ଭୂତଳ ଜଳ କମୁଛି: ଜଳାଭାବରେ ରାଜଧାନୀ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଓଡ଼ିଶାରେ ଭବିଷ୍ୟତରେ ଜଳ ସଙ୍କଟ ଉଗ୍ରରୂପ ନେବ। ରାଜ୍ୟରେ ଭୂତଳ ଜଳସ୍ତର ଦିନକୁ ଦିନ କମୁଥିବାରୁ ଆସନ୍ତା ୧୦ରୁ ୨୦ବର୍ଷ ମଧ୍ୟରେ ଏହା ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିବ। ବିଶେଷକରି ଭୂତଳ ଜଳସ୍ତର କ୍ଷେତ୍ରରେ ଏହା ଅଧିକ ପରିଲ୍ଲକ୍ଷିତ ହେବ ଏବଂ ରାଜଧାନୀ ଭୁବନେଶ୍ୱର ଏହାଦ୍ୱାରା ସର୍ବାଧିକ ପ୍ରଭାବିତ ହେବ। ଭୂତଳ ଜଳସ୍ତର ଅହେତୁକଭାବେ ହ୍ରାସ ପାଉଥିବାରୁ ବର୍ତ୍ତମାନ ସୁରକ୍ଷିତ ଜୋନ୍‌ରେ ଥିବା ଭୁବନେଶ୍ୱର ସେମି-କ୍ରିଟିକାଲ ଜୋନ୍‌ରେ ପରିଣତ ହେବାକୁ ଆଉ ବେଶି ସମୟ ଲାଗିବନି ବୋଲି ପରିବେଶବିତ୍‌ମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଡାଇରେକ୍ଟୋରେଟ୍‌ ଅଫ୍‌ ଗ୍ରାଉଣ୍ଡ ଓ୍ବାଟର ସର୍ଭେ ଆଣ୍ଡ୍‌ ଇନ୍‌ଭେଷ୍ଟିଗେଶନ (ଡିଜିଡବ୍ଲ୍ୟୁଏସ୍‌ଆଇ), ଓଡ଼ିଶା ଦ୍ୱାରା ୨୦୧୧ରେ କରାଯାଇଥିବା ସର୍ବେକ୍ଷଣ ଅନୁଯାୟୀ, ଭୁବନେଶ୍ୱରରେ ଭୂତଳ ଜଳସ୍ତର ଦ୍ରୁତ ଗତିରେ ହ୍ରାସ ପାଉଛି। ୨୦୦୭ରୁ ୨୦୧୧ ମଧ୍ୟରେ ସହରର ପ୍ରମୁଖ ଅଞ୍ଚଳରେ ଭୂତଳ ଜଳସ୍ତର ୧ ମିଟର ହ୍ରାସ ପାଇଛି। ସେହିଭଳି ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଦିନକୁ ଦିନ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି। କିଛି କିଛି ସ୍ଥାନରେ ୧୦ମିଟରରୁ ଅଧିକ ଜଳସ୍ତର ହ୍ରାସ ପାଇଥିବା ଏହି ରିପୋର୍ଟରେ ଦର୍ଶାଯାଇଛି। ଉଭୟ ଶିଳ୍ପ, ବ୍ୟବସାୟିକ ଏବଂ ଘରୋଇକ୍ଷେତ୍ରରେ ଜଳର ବ୍ୟବହାର ବଢୁଥିବାବେଳେ ବିପୁଳ ପରିମାଣରେ ଜଳ ଅପଚୟ ଏହା ପଛର କାରଣ ବୋଲି କୁହାଯାଉଛି। ସହରରେ କଂକ୍ରିଟ୍‌ର ଅଧିକ ବ୍ୟବହାର ଏବଂ ବହୁଳଭାବେ ଗଛକଟା ମଧ୍ୟ ଜଳସ୍ତର ହ୍ରାସର ଅନ୍ୟତମ ପ୍ରମୁଖ କାରଣ ସାଜିଛି। ରାଜଧାନୀରେ ଏବେ ପ୍ରାୟ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ରହୁଥିବାବେଳେ ଦିନକୁ ଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି। ବର୍ତ୍ତମାନ ପରିସ୍ଥିତିରେ ୬୪ପ୍ରତିଶତ ଭୂତଳ ଜଳ ବ୍ୟବହାର କରାଯାଉଥିବାବେଳେ ୭୦ପ୍ରତିଶତ ବ୍ୟବହାର କରାଯିବାକୁ ଆଉ ବେଶି ସମୟ ଲାଗିବନି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ହେଲେ ଦେଶର ଅନ୍ୟ ସହର ଭଳି ଏହାକୁ ମଧ୍ୟ ସେମି-କ୍ରିଟିକାଲ ଜୋନ୍‌ଭାବେ ଘୋଷଣା କରାଯିବ। ଅନ୍ୟପକ୍ଷରେ ୨୦୨୦ରେ ହେଉଥିବା