ଭୂତକୋଠି ପାଲଟିଛି ଡାକବଙ୍ଗଳା

ମୁନିଗୁଡ଼ା,୧୮।୯(ଡି.ଏନ୍‌.ଏ.) : ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ଅମ୍ବାଦଳା ରାଜ୍ୟ ରାଜପଥ ପାର୍ଶ୍ୱରେ ଥିବା ବହୁ ପୁରାତନ ଗେଷ୍ଟ୍‌ ହାଉସ୍‌ ତଥା ଡାକବଙ୍ଗଳା ଭୂତକୋଠି ପାଲଟିଛି। ୩/୪ ଏକର ପରିମିତ ଜାଗାରେ ଥିବା ଏହି ସରକାରୀ ଡାକବଙ୍ଗଳାରେ ଉଚ୍ଚ ପଦାଧିକାରୀମାନେ ବିଶ୍ରାମ ନେଉଥିଲେ। କନ୍ତୁ ବର୍ତ୍ତମାନ ତାହା ଆଉ କାମରେ ଲାଗୁନି। ପ୍ରତିବର୍ଷ ଆର୍‌ଡି ବିଭାଗ ପକ୍ଷରୁ ଉକ୍ତ ଡାକବଙ୍ଗଳାର ମରାମତି କରାଯାଉଥିଲେ ମଧ୍ୟ ଭୂତକୋଠ ପରି ଦେଖାଯାଉଛି। ଏହି ଡାକବଙ୍ଗଳାରେ ୩ଟି ଶୟନକକ୍ଷ, ୨ଟି ସଭାଗୃହ ସହ ଗୋଟିଏ ବଡ଼ ବାରଣ୍ଡା ରହିଛି। କିନ୍ତୁ ତାହା ମରାମତି ପରେ ମଧ୍ୟ ଯଥା ପୂର୍ବଂ ତଥା ପର ହୋଇଛି। ଏଠାରେ ଥିବା ଆସବାବପତ୍ର ବି ନଷ୍ଟ ହେବାକୁ ବସିଛି। ଡାକବଙ୍ଗଳାର ପାଇଖାନା ଏବଂ ସ୍ନାନାଗାର ଭଗ୍ନ ଅବସ୍ଥାରେ। ସେହିପରି ଏହାର ଚତୁଃପାର୍ଶ୍ୱରେ ଅନାବନା ଗଛ ମାଡ଼ିଗଲାଣି। ପାନୀୟ ଜଳର ସୁବ୍ୟବସ୍ଥା ନାହିଁ। ଡାକବଙ୍ଗଳାକୁ ଲାଗି ରାଜ୍ୟ ରାଜପଥ ଯାଇଛି। ଅନ୍ୟପାର୍ଶ୍ୱରେ ହାଇସ୍କୁଲ, ସାମନ୍ତ କଲେଜ, ଅମ୍ବାଦୋଳ ପୋଲିସ ଷ୍ଟେଶନ ଓ ଅମ୍ବୁଭଟା ପଞ୍ଚାୟତ କାର୍ଯ୍ୟାଳୟ ରହିଛି। ମାତ୍ର ଡାକବଙ୍ଗଳା ପ୍ରତି କାହାର ଶୁଭଦୃଷ୍ଟି ପଡୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ,ଅବକାରୀ ବିଭାଗର ମିଳିତ ଚଢାଉ: ମଦ ଜବତ, ୯ ଗିରଫ

ଆସିକା,୨୫ା୭ (ଡି.ଏନ୍‌.ଏ.) – ଆସିକା ଥାନା ଇଲାକାର ବିଭିନ୍ନ ଗ୍ରାମାଞ୍ଚଳରେ ଚାଲିଥିବା ଚୋରା ରନ୍ଧା ମଦ ଭାଟି ଓ ମଦ ଦୋକାନ ଉପରେ ବୁଧବାର ପୋଲିସ...

ସ୍ବାଧୀନତା ଦିବସରେ ଗାନ୍ଧିଜୀଙ୍କୁ ଅସମ୍ମାନ

ଚନ୍ଦାହାଣ୍ଡି, ୧୫।୮(ଡି.ଏନ୍‌.ଏ.)-ଅଗଷ୍ଟ ୧୫ ସ୍ବାଧୀନତା ଦିବସରେ ସମସ୍ତେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ମନେ ପକାଇଥାନ୍ତି। ଜାତୀୟ ପତାକା ଉତ୍ତୋଳନ ପରେ ସେମାନଙ୍କ ବଳିଦାନର କଥା ଚର୍ଚ୍ଚା ହୋଇଥାଏ।...

ବିକଟାଳ ଶବ୍ଦ ପାଇଁ ତଣ୍ଡ ଗଣିଲେ ବାଇକ୍‌ ଚାଳକ

ଭଦ୍ରକ ଅଫିସ, ୨୫ା୧୨: ବିକଟାଳ ଶବ୍ଦ ପାଇଁ ଜଣେ ବାଇକ୍‌ ଚାଳକ ତଣ୍ଡ ଗଣିଛନ୍ତି। ପୋଲିସକୁ ୨୫୦୦ ଟଙ୍କା ଫାଇନ ଦେବା ସହ ତାଙ୍କ ବାଇକ୍‌ର...

ଝଡ଼ତୋଫାନ, କୁଆପଥର ବର୍ଷା

ଆଠମଲ୍ଲିକ, ୪ା୩(ଡି.ଏନ.ଏ.) – ଅନୁଗୋଳ ଜିଲା ଆଠମଲ୍ଲିକ ସହରରେ ବୁଧବାର ଅପରାହ୍ନରେ ହଠାତ୍‌ ପ୍ରବଳ ବେଗରେ ପବନ ମାଡ଼ିଆସିବା ସହ କୁଆପଥର ବର୍ଷା ହୋଇ ବ୍ୟାପକ...

ସଫେଇ ବାହାନାରେ ଠକି ନେଲେ ସୁନା ଅଳଙ୍କାର

ବାରିପଦା ଅଫିସ,୧୬ା୧୨- ବାରିପଦା ସହରରେ ଚଳିତ ବର୍ଷ ଅପରାଧିକ କାର୍ଯ୍ୟକଳାପ ବିଗତ ବର୍ଷ ଅପେକ୍ଷା ବୃଦ୍ଧି ଘଟିଛି। ପୋଲିସ ଚାହିଁଲେ ସୁଦ୍ଧା ଅପରାଧକୁ କମାଇ ପାରୁ...

ପୁରୀରେ ସେବାୟତଙ୍କ ହେଲା କରୋନା ଟେଷ୍ଟ

ପୁରୀ ଅଫିସ,୨୫ା୬: କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ରହିବ। ଏମିତି କିଛି...

ଗଛରେ ପିଟିହେଲା କାର୍‌, ଜଣଙ୍କ ଜୀବନଗଲା, ୨ ଗୁରୁତର

ବଅଁରପାଳ,୮ା୫(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ବଉଳିଗଡ଼ ବ୍ରିଜ୍‌ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ କାର୍‌...

ମଣ୍ଡିରୁ ଉଠୁନି ଧାନ

ସୋନପୁର,୧୨ା୧୨(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ଧାନକିଣା ଆରମ୍ଭ ହେବାର ୬ ଦିନ ବିତିଲାଣି। ପ୍ରଥମ ପର୍ଯ୍ୟାୟରେ ଜିଲାର ଚାଷୀଙ୍କଠାରୁ ୩୦ଲକ୍ଷ ୪୭ ହଜାର କୁଇଣ୍ଟାଲ ଧାନ ସଂଗ୍ରହ...

Advertisement
Archives

Model This Week