ଭୟାବହ ଅଗ୍ନିକାଣ୍ଡ: ୧୮ ବଖରା ଘର ଜଳିଗଲା

ରାଜନଗର,୪।୧୨(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ରାଜନଗର ବ୍ଲକ ଘଡିଆମାଳ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୮ ବଖରା ଘର ଭସ୍ମିଭୂତ ହୋଇଯାଇଛି। ଗ୍ରାମର ବଳରାମ ରାଉତଙ୍କ ୧୨ ବଖରା, ବେଣୁଧର ରାଉତ, କୈଳାଶ ରାଉତ ଓ ବାବୁ ରାଉତଙ୍କ ୬ ବଖରା ଘର ପୋଡିଯାଇଛି। ରାଜନଗର ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ନିଆଁର ପ୍ରକୋପ ଏତେ ଭୟାବହ ଥିଲା ଯେ କେବଳ ପିନ୍ଧା ଲୁଗା ଛଡା ଘରର କୋଣସି ଆସବାବପତ୍ର ଉଦ୍ଧାର କରିପାରି ନ ଥିଲେ। କୁହୁଡି ବହୁମାତ୍ରାରେ ହୋଇଥିବାରୁ ଦମକଳ ପହଞ୍ଚିବାରେ ବିଳମ୍ବ ହୋଇଥିଲା। ଗ୍ରାମବାସୀମାନେ ପାରୁ ପର୍ଯ୍ୟନ୍ତ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରକୋପ ଆଗରେ ହାର ମାନିଥିଲେ। ଅଗ୍ନିକାଣ୍ଡରେ ଘରର ଲକ୍ଷାଧିକ ଟଙ୍କାର ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବେଦନକୁ ବର୍ଷେ ବିତିଲା, ଚାଷୀଙ୍କୁ ମିଳୁନି କ୍ଷତିପୂରଣ

କୁଜଙ୍ଗ,୨ା୧(ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକରେ ରାଜସ୍ବ ଓ କୃଷି ବିଭାଗ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ବହୁ ଚାଷୀ କ୍ଷୟକ୍ଷତି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ୨୦୨୧ରେ ବାତ୍ୟା...

ଗ୍ରେଡ୍‌ପେ ବୃଦ୍ଧି ଦାବିରେ ଆନ୍ଦୋଳନକୁ ଓହ୍ଲାଇଲେ ଅମଲା

ପାଟଣା,୨୨।୫(ସ୍ବ.ପ୍ର.): ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଆହ୍ବାନ କ୍ରମେ ସୋମବାର ପାଟଣା ଓ ସାହାରପଡ଼ା ପଡା ବ୍ଲକ୍‌ର ଅମଲାମାନେ ୪୨ ଶହ ଟଙ୍କା ଗ୍ରେଡ୍‌ ପେବୃଦ୍ଧି...

ଅନନ୍ତବ୍ରତ ପାଇଁ ବିଜେପୁର ଉତ୍ସବମୁଖର

ବିଜେପୁର, ୧୩।୯ (ଡି.ଏନ.ଏ): ବିଜେପୁର ସହର ପ୍ରସିଦ୍ଧ ଅନନ୍ତବ୍ରତ ମହୋତ୍ସବ ପାଇଁ ଶୁକ୍ରବାର ଉତ୍ସବ ମୁଖରିତ ହୋଇଉଠିଛି । ପୂଜା ମଣ୍ଡପରେ ହୋମ, ଆଳତୀ, ଶଙ୍ଖ,...

କେନ୍ଦୁଝରର ନୂତନ ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେଲେ ମିତ୍ରଭାନୁ ମହାପାତ୍ର

କେନ୍ଦୁଝର,୨୫।୮(ସ୍ବ.ପ୍ର.): କେନ୍ଦୁଝରର ନୂତନ ଏସ୍‌ପି ଭାବରେ ମିତ୍ରଭାନୁ ମହାପାତ୍ର ରବିବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡିଆଇଜି ଜୟନାରାୟଣ ପଙ୍କଜଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି...

୨୧ଲକ୍ଷ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ

ସୋନପୁର,୨୪।୩(ନି.ପ୍ର.): ସୁବର୍ଣ୍ଣପୁର ପୋଲିସ ଗତ ୧୭ ତାରିଖରେ ବନ୍ଧୁକ ମୁନରେ ହୋଇଥିବା ୨୧ଲକ୍ଷ ଟଙ୍କା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ମାଷ୍ଟରମାଇଣ୍ଡଙ୍କ ସମେତ...

ଧଳାବାଘ ଶୁଭ୍ରାଂଶୁ ଅସୁସ୍ଥ

ବାରଙ୍ଗ,୧୩।୧୦(ଡି.ଏନ.ଏ): ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଅନ୍ୟତମ ଆକର୍ଷକ ଧଳାବାଘ ଶୁଭ୍ରାଂଶୁ ଦ୍ୱିତୀୟଥର ପାଇଁ ଅସୁସ୍ଥ ହୋଇଛି। ୫ବର୍ଷର ଏହି ବାଘ ଶନିବାର ଗୋଟିଏ ସ୍ଥାନରେ ପଡ଼ିରହିବା...

ସୂଚନା ଅଧିକାର ଆଇନକୁ ଅବମାନନା: ୨୫ରୁ ଧାରଣା

ନୀଳଗିରି, ୨୧।୧୧(ସ୍ବ.ପ୍ର.)-ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ନୀଳଗିରି ଆଇଟିଡ଼ିଏର ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦରେ ତଥ୍ୟ ସୂଚନା ଆଇନ୍‌ ବଳରେ...

ବିପଦସଂକେତ ଟପିଲା ଜଳକା

ବସ୍ତା,୧୯ା୮(ସ୍ବ.ପ୍ର.): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ଜିଲାର ବିଭିନ୍ନ ନଦୀରେ ଏବର୍ଷର ପ୍ରଥମ ବନ୍ୟାଜଳ ଆସିଛି। ସୁବର୍ଣ୍ଣରେଖା, ବୁଢାବଳଙ୍ଗ, ଗଙ୍ଗାହାର ନଦୀରେ ଜଳପତ୍ତନ ବୃଦ୍ଧି ପାଇଥିବା...

Advertisement
Archives

Model This Week