ଭୋଟ ଗଣତି ଆଜି: ଛତ୍ରପୁର, ଭଞ୍ଜନଗର, ବ୍ରହ୍ମପୁର କେନ୍ଦ୍ରରେ ସୁରକ୍ଷା କଡ଼ାକଡ଼ି

ଛତ୍ରପୁର,୨୩ା୫(ଡି.ଏନ.ଏ.)-ଗଞ୍ଜାମ ଜିଲାର ଛତ୍ରପୁରସ୍ଥିତ ଅନସ୍ଲୋ ସରକାରୀ ହାଇସ୍କୁଲ, ବ୍ରହ୍ମପୁରର ପଲିଟେକନିକ୍‌ ଓ ଆଇଟିଆଇ ଏବଂ ଭଞ୍ଜନଗରର କେଏସୟୁବି କଲେଜରେ ଗୁରୁବାର ଭୋଟ ଗଣତି କରାଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଭୋଟ ଗଣତିରେ ନିୟୋଜିତ କର୍ମଚାରୀ, ପ୍ରାର୍ଥୀ ଓ ସେମାନଙ୍କ ଏଜେଣ୍ଟଙ୍କୁ ଭୋଟ ଗଣତି କେନ୍ଦ୍ରକୁ ମୋବାଇଲ ଫୋନ ନେବା ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ଅନ୍ୟପକ୍ଷରେ ଖବରଦାତାମାନେ ମୋବାଇଲ ଫୋନ ନେବା ଉପରେ ଲାଗିଥିବା କଟକଣା ପ୍ରଶାସନ ପକ୍ଷରୁ ଉଠାଇ ଦିଆଯାଇଛି ା ଭୋଟ ଗଣତି କେନ୍ଦ୍ର ପରିସରରେ ଥିବା ମିଡିଆ ସେଲ୍‌କୁ ଖବରଦାତା ମୋବାଇଲ ଫୋନ ନେବାକୁ କେତେକ ସର୍ତ୍ତ ରଖି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଅନୁମତି ଦେଇଛନ୍ତି। ଖବରଦାତାମାନଙ୍କ ପକ୍ଷରୁ ମୋବାଇଲ ଫୋନ୍‌ ମିଡିଆ ସେଣ୍ଟର ପର୍ଯ୍ୟନ୍ତ ନେବାକୁ ଅନୁମତି ଦେବାକୁ ମଙ୍ଗଳବାର ଜିଲାପାଳଙ୍କୁ ଅନୁରୋଧ କରାଯାଇଥିଲା। ପୂର୍ବରୁ ପେନ୍‌ ନେବା ଉପରେ ବାରଣ କରାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଖବରଦାତାମାନଙ୍କୁ ପେନ୍‌, ପେନସିଲ୍‌ ଓ କାଗଜ ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏପରିକି ଛତ୍ରପୁର ଅନସ୍ଲୋ ସରକାରୀ ହାଇସ୍କୁଲ ପରିସରରେ ଟେଣ୍ଟ ତଳେ ମିଡିଆ ସେଣ୍ଟର କରାଯାଇ
ଥିଲା ା ବୁଧବାର ଖବରଦାତାମାନଙ୍କ ପକ୍ଷରୁ ଏହାକୁ ବିରୋଧ କରାଯିବା ପରେ ଏକ କୋଠରୀରେ ମିଡିଆ ସେଲ୍‌ କରାଯାଇଛି ା ଏ ନେଇ ଅପରାହ୍ନରେ ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲାପାଳ ବୁଧବାର ଛତ୍ରପୁର, ଭଞ୍ଜନଗର ଓ ବ୍ରହ୍ମପୁର ଯାଇ ଗଣତି ହେବାକୁ ଥିବା କେନ୍ଦ୍ରର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକୀୟ ପରାମର୍ଶ ଦେଇଛନ୍ତି। ଏପରିକି ଜିଲାକୁ ଆସିଥିବା ୧୨ ଜଣ ପର୍ଯ୍ୟବେକ୍ଷକ ମଧ୍ୟ ଉକ୍ତ କେନ୍ଦ୍ର ଗୁଡିକୁ ଯାଇ ଅନୁଧ୍ୟାନ କରିଛନ୍ତି। ଭୋଟ ଗଣତି ପରିପ୍ରେକ୍ଷୀରେ ଗଞ୍ଜାମ ଓ ବ୍ରହ୍ମପୁର ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ା ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିବାବେଳେ ଶେଷ ସ୍ତରରେ କେନ୍ଦ୍ରୀୟ ଫୋର୍ସ ମୁତୟନ ରହିଛନ୍ତି। ଏମାନଙ୍କୁ ଓଡିଶା ପୋଲିସ ସହଯୋଗ କରୁଛି ା ଭୋଟ ଗଣତି ପରିପ୍ରେକ୍ଷୀରେ ଛତ୍ରପୁର, ବ୍ରହ୍ମପୁର ଓ ଭଞ୍ଜନଗରରେ ଟ୍ରାଫିକ୍‌ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି ା ବିଭିନ୍ନ ସ୍ଥାନରେ ନୋଜୋନ୍‌ ହୋଇଛି ା ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ମଧ୍ୟ ହୋଇଛି ା ଗଞ୍ଜାମ ଓ ବ୍ରହ୍ମପୁର ଏସପି ମଧ୍ୟ ଗଣତି କେନ୍ଦ୍ରକୁ ଯାଇ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି। ଚଳିତ ଥର ଭିଭିପାଟ୍‌ ଯୋଗୁ ଗଣତିରେ ବିଳମ୍ବ ହେବାର ସମ୍ଭାବନା ରହିଛି ା ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ସରିବାର ଅନୁମାନ
କରାଯାଉଛି ା ତେଣୁ ଗଣତି କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ସେମାନଙ୍କ ଆବଶ୍ୟକୀୟ ଔଷଧ ନେଇ ଆସିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ା ଗଣତି କେନ୍ଦ୍ରରେ ଏସି, ସିସି କ୍ୟାମେରା ଓ ଭିଡିଓ ରେକର୍ଡିଂ ବ୍ୟବସ୍ଥା ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

