ମଣିଷର ଆବେଗ ସାହିତ୍ୟ ସୃଷ୍ଟି କରେ

ବଲାଙ୍ଗୀର ଅଫିସ,୧୪ା୨- ବଲାଙ୍ଗୀର ସାମ୍ବାଦିକ ଭବନଠାରେ ସାପ୍ତାହିକ ପ୍ରେରଣା ପକ୍ଷରୁ ଗୁରୁବାର ବହୁଭାଷୀ କବିତା ପାଠୋତ୍ସବ ଓ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା ା ମନୋରଞ୍ଜନ ସାହୁଙ୍କ ସଭାପତିତ୍ୱରେ ସାହିତ୍ୟ ଓ କବିତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ନାଟ୍ୟଭୂଷଣ ଜଗଦାନନ୍ଦ ଛୁରିଆ, ମୁଖ୍ୟବକ୍ତା କବି ଭାଗିରଥି ମିଶ୍ର, ସମ୍ମାନିତ ଅତିଥି ଭାବେ କବୟିତ୍ରୀ ଡ. ମଞ୍ଜୁବାଳା ପଣ୍ଡା, ଅବସରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ସୁଶୀଳ ପାଣିଗ୍ରାହୀ ଯୋଗ ଦେଇଥିଲେ ା ପ୍ରେରଣା ସମ୍ପାଦକ ରଘୁନନ୍ଦନ ସିଂ ସ୍ବାଗତ ଭାଷଣ ଦେଇଥିଲେ। ମୁଖ୍ୟଅତିଥି ଛୁରିଆ ତାଙ୍କ ବକ୍ତବ୍ୟରେ ମଣିଷ ବୁଦ୍ଧି, ଜ୍ଞାନ, ବିବେକ ଓ ଆବେଗ ଜରିଆରେ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିଛି ଓ ଏହାହିଁ ପ୍ରକାରାନ୍ତରେ ପିଢ଼ି ପିଢ଼ି ଧରି ବାଟ କଢ଼ାଉଛି ବୋଲି କହିଥିଲେ ା ଯେଉଁମାନେ ଆବେଗକୁ ପ୍ରକାଶ କରିପାରନ୍ତି ସେମାନେ କବି, ଲେଖକ ତଥା ସାହିତି୍ୟକ ପଦବାଚ୍ୟ ହୁଅନ୍ତି ବୋଲି ମୁଖ୍ୟବକ୍ତା ମିଶ୍ର କହିଥିଲେ ା ସମ୍ମାନିତ ଅତିଥି ଡ. ପଣ୍ଡା ଆବେଗ ସମସ୍ତ ଭିତରେ ଥାଏ, ଯେଉଁମାନେ ତାକୁ ଭାବ ଓ ଭାଷାରେ ପ୍ରକାଶ କରନ୍ତି ସେମାନେ ହିଁ କବି, ଲେଖକ ତଥା ସାହିତି୍ୟକ ବୋଲି କହିଥିଲେ ା ଏହି ଅବସରରେ କପିଳେଶ୍ୱର ଖମାରୀଙ୍କ ପୁସ୍ତକ ଚନ୍ଦ୍ରମା ମୋର ଓ ନିରୁପମା ଉଦ୍‌ଗାତାଙ୍କ ପ୍ରୀତି ବଲ୍ଲରୀ-୧ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ ା ସଭା ପରେ କବି ନବକିଶୋର ବେହେରା, କବୟିତ୍ରୀ ଲିଲି ପଟେଲ ଓ ସବିତା ମହରାଙ୍କ ସଂଯୋଜନାରେ ଆୟୋଜିତ କବିତା ଆସରରେ ନଳିନୀ ଶତପଥି, ଗୋପୀକୃଷ୍ଣ ପାଣ୍ଡିଆ, ମାଳତୀ ଉଦ୍‌ଗାତା, ରତ୍ନମୟ ତ୍ରିପାଠୀ, ବଳିଷ୍ଠ ପ୍ରଧାନ, ଗୀତାଞ୍ଜଳି ରଥ, ହୃଷୀକେଶ ପୁରୋହିତ, ନେପାଳ ଚନ୍ଦ୍ର ବାଗ, ଇନ୍ଦିରା ପ୍ରିୟଦର୍ଶିନୀ ତ୍ରିପାଠୀ, ନିଲେଶ କୁମାର ଭୋଇ, ବିନୟୀ ଶ୍ରୀନାଥ, ଅଶୋକ ସେଠୀ, ମଧୁସୂଦନ ନାୟକ, ଗଣେଶ ବାରିକ, ସବିତା ମହରା, କସ୍ତୁରୀ ରଥ, ନବ ବେହେରା, ଲିଲି ପଟେଲ, ଶୁଭ୍ରାଂଶୁ ଶେଖର ପଣ୍ଡା, ପୁସ୍ତମ ଜୁଆଡି, କବିତା ମିଶ୍ର, ଅଶୋକ ମିଶ୍ର, ସୀତାକାନ୍ତ ଜୁମୁନିଆ ସ୍ବରଚିତ କବିତା ପାଠ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ସୀମା ଚିହ୍ନଟ ଉପରେ ଗୁରୁତ୍ୱ ଦେଲେ କମିବ ବିବାଦ

