ଭୂଷଣ ମାମଲାରେ ୨୮୪ଜଣଙ୍କ ବିରୋଧରେ ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୧-୭: ଭୂଷଣ ଷ୍ଟିଲ ବେଆଇନ୍‌ ଋଣ କାରବାର ମାମଲାରେ ସିରିୟସ ଫ୍ରଡ ଇନଭେଷ୍ଟିଗେଶନ ଅଫିସ(ଏସ୍‌ଏଫ୍‌ଆଇଓ) ପକ୍ଷରୁ ୨୮୪ ବ୍ୟକ୍ତି ଏବଂ ସଂସ୍ଥାଙ୍କ ବିରୋଧରେ ଚାର୍ଜଶିଟ ଦାଏର ହୋଇଛି। ଏହି ମାମଲାରେ ୬୦୦ ବ୍ୟକ୍ତିଙ୍କ ବିରୋଧରେ ଅଭିଯୋଗ ଆସିଥିବା ବେଳେ ମୋଟ ୭୦ ହଜାର ପୃଷ୍ଠାର ଚାର୍ଜଶିଟ ଏସ୍‌ଏଫ୍‌ଆଇଓ ପ୍ରସ୍ତୁତ କରିଛି। ମାମଲାରେ ସବୁ ଅଭିଯୁକ୍ତଙ୍କୁ ଯଦି ଏକାଥରକେ ହାଜର କରାଯାଏ ଏବଂ ବ୍ୟକ୍ତି ପିଛା ୧ ମିନିଟ ସମୟ ନିଆଯାଏ ତେବେ ୪ ଘଣ୍ଟା ୪୫ ମିନିଟରୁ ଅଧିକ ସମୟ ଲାଗିବ ବୋଲି ଆକଳନ କରାଯାଇଛି। ଭୂଷଣ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଓକିଲ ବିଜୟ ଅଗ୍ରଓ୍ବାଲ କହିଛନ୍ତି ଯେ, ଏହି ମାମଲାର ଶୁଣାଣି ଏତେ ଶୀଘ୍ର ଶେଷ ହେବ ନାହିଁ। ଶୁଣାଣି ଲାଗି କୋର୍ଟ ରୁମ ନୁହେଁ ବରଂ ଏକ ଷ୍ଟାଡିୟମ ଆବଶ୍ୟକ।
ସୂଚନାଯୋଗ୍ୟ ୨୦୧୭ରେ ଭୂଷଣ ଷ୍ଟିଲ ୪୭,୭୦୦ କୋଟି ଟଙ୍କାର ଋଣ ଖିଲାପ ମାମଲାରେ ଜଡିତ ଥିବା ସାମ୍ନାକୁ ଆସିଥିଲା। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଭୂଷଣ ୩,୮୧୫ କୋଟି ଟଙ୍କା ବେଆଇନ ଋଣ କାରବାର କରିଥିବା ଗତ ସପ୍ତାହରେ ଜଣାପଡିଥିଲା। କନସୋର୍ଟିୟମ ବ୍ୟାଙ୍କଠାରୁ ଋଣ ଉଠାଇବା ଲାଗି କମ୍ପାନୀ ବୁକ ଅଫ୍‌ ଆକାଉଣ୍ଟରେ ବିଭିନ୍ନ ଜାଲିଆତି କରିଥିବା ତଦନ୍ତରୁ ସାମ୍ନାକୁ ଆସିଛି। ବ୍ୟାଙ୍କ ବ୍ୟବସ୍ଥାରୁ ଅର୍ଥ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ କମ୍ପାନୀ ଏବଂ ଏହାର ନିର୍ଦ୍ଦେଶକଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର ହୋଇଛି। ଚାର୍ଜଶିଟରେ ନଁା ରହିଥିବା ମୋଟ ୨୮୪ଙ୍କ ମଧ୍ୟରୁ ୧୫୦ କମ୍ପାନୀ ରହିଛି। ଶୁଣାଣି ବେଳେ ଅଭିଯୋଗ ଆସିଥିବା କମ୍ପାନୀମାନେ ମଧ୍ୟ ଉପସ୍ଥିତ ରହିବେ ବୋଲି ନିର୍ଦ୍ଦେଶ ରହିଛି। କୋର୍ଟରେ ମାମଲା ପଡି ରହୁଥିବାରୁ ଉକ୍ତ ମାମଲାର କେତେ ଶୀଘ୍ର ଚୂଡାନ୍ତ ରୂପ ନେବ ସେ ନେଇ କିଛି କହିବା ଠିକ ହେବ ନାହିଁ ବୋଲି ଆଇନ ବିଶାରଦ କହିଛନ୍ତି। ଆପରାଧିକ ମାମଲା ତୁଳନାରେ ଅର୍ଥନୈତିକ ଅପରାଧ ମାମଲାଗୁଡିକ ଅଧିକ ସମୟ ଲାଗୁଛି। ଏଭଳି ମାମଲାରେ ଦୋଷୀଙ୍କୁ ଦଣ୍ଡ ଦେବାକୁ ହେଲେ ଠିକ୍‌ ତଥ୍ୟ ପ୍ରମାଣ ଆବଶ୍ୟକତା ରହିଛି। ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ମାମଲାରେ ୩୨ ହଜାର ପୃଷ୍ଠାର ଚାର୍ଜଶିଟ ହୋଇଥିବା ବେଳେ ଭୂଷଣ ମାମଲା କିନ୍ତୁ ଏହାକୁ ଟପି ୭୦ ହଜାର ପୃଷ୍ଠା ସମ୍ବଳିତ ଚାର୍ଜଶିଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିନ୍ଦ୍ରାର ନ୍ୟୁ ଇ-ଆଲ୍‌ଫା ସୁପର ରିକ୍‌ସା