ଚାମେଲୀ ଓଝାଙ୍କ ଭିଡିଓ ଉତ୍ତୋଳନ ବିବାଦରେ ନୂଆମୋଡ଼: ମହାକାଳପଡ଼ାରେ ଜାତୀୟ ମାନବାଧିକାର କମିଶନ ଟିମ୍‌

ମହାକାଳପଡ଼ା, ୬।୧୦: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବିଡିଓ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଭିଡିଓ ଉତ୍ତୋଳନକୁ ନେଇ ହୋଇଥିବା ବିବାଦ ଏବେ ନୂଆମୋଡ଼ ନେଇଛି। ତିଖିରି ସରପଞ୍ଚ ଚାମେଲୀ…

କଣ୍ଟେନର ଖୋଲିଲା, ବାହାରିଲା ୨୦ କୁଇଣ୍ଟାଲ ଗୋମାଂସ”

ଖୋର୍ଦ୍ଧା, ୬ା୧୦ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ତୋଟାପଡ଼ା-ଜରିପୁଟ ରାସ୍ତା ନିକଟସ୍ଥ ଜଙ୍ଗଲରେ ଚଢ଼ଉ କରି ପୁଲିସ ଏକ କଣ୍ଟେନରରୁ ପ୍ରାୟ ୨୦ କୁଇଣ୍ଟାଲ…

ଭାରତୀୟ କ୍ରୁ ଥିବା ଜାହାଜ ଉପରେ ଆକ୍ରମଣ; ୨ ବିଦେଶୀ ନାଗରିକଙ୍କ ମୃତ୍ୟୁ

ନୂଆଦିଲ୍ଲୀ/ବୁଚାରେଷ୍ଟ,୬।୧୦: କଳା ସାଗର (Black Sea) ରେ ରୋମାନିଆ ନିକଟରେ ଭାରତୀୟ କର୍ମଚାରୀ ଥିବା ଏକ ବାଣିଜ୍ୟିକ ଜାହାଜ ଉପରେ ହୋଇଥିବା ଆକ୍ରମଣରେ ଦୁଇଜଣ ବିଦେଶୀ ନାଗରିକଙ୍କ…

କମିଲା ସୁନା-ରୁପା ମୂଲ୍ୟ; କିଣିନିଅନ୍ତୁ ମନ ପସନ୍ଦର ଗହଣା, ଜାଣନ୍ତୁ ଦୀପାବଳି ସୁଦ୍ଧା ଦର କେତେ ରହିବ

ନୂଆଦିଲ୍ଲୀ,୬।୧୦: ଗତକାଲି, ଅର୍ଥାତ ସୋମବାର ସୁନା ଓ ରୁପା ଦରରେ ଉତ୍ଥାନ-ପତନ ଦେଖିବାକୁ ମିଳିଥିଲା। ଆଜି, ଅକ୍ଟୋବର ୬ରେ MCX ରେ ଉଭୟ ଧାତୁର ମୂଲ୍ୟ ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?