ଭୂତ ଛଡ଼ାଇବା ନାଁରେ ନାବାଳକଙ୍କୁ ଜୋତାଧୂଆଁ ଦେବା ଘଟଣା: ଗିରଫ ହେଲେ ଗୁଣିଆ ଦମ୍ପତି

ଭୋଗରାଇ, ୧୪।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା ଥାନା ଅଧୀନ ମହାଗବ ଅଞ୍ଚଳର ଜଣେ ରୋଗଗ୍ରସ୍ତ ନାବାଳକଙ୍କୁ ଭୂତ ଲାଗିଥିବା କହି ଗୁଣିଆ ଦମ୍ପତି ଜୋତାପୋଡ଼ି ଧୂଆଁ ଦେବା ଓ ନିର୍ଧୁମ୍‌ ପିଟିବା ଘଟଣା ଭିଡିଓ ଭାଇରାଲ ହେବା ପରେ ସାଧାରଣରେ ତୀବ୍ର ପ୍ରତିକ୍ରୟା ପ୍ରକାଶ ପାଇଛି। କମର୍ଦ୍ଦା ଥାନା ଆଇଆଇସି ପାସ୍କେ ଏକ୍କାଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଗୁରୁବାର ଭୋର ସମୟରେ ପଶ୍ଚିମବଙ୍ଗ ପଶ୍ଚିମମେଦିନୀପୁର ଜିଲା ମହନପୁର ଥାନା ଅଞ୍ଚଳର ଗୁଣିଆ ଅଜୟ ରାଉଳ ଓରଫ୍‌ ଚୁଣ୍ଟିଆ (୫୫) ଓ ସ୍ତ୍ରୀ କମଳା ରାଉଳ (୪୫)ଙ୍କୁ ଗିରଫ କରି ଜଳେଶ୍ୱର କୋର୍ଟଚାଲାଣ କରିଛନ୍ତି। କୋର୍ଟରେ ଗୁଣିଆ ଦମ୍ପତିଙ୍କୁ ଜାମିନ ଆବେଦନ ଖାରଜ ହୋଇଯିବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।
ଏହି ନାବାଳକଙ୍କ ମାତାପିତା ଗରିବ ହୋଇଥିବାରୁ ଡାକ୍ତରଖାନା ନ ଯାଇ ଗ୍ରାମର କ୍ୱାକ୍‌ଙ୍କଠାରେ ଚିକିତ୍ସା କରିଥିଲେ। ହେଲେ ତାଙ୍କ ଦେହ ଭଲ ନ ହେବାରୁ ଭୂତପ୍ରେତ ଲାଗିଥିବା ସନ୍ଦେହ କରି ଗୁଣିଆ ପାଖକୁ ନେଇଥିଲେ। ସେଠାରେ ଗୁଣିଆ ଦମ୍ପତି ନାବାଳକଙ୍କୁ ରାସ୍ତା କଡ଼କୁ ନେଇ ପୂଜାର୍ଚ୍ଚନା କରିବା ସହିତ ଜୋତା ପୋଡ଼ି ଧୂଆଁଦେବା ଓ ଗଛଡ଼ାଳ ଓ ବାଡ଼ିରେ ନିର୍ଧୁମ୍‌ ମାରପିଟ କରିଥିଲେ। ଏଥିରେ ନାବାଳକଜଣକ ଅଚେତ ହୋଇପଡିଥିଲେ। ସେଠାରୁ ମାତାପିତା ନାବାଳକଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିକାରୀ ବେଶଧରି ଚୋରି କରୁଥିଲେ

କାଲିମେଳା,୨୧।୪(ଡି.ଏନ.ଏ.): ମାଲାକାନଗିରି ଜିଲା କାଲିମେଳା ଥାନା ଅଞ୍ଚଳରେ ବାରମ୍ବାର ଚୋରି ଅଭିଯୋଗ ହେଉଥିଲା। କାଲିମେଳା ସଦର ଅଞ୍ଚଳରେ ଜଣଙ୍କ ଘରୁ ଚୋରି ମାମଲାର ତଦନ୍ତବେଳେ ପୋଲିସ ତଦନ୍ତ...

ଭୋଟ ବର୍ଜନ କଲେ ଦୁଇ ୱାର୍ଡବାସୀ

ପାପଡାହାଣ୍ଡି,୨୨।୨ (ଡି.ଏନ୍‌.ଏ.): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପାପଡାହାଣ୍ଡି ବ୍ଲକର ଦୁଇ ୱାର୍ଡବାସୀ ଭୋଟ ବର୍ଜନ କରିବା ଦେଖିବାକୁ ମିଳିଛି । ଜିଲା ପରିଷଦ ଜୋନ୍‌ ୩ର...

୪ ହଜାର ଘରବାହୁଡ଼ାଙ୍କ ଲାଗି ୯୫ କ୍ୱାରାଣ୍ଟାଇନ୍‌ ସେଣ୍ଟର: ପଞ୍ଜୀକରଣ କଲେଣି ୩୭୪୨ ଜଣ

ନିଶ୍ଚିନ୍ତକୋଇଲି,୨୯ା୪(ସ୍ବ.ପ୍ର.): ବାହାର ରାଜ୍ୟରେ ଥିବା ପ୍ରବାସୀ ଓଡ଼ିଆଙ୍କ ପାଇଁ ସରକାର ସହାନୁଭୂତି ଦେଖାଇଛନ୍ତି। ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବା ସହ ସ୍ବତନ୍ତ୍ର କ୍ୱାରାଣ୍ଟାଇନ୍‌ରେ ୧୪...

ମୁଁ ମରିଯିବି, ଫାଶୀ ଦେଇଦେବି, ହେଲେ କୋଭିଡ ସେଣ୍ଟରକୁ ଯିବିନି କହି କାମୁଡ଼ି ଦେଲେ କରୋନା ରୋଗୀ

କଟକ ଅଫିସ,୨୮।୪: ଜଣେ ମହିଳା କରୋନା ରୋଗୀଙ୍କ ଏଭଳି ଚିତ୍କାର ମୁଁ ମରିଯିବି, ଫାଶୀ ଦେଇଦେବି, ହେଲେ କୋଭିଡ ସେଣ୍ଟରକୁ ଯିବିନି। କୋଭିଡ ସେଣ୍ଟର ଭିତରକୁ...

ଭେଲୋରା-ସିଂଲା ରାସ୍ତା ମରଣଯନ୍ତା

ରୂପସା, ୨୦।୭(ଡି.ଏନ.ଏ.) – ବାଲେଶ୍ୱର ଜିଲା ବସ୍ତା ବ୍ଲକ ଭେଲୋରା-ପାଉଁଶକୁଲି-ସିଂଲା ରାସ୍ତା ମରଣଯନ୍ତା ପାଲଟିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନ ଉକ୍ତ ରାସ୍ତାଟି ୬୦ ନମ୍ବର...

ଷ୍ଟେଶନରେ ଯାତ୍ରୀଙ୍କ ସହ ଟ୍ରେନ୍‌କୁ ଅପେକ୍ଷା କଲେ ରେଳ ମନ୍ତ୍ରୀ

ବଲାଙ୍ଗୀର ଅଫିସ୍‌,୨୩।୮: ଜନ ଆଶୀର୍ବାଦ ଯାତ୍ରା ପାଇଁ ଓଡ଼ିଶା ଆସିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ। ରବିବାର ଓଡିଶାର ଏକ ଷ୍ଟେଶନ ପ୍ଲାଟଫର୍ମରେ ପଡ଼ିଥିବା ଏକ...

କରୋନା ଆକ୍ରାନ୍ତ ୨ ବିଧାୟକଙ୍କ ସହ କଥାହେଲେ ନବୀନ

ଭୁବନେଶ୍ୱର, ୧୧।୭(ବ୍ୟୁରୋ): ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ ଓ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି। ଉଭୟ...

ଓଡ଼ିଶା ସୀମାନ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ନିଜେ ଚା’ ପ୍ରସ୍ତୁତ କରି ପିଆଇଲେ

ଭୋଗରାଇ, ୨୩।୮(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ଦୀଘା ସୈକତ ସହରକୁ ୪ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସି ଗୁରୁବାର ପୂର୍ବାହ୍ନରେ ଫେରିଛନ୍ତି। ସେ ଦୀଘାରେ...

Advertisement
Archives

Model This Week