ଭୁବନେଶ୍ୱରରେ ଗଡ଼ିବନି ରଥ

ଭୁବନେଶ୍ୱର,୨୩।୬(ବ୍ୟୁରୋ): କରୋନା ପାଇଁ ଭୁବନେଶ୍ୱରରେ ଏଥର ଗଡ଼ିବନି ରଥ। ମାଉସୀ ଘର ଯିବେନି ଠାକୁର। ମନ୍ଦିର ପରିସରରେ ଅସ୍ଥାୟୀ ଜନ୍ମବେଦୀ କରାଯାଇ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ। କେନ୍ଦ୍ର ସରକାର ଓ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇ ରାଜଧାନର ଇସ୍କନ ମନ୍ଦିର ସମେତ ଓୟୁଏଟି, କୋଳଥିଆ ଏବଂ ଜାଗମରା ଆଦି ସ୍ଥାନରେ ଥିବା ପ୍ରମୁଖ ଜଗନ୍ନାଥ ମନ୍ଦିର କର୍ତ୍ତୃପକ୍ଷ ଏହି ନିଷ୍ପତ୍ତି ନେଇଛନ୍ତି।
ଇସ୍କନ ମନ୍ଦିର ପ୍ରଶାସନର ସୂଚନା ମୁତାବକ, ଇସ୍କନର ପ୍ରସାଦ ହଲ୍‌କୁ ଗୁଣ୍ଡିଚା ମନ୍ଦିରର ରୂପ ଦିଆଯିବ। ପହଣ୍ଡି କରି ତିନି ଠାକୁରଙ୍କୁ ସିଂହାସନକୁ ନିଆଯିବ। ଠାକୁର ୯ଦିନ ସେଠାରେ ରହି ବାହୁଡ଼ାରେ ପୁଣିଥରେ ପହଣ୍ଡିରେ ମୁଖ୍ୟ ମନ୍ଦିରକୁ ଫେରିବେ। କୋଳଥିଆ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କୁ ପହଣ୍ଡି କରି ମନ୍ଦିର ପଛପଟେ ଥିବା ହଲ୍‌କୁ ନିଆଯିବ। ଓୟୁଏଟି ଜଗନ୍ନାଥ ମନ୍ଦିରରେ ମଙ୍ଗଳଆଳତି ସହ ଖେଚୁଡ଼ି ଭୋଗ ଲାଗୁହେବା ପରେ ପୂର୍ବାହ୍ନ ୧୧ଟା ୩୦ରେ ପହଣ୍ଡି କରାଯାଇ ଠାକୁରଙ୍କୁ ମନ୍ଦିର ପରିସରରେ ନିର୍ମିତ ଅସ୍ଥାୟୀ ମଣ୍ଡପକୁ ନିଆଯିବ। ଏଥିଲାଗି ୧୦ଜଣ ସେବାୟତ ଏବଂ ଘଣ୍ଟୁଆ ରହିବେ। ପାଚେରୀ ବାହାରେ ଦର୍ଶନ ବ୍ୟବସ୍ଥା ହୋଇଥିବାବେଳେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷାପାଇଁ ମନ୍ଦିର କର୍ତ୍ତୃପକ୍ଷ ଜଗିରହିବେ। କିଟ୍‌ ଶ୍ରୀବାଣୀ କ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଭୋର ୩ଟାରୁ ଠାକୁରଙ୍କ ରଥଯାତ୍ରା ନୀତି ଆରମ୍ଭ ହେବ। ମନ୍ଦିର ପରିସରରେ ନିର୍ମିତ ଅସ୍ଥାୟୀ ଜନ୍ମବେଦୀକୁ ଠାକୁରଙ୍କୁ ନିଆଯିବା ସହ ଗୁଣ୍ଡିଚା ମନ୍ଦିର ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା ହେବ। ଏପଟେ ଜାଗମରାରେ ଥିବା ଜଗନ୍ନାଥ ମନ୍ଦିର ଭିତରେ ଥିବା ଦେବସ୍ନାନ ମଣ୍ଡପକୁ ଜନ୍ମବେଦୀ କରାଯାଇଥିବା ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରର ୨୨ଟି ହସ୍ପିଟାଲରେ ମିଳିବ କରୋନା ଟିକା: ଜାଣନ୍ତୁ ପାଇବେ କେଉଁଠି

ଭୁବନେଶ୍ୱର, ୨୭।୨(ବ୍ୟୁରୋ): ମାର୍ଚ୍ଚ ୧ରୁ ରାଜ୍ୟରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ଆରମ୍ଭ ହେବ। ଏହି ପର୍ଯ୍ୟାୟରେ ୬୦ ବର୍ଷ ବୟସ୍କରୁ ଅଧିକ ଓ ବହୁବିଦ୍ଧ...

