କାର୍ଯ୍ୟକାରୀ ହେଉନି ଯୋଜନା

ଯାଜପୁର ଅଫିସ,୧୦ା୧୧: ରାଜ୍ୟ ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଜାତୀୟ ଉପତ୍ାଦନ ବିନିଯୋଗ କ୍ଷେତ୍ର (ନ୍ୟାଶନାଲ ମ୍ୟାନୁଫାକ୍ଚରିଂ ଇନ୍‌ଭେଷ୍ଟମେଣ୍ଟ ଜୋନ୍‌) ଭାବେ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଥିଲା। ସାରା ଭାରତ ବର୍ଷରେ ଥିବା ୧୭ଟି ଜାତୀୟ ଉତ୍ପାଦନ ବିନିଯୋଗ କ୍ଷେତ୍ର ମଧ୍ୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥାନ ପାଇଥିଲା। ଏହି ଯୋଜନା କାର୍ଯ୍ୟକାରୀ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି। ହେଲେ ସେହି ଘୋଷଣାକୁ ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ତାହା କେବଳ ରିପୋର୍ଟରେ ସୀମିତ ରହିଛି। ଫଳରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଶିଳ୍ପାଞ୍ଚଳରେ ଗମନାଗମନ, ଯୋଗାଯୋଗ, ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପରାହତ ହେଉଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର କଳିଙ୍ଗନଗରରେ ଶିଳ୍ପର ବିକାଶ ପାଇଁ ୩୫ଟି ନୂଆ କାରଖାନା ସ୍ଥାପନ କରିବାକୁ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ତାହା ଏବେ ସ୍ବପ୍ନ ଭଳି ଲାଗୁଛି। ଏହି କ୍ରମରେ କଳିଙ୍ଗ ନଗର ଶିଳ୍ପ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ାଯାଇଛି।
ଅଭିଯୋଗ ଅନୁଯାୟୀ, ଗୋଟିଏ ପଟେ ରାଜ୍ୟ ସରକାର ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବା ପାଇଁ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରୁଛନ୍ତି। ଚଳିତ ମାସ ଶେଷ ଆଡକୁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ସୂଚନା ରହିଛି। ଅନ୍ୟପଟେ ଜାତୀୟ ଉତ୍ପାଦନ ବିନିଯୋଗ କ୍ଷେତ୍ରର ସ୍ବତନ୍ତ୍ର ମାନ୍ୟତା ପାଇଥିବା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା କାରଖାନାଗୁଡିକ ବିଭିନ୍ନ ସମସ୍ୟାରେ ଚାଲିଛି। ତେଣୁ ରାଜ୍ୟ ସରକାରଙ୍କ ନୋଡାଲ ଏଜେନ୍ସି ଇଡ୍‌କୋ ଜାତୀୟ ଉତ୍ପାଦନ ବିନିଯୋଗ କ୍ଷେତ୍ର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ୱାପ୍‌କୋସ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦେଇଛି। ଏହି ସଂସ୍ଥା କଳିଙ୍ଗନଗରରେ ୧୬୫.୨୫ ବର୍ଗ କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଶିଳ୍ପାଞ୍ଚଳର ଆବଶ୍ୟକତାକୁ ନଜରରେ ରଖି ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ଯଥା ସଡ଼କ ପଥ, ରେଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବର୍ଜ୍ୟଜଳ ପରିଚାଳନା ପାଇଁ ସ୍ବତନ୍ତ୍ର ଡ୍ରେନେଜ ବ୍ୟବସ୍ଥା ଓ ବର୍ଜ୍ୟ ଜଳକୁ ଟ୍ରିଟ୍‌ମେଣ୍ଟ କରାଯାଇ ପୁନଃ ବ୍ୟବହାର ଉପଯୋଗୀ କରିବା ପାଇଁ ନୀଳନକ୍ସା ପ୍ରସ୍ତୁତ କରିଛି। ଏହି ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ଏହି ମର୍ମରେ କଳିଙ୍ଗନଗର ଶିଳ୍ପ ସଂଘର ସଭାପତି ପି.ଏଲ୍‌. କଣ୍ଡେଇ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ପତ୍ରରେ ଆହୁରି ଦର୍ଶାଇଛନ୍ତି, କଳିଙ୍ଗନଗରରେ ଟାଟା, ଜିନ୍ଦଲ, ଟିଏସ୍‌ଏମ୍‌ଏଲ୍‌, ଭିସା, ମଇଥାନ, ବିଆର୍‌ପିଏଲ୍‌, ସାଗର ସିମେଣ୍ଟ, ୟାଜଦାନୀ, ନ୍ୟୁଭିସ୍ତା ଆଦି ଶିଳ୍ପ ସଂସ୍ଥା ସେମାନଙ୍କ କାରଖାନା ସ୍ଥାପନ କରିଛନ୍ତି। କିନ୍ତୁ ବିଡମ୍ବନା ଯେ ଆବଶ୍ୟକ ଭିତ୍ତିଭୂମିର ଅଭାବରୁ ଏହି କାରଖାନାଗୁଡ଼ିକ ପରିଚାଳନା ଓ ସମ୍ପ୍ରସାରଣ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳରେ ବାର୍ଷିକ ହାରାହାରି ୫୫୦ ମିଲିମିଟର ବର୍ଷା ହେଉଛି। ଉକ୍ତ ସ୍ଥାନ ଅସମତଳ ଏବଂ ପାହାଡିଆ ହୋଇଥିବାରୁ ମୌସୁମୀ ଓ ଲଘୁଚାପ ପ୍ରଭାବରେ ହେଉଥିବା ବର୍ଷାର ଜଳ ଉପରମୁଣ୍ଡରେ ଗଢ଼ି ଉଠିଥିବା କାରଖାନାରୁ ତଳିଆ ଅଞ୍ଚଳରେ ରହିଥିବା କାରଖାନା ମଧ୍ୟ ଦେଇ ନିକଟସ୍ଥ ଅଞ୍ଚଳକୁ ପ୍ରବାହିତ ହେଉଛି। ଟାଟା କାରଖାନା ସମୁଦ୍ର ପତ୍ତନଠାରୁ ୫୭ ମିଟର, ଜିନ୍ଦଲ ୪୯ ମିଟର, ଟିଏସ୍‌ଏମ୍‌ଏଲ୍‌ (ରୋହିତ) ୫୫ ମିଟର, କେଜେ ୪୭ ମିଟର ଓ ଭିସା ଷ୍ଟିଲ ୩୫ ମିଟର ଉଚ୍ଚତାରେ ରହିଛି। ଫଳରେ ବର୍ଷାଜଳ ଉପର ମୁଣ୍ଡରୁ ପ୍ରବାହିତ ହୋଇ ନିକଟସ୍ଥ କଚେରିଗାଁ, ଆରାସାହି ମଧ୍ୟଦେଇ ଗଣ୍ଡନାଳାକୁ ପ୍ରବାହିତ ହେଉଛି। କାରଖାନାଗୁଡିକ ପ୍ରଦୂଷଣ ନିୟମ ପାଳନ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ କରାଯାଇଛି। କିନ୍ତୁ ଉପର ମୁଣ୍ଡରୁ ପ୍ରବାହିତ ଜଳର ମାତ୍ରା ଏତେ ଅଧିକ ଯେ ସେଥିପାଇଁ ସ୍ବତନ୍ତ୍ର ଡ୍ରେନେଜ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ବୋଲି ସଂଘ ଦାବି କରିଛି।
ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଜାତୀୟ ଉପତ୍ାଦନ ବିନିଯୋଗ କ୍ଷେତ୍ର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?