Posted inଖେଳ

ଭିଟୋରିଙ୍କ ୧୧ ନଂ ଜର୍ସିକୁ ସନ୍ନ୍ୟାସ ଦେଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୫।୮(ପି.ଟି.)- ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ସୋମବାର କିମ୍ବଦନ୍ତୀ ସ୍ପିନର ଡାନିଏଲ ଭିଟୋରିଙ୍କୁ ସମ୍ମାନ ଜଣାଇ ତାଙ୍କ ୧୧ ନଂ ଜର୍ସିକୁ ସନ୍ନ୍ୟାସ ଦେଇଛି। ଫଳରେ ଦେଶର ଆଉ କୌଣସି କ୍ରିକେଟର ୧୧ ନଂ ଜର୍ସି ପରିଧାନ କରିପାରିବେ ନାହିଁ। କେବଳ ଭିଟୋରି ନୁହନ୍ତି, ଦେଶ ପାଇଁ ୨୦୦ରୁ ଅଧିକ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା କ୍ରିକେଟରଙ୍କ ଜର୍ସିକୁ ସନ୍ନ୍ୟାସ ଦିଆଯିବ ବୋଲି ଏନ୍‌ଜେଡ୍‌ସି ପକ୍ଷରୁ ଟୁଇଟର ଜରିଆରେ ଘୋଷଣା କରାଯାଇଛି। ଦେଶ ପକ୍ଷରୁ ସର୍ବାଧିକ ୨୯୧ ଦିନିକିଆ ଖେଳିଥିବା ଭେଟୋରିଙ୍କ ନାମରେ ମୋଟ ୩୦୫ ଉଇକେଟ ରହିଛି। ଏଥିସହ ୫ ଅର୍ଦ୍ଧଶତକ ସହ ୨୨୫୩ ରନ୍‌ କରିଥିଲେ। ୪୦ ବର୍ଷୀୟ ପୂର୍ବତନ ବାମହାତୀ ସ୍ପିନର ୧୧୩ ଟେଷ୍ଟ ଖେଳି ୩୬୨ ଉଇକେଟ ହାତେଇଥିଲେ। ଲମ୍ବା ଫର୍ମାଟରେ ୪,୫୩୧ ରନ୍‌ କରିଥିଲେ, ଯେଉଁଥିରେ ୬ ଶତକ ଓ ୨୩ ଅର୍ଦ୍ଧଶତକ ସାମିଲ ଥିଲା। ସେ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇଥିଲା। ଏହାବାଦ୍‌ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାଇଁ ନୂଆ ଟେଷ୍ଟ ଜର୍ସି ଉନ୍ମୋଚନ କରାଯାଇଛି। ନ୍ୟୁଜିଲାଣ୍ଡ ଦଳ ତା’ର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ବିପକ୍ଷରେ ଗାଲେଠାରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ବାମୀ-ସ୍ତ୍ରୀଙ୍କ ଜଲଓ୍ବା:ସ୍ବାମୀ ଦ୍ୱିତୀୟ ବଲରେ ନେଲେ ଉଇକେଟ, ସେପଟେ ସ୍ତ୍ରୀ ୫୩ଟି ବଲରୁ କଲେ ୧୦୬ ରନ୍‌

ସିଡନୀ,୩।୧୧:ଅଷ୍ଟ୍ରେଲିଆ ପେସ୍‌ ବୋଲର୍‌ ମିଚେଲ୍‌ ଷ୍ଟାର୍କ ଏବଂ ତାଙ୍କ ସ୍ତ୍ରୀ ଏଲିସା ହିଲି ମ୍ୟାଚ୍‌ ବିଜେତା ଭାବେ ଜଣାଶୁଣା। ଉଭୟ ନିଜ ପ୍ରଦର୍ଶନ ବଳରେ ଚର୍ଚ୍ଚାରେ...

ଆଇପିଏଲ୍‌କୁ ନେଇ ଗାଙ୍ଗୁଲିଙ୍କ ବଡ଼ ଖୁଲାସା: ଲକ୍‌ଡାଉନ୍‌ ହେଲେ..

