Posted inଖେଳ

ମଣ୍ଟ୍ରେଲ ମାଷ୍ଟର୍ସ: ନାଡାଲ, ଥିଏମ୍‌ଙ୍କ ଅଗ୍ରଣୀ

ମଣ୍ଟ୍ରେଲ, ୮।୮ (ଏଏଫ୍‌ପି)- କାନାଡାରେ ଚାଲିଥିବା ଏଟିପି ମଣ୍ଟ୍ରେଲ ମାଷ୍ଟର୍ସ ଟେନିସ ପ୍ରତିଯୋଗିତାରେ ସ୍ପାନିଶ ତାରକା ରାଫାଲ ନାଡାଲ ଓ ଅଷ୍ଟ୍ରିଆର ଡୋମିନିକ୍‌ ଥିଏମ୍‌ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରତିଯୋଗିତାର ଟପ୍‌ ସିଡ୍‌ ନାଡାଲ ବର୍ଷା ବାଧାପ୍ରାପ୍ତ ୨ୟ ରାଉଣ୍ଡ ମୁକାବିଲାରେ ୭-୬ (୮/୬), ୬-୪ ସେଟ୍‌ରେ ବ୍ରିଟେନ୍‌ର ଡାନିଏଲ୍‌ ଇଭାନ୍ସଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍‌ ଜିତିବାକୁ ନାଡାଲଙ୍କୁ ୨ ଘଣ୍ଟା ପାଖାପାଖି ସମୟ ଲାଗିଯାଇଥିଲା। ଚଳିତ ବର୍ଷ ନାଡାଲଙ୍କ ବିଜୟ-ପରାଜୟ ବ୍ୟବଧାନ ୩୮-୬ରେ ପହଞ୍ଚତ୍ଛି। ଓ୍ବିମ୍ବେଲଡନ ସେମିଫାଇନାଲରେ ରୋଜର ଫେଡରରଙ୍କ ନିକଟରୁ ପରାସ୍ତ ହେବାପରେ ତାଙ୍କର ଏହା ପ୍ରଥମ ମୁକାବିଲା ରହିଥିଲା। ସେହିଭଳି ୨ୟ ସିଡ୍‌ ଥିଏମ୍‌ ୬-୪, ୩-୬, ୬-୩ ସେଟ୍‌ରେ ଘରୋଇ ପ୍ରତିଯୋଗୀ ଡେନିସ୍‌ ଶାପୋଭାଲଭଙ୍କୁ ହରାଇଛନ୍ତି। କାନାଡାରେ ୫ଟି ପରାଜୟବରଣ କରିବା ପରେ ଥିଏମ୍‌ଙ୍କ ଏହା ପ୍ରଥମ ବିଜୟ ଥିଲା। ଥିଏମ୍‌ ପରବର୍ତ୍ତୀ ରାଉଣ୍ଡରେ ୨୦୧୪ ୟୁଏସ୍‌ ଚାମ୍ପିୟନ ମାରିନ ସିଲିକଙ୍କୁ ଭେଟିବେ। ସିଲିକ୍‌ ୬-୩, ୬-୪ ସିଧାସଳଖ ସେଟ୍‌ରେ ଅଷ୍ଟ୍ରେଲିଆର ଜନ୍‌ ମିଲମ୍ୟାନ୍‌ଙ୍କୁ ହରାଇଥିଲେ। ୨୦୧୩ରେ ଏଠାରେ ଫାଇନାଲ ଖେଳିଥିବା ଘରୋଇ ଖେଳାଳି ମିଲୋସ ରାଓନିକ୍‌ ଆଘାତଜନିତ କାରଣ ଯୋଗୁ ସାଥୀ ପ୍ରତିଯୋଗୀ ଫେଲିକ୍ସ ଏଗୁଅର-ଅଲିସିମିଙ୍କ ବିପକ୍ଷରେ ଅଧାରୁ ଓହରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

୩୭ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ରୋହିତ ଶର୍ମା, ଧର୍ମଶାଳାରେ ଇତିହାସ ରଚି…

ଧର୍ମଶାଳା,୧୩ା୬: ରୋହିତ ଶର୍ମା ଏବେ ଆନୁଷ୍ଠାନିକ ଭାବରେ ଭାରତୀୟ କ୍ରିକେଟ୍‌ ଦଳ ପାଇଁ ଓଡିଆଇ ଖେଳିଥିବା ସବୁଠାରୁ ବୟସ୍କ ଖେଳାଳି ହୋଇପାରିଛନ୍ତି। ସେ ମୋହିନ୍ଦର ଅମରନାଥଙ୍କ ୩୭…

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

ଷ୍ଟାର୍‌ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ପିତାଙ୍କୁ କାହିଁକି ସାବଧାନ କଲେ ଏହି ପୂର୍ବତନ କ୍ରିକେଟର? ଜାଣନ୍ତୁ କ’ଣ ରହିଛି ବଡ଼ କାରଣ

ନୂଆଦିଲ୍ଲୀ, ୧୨।୬: ଭାରତୀୟ କ୍ରିକେଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ନାମ ଆଜିକାଲି କ୍ରମାଗତ ଭାବେ ଚର୍ଚ୍ଚାରେ ରହିଛି । ଅଣ୍ଡର-୧୯ କ୍ରିକେଟ ଏବଂ ଆଇପିଏଲ (IPL) ରେ ଚମତ୍କାର…

କମ୍‌ ବୟସରେ ଟଳିପଡ଼ିଲେ ଭାରତର ପ୍ରସିଦ୍ଧ ଶୁଟର: ଜିତିଥିଲେ ସ୍ବର୍ଣ୍ଣପଦକ

ନୂଆଦିଲ୍ଲୀ,୧୨।୬:ପ୍ରସିଦ୍ଧ ଶୁଟର ତଥା ଭାରତୀୟ ଅଲିମ୍ପିକ ଷ୍ଟାର ମନୁ ଭାକରଙ୍କ କୋଚ ଜସପାଲ ରାଣାଙ୍କ ଦେହାନ୍ତ ହୋଇଛି। ମ୍ୟୁନିଚ୍‌ରେ ଅନୁଷ୍ଠିତ ଶୁଟିଂ ବିଶ୍ୱକପ ପରେ ଭାରତ ଫେରିବା…

ବିଳମ୍ବ ହୋଇପାରେ ବୈଭବ ସୂର୍ଯ୍ୟବଂଶୀଙ୍କ ଡେବ୍ୟୁ? ଭାରତର ଆୟରଲ୍ୟାଣ୍ଡ ଗସ୍ତକୁ ନେଇ ଲାଗି ରହିଛି ଅନିଶ୍ଚିତତା…

ନୂଆଦିଲ୍ଲୀ,୧୨।୬: ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସକଙ୍କ ପାଇଁ ଏକ ଖରାପ ଖବର ଅଛି। ଏହି ୧୫ ବର୍ଷୀୟ ବିସ୍ଫୋରକ ବ୍ୟାଟସମ୍ୟାନଙ୍କ ଅନ୍ତର୍ଜାତୀୟ ଡେବ୍ୟୁ ପାଇଁ ଯେଉଁମାନେ ଉତ୍ସାହର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri