ଭେଡେନ ଗଣବଳାତ୍କାର, ହତ୍ୟା ମାମଲା: ତତ୍କାଳୀନ ଆଇଆଇସିଙ୍କ ସମେତ ୮ ଜଣଙ୍କ ନାଁରେ ମାମଲା

କଟକ ଅଫିସ, ୧୩।୧୦: ବରଗଡ଼ ଜିଲା ଭେଡେନ ଥାନା ଅଞ୍ଚଳରେ ୨୦୧୬ରେ ୩ ମହିଳାଙ୍କୁ ଅପହରଣ ଓ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାର ୩ ବର୍ଷ ପରେ ଅର୍ଥାତ୍‌ ଗତ ୩ ତାରିଖରେ ଭେଡେନ ଥାନାର ତତ୍କାଳୀନ ଆଇଆଇସି ମମତା ନାଏକ, ଏସ୍‌ଆଇ ଦିଲୀପ କୁମାର ବେହେରା, ୨ ପୋଲିସ କର୍ମଚାରୀ ଓ ୪ଜଣ ବ୍ୟକ୍ତିଙ୍କ ବିରୋଧରେ ଉକ୍ତ ଥାନାରେ ମାମଲା ରୁଜୁ ହୋଇଛି। ଥାନା ପରିସରରେ ଗଣବଳାତ୍କାର ଘଟିଥିବା ଅଭିଯୋଗରେ ପୋଲିସ ଆଇପିସି ଦଫା ୩୬୩, ୩୭୬(୨)(ଏ), ୩୭୬-ଡିରେ ଏକ ମାମଲା(ନଂ.୧୬୫/୧୯) ରୁଜୁ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ପ୍ରଜାକୋର୍ଟ ଦ୍ୱାରା ବାସନ୍ଦ ହୋଇଥିବା ଗୋଟିଏ ପରିବାରର ତିନି ମହିଳାଙ୍କୁ ୨୦୧୬ ସେପ୍ଟେମ୍ବର ୨୩ରେ ଭେଡେନ୍‌ ଥାନାର କେତେଜଣ ପୋଲିସ କର୍ମଚାରୀ ଭ୍ୟାନ୍‌ରେ ଘରୁ ଉଠାଇ ନେଇଥିଲେ। ପରେ ସେମାନଙ୍କୁ ବଳାତ୍କାର କରାଯାଇଥିଲା। ଏହାପରେ ପୀଡ଼ିତାମାନଙ୍କୁ ପୋଲିସ ଗଁା ଲୋକଙ୍କ ଜିମା ଦେଇଥିଲା। ସ୍ଥାନୀୟ ଅଞ୍ଚଳର କେତେଜଣ ଲୋକ ସେମାନଙ୍କୁ ୧୦ ଦିନ ଜଙ୍ଗଲରେ ରଖି ବଳାତ୍କାର କରିଥିଲେ। ପୀଡିତାଙ୍କ ମଧ୍ୟରୁ ଜଣେ ଖସି ଆସିଥିଲା ବେଳେ ଆଉ ଦୁଇଜଣଙ୍କୁ ସେମାନେ ହତ୍ୟା କରିଥିଲେ। ଖସି ଆସିଥିବା ମହିଳାଙ୍କ ଦେଢ଼ଶୁରର ବରଗଡ ଏସ୍‌ପିଙ୍କୁ ୨୦୧୭ ମେ ୫ରେ ଡାକ ଯୋଗେ ଅଭିଯୋଗପତ୍ର ପଠାଇଥିଲେ। ହେଲେ ଅଭିଯୋଗକାରୀଙ୍କୁ ୨୦୧୭ ଜୁଲାଇ ୧୯ରେ ହତ୍ୟା କରାଯାଇଥିଲା। ପୋଲିସ ଉଭୟ ଘଟଣାରେ କୌଣସି ମାମଲା ରୁଜୁ କରି ନ ଥିଲା। ତେବେ ଅଭିଯୁକ୍ତଙ୍କ କବଳରୁ ଖସି ଆସିଥିବା ମହିଳା ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ଜରିଆରେ ଓଡ଼ିଶା ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ ଦ୍ୱାରସ୍ଥ ହୋଇଥିଲେ। ଘଟଣାରେ ସମ୍ପୃକ୍ତ ପୋଲିସ କର୍ମଚାରୀ ଓ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଓଏଚ୍‌ଆର୍‌ସି ବରଗଡ଼ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତଦନୁଯାୟୀ ଏହି ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦନ୍ତା ଆକ୍ରମଣରେ ଗଜ ସାଥୀଙ୍କ ଜୀବନ ଗଲା

କେନ୍ଦୁଝର,୩୦ା୧୧(ସ୍ବ.ପ୍ର.): ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସେକ୍ସନର କାଳିକା ପ୍ରସାଦ ବିଟ୍‌ ଅଧିନସ୍ଥ ମିରିଗିସିଙ୍ଗା ଜଙ୍ଗଲରେ ହାତୀ ଟ୍ରାକିଂ କାମରେ ଯାଇଥିବା ବେଳେ ବୁଧବାର ଅପରାହ୍ନରେ...

