ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ବିକ୍ଷୋଭ

ଦାରିଙ୍ଗବାଡ଼ି,୨୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ନାଗରିକ ମଞ୍ଚ ଏବଂ କନ୍ଧମାଳ ମିଳିତ ନାଗରିକ କମିଟି ପକ୍ଷରୁ ଜିଲାରେ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ଦାବିରେ ପଥପ୍ରାନ୍ତ ସଭା,ଶୋଭାଯାତ୍ରା ସହ ବ୍ଳକ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଏହାସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଏହାକୁ ବିଡିଓ ଭକ୍ତବନ୍ଧୁ ଜନାର୍ଦ୍ଦନ ଦଳେଇ ଗ୍ରହଣ କରିବା ସହ ଉଭୟ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ନିକଟକୁ ଦାବିପତ୍ର ପଠାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।
ପ୍ରକାଶ ଯେ, ଶତାଧିକ ଅଞ୍ଚଳବାସୀ ଏବଂ ବିଭିନ୍ନ ସଂଗଠନର ସଦସ୍ୟମାନେ ଶିବ ମନ୍ଦିର ପ୍ରାଙ୍ଗଣରେ ଏକାଠି ହୋଇଥିଲେ। ସେଠାରୁ ବିରାଟ ଶୋଭାଯାତ୍ରାରେ ଦାରିଙ୍ଗବାଡ଼ି ସହର ପରିକ୍ରମା କରିବା ସହ ଚାରିଛକଠାରେ ପଥପ୍ରାନ୍ତ ସଭା କରାଯାଇଥିଲା। ମେଡିକଲ କଲେଜ ଏବଂ ହସ୍ପିଟାଲର ଆବଶ୍ୟକତା ସମ୍ପର୍କରେ ଲୋକଙ୍କୁ କୁହାଯାଇଥିଲା। ପରେ ବ୍ଳକ କାର୍ଯ୍ୟାଳୟରେ ପହଞ୍ଚି ଦାବିପତ୍ର ପ୍ରଦାନ କରାଯାଇଥିଲା । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ବ୍ଳକ ସମେତ ଜିଲାରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଏହି ଆନ୍ଦୋଳନରେ ମିଳିତ ନାଗରିକ କମିଟିର ଆବାହକ ଅଶୋକ କୁମାର ପରିଡ଼ା, ଜାଗୃତି ସମ୍ପାଦକ କୈଳାଶ ଚନ୍ଦ୍ର ଦଣ୍ଡପାଟ, ଦାରିଙ୍ଗବାଡ଼ି ନାଗରିକ ମଞ୍ଚର ସଭାପତି ରମେଶ ଚନ୍ଦ୍ର ସାହୁ, ସମ୍ପାଦକ ତଥା ଆଇନଜୀବୀ ହରେନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋଗୋ ଅସଲି, ଘଣ୍ଟା ନକଲି

କଟକ ଅଫିସ,୩୦।୭: ଘଣ୍ଟାରେ ଏକ ନିର୍ଦ୍ଦିଷ୍ଟ ନାମୀ କମ୍ପାନୀର ଅସଲି ଲୋଗୋ ରହିଛି। କିନ୍ତୁ ଘଣ୍ଟା ନକଲି। ଏହି ନକଲି ହାତଘଣ୍ଟା ବିକ୍ରି ଅଭିଯୋଗରେ ବାଦାମବାଡି...

କନିଷ୍ଠ ଯନ୍ତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ: କପା କିଆରୀରେ ପଡ଼ିଥିଲା ମୃତଦେହ

ବଲାଙ୍ଗୀର ଅଫିସ/ପାଟଣାଗଡ଼,୬।୫(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ବ୍ଲକରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ବେହେରା (୫୪)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ପାଟଣାଗଡ଼-ବନକାବିହାର ରାସ୍ତାକଡ଼...

