ମଠରୁ ପୁଅବେଶଧାରୀ ନାବାଳିକା ଉଦ୍ଧାର

ପୁରୀ ଅଫିସ, ୨୩ା୧: ଘରୁ ବିମୁଖ ହୋଇ ଭୁବନେଶ୍ୱରର ଉଚ୍ଚଶିକ୍ଷିତ ଯୁବକ ଗିରିଜା ଶଙ୍କର ମିଶ୍ର ଗତ କିଛି ବର୍ଷ ଧରି ଶ୍ରୀକ୍ଷେତ୍ରକୁ ଚାଲିଆସି ଭିକ୍ଷାବୃତ୍ତି କରିବା ଘଟଣାର ଚର୍ଚ୍ଚା ଥମି ନ ଥିବା ବେଳେ ପୁଣି ଏଭଳି ଏକ ଖବର ଆଲୋଡ଼ନ ସୃଷ୍ଟି କରିଛି। ଶ୍ରୀମନ୍ଦିର ନିକଟ ଏକ ମଠରେ ପୁଅ ବେଶରେ ସଜେଇ ହୋଇ ରହୁଥିବା ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ (ଡିସିପିୟୁ) ଉଦ୍ଧାର କରିଛି। ଏହି ପିଲା ଜଣକ ପୁଅ ନୁହେଁ ବରଂ ଝିଅ ବୋଲି ଜଣାପଡ଼ିବା ପରେ ମଠ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଯାଇଥିଲେ। କୌଣସି ସମସ୍ୟା ସୃଷ୍ଟି ହେବା ଆଶଙ୍କାରେ ସେ ନିଜସ୍ବ ଖର୍ଚ୍ଚରେ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ କର୍ମକର୍ତ୍ତାଙ୍କ ଜରିଆରେ ସମ୍ପୃକ୍ତ ନାବାଳିକାଙ୍କୁ ରାତିଅଧିଆ ତାଙ୍କ ଘରକୁ ପଠାଇ ଦେଇଥିବା ଜଣାପଡ଼ିିଛି।
ସୂଚନା ଅନୁଯାୟୀ, କିଛି ମାସ ତଳେ କଟକ ଅଞ୍ଚଳର ଏହି ନାବାଳିକା ଜଣକ କୌଣସି କାରଣରୁ ଘରୁ ଶ୍ରୀକ୍ଷେତ୍ରକୁ ଚାଲି ଆସିଥିଲେ। ପୁରୀରେ କାମଧନ୍ଦା ଖୋଜି ଥିଲେ। ମାତ୍ର ନ ପାଇବାରୁ ନିଜକୁ ବ୍ରାହ୍ମଣ ବେଶରେ ସଜାଇ ଭିକ୍ଷାବୃତ୍ତି କରି ଚଳୁୁଥିଲେ। ସେ ଦେଖିବାକୁ ସୁନ୍ଦର ହୋଇଥିବାବେଳେ କଥାରେ ମିଷ୍ଟତା ଯୋଗୁ ଅଳ୍ପ ଦିନରେ ସ୍ଥାନୀୟ ଲୋକଙ୍କ ହୃଦୟ ଜିଣିଥିଲେ। ଉକ୍ତ ମଠ ନିକଟରେ ଥିବା ଚା’ ଦୋକାନୀ ସମ୍ପୃକ୍ତ ମଠର ମହନ୍ତଙ୍କୁ ଏହି ବ୍ରାହ୍ମଣ ବେଶଧାରୀ ପିଲାଙ୍କୁ ଦେଖାଇ କହିଥିଲେ ଯେ, ଭଲ ପିଲାଟିଏ, ମନ୍ତ୍ର ପାଠ ଜାଣିଛି। ମଠରେ ରହିବ, ଠାକୁର ଓ ଆପଣଙ୍କ ସେବା କାର୍ଯ୍ୟ କରିବ। ମଠ ମହନ୍ତ ତାଙ୍କ ଚାଲିିଚଳଣ ଓ ବ୍ୟବହାରରେ ସନ୍ତୁଷ୍ଟ ହୋଇ ମଠରେ ରହିବାକୁ ଅନୁମତି ଦେଇଥିଲେ। ସମ୍ପୃକ୍ତ ବ୍ରାହ୍ମଣ ବେଶଧାରୀ ପିଲା ଦିନରେ ମଠରେ କାମ କରୁଥିଲେ। ରାତିରେ ଖାଇପିଇ ସେଠାରେ ଶୋଇଯାଉଥିଲେ। ତେବେ କୌଣସି ସୂତ୍ରରୁ ଉକ୍ତ ବ୍ରାହ୍ମଣ ବେଶଧାରୀ ପିଲା ଜଣଙ୍କ ସମ୍ପର୍କରେ ଖବର ପାଇ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ର ଏକ ଟିମ୍‌ ସୋମବାର ରାତିରେ ଅଚାନକ ମଠରେ ପହଞ୍ଚି ମହନ୍ତଙ୍କ ସହ ଆଲୋଚନା କରିଥିଲେ। ସେହି ବେଶଧାରୀ ପିଲା ଜଣଙ୍କ ପୁଅ ନୁହେଁ ବରଂ ଝିଅ ଏବଂ ସେ ନାବାଳିକା ବୋଲି ଜଣାଇଥିଲେ। ଏକଥା ଶୁଣି ମଠ ମହନ୍ତ ଚମକି ପଡ଼ିିଥିଲେ। ସମ୍ପୃକ୍ତ ବେଶଧାରୀ ପିଲାଙ୍କୁ ପଚରାଉଚୁରା କରିବାରୁ ସବୁ କଥା ଜଣାପଡ଼ିଥିଲା। ସେ ନିଜ ପରିଚୟ ଦେବା ସହ ଘର ଠିକଣା ବି କହିଥିଲେ। ଏହାପରେ କାଳେ କିଛି ସମସ୍ୟା ଉପୁଜିବ ଏବଂ ଗଣମାଧ୍ୟମ ନିକଟରେ ଖବର ପହଞ୍ଚିଯିବ ସେହି ଭୟରେ ମଠ ମହନ୍ତ ଗାଡ଼ି ଭଡ଼ା ଦେଇ ତାଙ୍କୁ ଗ୍ରାମକୁ ତୁରନ୍ତ ପଠାଇ ଦେବାକୁ ଚାହିଁଥିଲେ। ଶିଶୁ ସୁରକ୍ଷା ୟୁନିଟ୍‌ର ସଦସ୍ୟା ସଦସ୍ୟମାନେ ତାଙ୍କୁ ସେଠାରୁ ରାତିରେ ଉଦ୍ଧାର କରି ତାଙ୍କ ଘରକୁ ପଠାଇ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ବଢ଼ୁଛି ଦିନେ କମୁଛି: ରାଜ୍ୟରେ ପୁଣି ୧୧,୧୦୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ରାଜ୍ୟରେ ଶୁକବ୍ରାର କରୋନା ମିଟର ଉପରମୁହାଁ ହୋଇଥିବା ବେଳେ ଶନିବାର ଏଥିରେ ସାମାନ୍ୟ ହ୍ରାସ ଘଟିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୧୧,୧୦୮ ନୂଆ କରୋନା...

‘ଏସ୍‌ଆଇଟିରେ ନିରପେକ୍ଷ ବିଶେଷଜ୍ଞଙ୍କୁ ସାମିଲ କରାଯାଉ’

ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଆଠଗଡ଼ ବନଖଣ୍ଡରେ ମାଟିତଳୁ ଏକାଧିକ ହାତୀ କଙ୍କାଳ ଉଦ୍ଧାର ଓ ଗୁଳିବିଦ୍ଧ ଦନ୍ତା ମୃତ୍ୟ ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଗୁରୁବାର...

୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ: ହାଇକୋର୍ଟ

କଟକ ଅଫିସ,୧୩ା୮: ଆଥ୍‌ଲେଟ୍‌ ଦୂତୀ ଚାନ୍ଦଙ୍କ ବିରୋଧରେ ହୋଇଥିବା ଅଭିଯୋଗ ଉପରେ ଆସନ୍ତା ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଅ। ଏକ ୱେବ୍‌ ପୋର୍ଟାଲ ପ୍ରତିନିଧିଙ୍କୁ...

ପୁଣି ଅଲୋଡା ଶିଶୁପୁତ୍ର

ଉମରକୋଟ,୩୦।୩(ସ୍ବ.ପ୍ର.): ପୁଣି ଅଲୋଡା ହେଲା ନବଜାତ ଶିଶୁପୁତ୍ର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲା ଉମରକୋଟ ପୌରାଞ୍ଚଳରେ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ...

ମାଟିରେ ମିଶିବ ଟାଗୋରଙ୍କ ପାଥେରପୁରୀ: ପୌର ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ; ଆପତ୍ତି ଉଠାଇଲେ ବୁଦ୍ଧିଜୀବୀ

ପୁରୀ ଅଫିସ, ୨୯ା୧୨: ପୁରୀ ଚକ୍ରତୀର୍ଥ ରୋଡରେ ରହିଛି ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କ ଐତିହାସିକ ପାଥେରପୁରୀ। କୁହାଯାଏ ଏହି ସ୍ଥାନରେ ରହି ଟାଗୋର ‘ଗୀତାଞ୍ଜଳି’ ରଚନା...

ଅମାନିଆଙ୍କଠାରୁ ୧ଲକ୍ଷ ୩୪ହଜାର ଜୋରିମାନା ସଂଗ୍ରହ

ଭଦ୍ରକ ଅଫିସ,୭।୫: ଭଦ୍ରକ ଜିଲାର ସମସ୍ତ ଥାନା ଅଞ୍ଚଳରୁ ଗୋଟିଏ ଦିନରେ ଅମାନିଆଙ୍କଠାରୁ ୧ଲକ୍ଷ ୩୪ ହଜାର ଟଙ୍କା ଜରିମାନା ସଂଗ୍ରହ କରାଯାଇଛି। ସେଥିମଧ୍ୟରେ ୫୧ଜଣଙ୍କଠାରୁ...

ମୁକୁଳା ପଡ଼ିଛି ବାଲେଶ୍ୱର-ବାସୁଦେବପୁର ସଲ୍ଟ ରୋଡ୍‌: ଫାଇଦା ନେଉଛନ୍ତି ପଶ୍ଚିମବଙ୍ଗ ଫେରନ୍ତା

ବାହାନଗା, ୨୩ା୪(ଡି.ଏନ୍‌.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ୍‌ ଘୋଷଣା କରିଛନ୍ତି। ସମସ୍ତ ସୀମାନ୍ତକୁ ସିଲ୍‌ କରାଯାଇଛି। ଏବେ ରାଜ୍ୟ ବାହାରେ...

ତାରାତାରିଣୀ ପୀଠରେ ମାଙ୍କଡ଼ଙ୍କୁ ଖାଦ୍ୟ ଦେଉଛି ପ୍ରଶାସନ, ଟୁଇଟ୍‌ କରି ଜଣାଇଲେ ଜିଲାପାଳ

ଛତ୍ରପୁର,୧ା୫(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଗଞ୍ଜାମ ଜିଲାର ଆରାଧ୍ୟ ଦୈବୀପୀଠ ମା’ ତାରାତାରିଣୀ ମନ୍ଦିର ମାସେରୁ ଉର୍ଦ୍ଧ୍ୱ ହେଲା ବନ୍ଦ ରହିଛି। ଏପରିକି ମାସେ ଧରି ଚାଲିଥିବା...

Advertisement
Archives

Model This Week