ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୩ ପରିବାରର ୬ ବଖରା

ଭଞ୍ଜନଗର,୧୨।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ତହସିଲ ଅନ୍ତର୍ଗତ ଗାୟଗଣ୍ଡାରେ ଶନିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୬ ବଖରା ଜଳିଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଥିରେ ରଞ୍ଜୁ ବେହେରା, ଅମ୍ବିକା ବେହେରା ଓ ଦ୍ରୌପଦୀ ବେହେରାଙ୍କ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ଖବରପାଇ ଭଞ୍ଜନଗର ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଏହି ଅଗ୍ନିକାଣ୍ଡ କିପରି ଘଟିଲା ଏଯାବତ୍‌ ସେନେଇ କିଛି ଖବର ମିଳିପାରି ନାହିଁ। ରବିବାର ସ୍ଥାନୀୟ ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରଗୁଡ଼ିକୁ ସହାୟତା ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅମାନିଆଙ୍କୁ ୮୫,୦୦୦ ଜରିମାନା

ବ୍ରହ୍ମପୁର ଅଫିସ,୧୩ା୮: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ଦିନକୁ ଏହାର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍‌...

ହାତୀ,ବାର୍‌ହା ଉପଦ୍ରବ: ଫସଲ ନଷ୍ଟ

ଭଞ୍ଜନଗର,୧୩।୧୧(ଡି.ଏନ.ଏ)-ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବାର୍‌ହା ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଜଙ୍ଗଲ ନିକଟବର୍ତ୍ତୀ ଚାଷ ଜମିରେ ପଶି ବ୍ୟାପକ ଧାନ ଫସଲ ସହ...

କେଏନ୍‌ପୁରରେ ଅଗ୍ନିକାଣ୍ଡ: ଗୋଟିଏ ପରିବାର ସର୍ବସ୍ବାନ୍ତ

ପୁରୁଷୋତ୍ତମପୁର, ୧୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ କେଏନ୍‌ପୁରରେ ସୋମବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଦମୟନ୍ତୀ ପ୍ରଧାନଙ୍କ ଘର ସମ୍ପୂର୍ଣ୍ଣ ପୋଡି ଛାର୍‌ଖାର ହୋଇଛି। ଅଗ୍ନିଶମ...

ଛତ୍ରପୁରରେ ଚାଷୀଙ୍କଠାରୁ କମ୍‌ରେ ପରିବା କିଣି ଚଢ଼ାଦରରେ ବିକୁଛନ୍ତି ବ୍ୟବସାୟୀ

ଛତ୍ରପୁର,୧୧।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହେଡକ୍ୱାର୍ଟର୍ସ ଛତ୍ରପୁର ସହରରେ ଗତ କିଛି ଦିନ ହେଲା ପନିପରିବା ଦର ଅତ୍ୟଧିକ ବୃଦ୍ଧି ପାଇଛି। ବ୍ୟବସାୟୀମାନେ ଚାଷୀ ମାନଙ୍କ ଠାରୁ...

ବ୍ରହ୍ମପୁର ୪ ଦିନ ପାଇଁ ଶଟ୍‌ଡାଉନ୍‌

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.)- ବ୍ରହ୍ମପୁର ମହାନଗରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବଢିବାରେ ଲାଗିଛି। ସହରରେ କରୋନା ସଂକ୍ରମଣ ଚେନ୍‌ ଭାଙ୍ଗିବା ପାଇଁ ଆସନ୍ତା ୨୭ରୁ ୩୦...

ବିଭିନ୍ନ ଆଇସୋଲେଶନ କେନ୍ଦ୍ର ପରିଦର୍ଶନ କଲେ ଜିଲାପାଳ

ଶେରଗଡ଼,୨୬ା୩(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଶେରଗଡ ବ୍ଲକ ପରିଦର୍ଶନରେ ଆସିଥିଲେ। କରୋନା ପାଇଁ ଶେରଗଡ଼ ବ୍ଲକରେ କରାଯାଇଥିବା...

ଏମ୍‌କେସିଜିରେ ଜଣେ କରୋନା ସନ୍ଦିଗ୍ଧ ଭର୍ତ୍ତି: ଚେନ୍ନାଇରୁ ଫେରିଥିଲେ ଫୁଲବାଣୀ

ବ୍ରହ୍ମପୁର ଅଫିସ ,୨୬।୪ – ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି ) ମେଡିକାଲରେ ବୁଧବାର ଜଣେ ସନ୍ଦିଗ୍ଧ କରୋନା ବ୍ୟକ୍ତି ଭର୍ତ୍ତି ହୋଇଛନ୍ତି। ସେ ଜଣେ...

ଜେଲ ଗଲେ କୋଟିପତି ସରପଞ୍ଚ

ବ୍ରହ୍ମପୁର ଅଫିସ,୧୨ା୭-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କୁ ଗୁରୁବାର...

Advertisement

BGU

Archives

Model This Week

Why Dharitri