ଜଙ୍ଗଲରୁ କାଠ ଆସିଲେ ଚୁଲି ଉପରେ ହାଣ୍ଡି ବସେ

ମହାକାଳପଡ଼ା,୩୦ା୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକ ଉପକୂଳ ଅଞ୍ଚଳ ପେଟଛେଲା ପଞ୍ଚାୟତ ଆଦିବାସୀ ଶବରପଡ଼ା ଗ୍ରାମବାସୀଙ୍କ ଜୀବନ ଅଧିକାଂଶ ସମୟ ଜଙ୍ଗଲ ଭିତରେ ହିଁ କଟେ।...

ବିବାହ ଭୋଜିରୁ ଫେରୁଥିବା ବେଳେ ବସ୍‌ ଦୁର୍ଘଟଣା, ୪୦ ଆହତ

ରାୟଗଡ଼(ଗଜପତି),୧୪ା୧୨(ଡି.ଏନ.ଏ.): ଗଜପତି ଜିଲା ରାୟଗଡ଼ ଥାନା ବମିକା ଛକ ନିକଟରେ ମଙ୍ଗଳବାର ଏକ କନ୍ୟା ଯାତ୍ରୀ ମିନି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ୫ ଶିଶୁଙ୍କ ସମେତ...

ରାଜସ୍ବ ଆଦାୟରେ ରେକର୍ଡ

କାମାକ୍ଷାନଗର, ୧୪।୬(ଡି.ଏନ.ଏ.) ଲଘୁ ଖଣିଜର ଯଥେଷ୍ଟ ଉତ୍ସ ଥିଲା। ହେଲେ ଠିକ୍‌ ସମୟରେ ସେସବୁ ନିଲାମ ହୋଇ ପାରୁ ନ ଥିଲା। ବାଲି ସଇରାତ, ପଥର ଖାଦାନରୁ...

ଆଡ଼ପ ଅବଢ଼ା ପାଇ ଧନ୍ୟ ହେଲେ ଭକ୍ତ

ପୁରୀ ଅଫିସ,୩ା୭: ଆଡ଼ପ ବିଜେ ପରେ ଏବେ ଜନ୍ମବେଦୀରେ ପୂଜା ପାଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ଦର୍ଶନ ମିଳିବା ସହ ଆଡ଼ପ ଅବଢ଼ା...

ସଂସ୍କୃତିପ୍ରେମୀ ଶ୍ୟାମପ୍ରକାଶ: ୪ ହଜାର ସେଲିବ୍ରିଟିଙ୍କ ସହ ଉଠାଇଛନ୍ତି ଫଟୋ

ପୁରୀ ଅଫିସ,୧୩।୨: କଳା, ସଂସ୍କୃତି ଓ ସାହିତ୍ୟ ସହ ଯୋଡ଼ି ହୋଇ ରହୁଥିବା ପରିଚିତ ବ୍ୟକ୍ତିତ୍ୱ ହେଲେ ଶ୍ୟାମ ପ୍ରକାଶ ସେନାପତି। ପୁରୀ ସହରର ଗଳିକନ୍ଦିରେ...

ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କଲା କୁଆଁର ପୁନେଇ ଜହ୍ନଲୋ କାର୍ଯ୍ୟକ୍ରମ

ବ୍ରହ୍ମପୁର ଅଫିସ,୧୩।୧୦: ଓଡ଼ିଆ ସଂସ୍କୃତି ଓ ପରମ୍ପରା ଲୋପ ପାଇ ଯାଉଥିବା ବେଳେ ଗଞ୍ଜାମର ଗ୍ରାମ୍ୟ କ୍ରୀଡ଼ାକୁ ଲୋକାଭିମୁଖୀ ଉଦ୍ଦେଶ୍ୟ ନେଇ ମଧୁମାୟା ଫାଉଣ୍ଡେସନ ପକ୍ଷରୁ...

Advertisement
Archives

Model This Week