ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଚେରି

ପୁରୀ ଅଫିସ,୧୬ା୯ : ବିପଦସଙ୍କୁଳ ଅବସ୍ଥାରେ ଥିବା ଇନ୍ଦ୍ରଦ୍ୟୁମ୍ନ ପୁଷ୍ପରିଣୀ ପାଚେରି ରବିବାର ଭୁଶୁଡ଼ି ପଡ଼ିଛି। ଏହା ସହ ପୋଖରୀର ଏକ ପାର୍ଶ୍ୱ ପାଚେରି ଦବିଯାଇଛି। ଦୀର୍ଘଦିନ ଧରି ଏହାର ପାଚେରି ବିପଦସଙ୍କୁଳ ଅବସ୍ଥାରେ ରହିଥିବାବେଳେ ପ୍ରଶାସନର ଅବହେଳାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ମାର୍କଣ୍ଡ, ଶ୍ୱେତଗଙ୍ଗା, ଶ୍ରୀମନ୍ଦିରରେ ଥିବା ରୋହିଣୀକୁଣ୍ଡ, ମହୋଦଧି ଓ ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀକୁ ପଞ୍ଚତୀର୍ଥ ବୋଲି କୁହାଯାଏ। ଏଠାରେ ସ୍ନାନକଲେ ପୁଣ୍ୟପ୍ରାପ୍ତି ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି। ଶ୍ରୀକ୍ଷେତ୍ରର ବିକାଶ ପାଇଁ ସରକାର ଉଚ୍ଛେଦ କରୁଥିବାବେଳେ ଐତିହ୍ୟର ସଂରକ୍ଷଣ ସହ ଏହି ପୁଷ୍କରିଣୀର ପୁନରୁଦ୍ଧାର କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁଟ୍ୟୁବ୍‌ ଚ୍ୟାନେଲ ଶୁଭାରମ୍ଭ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସରକାରୀ ୟୁଟ୍ୟୁବ୍‌ ଚ୍ୟାନେଲ ରବିବାର ଶୁଭାରମ୍ଭ ହୋଇଛି। ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟ ଏବଂ ପରମ୍ପରାକୁ...

ମାଉଜର ଦେଖାଇ ଡାକ୍ତରଙ୍କ ଘରୁ ସୁନାଗହଣା, ୩ ଲକ୍ଷ ଟଙ୍କା, କାର ଲୁଟ୍‌

ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଧରପୁର ଗ୍ରାମରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି । ଦୁର୍ବୃତ୍ତମାନେ ମାଉଜର ଦେଖାଇ ସୁନାଗହଣା,...

ନୂଆ ଜୀବନ ପାଇଲେ ମାମୁନି

ଭୁବନେଶ୍ୱର,୬ା୭(ବ୍ୟୁରୋ): ଅଭିନେତା ସବ୍ୟସାଚୀଙ୍କ ପାଇଁ ନୂଆ ଜୀବନ ପାଇଛନ୍ତି ଜଗତ୍‌ସିଂହପୁରର ମାମୁନି। ବୟସ ମାତ୍ର ୧୯ବର୍ଷ। ହେଲେ ଏତେ କମ୍‌ ବୟସରେ ତାଙ୍କ କାନ୍ଧରେ ଏବେ...

କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର: ଓଡ଼ିଶୀରେ ସୁରୂପା, ଛଉରେ ତପନ

ଭୁବନେଶ୍ୱର,୧୭ା୭(ବ୍ୟୁରୋ): ଘୋଷଣା ହୋଇଛି ବହୁ ପ୍ରତୀକ୍ଷିତ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ୨୦୧୮। ଏହାସହ ଉସ୍ତାଦ୍‌ ବିସ୍‌ମିଲ୍ଲା ଖାନ୍‌ ଯୁବ ପୁରସ୍କାର ଏବଂ ଏକାଡେମୀ...

ବଢ଼ିଲା କ୍ୱାରାଣ୍ଟାଇନ୍‌ ଅବଧି: ଏଣିକି ୧୪ ଦିନ ପରିବର୍ତ୍ତେ ୨୮ ଦିନ ରହିବେ ଲୋକେ

ଭୁବନେଶ୍ୱର,୮।୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବାହାରୁ ରାଜ୍ୟକୁ ଫେରୁଥିବା ପ୍ରବାସୀଙ୍କ ସଂଖ୍ୟା ବଢ଼ୁଥିବାରୁ ପଜିଟିଭ୍‌ ସଂଖ୍ୟା ଆହୁରୀ ବଢ଼ିବା...

ପାଟ୍ରୋଲିଂ ଗାଡ଼ି ଚକାତଳେ ଗଲା ୨ ନାବାଳକଙ୍କ ଜୀବନ

କୁଆଁରମୁଣ୍ଡା,୧୩ା୪(ଡି.ଏନ୍‌.ଏ.): ଇଣ୍ଡିଆନ ଅଏଲ କର୍ପୋରେଶନ ଲିଃ(ଆଇଓସିଏଲ)ର ପାଟ୍ରୋଲିଂ କରୁଥିବା ଏକ ବୋଲେରୋ ମଙ୍ଗଳବାର ରାତିରେ ବୀରମିତ୍ରପୁର ଥାନା ଅନ୍ତର୍ଗତ ପାକେରଲଙ୍ଗର-କୁଦାବେଡ଼ା ରାସ୍ତାରେ ୨ ନାବାଳକଙ୍କ ଉପରେ...

କାଶୀପୁର ବନ୍ଦ ପାଳନ

ରାୟଗଡ଼ା ଅଫିସ,୫।୧: ରାୟଗଡ଼ା ଜିଲା କାଶୀପୁର ବ୍ଲକସ୍ଥିତ ବାଫାଲମାଲି ଖଣି ଅଞ୍ଚଳରେ କର୍ମୀ ନିଯୁକ୍ତି ଦାବି ନେଇ ଚନ୍ଦ୍ରଗିରି ଛକରେ ଆନ୍ଦୋଳନରେ ବସିଥିବା ୩୪ ଜଣ...

ଶୁଣିଲାନି ପୂର୍ତ୍ତ ବିଭାଗ: ରାସ୍ତା ମରାମତି କଲେ ଅଟୋ ଚାଳକ

ଗୋପ,୧୧।୧୧(ଡି.ଏନ୍‌.ଏ.)- ଗୋପ-କୋଣାର୍କ ପୂର୍ତ୍ତ ରାସ୍ତାର ଗୋପ ବଜାରରେ ବଡ଼ ବଡ଼ ଖାଲ ସୃଷ୍ଟି ହୋଇଛି। ଏଥିଲାଗି ଅଧିକାଂଶ ସମୟରେ ବିଭିନ୍ନ ଦୁର୍ଘଟଣାମାନ ଘଟୁଛି। ବାରମ୍ବାର ଅଭିଯୋଗସତ୍ତ୍ୱେ...

Advertisement
Archives

Model This Week