ମଙ୍ଗଳାଯୋଡ଼ିରେ ଜୈବ ବିବିଧତା ଆଲୋଚନାଚକ୍ର; ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଟାଙ୍ଗୀ (ଖୋର୍ଦ୍ଧା),୭ା୧୧ (ଡି.ଏନ.ଏ.): ଟାଙ୍ଗୀ ବ୍ଲକ ମଙ୍ଗଳାଯୋଡି ପଞ୍ଚାୟତରେ ବୁଧବାର ଜୈବ ବିବିଧତା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ୱପ୍ରସିଦ୍ଧ ଚିଲକାକୁ ବିଦେଶାଗତ ପକ୍ଷୀଙ୍କ ଆଗମନ ଯୋଗୁ ସରକାରଙ୍କ ତରଫରୁ ନଳବଣକୁ ପକ୍ଷୀ ଅଭୟାରଣ୍ୟ ମାନ୍ୟତା ଦିଆଯାଇଛି। ଚିଲିକା ଉପକୂଳରେ ଅବସ୍ଥିତ ମଙ୍ଗଳାଯୋଡିରେ ପର୍ଯ୍ୟାପ୍ତ ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କ ସମାଗମକୁ ଲକ୍ଷ୍ୟକରି ଏହି ଗ୍ରାମକୁ ପରିବେଶ ପର୍ଯ୍ୟଟନ ସ୍ଥଳ ରୂପେ ଘୋଷଣା କରାଯାଇ ବହୁ ବିକାଶମୂଳକ କାର୍ଯ୍ୟ କରାଯାଉଛି। ନିକଟସ୍ଥ ପାହାଡ ଉପରେ ପର୍ଯ୍ୟଟକଙ୍କ ରହଣି ପାଇଁ ପ୍ରକୃତି ନିବାସ ନାମରେ ଏକ ଅତିଥି ଭବନ ନିର୍ମାଣ କରାଯାଇଛି। ଏଥିରେ କିଛି ତ୍ରୁଟି ବିଚ୍ୟୁତି ହେଉଥିବା ଲକ୍ଷ୍ୟ କରି ସ୍ଥାନୀୟ ସରପଞ୍ଚଙ୍କ ତରଫରୁ ଏକ ପରିଚାଳନା କମିଟି ଗଠନ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଏଥିରେ ନିର୍ବାଚିତ ଜନ ପ୍ରତିନିଧିଙ୍କ ସମେତ ବନ୍ୟପ୍ରାଣୀ ବିଭାଗର କର୍ମକର୍ତ୍ତା ଉପସ୍ଥିତ ରହି ଗ୍ରାମର ସାମୂହିକ ବିକାଶରେ ସରକାରୀ ଅନୁଦାନର ସଦ୍‌ଉପଯୋଗ ଓ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ଦିଗରେ ବିଶେଷ ଗୁରୁତ୍ୱ ଆରୋପ କରିଥିଲେ। ବୈଠକରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ଜେନା, ବାଲୁଗାଁ ବନଖଣ୍ଡ ବନ୍ୟପ୍ରାଣୀ ଅଧିକାରୀ ଆଲୋକ ରଞ୍ଜନ ହୋତା, ଟାଙ୍ଗୀ ବନାଞ୍ଚଳ ବନ୍ୟପ୍ରାଣୀ ଅଧିକାରୀ ଚୁଡାମଣି ମୁର୍ମୁ, ଜିଲାପରିଷଦ ସଭ୍ୟ ସ୍ବଦେଶ ରାଉତରାୟ, ଏମ୍‌ପିଙ୍କ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ, ମଙ୍ଗଳାଯୋଡି ସରପଞ୍ଚ ଜ୍ୟୋତିର୍ମୟୀ ବେହେରା, ସମିତିସଭ୍ୟା ରଚନା ମଲ୍ଲିକ, ସୁନ୍ଦରପୁର ସରପଞ୍ଚ ମମତା ଦେଈ, ସମିତିସଭ୍ୟ ଯୁଧିଷ୍ଠିର ସାହୁ, ଟାଙ୍ଗୀ ସମିତି ସଭ୍ୟ ଶାନ୍ତନୁ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମତାମତ ଉପସ୍ଥାପନ କରିଥିଲେ। ୭ଦିନ ମଧ୍ୟରେ ପ୍ରତ୍ୟେକ ୱାର୍ଡରେ ସର୍ବସମ୍ମତ କମିଟି ତାଲିକା ପ୍ରଦାନ କରିବାକୁ ବାଲୁଗାଁ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ହୋତା ସ୍ଥାନୀୟ ସରପଞ୍ଚଙ୍କୁ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବେଲଡ଼ିହା, ଜାମଶୂଳୀବାସୀ ଅବହେଳିତ: ଫାଇଲ୍‌ରେ ବନ୍ଧା ପଡ଼ିିଛି ରାଜସ୍ବ ଗ୍ରାମ ମାନ୍ୟତା