ପାର୍କିଂକୁ ନେଇ ସାମାନ୍ୟ ବଚସା: ଗୋଷ୍ଠୀ ଆକ୍ରମଣରେ ଜଣେ ମୃତ

ଗଜପତି,୧୭।୧(ଡି.ଏନ୍‌.ଏ.): କାର୍‌ ପାର୍କିଂକୁ ନେଇ ସାମାନ୍ୟ ବଚସା ନେଲା ଜୀବନ। ଗଜପତି ଜିଲା ପାରଳାଖେମୁଣ୍ଡି ଗୋଲା ସାହିରେ ମଙ୍ଗଳବାର ଏଭଳି ଏକ ଘଟଣା ଘଟିଛି। ବଚସା...

୧୦ ଜିଲାର ୯୯୭ ଗ୍ରାମ କ୍ଷତିଗ୍ରସ୍ତ

ଭୁବନେଶ୍ୱର,୨୯ା୮(ବ୍ୟୁରୋ): ଲଗାଣ ବର୍ଷା ଫଳରେ ରାଜ୍ୟରେ ଯେଉଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ସୁଧାର ଆସିବାରେ ଲାଗିଛି। ସୁବର୍ଣ୍ଣରେଖା ନଦୀରେ ରାଜଘାଟଠାରେ ବିପଦ ସଙ୍କେତ...

ସରିଲା ଖରାଛୁଟି, ଖୋଲିଲା ସ୍କୁଲ

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଶେଷ ହେଲା ଖରାଛୁଟି। ଶୁକ୍ରବାର ଖୋଲିଛି ସ୍କୁଲ। ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟ ସହ ଘରୋଇ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଖୋଲିଛି। ତେବେ ସରକାରୀ...

ରବିବାର ସକାଳ ୬ରୁ ୭ଟା ଯାଏ ବନ୍ଦ ରହିବ ହେଲ୍ପଲାଇନ୍‌ ୧୦୪

ଭୁବନେଶ୍ୱର,୨୮ା୩(ବ୍ୟୁରୋ)- ବିଶ୍ୱ ମହାମାରୀ କରୋନା ଭୂତାଣୁ(କୋଭିଡ-୧୯) ବିଷୟରେ କୌଣସି ପ୍ରକାରର ସହାୟତା ପାଇଁ ରାଜ୍ୟ ସରକାର ପକ୍ଷରୁ ହେଲ୍ପ ଲାଇନ ୧୦୪ ନମ୍ବର ଜାରି କରାଯାଇଛି।...

ବିକାଶରେ ବାଧକ ଜବରଦଖଲ

ଭୁବନେଶ୍ୱର,୨୫ା୫(ବ୍ୟୁରୋ): ସହରର ଅନ୍ୟତମ ମୁଖ୍ୟ ଡ୍ରେନ୍‌ ନଂ.୧୦ର ବିକାଶ ଓ ପୁନରୁଦ୍ଧର କାର୍ଯ୍ୟ ବିଏମ୍‌ସି ଦ୍ୱାରା କରାଯାଉଛି। ମୁକ୍ତା ଯୋଜନାରେ ଏସ୍‌ଏଚ୍‌ଜି ମହିଳାଙ୍କୁ ଏହାର ଦାୟିତ୍ୱ...

କୋଭିଡ୍‌ରେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୪।୨(ବ୍ୟୁରୋ): କୋଭିଡ୍‌ ସମୟରେ ରାଜ୍ୟ ବାହାରୁ ୧୦ ଲକ୍ଷ ୭ ହଜାର ୩୩୦ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୫୩୫...

ବାପାଙ୍କୁ ଜୀବିତ ପ୍ରମାଣ କଲେ ପୁଅ: ମିଥ୍ୟା ମୃତ୍ୟୁ ପ୍ରମାଣପତ୍ର ହାସଲ ଅଭିଯୋଗରେ ମା’, ସାନଭାଇ ଗିରଫ

ବାଲେଶ୍ୱର ଅଫିସ, ୨୯ା୭: ଜମି ହାତେଇବା ପାଇଁ ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ବାମପଦା ଗାଁର ରଘୁନାଥ ନାୟକଙ୍କୁ ମୃତ ଦର୍ଶାଯାଇଥିଲା। ଏନେଇ ତାଙ୍କ ସ୍ତ୍ରୀ ଓ...

Advertisement
Archives

Model This Week