ମଞ୍ଚ ପାଇଁ ବଞ୍ଚୁଥିବା ମଣିଷ ଦୁର୍ଯ୍ୟୋଧନ

ରତ୍ନଗିରି,୧୪-୧(ଡିଏନ୍‌ଏ):ମଞ୍ଚରେ ଓ ମଞ୍ଚ ପାଇଁ ବଞ୍ଚୁଥିବା ମଣିଷ ହେଉଛନ୍ତି ବରୀ ବ୍ଲକ ଅଧୀନ ବାଲିବିଲି ଗ୍ରାମର ଦୁର୍ଯ୍ୟୋଧନ ପରିଡା(୬୪)। ପିଲାଟି ଦିନରୁ ତୁଳସୀ ଦୁଇପତ୍ରରୁ ବାସିବା ଭଳି ଅଭିନୟ କ୍ଷେତ୍ରରେ ତାଙ୍କ ଦକ୍ଷତା ପ୍ରସ୍ଫୁଟିତ ହୋଇଥିଲା। ମଞ୍ଚରେ ଅଭିନୟ କରିବା ତାଙ୍କର ନିଶା ପାଲଟିଥିଲା। ଶିକ୍ଷକ ନ ହୋଇ ବି ନିଜ ଭିତରେ ଥିବା ଅନୁଭୂତି ଓ ମଞ୍ଚ ପରିଚାଳନାର ପ୍ରଚେଷ୍ଟା ତାଙ୍କୁ ଦିରା ମାଷ୍ଟ୍ରେ ଭାବେ ବରୀ ଅଞ୍ଚଳରେ ପରିଚୟ ଦେଇଛି। ମଞ୍ଚ ନାଟକରେ ଅଭିନୟ କରୁଥିବା କଳାକାରଙ୍କୁ ପରିବାର ଲୋକଙ୍କ ଭଳି ଆପଣେଇବା ସହିତ ନିର୍ଭୁଲ ଭାବେ ଅଭିନୟ କରିବାକୁ ପ୍ରବର୍ତ୍ତାଇ ଥାଆନ୍ତି। ଯାହାକି ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ ଧରିନେଇଥାନ୍ତି। ସେ ରୋଗାଗ୍ରସ୍ଥ ସତ୍ତ୍ୱେ ମଞ୍ଚ ନାଟକରେ ଅଭିନୟ କରିବା ଓ ନିର୍ଦ୍ଦେଶନା ଦେବାକୁ ଏବେବି ତାଙ୍କ ମନରେ ପ୍ରବଳ ଉକତ୍ଣ୍ଠା ରହିଥିବା ଦେଖିବାକୁ ମିଳିଛି। କୋଡିଏ ବର୍ଷ ବୟସରୁ ନବଜ୍ୟୋତି ନାଟ୍ୟ ସଂସଦ ଗଠନ କରି ସ୍ଥାନୀୟ ଯୁବକଙ୍କୁ ନେଇ ଏକ କଳା ପରିଷଦ ଗଠନ କରିବା ଓ ପରବର୍ତ୍ତୀ ଅବସ୍ଥାରେ ବଜ୍ରକାଳୀ ନାଟ୍ୟ ସଂସଦ, ସବୁଜ ସାଥୀ କଳା ପରିଷଦ, ଜୟ ଦୂର୍ଗାନାଟ୍ୟ ସଂସଦ, ମା’ ବିଶୁନେଇ କଳା ପରିଷଦ ଭଳି ଅନେକ ନାଟ୍ୟନୁଷ୍ଠାନ ସୃଷ୍ଟି କରିବା କ୍ଷେତ୍ରରେ ତାଙ୍କର ଅଦମ୍ୟ ପ୍ରଚେଷ୍ଟା ଆଜି ବି ବିଭିନ୍ନ ମଞ୍ଚରେ ଅଭିନୟ କରୁଥିବା କଳାକାରଙ୍କ ହୃଦୟରେ ତାଙ୍କ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି। ଦୀର୍ଘ ୪୨ ବର୍ଷର କଳାକାର ଜୀବନ ଭିତରେ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅନେକ କଳାକାର ସଫଳତାର ସହ ଅଭିନୟ କରି ପ୍ରଶଂସିତ ହେବା ତାଙ୍କୁ ବହୁ ଆନନ୍ଦ ଦିଏ ବୋଲି ସେ ପ୍ରକାଶ କରିଛନ୍ତି। ଜୀବନର ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ମଞ୍ଚ କଳାକୁ ବଞ୍ଚାଇ ରଖିବା କ୍ଷେତ୍ରରେ ସେ ପ୍ରତିଶ୍ରୁତିବଦ୍ଧ ବୋଲି କୁହନ୍ତି। ରାଜ୍ୟ ସରକାର କଳାକାରଙ୍କୁ ପ୍ରୋସତ୍ାହନ ପାଇଁ କଳାକାର ଭତ୍ତା ପ୍ରଦାନ କରୁଥିବାବେଳେ ତାଙ୍କ ପ୍ରତି ସରକାରଙ୍କ ଦୃଷ୍ଟି ନ ପଡିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକ୍ଷମ ହେଉନି ବାଣିଜ୍ୟକର କାର୍ଯ୍ୟାଳୟ