ନୀଳଗିରି ଲ୍ୟାମ୍ପରେ ଉତ୍ତେଜନା: ୩ ଅଧିକାରୀଙ୍କୁ ୩ ଘଣ୍ଟା ଅଟକ

ସଜନାଗଡ଼, ୨୯।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପରେ ଶନିବାର ଉତ୍ତେଜନା ଦେଖାଦେଇଛି। ପଞ୍ଜିକରଣରେ ଅନିୟମିତତା ଅଭିଯୋଗ କରି ଚାଷୀମାନେ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକଙ୍କୁ ୩ ଘଣ୍ଟା ଧରି...

ଚକ୍‌ ଖଡ଼ିରେ ସୂକ୍ଷ୍ମ ଲାଇଟ୍‌ହାଉସ୍‌ ନିର୍ମାଣ କରିଛନ୍ତି ବିଜୟ କୁମାର

ଗୋପାଳପୁର,୨୨ା୧୨(ଡି.ଏନ.ଏ.): ସହର ଉପକଣ୍ଠସ୍ଥ ଶୀତାଳପଲ୍ଲୀସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ର ତଥା ଇମାଜିକ୍ସ କ୍ଲବର ସଦସ୍ୟ କେ. ବିଜୟ କୁମାର ରେଡ଼ି ଗୋପାଳପୁର ବେଳାଭୂମି...

ଉତ୍ତରଓଡ଼ିଶା ଛାତ୍ର ବିଜେଡିର ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ସହାୟତା

ବାଲେଶ୍ୱର ଅଫିସ,୨୮।୪- ବିଶ୍ୱ ମହାମାରୀ କରୋନାର ମୁକାବିଲା ପାଇଁ ବିଜୁ ଛାତ୍ର ଜନତା ଦଳ ଉତ୍ତରଓଡ଼ିଶା ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି।...

ହିତେଶଙ୍କୁ ଶ୍ରେଷ୍ଠ ମ୍ୟୁଜିକାଲ ଚଳଚ୍ଚିତ୍ର ପୁରସ୍କାର

ଯାଜପୁରରୋଡ/ଯାଜପୁର ଅଫିସ,୯।୬: ଓରିଫାର୍ମିଂ ପକ୍ଷରୁ ଏପ୍ରିଲ ୨୮ରୁ ଜୁନ ୩ ପର୍ଯ୍ୟନ୍ତ ଅନ୍‌ଲାଇନରେ କୋଭିଡ-୧୯ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ରୋଡ୍‌ର...

ଓଭରଲୋଡିଂ ଗାଡ଼ି ଚଳାଚଳ ଉପରେ କଟକଣା: ବଜାର ଅଞ୍ଚଳରେ ୬ ଘଣ୍ଟା ବନ୍ଦ

ବନ୍ତ, ୨୮।୧୧(ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ୫୩ ନଂ. ରାଜ୍ୟ ରାଜପଥର ବନ୍ତ ବଜାର ଅଞ୍ଚଳରେ ଗତ କିଛିଦିନ ଧରି ଓଭରଲୋଡିଂ ଗାଡ଼ି ଚଳାଚଳକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ...

ଝାଡେଶ୍ୱର ମହେଶଙ୍କ ପୀଠରେ ବୋଲ୍‌ବମ୍‌ ଭକ୍ତଙ୍କ ଭିଡ଼

ଆନନ୍ଦପୁର,୫। ୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଝାଡ଼େଶ୍ୱର ମନ୍ଦିର ପରିସରରେ ବୋଲଭମ୍‌ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରାବଣ ମାସର ତୃତୀୟ ସୋମବାର କାଉଡ଼ିଆମାନେ ଝାଡ଼େଶ୍ୱର...

ଜେଲ୍‌ ଗଲେ ନକଲି ସୋରିଷ ତେଲ କାରଖାନା ଚଳାଉଥିବା ଦମ୍ପତି

ଉଦଳା, ୧୦।୧୧ (ଡି.ଏନ.ଏ) – ମୟୂରଭଞ୍ଜ ଜିଲା ଉଦଳା ଥାନାଠାରୁ ମାତ୍ର ଦେଢ କି.ମି. ଦୂର ଏନଏସି ଅଧୀନ ୧୨ ନଂ ୱାର୍ଡରେି ଚାଲିଥିବା ନକଲି...

Advertisement
Archives

Model This Week