। ଥିଏମ୍‌ ପରବର୍ତ୍ତୀ ରାଉଣ୍ଡରେ ୨୦୧୪ ୟୁଏସ୍‌ ଚାମ୍ପିୟନ ମାରିନ ସିଲିକଙ୍କୁ ଭେଟିବେ। ସିଲିକ୍‌ ୬-୩, ୬-୪ ସିଧାସଳଖ ସେଟ୍‌ରେ ଅଷ୍ଟ୍ରେଲିଆର ଜନ୍‌ ମିଲମ୍ୟାନ୍‌ଙ୍କୁ ହରାଇଥିଲେ। ୨୦୧୩ରେ ଏଠାରେ ଫାଇନାଲ ଖେଳିଥିବା ଘରୋଇ ଖେଳାଳି ମିଲୋସ ରାଓନିକ୍‌ ଆଘାତଜନିତ କାରଣ ଯୋଗୁ ସାଥୀ ପ୍ରତିଯୋଗୀ ଫେଲିକ୍ସ ଏଗୁଅର-ଅଲିସିମିଙ୍କ ବିପକ୍ଷରେ ଅଧାରୁ ଓହରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri