ଭୁଶୁଡ଼ିଲା ଅଧ୍ୟକ୍ଷ କାର୍ଯ୍ୟାଳୟର ସିଲିଂ

କଟକ ଅଫିସ,୫।୯: ଜାତୀୟ କବି ବୀର କିଶୋର (ଜେକେବିକେ) ସରକାରୀ କଲେଜର ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ସିଲିଂ ଭୁଶୁଡ଼ି ପଡିଛି। ବୁଧବାର କାର୍ଯ୍ୟାଳୟ ଖୋଲାଯିବା ପରେ ଅଧ୍ୟକ୍ଷଙ୍କ ରୁମ୍‌ ଭିତରେ ସିଲିଂଗୁଡ଼ିକ ବିଛାଡ଼ି ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅଧ୍ୟକ୍ଷ ବସୁଥିବା ଚେୟାରର ଉପରପାର୍ଶ୍ୱ ସିଲିଂ ଅଧିକମାତ୍ରାରେ ଭୁଶୁଡ଼ିଛି। ରବିବାରଠାରୁ କଲେଜ ବନ୍ଦ ଥିବା ହେତୁ ଏହା କେଉଁଦିନ ଭୁଶୁଡ଼ିଛି ତାହା ଜଣାପଡ଼ିନାହିଁ। ବିଧାୟକ ସୌଭିକ ବିଶ୍ୱାଳ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।
୨୦୧୬ରେ ନ୍ୟାଶନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେଶନ କାଉନସିଲ(ନାକ୍‌) କମିଟି ଗସ୍ତ ସମୟରେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟର ନବୀକରଣ କରାଯାଇଥିଲା। ଏହି ସମୟରେ ହିଁ ସିଲିଂଗୁଡ଼ିକ ଲଗାଯାଇଥିଲା। ସାମୂଦ୍ରିକ ଝଡ଼ ଫନୀ ପ୍ରଭାବରେ କଲେଜର ବିଭିନ୍ନ କୋଠାର କାନ୍ଥ ଦୁର୍ବଳ ହୋଇପଡ଼ିଥିବା ଜଣାପଡ଼ିଛି। ବିଜ୍ଞାନ ବ୍ଲକର ରୁମ୍‌ ନଂ.୭, କଳା ବ୍ଲକର ରୁମ ନଂ.୧୮, ପାଠାଗାରର ଛାତରୁ ପାଣି ଝରୁଛି। ଏପରି କି ପାଠାଗାରର ଅନେକ ପୁସ୍ତକ ଓଦା ହୋଇ ନଷ୍ଟ ହେବାକୁ ବସିଲାଣି। ବାଣିଜ୍ୟ ବ୍ଲକର ବିଭିନ୍ନ ରୁମ୍‌ରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି। ବର୍ଷା ପରେ ବିଭିନ୍ନ ରୁମ୍‌ର କାନ୍ଥ ବିପଜ୍ଜନକ ହୋଇପଡିଛି। ଏହି କାନ୍ଥଗୁଡ଼ିକୁ ଛୁଇଁଲେ କରେଣ୍ଟ ମାରୁଛି ବୋଲି କେତେଜଣ କର୍ମଚାରୀ କହିଛନ୍ତି। ସେହିପରି ପ୍ରଶାସନିକ କାର୍ଯ୍ୟାଳୟର କାନ୍ଥ ବିପଦସଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଗତ ମେ ଶେଷ ସପ୍ତାହରେ କଲେଜ ପକ୍ଷରୁ ଏକ ଜରୁରିକାଳୀନ ବୈଠକ ଡକାଯାଇଥିଲା। ପରେ ପୂର୍ତ୍ତବିଭାଗ, ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓ ସେସୁକୁ ଏ ନେଇ ଚିଠି ଲେଖାଯାଇଥିଲା। ପୂର୍ତ୍ତ ବିଭାଗ ପକ୍ଷରୁ ମରାମତିର ଆକଳନ ପାଇଁ ଏକ ଟିମ୍‌ ଯିବ ବୋଲି ବାରମ୍ବାର କୁହାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟ ଆଗେଇ ପାରିନାହିଁ। ଏବେ କଲେଜର ଯୁକ୍ତ ୨ ଓ ଯୁକ୍ତ ୩ ଶ୍ରେଣୀରେ ୨୬୦୦ ଛାତ୍ରୀଛାତ୍ର ଅଛନ୍ତି। ଏ ସମ୍ପର୍କରେ ଜାଣିବା ପାଇଁ ଅଧ୍ୟକ୍ଷ ଡ.ମଧୁସ୍ମିତା ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ୍‌ ଅଫ ଥିଲା। ଅନ୍ୟପକ୍ଷରେ କଲେଜର ବରିଷ୍ଠ ଅଧ୍ୟାପକ ଡ. ଅନନ୍ତ କିଶୋର ଜେନା କହିଛନ୍ତି, କଲେଜ କୋଠା ବିପଦସଙ୍କୁଳ ଅବସ୍ଥାରେ ଅଛି। କିଛି ରୁମ୍‌ର କାନ୍ଥ ଭୁଶୁଡ଼ିବା ପରିସ୍ଥିତିରେ ପହଞ୍ଚିଲାଣି। ଏହାର ମରାମତି ତୁରନ୍ତ କରା ନ ଗଲେ ଆଗାମୀ ଦିନରେ କିଛି ବଡ଼ ବିପଦ ଘଟିପାରେ। ସୂଚନାଥାଉ କି, ପୁରାତନ ରେଭେନ୍‌ଶା କଲେଜର ଓଲ୍ଡ ପିଜି ହଷ୍ଟେଲ କୋଠା ଓଏମ୍‌ପିରେ ଥିଲା। ଏହି ପୁରୁଣା କୋଠାରେ ହିଁ ଏବେ ଜେକେବିକେ କଲେଜ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

ରାଘବ ଚଢାଙ୍କୁ ରାଜ୍ୟ ସଭାରେ ବଡ଼ ଦାୟିତ୍ୱ, ଭାଜପାର ବଡ଼ ଘୋଷଣା

ନୂଆଦିଲ୍ଲୀ,୨୩।୫: ଆମ ଆଦମୀ ପାର୍ଟି ଛାଡି ଭାଜପାରେ ଯୋଗଦେବା ପରେ ତୁରନ୍ତ ରାଜ୍ୟ ସଭା ଏମପି ରାଘବ ଚଢାଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ରାଜ୍ୟ…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri