ଭୁଶୁଡ଼ିଲା ଦୁଇ ମହଲା କୋଠା: ଅଳ୍ପକେ ବର୍ତ୍ତିିଲେ ପରିବାର ଲୋକେ

ଜଟଣୀ,୧୦ା୭(ଡି.ଏନ.ଏ.): ଜଟଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ରାଜାବଜାର ଅଞ୍ଚଳରେ ଏକ ବହୁ ପୁରୁଣା ୨ ମହଲା କୋଠାଘରର ଅର୍ଦ୍ଧାଧିକ ଅଂଶ ମଙ୍ଗଳବାର ସନ୍ଧ୍ୟାରେ ଭୁଶୁଡି ପଡ଼ିଥିଲା। ସୌଭାଗ୍ୟକୁ ଏହା ମଧ୍ୟରେ ରହୁଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। ହେଲେ ୬ଟି ଛେଳି ପଥର ତଳେ ଚାପି ହୋଇ ମରି ଯାଇଥିଲେ। ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଜଟଣୀରେ ମୁଷଳଧାରାରେ ବର୍ଷା ହୋଇଥିଲା। ବର୍ଷା ଛାଡ଼ିବା କିଛି ସମୟ ପରେ ସନ୍ଧ୍ୟା ପ୍ରାୟ ୮ଟାରେ ଏହା ଘଟିଥିଲା। ବର୍ଷା ହେଉଥିବାରୁ ଗୃହ ମାଲିକ ଜାଭେଦ ମହମ୍ମଦ ରଖିଥିବା ଛେଳିଗୁଡ଼ିକୁ ଘର ସମ୍ମୁଖ ତଳମହଲା କୋଠରି ମଧ୍ୟରେ ଆଣି ରଖିଥିଲେ। ଭୁଶୁଡ଼ି ପଡ଼ିଥିବା ସମ୍ମୁଖ କୋଠରିକୁ ଲାଗି ତଳ ମହଲାର ଅନ୍ୟ କୋଠରିରେ ଜାଭେଦଙ୍କ ପତ୍ନୀ ଓ ତାଙ୍କ ଦୁଇପିଲା ରହିଥିଲେ। ସୌଭାଗ୍ୟକୁ ଉପର ଓ ତଳମହଲା ସମ୍ମୁଖ ଦୁଇ କୋଠରି ଭୁଶୁଡ଼ି ପଡ଼ିଥିଲା। ଏ ନେଇ ଜାଭେଦଙ୍କ ସ୍ତ୍ରୀ ସାମିନା କୁହନ୍ତି, ହଠାତ୍‌ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଦୁଇପିଲା ଓ ସେ ଭୟଭୀତ ହୋଇପଡ଼ି କ’ଣ ହୋଇଛି ପ୍ରଥମେ ବୁଝିପାରି ନ ଥିଲୁ। ପରେ ଦେଖିଲା ବେଳକୁ ଏପରି ଅବସ୍ଥା। ସାହି ପିଲାଙ୍କ ସହାୟତାରେ ଘରର ପଛପଟେ ବହୁ କଷ୍ଟରେ ବାହାରିଥିଲୁ ବୋଲି ସେ କହିଛନ୍ତି। ଖବରପାଇ ଅଗ୍ନିଶମ ବିଭାଗ, ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ପଥର ତଳେ ଚାପି ହୋଇପଡ଼ିଥିବା ୧୦ଟି ଛେଳିଙ୍କ ମଧ୍ୟରୁ ୪ଟିକୁ ଅଗ୍ନିଶମ କର୍ମଚାରୀ ଜୀବନ୍ତ ବାହାର କରିଥିଲେ। ଏହି କୋଠାଟି ୧୦୦ ବର୍ଷର ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

ସରପଞ୍ଚ-ସମିତିସଭ୍ୟଙ୍କ ତୁ ତୁ ମେ ମେ, ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ

ରିଷିଡ଼ା,୨୩ା୭(ସୁଶାନ୍ତ ମଲ୍ଲିକ): ରାସ୍ତା କାମ କରିବା ପାଇଁ ଜନପ୍ରତିନିଧି ସରପଞ୍ଚ ଓ ସମିତିସଭ୍ୟଙ୍କ ଭିତରେ ତୁ ତୁ ମେ ମେ ଯୋଗୁ ଦେଢ଼ମାସ ହେଲା ରାସ୍ତା କାମ…

CJP Protest Update: ପିଏମ୍‌ ମୋଦିଙ୍କୁ କଂଗ୍ରେସ ଲେଖିଲା ଏଭଳି ଚିଠି, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୩।୭: ଲୋକ ସଭା ଏବଂ ରାଜ୍ୟ ସଭାରେ ଗୁରୁବାର ବିରୋଧୀ ଦଳଗୁଡ଼ିକ ନିଟ୍‌ (NEET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ ଆଲୋଚନା ଆରମ୍ଭ କରିବା ପୂର୍ବରୁ କେନ୍ଦ୍ର ଶିକ୍ଷା…

ସ୍ବାମୀଙ୍କୁ ଛାଡ଼ି ଦ୍ୱିତୀୟ ବିବାହ କରିଥିଲେ ଅର୍ଚ୍ଚନା: ୪୫ ଦିନ ପରେ ସ୍ବାମୀଙ୍କୁ କଲେ ହତ୍ୟା, କାରଣ ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଭୋପାଳ,୨୩।୭: ମଧ୍ୟପ୍ରଦେଶର ପାନ୍ନା ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିବାହର ମାତ୍ର ୪୫ ଦିନ ପରେ ଜଣେ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କ ସହିତ…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ଜୀବନକାଳ ଭିତରେ ସୁନ୍ଦରୀ ଗ୍ରହଣ କରି ନ ଥିଲେ ସରକାରଙ୍କ ଭତ୍ତା ଟଙ୍କା, ଦେହାନ୍ତ ପରେ ଅଞ୍ଚଳବାସୀ…

ମହାକାଳପଡ଼ା,୨୩ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଧରିତ୍ରୀ ଖବରଦାତା ପ୍ରତାପ ଚନ୍ଦ୍ର ସ୍ବାଇଁଙ୍କ ମା’ ସୁନ୍ଦରୀ ସ୍ବାଇଁ(୯୬) ଙ୍କର ମଙ୍ଗଳବାର ବାରଡ଼ାଙ୍ଗସ୍ଥିତ ବାସଭବନରେ ରାତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri