କାର୍ଯ୍ୟକାରୀ ହେଉନି ଯୋଜନା

ଯାଜପୁର ଅଫିସ,୧୦ା୧୧: ରାଜ୍ୟ ସରକାରଙ୍କ ସୁପାରିସକ୍ରମେ କେନ୍ଦ୍ର ସରକାରଙ୍କ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ୨୦୧୯ରେ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଜାତୀୟ ଉପତ୍ାଦନ ବିନିଯୋଗ କ୍ଷେତ୍ର (ନ୍ୟାଶନାଲ ମ୍ୟାନୁଫାକ୍ଚରିଂ ଇନ୍‌ଭେଷ୍ଟମେଣ୍ଟ ଜୋନ୍‌) ଭାବେ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରାଯାଇଥିଲା। ସାରା ଭାରତ ବର୍ଷରେ ଥିବା ୧୭ଟି ଜାତୀୟ ଉତ୍ପାଦନ ବିନିଯୋଗ କ୍ଷେତ୍ର ମଧ୍ୟରେ କଳିଙ୍ଗନଗର ଶିଳ୍ପାଞ୍ଚଳ ସ୍ଥାନ ପାଇଥିଲା। ଏହି ଯୋଜନା କାର୍ଯ୍ୟକାରୀ ହେଲେ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ରହିଛି। ହେଲେ ସେହି ଘୋଷଣାକୁ ଇତିମଧ୍ୟରେ ୩ ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ତାହା କେବଳ ରିପୋର୍ଟରେ ସୀମିତ ରହିଛି। ଫଳରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଶିଳ୍ପାଞ୍ଚଳରେ ଗମନାଗମନ, ଯୋଗାଯୋଗ, ବାୟୁ ଓ ଜଳ ପ୍ରଦୂଷଣ ନିୟନ୍ତ୍ରଣ ପରାହତ ହେଉଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର କଳିଙ୍ଗନଗରରେ ଶିଳ୍ପର ବିକାଶ ପାଇଁ ୩୫ଟି ନୂଆ କାରଖାନା ସ୍ଥାପନ କରିବାକୁ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ତାହା ଏବେ ସ୍ବପ୍ନ ଭଳି ଲାଗୁଛି। ଏହି କ୍ରମରେ କଳିଙ୍ଗ ନଗର ଶିଳ୍ପ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ହସ୍ତକ୍ଷେପ ଲୋଡ଼ାଯାଇଛି।
ଅଭିଯୋଗ ଅନୁଯାୟୀ, ଗୋଟିଏ ପଟେ ରାଜ୍ୟ ସରକାର ନିବେଶକମାନଙ୍କୁ ଓଡ଼ିଶାରେ ପୁଞ୍ଜି ବିନିଯୋଗ କରିବା ପାଇଁ ମେକ୍‌ ଇନ୍‌ ଓଡ଼ିଶା କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରୁଛନ୍ତି। ଚଳିତ ମାସ ଶେଷ ଆଡକୁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଥିବା ସୂଚନା ରହିଛି। ଅନ୍ୟପଟେ ଜାତୀୟ ଉତ୍ପାଦନ ବିନିଯୋଗ କ୍ଷେତ୍ରର ସ୍ବତନ୍ତ୍ର ମାନ୍ୟତା ପାଇଥିବା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା କାରଖାନାଗୁଡିକ ବିଭିନ୍ନ ସମସ୍ୟାରେ ଚାଲିଛି। ତେଣୁ ରାଜ୍ୟ ସରକାରଙ୍କ ନୋଡାଲ ଏଜେନ୍ସି ଇଡ୍‌କୋ ଜାତୀୟ ଉତ୍ପାଦନ ବିନିଯୋଗ କ୍ଷେତ୍ର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ୱାପ୍‌କୋସ ନାମକ ଏକ ସଂସ୍ଥାକୁ ଦାୟିତ୍ୱ ଦେଇଛି। ଏହି ସଂସ୍ଥା କଳିଙ୍ଗନଗରରେ ୧୬୫.୨୫ ବର୍ଗ କି.ମି. ପରିବ୍ୟାପ୍ତ ଅଞ୍ଚଳରେ ଶିଳ୍ପାଞ୍ଚଳର ଆବଶ୍ୟକତାକୁ ନଜରରେ ରଖି ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକାଶ ଯଥା ସଡ଼କ ପଥ, ରେଳ, କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବର୍ଜ୍ୟଜଳ ପରିଚାଳନା ପାଇଁ ସ୍ବତନ୍ତ୍ର ଡ୍ରେନେଜ ବ୍ୟବସ୍ଥା ଓ ବର୍ଜ୍ୟ ଜଳକୁ ଟ୍ରିଟ୍‌ମେଣ୍ଟ କରାଯାଇ ପୁନଃ ବ୍ୟବହାର ଉପଯୋଗୀ କରିବା ପାଇଁ ନୀଳନକ୍ସା ପ୍ରସ୍ତୁତ କରିଛି। ଏହି ଯୋଜନାଗୁଡିକୁ କାର୍ଯ୍ୟକାରୀ କରିବା ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିଲା। ଏହି ମର୍ମରେ କଳିଙ୍ଗନଗର ଶିଳ୍ପ ସଂଘର ସଭାପତି ପି.ଏଲ୍‌. କଣ୍ଡେଇ ମୁଖ୍ୟ ଶାସନ ସଚିବଙ୍କୁ ଦେଇଥିବା ପତ୍ରରେ ଆହୁରି ଦର୍ଶାଇଛନ୍ତି, କଳିଙ୍ଗନଗରରେ ଟାଟା, ଜିନ୍ଦଲ, ଟିଏସ୍‌ଏମ୍‌ଏଲ୍‌, ଭିସା, ମଇଥାନ, ବିଆର୍‌ପିଏଲ୍‌, ସାଗର ସିମେଣ୍ଟ, ୟାଜଦାନୀ, ନ୍ୟୁଭିସ୍ତା ଆଦି ଶିଳ୍ପ ସଂସ୍ଥା ସେମାନଙ୍କ କାରଖାନା ସ୍ଥାପନ କରିଛନ୍ତି। କିନ୍ତୁ ବିଡମ୍ବନା ଯେ ଆବଶ୍ୟକ ଭିତ୍ତିଭୂମିର ଅଭାବରୁ ଏହି କାରଖାନାଗୁଡ଼ିକ ପରିଚାଳନା ଓ ସମ୍ପ୍ରସାରଣ ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ଅଞ୍ଚଳରେ ବାର୍ଷିକ ହାରାହାରି ୫୫୦ ମିଲିମିଟର ବର୍ଷା ହେଉଛି। ଉକ୍ତ ସ୍ଥାନ ଅସମତଳ ଏବଂ ପାହାଡିଆ ହୋଇଥିବାରୁ ମୌସୁମୀ ଓ ଲଘୁଚାପ ପ୍ରଭାବରେ ହେଉଥିବା ବର୍ଷାର ଜଳ ଉପରମୁଣ୍ଡରେ ଗଢ଼ି ଉଠିଥିବା କାରଖାନାରୁ ତଳିଆ ଅଞ୍ଚଳରେ ରହିଥିବା କାରଖାନା ମଧ୍ୟ ଦେଇ ନିକଟସ୍ଥ ଅଞ୍ଚଳକୁ ପ୍ରବାହିତ ହେଉଛି। ଟାଟା କାରଖାନା ସମୁଦ୍ର ପତ୍ତନଠାରୁ ୫୭ ମିଟର, ଜିନ୍ଦଲ ୪୯ ମିଟର, ଟିଏସ୍‌ଏମ୍‌ଏଲ୍‌ (ରୋହିତ) ୫୫ ମିଟର, କେଜେ ୪୭ ମିଟର ଓ ଭିସା ଷ୍ଟିଲ ୩୫ ମିଟର ଉଚ୍ଚତାରେ ରହିଛି। ଫଳରେ ବର୍ଷାଜଳ ଉପର ମୁଣ୍ଡରୁ ପ୍ରବାହିତ ହୋଇ ନିକଟସ୍ଥ କଚେରିଗାଁ, ଆରାସାହି ମଧ୍ୟଦେଇ ଗଣ୍ଡନାଳାକୁ ପ୍ରବାହିତ ହେଉଛି। କାରଖାନାଗୁଡିକ ପ୍ରଦୂଷଣ ନିୟମ ପାଳନ କରିବା ପାଇଁ ଆବଶ୍ୟକ ଯନ୍ତ୍ରପାତି ସ୍ଥାପନ କରାଯାଇଛି। କିନ୍ତୁ ଉପର ମୁଣ୍ଡରୁ ପ୍ରବାହିତ ଜଳର ମାତ୍ରା ଏତେ ଅଧିକ ଯେ ସେଥିପାଇଁ ସ୍ବତନ୍ତ୍ର ଡ୍ରେନେଜ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି ବୋଲି ସଂଘ ଦାବି କରିଛି।
ଏ ସଂକ୍ରାନ୍ତରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ପଚାରିବାରେ ସେ କହିଛନ୍ତି, ଜାତୀୟ ଉପତ୍ାଦନ ବିନିଯୋଗ କ୍ଷେତ୍ର ଯୋଜନାକୁ କାର୍ଯ୍ୟକାରୀ କରିବାକୁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବାରେଣ୍ଟ ବଳରେ ୭ ଜଣଙ୍କୁ ବାନ୍ଧିଲା ପୋଲିସ

ଦାରିଙ୍ଗବାଡ଼ି,୨୨ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଦୀର୍ଘଦିନ ଧରି ବିଭିନ୍ନ ମାମଲାରେ ଫେରାର ଥିବା ୭ ଜଣଙ୍କୁ ପୋଲିସ ଗିରଫ...

ଭାଜପାରେ ସାମିଲ ହେଲେ ବିଭିନ୍ନ ଦଳର ହଜାର ହଜାର କର୍ମୀ

ମୋରଡ଼ା,୨୨ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ନିର୍ବାଚନମଣ୍ଡଳୀ ସାଧାରଣ ନିର୍ବାଚନ ପାଇଁ ବେଶ୍‌ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସବୁବେଳେ ଚର୍ଚ୍ଚାରେ ରହି ଆସିଛି। ଗଣତନ୍ତ୍ରର ଏହି...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୨ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ଭୋଟରଙ୍କୁ ସଚେତନ କରୁଛନ୍ତି ପଦ୍ମଶ୍ରୀ ହଳଧର ନାଗ, କଂସ ମହାରାଜ ହୃଷୀକେଶ ଭୋଇ

ବରଗଡ଼,୨୨ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବା ପାଇଁ ବରଗଡ଼ ଜିଲା ପ୍ରଶାସନ ଅଭିନୟ ପ୍ରୟାସ...

ଝିଅ ନିର୍ବାଚନ ଲଢିବା ନେଇ ମୁହଁ ଖୋଲିଲେ ମହମ୍ମଦ ମୋକିମ

କଟକ, ୨୪।୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନ ୨୦୨୪ରେ ବାରବାଟୀ-କଟକ ଆସନକୁ ନେଇ କଂଗ୍ରେସକୁ ଘାରିଛି ଚିନ୍ତା। କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କ ଜାମିନକୁ ସୁପ୍ରିମକୋର୍ଟ ମଞ୍ଜୁର...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri