ଭୁବନେଶ୍ୱରରେ ଶିଶୁକନ୍ୟା ବିକ୍ରି

ଭୁବନେଶ୍ୱର,୧୦।୧୧ବ୍ୟୁରୋ):ରାଜଧାନୀ ଭୁବନେଶ୍ୱରରେ ମା’ବାପା ନିଜ ଶିଶୁଙ୍କୁ ବିକ୍ରି କରିବା ଭଳି ସ୍ପର୍ଶକାତର ଘଟଣା ବାରମ୍ବାର ଘଟୁଛି। ମଙ୍ଗଳବାର ବଡ଼ଗଡ଼ ଥାନାଞ୍ଚଳରୁ ୩ବର୍ଷର ଜଣେ ଶିଶୁକନ୍ୟାଙ୍କୁ ଚାଇଲ୍ଡଲାଇନ୍‌ ଉଦ୍ଧାର କରିଥିଲା। ବୁଧବାର ଖଣ୍ଡଗିରି ଥାନା ଅଞ୍ଚଳରେ ସମାନ ଧରଣର ଆଉଏକ ଘଟଣା ସାମ୍ନାକୁ ଆସିଛି। ଶିଶୁକନ୍ୟାକୁ ୨୨ଦିନ ହୋଇଥିବାବେଳେ ମା’ବାପା ୧୦ହଜାର ଟଙ୍କାରେ ବିକ୍ରି କରିଦେଇଥିଲେ। ଚାଇଲ୍ଡ ଲାଇନ୍‌ ଓ ପୋଲିସ୍‌ର ମିଳିତ ଟିମ୍‌ ଚଢ଼ାଉ କରି ଏକ ଦମ୍ପତିଙ୍କଠାରୁ ଶିଶୁକନ୍ୟାଙ୍କୁ ଉଦ୍ଧାର କରିଛି। ବର୍ତ୍ତମାନ ଶିଶୁଟିର ବୟସ ୪ମାସ। ଚାଇଲ୍ଡ ଲାଇନ୍‌ର ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୫୫୧/୨୦୨୨) ରୁଜୁ କରି ଘଟଣାର ତଦନ୍ତ କରୁଛି। ଶିଶୁକନ୍ୟାକୁ କିଣିଥିବା ମହିଳା ଓ ତାଙ୍କ ସ୍ବାମୀଙ୍କୁ ଥାନାରେ ପଚରାଉଚରା କରାଯାଇଥିବା ଜଣାପଡିଛି।
ସୂଚନାନୁସାରେ, ଶିଶୁକନ୍ୟାର ମା’ବାପା କଟକରେ ରୁହନ୍ତି। ସେମାନେ ଅତି ଗରିବ ହୋଇଥିବାବେଳେ କାମ କଲେ ପରିବାରରେ ଚୁଲି ଜଳେ। ଦୁଇ ଦୁଇଟି ଶିଶୁକନ୍ୟାକୁ ଚଳାଇବା ତାଙ୍କ ପାଇଁ କଷ୍ଟକର ବ୍ୟାପାର ଥିଲା। ବରମୁଣ୍ଡାର ଜଣେ ମହିଳାଙ୍କର କୌଣସି ସନ୍ତାନ ନ ଥିବାରୁ ସେ ଜଣେ ମଧ୍ୟସ୍ଥ ମାଧ୍ୟମରେ କଟକରେ ରହୁଥିବା ସେହି ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ। ଉକ୍ତ ମଧ୍ୟସ୍ଥ ଜଣକ କଟକର ସେହି ଦମ୍ପତିଙ୍କ ସହ କଥା ହୋଇ ୧୦ହଜାର ଟଙ୍କାରେ ଶିଶୁକନ୍ୟା କିଣିବାକୁ ସମସ୍ତ ପ୍ରକ୍ରିୟା ସାରିଥିଲେ। ନୋଟାରୀ ଏଗ୍ରିମେଣ୍ଟ କରି ଟଙ୍କା କାରବାର ଓ ଶିଶୁକନ୍ୟା ବିକ୍ରି ହୋଇଥିଲା। ଏଥିସହ ଶିଶୁଟିର ନକଲି ଜନ୍ମ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏହି ଖବର ଚାଇଲ୍ଡ ଲାଇନ ଜାଣିବା ପରେ ଖଣ୍ଡଗିରି ପୋଲିସ ସହାୟତାର ଚଢ଼ାଉ କରି ବରମୁଣ୍ଡାରୁ ଶିଶୁକନ୍ୟାକୁ ଉଦ୍ଧାର କରିଥିଲେ। ଅପରପକ୍ଷରେ ବେଆଇନ ପୋଷ୍ୟ ଗ୍ରହଣ, ଶିଶୁ ବିକ୍ରି ,ସରକାରୀ ଡକ୍ୟୁମେଣ୍ଟ ଜାଲିଆତି କରିବା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଏଭଳି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ଚାଇଲ୍ଡ ଲାଇନ୍‌ ଅଧ୍ୟକ୍ଷ ବେଣୁଧର ସେନାପତି କହିଛନ୍ତି। ଏଥିସହ ଶିଶୁକନ୍ୟାଟିକୁ ସୁଭଦ୍ରା ମହାତ୍ମା ସେବା ସଦନରେ ରଖାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

ଝିଅର ଚିକିତ୍ସାକୁ ନେଇ ବଚସା, ସ୍ତ୍ରୀଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୭ା୮(ଗିରିଧାରୀ ପରିଛା): ଝିଅର ଚିକିତ୍ସାକୁ ନେଇ ସ୍ତ୍ରୀଙ୍କ ସହ ବଚସା ପରେ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଗଜପତି ଜିଲା ସେସନ୍ସ…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ଗୁଣ୍ଡା ସାହୁ ଅପହରଣ ମାମଲା: ଗିରଫ ୪ ଅଭିଯୁକ୍ତ କୋର୍ଟ ଚାଲାଣ , ଜାମିନ ନାମଞ୍ଜୁର ହେବାରୁ

ବଲାଙ୍ଗୀର, ୧୭।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ ବଲାଙ୍ଗୀର ପୋଲିସ…

ବ୍ରାହ୍ମଣୀରେ ଭୟଙ୍କର ବନ୍ୟା: ବିପଦ ସଙ୍କେତ ଡେଇଁ ୨୦ ଫୁଟରେ ପ୍ରବାହିତ ଜଳ, ଅଳଭା ଠାରେ ଘଳିଆ

ପଟ୍ଟାମୁଣ୍ଡାଇ,୧୭।୮ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଦେଇ ପ୍ରବାହିତ ବ୍ରାହ୍ମଣୀ ନଦୀରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରୂପ ଧାରଣ କରିଛି। ବ୍ରାହ୍ମଣୀ ନଦୀର ବିପଦ…

ପବିତ୍ର ଶ୍ରାବଣ ସୋମବାରକୁ ସଂକ୍ରାନ୍ତି ସଂଯୋଗ: ବିଭିନ୍ନ ମନ୍ଦିରରେ କାଉଡ଼ିଆଙ୍କ ପାଇଁ….

କଲ୍ୟାଣସିଂହପୁର, ୧୭।୮ (ଦୀପକ କୁମାର ପରିଡ଼ା): ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ତଥା ସିଂହ ସଂକ୍ରାନ୍ତି ଅବସରରେ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ପ୍ରମୁଖ ଶୈବପୀଠ ଓ…

ବଲାଙ୍ଗୀର ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ବଡ଼ ଖୁଲାସା; ରାଜଧାନୀରେ କରାଯାଇଥିଲା ଆପରାଧିକ ଷଡ଼ଯନ୍ତ୍ର, ଖଣ୍ଡଗିରି ଥାନାକୁ…

ବଲାଙ୍ଗୀର,୧୭ା୮(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ୍ ଗୁଣ୍ଡା ସାହୁ ଅପହରଣ ଘଟଣାରେ ବଡ଼ ଖୁଲାସା କରିଛି ବଲାଙ୍ଗୀର ପୋଲିସ । ଏହି ଆପରାଧିକ ଷଡ଼ଯନ୍ତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri