Posted inଜାତୀୟ

ଭୂସ୍ଖଳନରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଯବାନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରର ଶ୍ରୀନଗର ହାଇଓ୍ବେ ନିକଟରେ ଭୂସ୍ଖଳନରେ ଫସିଥିବା ଜଣେ ଯୁବକଙ୍କୁ ବୁଧବାର ସିଆରପିଏଫ୍‌ର ୭୨ ବାଟାଲିୟନ ଯବାନ ଉଦ୍ଧାର କରିଛନ୍ତି। ମଙ୍ଗଳବାର ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ମାଟି ଅତଡା ଧସିଯାଇଥିଲା। ଫଳରେ ରାସ୍ତାରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେହିପରି ରାତିରେ ଜମ୍ମୁ-ଶ୍ରୀନଗର ହାଇଓ୍ବେରେ ଭୂସ୍ଖଳନ ହେବାରୁ ଜଣେ ବ୍ୟକ୍ତି ସେଠାରେ ଫସିଯାଇଥିଲେ। ସେହି ରାସ୍ତା ଦେଇ ଯାଉଥିବା ସିଆରପିଏଫ୍‌ ଯବାନମାନଙ୍କ ସହ ଥିବା ଡଗ୍‌ ସ୍କ୍ବାଡ ଭଗ୍ନାବଶେଷ ତଳେ ଫସିରହିଥିବା ବ୍ୟକ୍ତିଙ୍କୁ ଦେଖିଥିଲା। ଏହାପରେ ସିଆପିଏଫ୍‌ ଓ ଅନ୍ୟାନ୍ୟ ଏଜେନି ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରାତିସାରା ଭଗ୍ନାବଶେଷ ତଳେ ଫସିରହିଥିବା ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ସିଆରପିଏଫ୍‌ର ଡଗ୍‌ ଆଜାକ୍ସୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଉକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଅପରପକ୍ଷରେ ସହରର ବିଭିନ୍ନ ସ୍ଥାନରେ ହୋଇଥିବା ଭୂସ୍ଖଳନ ଯୋଗୁ ଅମରନାଥ ଯାତ୍ରାକୁ ବନ୍ଦ କରିଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବୁ ବି କଲେଣି ରାଜନୀତି

ନୂଆଦିଲ୍ଲୀ,୫ା୪:ଲୋକପ୍ରିୟ ଯୋଜନା ମାଧ୍ୟମରେ ରାଜ୍ୟ ସରକାରଗୁଡ଼ିକ ଲୋକମାନଙ୍କୁ ଦେଉଥିବା ମାଗଣା ସୁବିଧା ଉପରେ କେନ୍ଦ୍ର ସରକାରଙ୍କ କେତେଜଣ ବରିଷ୍ଠ ସଚିବ ପ୍ରଶ୍ନ ଉଠାଇ କହିଛନ୍ତି ଯେ,...

ଦିଲ୍ଲୀରେ ଗୋଷ୍ଠୀ ସଂକ୍ରମଣ

ନୂଆଦିଲ୍ଲୀ,୧୬।୧: ଦିଲ୍ଲୀରେ ଓମିକ୍ରନ୍‌ ଭାରିଆଣ୍ଟର ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡ଼ିଛି। ସଂକ୍ରମିତଙ୍କ ମଧ୍ୟରୁ ୬୧ ପ୍ରତିଶତଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ନ ଥିବା ଏକ ଅଧ୍ୟୟନରୁ...

‘୨୮ ଦିନରେ କୋଭିଶିଲ୍ଡ ଦ୍ୱିତୀୟ ଡୋଜ୍‌ ଦିଅ’

ପୁଣେ, ୭।୯: କେରଳରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବା ବେଳେ ୧୨ ସପ୍ତାହ ପରିବର୍ତ୍ତେ ୪ ସପ୍ତାହ ପରେ କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ଦେବା ପାଇଁ...

ଜଷ୍ଟିସ୍‌ ମୁରଲୀଧରଙ୍କ ବଦଳି ପ୍ରସଙ୍ଗ: ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲା ଅନ୍ତର୍ଜାତୀୟ ବାର୍‌ ସଂସ୍ଥା

ନୂଆଦିଲ୍ଲୀ,୧୩।୩(ପି.ଟି.): ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧରଙ୍କୁ ରାତିଆଧିଆ ପଞ୍ଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି କରାଯାଇଥିବାରୁ ଏହାକୁ ନେଇ ଓକିଲମାନଙ୍କ ଏକ ଅନ୍ତର୍ଜାତୀୟ...

ଯୁବତୀଙ୍କୁ କମେଣ୍ଟ ମାରିବା ପରେ ହାତଧରି ଅଟୋ ଭିତରକୁ ଟାଣି ନେବାକୁ ଉଦ୍ୟମ, ସିସିଟିଭିରେ ରେକର୍ଡ ହେଲା ସମସ୍ତ ଘଟଣା

ମୁମ୍ବାଇ,୧୫ ।୧୦: ମହାରାଷ୍ଟ୍ରର ପୁଣେରେ ଏକ ଲୋମଟାଙ୍କୁରା ଦୃଶ୍ୟ ସାମ୍ନାକୁ ଆସିଛି । ଜଣେ ଅଟୋ ଚଳାକ ୨୨ ବର୍ଷିୟା ଜଣେ କଲେଜ ଛାତ୍ରୀଙ୍କୁ କମେଣ୍ଟ...

‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କଲେ ନଡ୍ଡା

ଜୟପୁର,୧୬।୭: ଭାଜପା ସଭାପତି ଜେପି ନଡା ରବିବାର ଜୟପୁରରେ ଅନୁଷ୍ଠିତ ଏକ ସଭାରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ‘ସହିବ ନାହିଁ ରାଜସ୍ଥାନ’ ଅଭିଯାନ ଆରମ୍ଭ କରି...

ସୁସ୍ଥ ଅଛନ୍ତି କଲ୍ୟାଣ ସିଂ

ଲକ୍ଷ୍ନୌ,୯ ।୭: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂଙ୍କ ସ୍ୱାସ୍ଥ୍ୟରେ ବେଳକୁ ବେଳ ଉନ୍ନତି ପରିଲକ୍ଷିତ ହୋଇଛି । ସ୍ୱାସ୍ଥ୍ୟଗତ...

୨୪ ଘଣ୍ଟାରେ ମୋଦିଙ୍କ ଫଟୋରେ ୧ ନିୟୁତ ଲାଇକ୍‌

ନୂଆଦିଲ୍ଲୀ,୨୪।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୋଲକାତା ଗସ୍ତର ଏକ ଫଟୋକୁ ଫେସବୁକରେ ମାତ୍ର ୨୪ ଘଣ୍ଟା ମଧ୍ୟରେ ମିଳିଛି ୧ ନିୟୁତ ଲାଇକ୍‌। ସ୍ବାଧିନତା ସଂଗ୍ରାମୀ...

Advertisement
Archives

Model This Week