ତାଳଚେର, ୧୪ା୨ (ନି.ପ୍ର.) ତାଳଚେରଠାରେ ରାଜ୍ୟ ସରକାରଙ୍କ ବାଣିଜ୍ୟକର ଅଧିକାରୀଙ୍କ କାର୍ଯ୍ୟାଳୟ ଅଛି। କର୍ମଚାରୀ ମଧ୍ୟ ଅଛନ୍ତି। କିନ୍ତୁ ଏହାକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ। ଗତ...

ଛତ୍ରପୁରରେ କରୋନା ସ୍ଥିତି ଅସମ୍ଭାଳ: ୩ ଦିନରେ ଚିହ୍ନଟ ହେଲେଣି ୮୭ ପଜିଟିଭ୍‌

ଛତ୍ରପୁର,୨୦ା୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସହର ଓ ବ୍ଲକ ଅଧୀନ ଗ୍ରାମାଞ୍ଚଳରେ କରୋନା ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଜିଲା ହେଡକ୍ୱାର୍ଟରରେ ଦିନକୁ ଦିନ କରୋନା...

ଲକ୍‌ଡାଉନକୁ କଡ଼ାକଡ଼ି କଲେ ତହସିଲଦାର

ବନ୍ତ, ୯।୪(ଡି.ଏନ.ଏ.)-କରୋନା ମହାମାରୀ ସାରା ବିଶ୍ୱକୁ ଭୟଙ୍କର ପରିସ୍ଥିତିକୁ ଟାଣି ନେଇଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ ରୋକିବା ପାଇଁ ସମଗ୍ର ଦେଶକୁ...

ଭୋଟ ଦେବେନାହିଁ ଗ୍ରାମବାସୀ

ବାଉଁଶୁଣୀ,୧୧।୨(ଡି.ଏନ୍‌.ଏ.): ବୌଦ୍ଧ ବ୍ଲକ ଅଧୀନ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ମାଲିପଡ଼ା ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଶୁକ୍ରବାର ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି।...

ନିଆରା ଢଙ୍ଗରେ ଭୋଟ୍‌ ପ୍ରଚାର

ଯାଜପୁର ଟାଉନ,୨୪ା୧(ଡି.ଏନ.ଏ.): ଯାଜପୁର ବ୍ଲକ ଅଞ୍ଚଳର ପ୍ରତ୍ୟେକ ପଞ୍ଚାୟତରେ ପ୍ରଚାର ଆରମ୍ଭ ହୋଇଛି। ଏବେ ପ୍ରାର୍ଥୀପ୍ରାର୍ଥିନୀ ଘରଘର ବୁଲି ଭୋଟରଙ୍କୁ ଭୋଟ ଭିକ୍ଷା କରୁଛନ୍ତି। ତେବେ...

ଅଲିଭା କେନ୍ଦ୍ରାପଡା ଜିଲା ଟପ୍ପର

କେନ୍ଦ୍ରାପଡା ଅଫିସ,୨୯ା୭-ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କେନ୍ଦ୍ରାପଡା ଜିଲା ଡେରାବିଶ ବ୍ଲକ ରାଧାମୋହନ ଟେକ୍ନିକାଲର ଛାତ୍ରୀ ଅଲିଭା ଭୂୟଁା ସର୍ବାଧିକ ନମ୍ବର ରଖି ଜିଲାରେ ପ୍ରଥମ...

୭ ଦିନ ପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର,୬ା୭(ବ୍ୟୁରୋ)-ସମ୍ବଲପୁର ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁର୍ଲାରେ ଭିସୁଟ୍‌ ଅଧ୍ୟାପକ ଓ କର୍ମଚାରୀ ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏହାକୁ ନେଇ...

ବିଶ୍ରାମାଗାରରୁ ନବଜାତ ଶିଶୁକନ୍ୟା ଉଦ୍ଧାର : ଜିଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଗଲା

ଢେଙ୍କାନାଳ ଅଫିସ,୨୦।୬ – ଢେଙ୍କାନାଳ ଜିଲା ଯୋରନ୍ଦା ନିକଟ ତେରମାଇଲ ଛକସ୍ଥିତ ଯାତ୍ରୀ ବିଶ୍ରାମାଗାରରୁ ବୁଧବାର ସକାଳ ୫ଟା ୨୦ରେ ଅସହାୟ ଅବସ୍ଥାରେ ପଡ଼ିଥିବା ଏକ...

Advertisement
Archives

Model This Week