ନୂଆଦିଲ୍ଲୀ,୫।୪: ଆଇପିଏଲ୍‌ର ୧୪ତମ ସିଜିନ୍‌ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଦେଶରେ କରୋନା ମାମଲାରେ ବୃଦ୍ଧି ହେତୁ ଟି -୨୦ ଲିଗ ସ୍ଥାନ ପରିବର୍ତ୍ତନକୁ ନେଇ...

କରୋନାରେ ହକି ଅମ୍ପାୟର ମ୍ୟାନେଜରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,  ୨୮ା୪ (ପି.ଟି.)- ଭାରତୀୟ ହକି ଅମ୍ପାୟର ମ୍ୟାନେଜର ବୀରେନ୍ଦ୍ର ସିଂଙ୍କର କରୋନାରେ ମୃତ୍ୟୁ ଘଟିଛି। ତାଙ୍କୁ ୪୭ ବର୍ଷ ବୟସ ହୋଇଥିଲା। ଉତ୍ତର ପ୍ରଦେଶ...

ବାୟୋ-ବବଲ ମୁକ୍ତ ହୋଇପାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ

ନୂଆଦିଲ୍ଲୀ, ୨୫ା୪: କ୍ରିକେଟରମାନଙ୍କ ମାନସିକ ଅବସ୍ଥାର ହିତ ଦୃଷ୍ଟିରୁ ଆସନ୍ତା ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ବାୟୋ-ବବଲ ରହି ନ...

ଦୁଲୀପ ଟ୍ରଫି: ଇଣ୍ଡିଆ ଗ୍ରୀନ୍‌ର ବୃହତ୍‌ ସ୍କୋର

ବେଙ୍ଗାଲୁରୁ, ୩୧।୮(ପି.ଟି.)- ବେଙ୍ଗାଲୁରୁର ଅଲୁରସ୍ଥିତ କର୍ନାଟକ ଷ୍ଟେଟ୍‌ କ୍ରିକେଟ ଆସୋସିଏଶନ (କେ.ଏସ୍‌.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ରେଡ୍‌ ବିପକ୍ଷରେ ଇଣ୍ଡିଆ ଗ୍ରୀନ୍‌...

ସୁପର୍‌ ଫ୍ରାଇଡେକୁ ଅପେକ୍ଷା: ଗୋଟିଏ ଦିନରେ ଖେଳାଯିବ ୩ଟି ଅନ୍ତର୍ଜାତୀୟ ମ୍ୟାଚ୍‌

ସିଡନୀ,୨୬।୧୧: ମହାମାରୀ କରୋନା ଯୋଗୁ କ୍ରିକେଟ ଆୟୋଜନ ଦୀର୍ଘ ସମୟ ଧରି ବ୍ରେକ ଲଗାଯାଇଥିଲା। ଏହା ପରେ ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଟେଷ୍ଟ ସିରିଜ...

ରିଦ୍ଧିମାନଙ୍କ ଅର୍ଦ୍ଧଶତକ: ମ୍ୟାଚ ଡ୍ର

ସିଡ୍‌ନୀ, ୯।୧୨(ପି.ଟି.)- ଭାରତ ‘ଏ’ ଓ ଅଷ୍ଟ୍ରେଲିଆ ‘ଏ’ ମଧ୍ୟରେ ଅନୁଷ୍ଠିତ ୩ ଦିନିଆ ଓ୍ବାର୍ମଅପ୍‌ କ୍ରିକେଟ ମ୍ୟାଚ ଡ୍ର ରହିଛି। ଦ୍ୱିତୀୟ ଇନିଂସରେ ଭାରତୀୟ...

କୋହଲି ବନାମ ରୋହିତ: ଟି୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ଉଭୟଙ୍କ ମଧ୍ୟରେ ଚାଲିଛି ଏହି ପ୍ରତିଯୋଗିତା; ଆଗରେ…

ନୂଆଦିଲ୍ଲୀ,୨୨।୧: ଭାରତୀୟ ଦଳର ପ୍ରମୁଖ ବ୍ୟାଟ୍ସମ୍ୟାନ୍‌ଙ୍କ ମଧ୍ୟରୁ ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ମଧ୍ୟରେ କୌଣସି ନା କୌଣସି କାରଣରୁ ମୁକାବିଲା ଦେଖିବାକୁ...

Advertisement
Archives

Model This Week