ଭେନିସ୍‌ କେନାଲରେ ଡଲଫିନ୍‌: ୫୫ ସେକେଣ୍ଡର ଭିଡ଼ିଓ ଭାଇରାଲ

ଭେନିସ୍‌,୧୮।୩: ଚାଇନା ପରେ କରୋନାର ନୂଆ ଠିକଣା ପାଲଟିଛି ଇଟାଲୀ। ସୁରକ୍ଷା ଦୃଷ୍ଟିରୁ ସାଢ଼େ ୬ କୋଟି ଲୋକଙ୍କୁ ଘରୁ ନ ବାହାରିବାକୁ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହାର ପ୍ରଭାବ ଯୋଗୁ ଏବେ ଭେନିସ୍‌ କେନାଲରେ ଆଉ ପୂର୍ବପରି ଗହଳି ଦେଖିବାକୁ ମିଳୁନି। ଏହାର ପାଣି ସ୍ବଚ୍ଛ ହୋଇଯାଇଛି। ପାଣିରେ ଏବେ ଡଲଫିନ୍‌ ଖେଳୁଥିବାର ଦୃଶ୍ୟ ଲୋକେ ନିଜ ଘର ବାଲକୋନିରେ ବସି ଦେଖୁଛନ୍ତି। ଡଲଫିନ୍‌ ଦଳ ସମୁଦ୍ରରୁ କେନାଲ ମୁହାଁ ହୋଇଛନ୍ତି। ପୂର୍ବରୁ କେନାଲରେ ବୋଟ ଚଳାଚଳ କରୁଥିବାରୁ ଡଲଫିନ୍‌ ଦଳ ଆସିବାକୁ ଭୟ କରୁଥିଲେ। ତେବେ କରୋନା ଯୋଗୁ ଲାଗି ଥିବା କଟକଣା ସେମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିଥିବା କୁହାଯାଉଛି। ଭେନିସ୍‌ କେନାଲରେ ଡଲଫିନ୍‌ ଖେଳୁଥିବାର ୫୫ ସେକେଣ୍ଡର ଏକ ଭିଡ଼ିଓ ଜଣେ ବ୍ୟକ୍ତି ଟୁଇଟରରେ ଶେୟାର କରିଛନ୍ତି। ଗତ ୬୦ ବର୍ଷ ମଧ୍ୟରେ ଏଭଳି ଦୃଶ୍ୟ ଭେନିସ କେନାଲରେ ଦେଖିବାକୁ ମିଳି ନ ଥିଲା ବୋଲି ସେ ଟୁଇଟ୍‌ କରିଛନ୍ତି। କେନାଲ ପାଣି ସ୍ବଚ୍ଛ ହୋଇଯାଇଥିବାରୁ ଡଲଫିନ୍‌ ଏଠାକୁ ଆସିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭା ତଳୁ ମିଳିଲା ସୁଡ଼ଙ୍ଗ, ଲାଲ୍‌କିଲ୍ଲା ପର୍ଯ୍ୟନ୍ତ ଅଛି ଗୁପ୍ତ ରାସ୍ତା

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ବିଧାନସଭାରେ ଗୁରୁବାର ଏକ ସୁଡ଼ଙ୍ଗର ସନ୍ଧାନ ମିଳିଛି। ଦିଲ୍ଲୀ ବିଧାନସଭା ଅଧ୍ୟକ୍ଷ ତଥା ବାଚସ୍ପତି ରାମ ନିବାସ ଗୋଏଲ କହିଛନ୍ତି, ଏହି ସୁଡ଼ଙ୍ଗ...

ପେଣ୍ଟିଂ ମାଛ ଖାଇବା ପାଇଁ ଚେଷ୍ଟା କରି ବିଲେଇ ବିଫଳ, ରାଗିକି ଦେଲା ଏମିତି ପ୍ରତିକ୍ରିୟା; ଭାଇରାଲ ହେଉଛି ଫଟୋ

ଚାଇନାର ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଠି ନିର୍ବୋଧ ବିଲେଇ ମାଛ ଖାଇବାକୁ ଚେଷ୍ଟା କରି ବିଫଳ ହେଉଛି। ଆଉ ତା’ ପରେ ଯେତେବେଳେ...

ମାଙ୍କଡ଼ କରୁଛନ୍ତି ଏପରି କାର୍ଯ୍ୟ : ଦେଖିଲେ ମନେପଡ଼ିବ ପିଲାଦିନ

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ...

ଡାକ୍ତର କହିଲେ କେବେ ବି ମା’-ବାପା ହୋଇପାରିବେନି ଏହି ଦମ୍ପତି, ପରେ ଘଟିଲା ଏମିତି…

ଲଣ୍ଡନ,୨ା୮: ବ୍ରିଟେନରେ ରହୁଥିବା ଏକ ଦମ୍ପତିଙ୍କୁ ଡାକ୍ତର ସଫା ସଫା ମନା କରିଦେଇଥିଲେ ଯେ, ସେମାନେ ଜୀବନରେ କେବେ ବି ମା-ବାପା ହୋଇପାରିବେନି। ଏହି ଦମ୍ପତିଙ୍କ...

ବ୍ୟକ୍ତିତ୍ୱ: ଲେଖିକା ନାଓମି କ୍ଲେନ୍‌

ନାଓମି କ୍ଲେନ୍‌। ଏକାଧାରରେ ସେ ଜଣେ ଲେଖିକା, ସମାଜସେବୀ, ଚଳଚ୍ଚିତ୍ର ପ୍ରଯୋଜିକା। ଏତଦ୍‌ବ୍ୟତୀତ, ସାମ୍ବାଦିକତା ତଥା ସମୀକ୍ଷା ଜଗତରେ ମଧ୍ୟ ତାଙ୍କର ରହିଛି ଅମ୍ଳାନ ସ୍ବାକ୍ଷର।...

ଆଦାନୀଙ୍କ କ୍ଷତି ୨.୮୩ ଲକ୍ଷ କୋଟି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୮।୧: ଆଦାନୀ ଗ୍ରୁପ୍‌ ବିରୋଧରେ ଆମେରିକାର ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ରିପୋର୍ଟ ପ୍ରଘଟ ପରେ କମ୍ପାନୀ ମୁଖ୍ୟ ଗୌତମ ଆଦାନୀ ବିଶ୍ୱର ଧନୀ...

ଇଲାଷ୍ଟିକ ପରି କାନ

ଏମିତି କେତେଜଣଙ୍କ ବିଷୟରେ ଜାଣିଥିବେ ଯେଉଁମାନଙ୍କ ଶରୀର ଇଲାଷ୍ଟିକ ପରି ନମନୀୟ ହୋଇଥାଏ। ସେମାନେ ନିଜ ଶରୀରକୁ ଭିନ୍ନ ଭିନ୍ନ ଢଙ୍ଗରେ ମୋଡି ପାରନ୍ତି। କେହି...

ମାର୍କ ଜୁକରବର୍ଗଙ୍କ ଭଳି ଦେଖାଯାଉଥିବା ଅପରାଧୀଙ୍କୁ ଖୋଜି ଆଣିଲେ ମିଳିବ ୨୨ କୋଟି ଟଙ୍କା ପୁରସ୍କାର

କଲମ୍ବିଆ,୨।୭: କଲମ୍ବିଆ ପୋଲିସ ଦେଶର ରାଷ୍ଟ୍ରପତିଙ୍କ ହେଲିକପ୍ଟରକୁ ଗୁଳି ଚଳାଇବା ମାମଲାରେ ଦୁଇ ଅଭିଯୁକ୍ତଙ୍କ ସ୍କେଚ ଫେସବୁକରେ ଜାରି କରିଛି। ସେମାନଙ୍କ ଠିକଣା ପ୍ରକାଶ ପାଇଁ...

Advertisement
Archives

Model This Week