ଭୁଲ ବିଲ୍‌କୁ ନେଇ ଚିନ୍ତାରେ ଗ୍ରାହକ: ୧୫୦ ବଦଳରେ ଆସିଲା ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବିଦ୍ୟୁତ୍‌ ବିଲ୍‌

ଚମ୍ପୁଆ,୨୨ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ବିଦ୍ୟୁତ ବିଭାଗ ଅଧୀନ ମନ୍ଦିରସାହି ନିବାସୀ ଓମକାର ସାହୁଙ୍କ ପାଖକୁ ୪ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଏକ ବିଦ୍ୟୁତ ବିଲ୍‌ ଆସଛି। ଏହି ବିଲ୍‌ ଦେଖିବା ପରେ ତାଙ୍କର ଚିନ୍ତା ବଢ଼ିଯାଇଛି। ଘଟଣାରୁ ପ୍ରକାଶ ଯେ, ଓମ୍‌କାରଙ୍କ ବିଦ୍ୟୁତ୍‌ ବିଲ୍‌ ୧୫୦ ଟଙ୍କା ମଧ୍ୟରେ ସୀମିତ ରହିଥାଏ। ତେବେ ନିକଟରେ ଆସିଥିବା ଗତମାସର ବିଲ୍‌ ୪ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସେ ଜାଣିବାକୁ ପାଇଥିଲେ। ମାସକ ମଧ୍ୟରେ ଏତେ ଟଙ୍କାର ବିଲ କିପରି ହେଲା ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହାର ସମାଧାନ ପାଇଁ ସେ ବିଦ୍ୟୁତ୍‌ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ସୂଚନା ଅନୁସାରେ ୨ ବର୍ଷ ତଳେ ବିଦ୍ୟୁତ ସଂଯୋଗ ନେଇଥିବା ଓମକାର ସାହୁ ପ୍ରତି ମାସ ଆବଶ୍ୟକ ବ୍ୟବହାର ଅନୁଯାୟୀ ୧୪୦ରୁ ୧୫୦ ଟଙ୍କା ବିଲ୍‌ ପଇଠ କରି ଆସୁଥିଲେ। ଏପରିକି ମିଟର ରିଡିଂ ଅନୁଯାୟୀ ପ୍ରତ୍ୟେକ ମାସ ସମାନ ଭାବେ ଏହି ବିଲ୍‌ ଆସୁଥିଲା। ଏଥର ଆସିଥିବା ଦେୟ ସଂଶୋଧନ କରାଯିବ ବୋଲି ବିଭାଗ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିବା ଓମକାର ପ୍ରକାଶ କରିଛନ୍ତି। କେଉଁ କାରଣ ପାଇଁ ଏଭଳି ଭୁଲ ବିଦ୍ୟୁତ୍‌ ଦେୟ ଆସୁଛି ସେଥିପ୍ରତି ବିଭାଗ ଦୃଷ୍ଟି ଦେବାକୁ ସାଧାରଣରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୮ରେ ପୁରୀ ଡିଭିଜନରେ ପକ୍ଷୀ ଗଣନା

ପୁରୀ ଅଫିସ, ୫।୧: ପୁରୀ ବନ୍ୟପ୍ରାଣୀ ଡିଭିଜନରେ ଆସନ୍ତା ୮ତାରିଖରେ ପକ୍ଷୀ ଗଣନା କରାଯିବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଛି। ରାଜ୍ୟର ବିଭିନ୍ନ ଡିଭିଜନରେ...

ପୁରୀରୁ ୧୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୭୦

ପୁରୀ ଅଫିସ, ୧୬।୬: ପୁରୀ ଜିଲାରୁ ମଙ୍ଗଳବାର ପୁଣି ୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୭୦ରେ...

ଗାଁକୁ ଫେରିଲେ ଗୋଟିଏ ପରିବାର

ପିପିଲି,୯।୯(ଡି.ଏନ୍‌.ଏ.): ପିପିଲି ବ୍ଲକ ଅନ୍ତର୍ଗତ ଚନ୍ଦ୍ରାଦେଇପୁର ବ୍ରାହ୍ମଣଶାସନ ଗ୍ରାମରେ ନାଲି ପିମ୍ପୁଡ଼ି ଆତଙ୍କରେ ୩ ପରିବାର ଗାଁ ଛାଡିଥିଲେ। ସେଥିମଧ୍ୟରୁ ଗୁରୁବାର ଗୋଟେ ପରିବାର ଗ୍ରାମକୁ...

ବୀରଗୋବିନ୍ଦପୁରର ଉନ୍ନତି ପାଇଁ ୨.୪୦ କୋଟି

ସାକ୍ଷୀଗୋପାଳ,୪ା୬(ଡି.ଏନ୍‌.ଏ.): କେନ୍ଦ୍ରରେ ମୋଦି ସରକାରଙ୍କ ଅଷ୍ଟମ ବର୍ଷ ପୂର୍ତ୍ତି ସମାରୋହ ପୁରୀ ଜିଲା ସତ୍ୟବାଦୀ ବ୍ଲକର ବୀରଗୋବିନ୍ଦପୁର ଗ୍ରାମରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସମାରୋହର ମୁଖ୍ୟ...

୨ ନାବାଳିକାଙ୍କୁ ଅପହରଣ ଘଟଣା:୫ କୋର୍ଟଚାଲାଣ

ବଇଣ୍ଡା,୨୨।୯(ଡି.ଏନ.ଏ.)-ଅନୁଗୋଳ ଜିଲା ଠାକୁରଗଡ଼ ଥାନା ଅଞ୍ଚଳର ୧୭ ବର୍ଷିୟା ୨ ଜଣ ନାବାଳିକାଙ୍କୁ ଅପହରଣ କରି ନେଇଥିବା ଅଭିଯୋଗରେ ପୋଲିସ ରବିବାର ୫ ଜଣଙ୍କୁ ଗିରଫ...

ମାଓବାଦୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ: ୩ ମାଓବାଦୀ ମୃତ

ମାଲକାନଗିରି,୨୫।୧୦(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ବିଜାପୁର ଅଧୀନରେ ଥିବା ଟେକୁଲାଗୁଡେମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମାଓବାଦୀ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩ ମାଓବାଦୀଙ୍କ...

ପରିଚୟ ଦେଇଛି ଖବରକାଗଜ

ଛେଣ୍ଡିପଦା,୧୭ା୧୨(ସ୍ବ.ପ୍ର.) ପରିବାରର ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ରୋଜଗାର ଆଶାରେ ମାତ୍ର ୧୫ ବର୍ଷ ବୟସରେ ଘରୁ ଗୋଡ଼ କାଢ଼ିଥିବା ଛେଣ୍ଡିପଦା ବ୍ଲକ ସାଲୁଇଖମଣ...

ଭଡ଼ାଘରେ ଚାଲିଥିଲା ନକଲି ଜର୍ଦ୍ଦା କାରଖାନା: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜର୍ଦ୍ଦା ଜବତ

ଭଦ୍ରକ ଅଫିସ, ୧୭ା୫-ଲକ୍‌ଡାଉନ୍‌ ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ନକଲି ଜର୍ଦ୍ଦା ବ୍ୟବସାୟୀମାନେ ନିଜର କାୟାବିସ୍ତାର କରିବାରେ ଲାଗିଛନ୍ତି। ଭଡ଼ାଘରେ ସେମାନେ...

Advertisement
Archives

Model This Week