କପ୍ତିପଦା,୧୭ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡ଼ବିଶୋଳ ରାଜସ୍ବ ଗ୍ରାମରେ ରହିଛି ବେଲଡ଼ିହା ଓ ଜାମଶୂଳୀ ଗ୍ରାମ। ଏହି ୨ଟି ଗାଁ ବଡବିଶୋଳ ଗ୍ରାମଠାରୁ...

ଜେଲ ଫେରନ୍ତାଙ୍କ ଆତଙ୍କରାଜ୍‌, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

ଗଞ୍ଜାମ,୨୬ା୫(ଡି.ଏନ.ଏ.)- ରମ୍ଭା ଥାନା ଗଞ୍ଜାମ ବ୍ଲକ କାର୍ତ୍ତିକଢ଼ି ଗ୍ରାମରେ ଜଣେ ଜେଲ ଫେରନ୍ତା ଯୁବକଙ୍କ ଆତଙ୍କରାଜ ନେଇ ଶତାଧିକ ଗ୍ରାମବାସୀ ମଙ୍ଗଳବାର ରାସ୍ତାକୁ ଓହ୍ଲାଇଛନ୍ତି। ସରପଞ୍ଚ...

ବିଶୋଧିତ ହେଲା ଜନଗହଳି ପୂର୍ଣ୍ଣ ସ୍ଥାନ

ପାଟଣା,୭ା୫(ସ୍ବ.ପ୍ର.): କରୋନା ସଂକ୍ରମଣରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ଥାନା,ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ଶିକ୍ଷାକେନ୍ଦ୍ର ପରିସର, ତହସିଲ,...

ପ୍ଲାଷ୍ଟିକ ବ୍ୟବହାର ନ କରିବାକୁ ଶପଥ

ପୁରୀ ଅଫିସ, ୨ା୧୦:ପୁରୀ ଜିଲାସ୍ତରୀୟ ୧୫୦ତମ ଗାନ୍ଧୀ ଓ ୧୧୫ତମ ଶାସ୍ତ୍ରୀ ଜୟନ୍ତୀ ବୁଧବାର ପାଳିତ ହୋଇଛି। ସକାଳେ ଗାନ୍ଧୀ ଘାଟଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲାପାଳ...

ପୁଅର ମୃତ୍ୟୁ ଖବର ଶୁଣି ଆରପାରିକୁ ଚାଲିଗଲେ ମା’

ବାଲେଶ୍ୱର ଅଫିସ, ୧୬।୩-ଚିକିତ୍ସା ଅବହେଳାରୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ରବିବାର ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଡାକ୍ତରଖାନା ପରିସରରେ...

୪୦ ଜଣଙ୍କ ନାମରେ ମାମଲା, ୪ ଅଟକ

ବଇଣ୍ଡା, ୧୨ା୬(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ଅଞ୍ଚଳରେ ଗତ ରବିବାର ରାତିରେ ପରକୀୟା ପ୍ରୀତି ବୋଲି କହି ଜଣେ ମହିଳାଙ୍କୁ...

ଜେଏନ୍‌ୟୁରେ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଭିନ୍ନ ସଂଗଠନର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୮ା୧-ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ରୀଛାତ୍ର ଓ ଅଧ୍ୟାପିକାଅଧ୍ୟାପକଙ୍କ ଉପରେ ରବିବାର ହୋଇଥିବା ଆକ୍ରମଣକୁ ନେଇ ଏବେ ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇବା ସହ...

୨୯ରେ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ବାର୍ଷିକ ଅଧିବେଶନ: ଯୋଗଦେବେ ସୁପ୍ରିମକୋର୍ଟ ବିଚାରପତି

ଅନୁଗୋଳ ଅଫିସ, ୧।୧୨ – ରାଜ୍ୟ ଆଇନଜୀବୀମାନଙ୍କ ସର୍ବପୁରାତନ ସଙ୍ଗଠନ ନିଖିଳ ଓଡ଼ିଶା ଆଇନଜୀବୀ ସଂଘର ୪୮ତମ ବାର୍ଷିକ ଉତ୍ସବ ଅନୁଗୋଳ ଷ୍ଟାଡ଼ିୟମଠାରେ ଆସନ୍ତା ଡିସେମ୍ବର...

Coronavirus Update


Archives

Model This Week

Why Dharitri