ନବରଙ୍ଗପୁର,୨୬।୮(ବି.ପ୍ର.): ନବରଙ୍ଗପୁର ଜିଲା ମକା ଉତ୍ପାଦନରେ ସାରା ଭାରତ ବର୍ଷରେ ନାଁ କରିଛି। କୃଷି ବିଭାଗର ଆକଳନ ଅନୁଯାୟୀ ଜିଲାରେ ୬୦ ହଜାର ହେକ୍ଟର ଜମିରେ...

ହୋଇପାରିଲାନି ଟିକାକରଣ: ଫେରିଲେ ଗର୍ଭବତୀ, ଶିଶୁ

ଆରଡ଼ି,୧ା୪(ଡି.ଏନ୍‌.ଏ.) : ଭଦ୍ରକ ଜିଲା ଧାମନଗର ବ୍ଲକର ବେତାଳିଗାଁ ଅଞ୍ଚଳରେ ଥିବା ଏକ ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେଠାରେ ନିକଟସ୍ଥ...

ଜିଲା ଚିଠି : ଅସଜଡ଼ା ସ୍ବାସ୍ଥ୍ୟସେବା

ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ସରକାର’ ଯୋଜନା ଜିଲାର ପ୍ରତି ଡାକ୍ତରଖାନାରେ ଲାଗୁ କରାଯାଇଛି। ଏଥିପାଇଁ ସବୁଠି ତତ୍ପରତା ପ୍ରକାଶ ପାଇଛି। ତଥାପି ଜିଲାବାସୀଙ୍କୁ ଉତ୍ତମ...

ଆଧାର ସଂଯୋଗ ନ କଲେ ରାଶନ ସାମଗ୍ରୀ ମିଳିବନି

ଆସିକା,୨୭ା୮(ଡି.ଏନ୍‌.ଏ.)-ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ରାଶନ କାର୍ଡ ସହ ଆଧାର କାର୍ଡ ନମ୍ବର ସଂଯୋଗୀକରଣକୁ ବାଧ୍ୟତାମୂଳକ କରାଯାଇଛି। ଅଦ୍ୟାବଧି ଆସିକା ବ୍ଲକର କେତେକ ହିତାଧିକାରୀ ସେମାନଙ୍କ...

କାର୍ଯ୍ୟାନୁଷ୍ଠାନରେ ରଫାଦଫା

ଯାଜପୁର ଅଫିସ/କୋରେଇ (ଡି.ଏନ୍‌.ଏ.),୩ା୪: ନକଲି ଜାତିଗତ ପ୍ରମାଣପତ୍ର ଅଭିଯୋଗରେ ୨ ଶିକ୍ଷକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବାବେଳେ ସମାନ ଜାତିର ଅନ୍ୟ ୯ ଶିକ୍ଷକଙ୍କୁ କ୍ଲିନ୍‌ଚିଟ୍‌ ଦିଆଯାଇଛି।...

କଲଣ ବଜାର ମୁଖ୍ୟ ରାସ୍ତା ତାଡ଼ି ଦେଲେ

ରସୁଲପୁର,୧୫ା୧୧(ଡି.ଏନ.ଏ.): ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ବଜାର ମୁଖ୍ୟରାସ୍ତା ପିଚୁକୁ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ କରୁଥିବା କମ୍ପାନୀର ଠିକାଦର ତାଡ଼ି ଦେଇଛନ୍ତି। ଫଳରେ...

ସୂର୍ଯ୍ୟମନ୍ଦିର ବନ୍ଦ, ନିରାଶରେ ଫେରିଲେ ପର୍ଯ୍ୟଟକ

କୋଣାର୍କ,୧୭।୪(ଡି.ଏନ.ଏ): ମହାମାରୀ କରୋନାର ଦ୍ୱିତୀୟ ଲହର ରାଜ୍ୟରେ କାୟା ବିସ୍ତାର କରିିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ସୂର୍ଯ୍ୟମନ୍ଦିର...

ନିଆରା ଢଙ୍ଗରେ ନୂଆବର୍ଷ ପାଳିଲେ ଯବାନ

ଖଇରା, ୩।୧(ଡି.ଏନ.ଏ.)-ନୂଆବର୍ଷରେ ସମସ୍ତେ ଭୋଜିଭାତ କରି ମଉଜ ମଜଲିସରେ କଟାଉଥିବା ବେଳେ ଏହାକୁ ନିଆରା ଢଙ୍ଗରେ ପାଳିଛନ୍ତି ଖଇରା ବ୍ଲକ ଅଧୀନ ଗୋଳିହା ପଞ୍ଚାୟତ କଣ୍ଟାବଣିଆ...

Advertisement
Archives

Model This Week