ଭୁବନେଶ୍ୱର,୨୧।୮: ମହିନ୍ଦ୍ରା ଲାଷ୍ଟ ମାଇଲ୍‌ ମୋବିଲିଟି (ଏଲ୍‌ଏମ୍‌ଏମ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ମହିନ୍ଦ୍ରା ନ୍ୟୁ ଇ-ଆଲ୍‌ଫା ସୁପର ରିକ୍‌ସାର ସର୍ବଭାରତୀୟ ଉନ୍ମୋଚନ...

ଏମ୍‌ଆର୍‌ଏଫ୍‌ ଟାୟାର୍‌ ଆଣ୍ଡ ସର୍ଭିସ୍‌ ଫ୍ରାଞ୍ଚାଇଜର ଶୁଭାରମ୍ଭ

କଟକ,୮।୮: ଦେଶର ପ୍ରମୁଖ ଟାୟାର ଉତ୍ପାଦନ କମ୍ପାନୀ ‘ଏମ୍‌ଆର୍‌ଏଫ୍‌’ର ସ୍ବୀକୃତି ପ୍ରାପ୍ତ ଡିଲର ଲିଙ୍କରୋଡସ୍ଥିତ ରଶ୍ମୀ ଅଟୋମୋବାଇଲ୍ସ ଆନୁକୂଲ୍ୟରେ ‘ଏମଆରଏଫ ଟାୟାର୍‌ ଆଣ୍ଡ ସର୍ଭିସ୍‌ ଫ୍ରାଞ୍ଚାଇଜ’ର...

କରୋନା ସମୟରେ ଏହି ବ୍ୟାଙ୍କର ନେଟ୍‌ ଲାଭ ୩୬% ବଢ଼ିଲା

ନୂଆଦିଲ୍ଲୀ,୨୬।୭: ଦେଶର ପ୍ରମୁଖ ଘରୋଇ କ୍ଷେତ୍ର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କର ନେଟ୍‌ ଲାଭ ୩୬% ବୃଦ୍ଧି ଘଟିଛି। ଏହି ସମୟରେ ବ୍ୟାଙ୍କ ୨୫୯୯ କୋଟି ଟଙ୍କା...

ରାଜନୀତିକୁ ଆସିଲେ ସ୍ତ୍ରୀ ମୋତେ ଛାଡ଼ି ଦେବେ: ରାଜନ

ଚେନ୍ନାଇ,୨୮-୪: ରାଜନୀତିରେ ପ୍ରବେଶ କରିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଖାରଜ କରିଦେଇଛନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଆର୍‌ବିଆଇର ପୂର୍ବତନ ଗଭର୍ନର ରଘୁରାମ ରାଜନ। ସେ ଜଣେ ଶିକ୍ଷାବିତ...

‘ଓଡ଼ିଶା ଖଣିଜ ସମ୍ପଦର ହବ୍‌’

ଭୁବନେଶ୍ୱର,୧।୧: ଓଡ଼ିଶା ମାଇନିଂ ଓ ଇନ୍‌ଫ୍ରାଷ୍ଟ୍ରକ୍ଚର ଇଣ୍ଟରନ୍ୟାଶନାଲ ଏକ୍ସପୋରେ କୋଣାର୍କ ଇନ୍‌ଫ୍ରାକୋର୍‌ ନିର୍ମାଣ ଓ ଖଣି ଉପକରଣ ନିର୍ମାତା ଲିୟୁଗୋଙ୍ଗ୍‌ ଇଣ୍ଡିଆ ପ୍ରତିନିଧିତ୍ୱ କରିଥିଲା। ଏ...

୪୧ଶତକଡା ଲୋକ ଅନଲାଇନରେ ଆକାଉଣ୍ଟ ପରିଚାଳନା କରିବା ଜାଣନ୍ତି ନାହିଁ

ନୂଆଦିଲ୍ଲୀ, ୧୪।୯: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗତବର୍ଷ ଏପ୍ରିଲରେ ଉଦଗ୍ୟମ (Unclaimed Deposits Gateway to Access inforMation) ନାମକ ଏକ ପୋର୍ଟାଲ...

ମାଡ଼ି ଆସୁଛି ମହା ମାନ୍ଦାବସ୍ଥା

ଓ୍ବାଶିଂଟନ,୧୦।୬: କରୋନା ଲାଗି ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ବଡ଼ ଝଟକା ଲାଗିଛି। କରୋନା ରୋକିବା ଲାଗି ଯେଉଁ ଶଟ୍‌ଡାଉନ କରାଗଲା ତା’ର ନକାରାତ୍ମକ ପ୍ରଭାବ ବଜାର...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଭୁବନେଶ୍ୱର,୮।୫: ଟେକ୍ସଟାଇଲ ମର୍ଚ୍ଚାଣ୍ଟ ଆସୋସିଏଶନ କଟକ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି। କୋଭିଡ୍‌-୧୯ ବିରୋଧୀରେ ଲଢିବା ପାଇଁ ସଂଘ...

Advertisement
Archives

Model This Week