ଜଳ ବ୍ୟବହାରକୁ ହିସାବ କଲେ ଦିନକୁ ଜଣ ପିଛା ୧୬୫ଲିଟର ହିସାବରେ ଭୁବନେଶ୍ୱରରେ ପ୍ରାୟ ୪୨୨ ମିଲିୟନ ଲିଟର ପାଣିର ଆବଶ୍ୟକତା ରହିଛି। ଏଭଳିସ୍ଥଳେ ଭୂତଳ ଜଳ ଦୈନିକ ୧୨୨ ମିଲିୟନ ଲିଟର ଯୋଗାଇପାରିବ। ୨୦୧୦ରେ ଏହି ଦୈନିକ ଆବଶ୍ୟକତା ମାତ୍ର ୨୦୬ ମିଲିୟନ ଲିଟର ରହିଥିଲା। ମାତ୍ର ୧୦ବର୍ଷ ମଧ୍ୟରେ ସହରର ଜଳ ଆବଶ୍ୟକତା ଦୁଇଗୁଣାରୁ ଊର୍ଦ୍ଧ୍ୱ ହୋଇଥିଲେ ମଧ୍ୟ ଜଳ ସଂରକ୍ଷଣ କ୍ଷେତ୍ରରେ ସହର ବହୁ ପଛରେ ପଡ଼ିଛି। ସହର ଏବଂ ସହର ଉପକଣ୍ଠରେ ଏବେ ପ୍ରାୟ ୧ହଜାରରୁ ଊର୍ଦ୍ଧ୍ୱ ଛୋଟ ବଡ଼ ଆପାର୍ଟମେଣ୍ଟ ରହିଛି। ଏହି ଆପାର୍ଟମେଣ୍ଟଗୁଡ଼ିକରେ ଭୂତଳ ଜଳକୁ ମନଇଚ୍ଛା ବ୍ୟବହାର କରାଯାଉଛି। ଭୂତଳ ଜଳର ବ୍ୟବହାରକୁ ନେଇ କୌଣସି ରେଗୁଲେଶନ ନ ଥିବାରୁ ଜଳ ଅପଚୟ ବୃଦ୍ଧିପାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ ତାପମାତ୍ରା ବଢୁଛି, ଯାହାର ପ୍ରଭାବ ଭୂତଳ ଜଳ ଉପରେ ପଡ଼ୁଛି। ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥାହେଲା, ଗ୍ରାଉଣ୍ଡ ଓ୍ବାଟର ରିଚାର୍ଜ ବହୁ ପରିମାଣରେ କମିଯାଇଛି। ଅପରପକ୍ଷରେ ବର୍ଷାର ଅନିୟମିତତା ଏକ ପ୍ରମୁଖ କାରଣ। ବର୍ଷକର ୩୦ପ୍ରତିଶତ ବର୍ଷା ଗୋଟିଏ ଦିନରେ ହୋଇଯାଉଛି। ତେଣୁ ବର୍ଷାଜଳ ଭୂତଳକୁ ଯିବା ସମ୍ଭବ ହେଉନି ବୋଲି ଜଳ ବିଶେଷଜ୍ଞ ରଞ୍ଜନ ପଣ୍ଡା କହିଛନ୍ତି।

ରାଜ୍ୟରେ ସ୍ଥିତି ଶୋଚନୀୟ

୨୦୧୯ରେ ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ବିଧାନସଭାରେ ଦେଇଥିବା ତଥ୍ୟ ଅନୁଯାୟୀ, ୨୦୦୯ରୁ ୨୦୧୭ ମଧ୍ୟରେ ରାଜ୍ୟରେ ୧୧୨କୋଟି କ୍ୟୁବିକ୍‌ ମିଟର ଅର୍ଥାତ୍‌ ୬.୭୧% ଭୂତଳ ଜଳ ହ୍ରାସ ପାଇଛି। ସେଣ୍ଟ୍ରାଲ ଗ୍ରାଉଣ୍ଡ୍‌ ଓ୍ବାଟର ବୋର୍ଡ(ସିଜିଡବ୍ଲ୍ୟୁବି)ର ତଥ୍ୟ ଅନୁଯାୟୀ, ୨୦୦୯ରେ ରାଜ୍ୟ ଭୂତଳ ଜଳସ୍ତର ୧୬୬୯ କୋଟି କ୍ୟୁବିକ୍‌ ମିଟର ଥିବାବେଳେ ୨୦୧୭ ବେଳକୁ ତାହା ହ୍ରାସପାଇ ୧୫୫୭ କୋଟି କ୍ୟୁବିକ୍‌ ମିଟରରେ ପହଞ୍ଚତ୍ଛି। ୨୦୧୩ରୁ ୨୦୧୭ ମଧ୍ୟରେ ରାଜ୍ୟରେ ଭୂତଳ ଜଳର ବ୍ୟବହାର ୩୦ ପ୍ରତିଶତରୁ ବୃଦ୍ଧିପାଇ ୪୨ପ୍ରତିଶତରେ ପହଞ୍ଚତ୍ଛି। ଚାଷକାର୍ଯ୍ୟରେ ଭୂତଳ ଜଳର ବ୍ୟବହାର ବଢୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି। ଭାରତ ବିଶ୍ୱରେ ସର୍ବାଧିକ ଭୂତଳ ଜଳ ବ୍ୟବହାର କରୁଥିବା ରାଷ୍ଟ୍ର ହୋଇଥିବାରୁ ଆଗାମୀଦିନରେ ଜଳ ସଂକଟ ଉତ୍କଟ ରୂପ ନେବ ବୋଲି ଆଶଙ୍କା କରାଯାଉଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri