ଭିତ୍ତିଭୂମି ନାହିଁ, ଶିକ୍ଷାଦାନ ବାଧାପ୍ରାପ୍ତ

ଛେଣ୍ଡିପଦା,୧୪।୩(ସ୍ବ.ପ୍ର.)

ଏକଦା ଶିକ୍ଷାକ୍ଷେତ୍ରରେ ନାଁ କମାଇଥିବା ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକସ୍ଥିତ ପୁରାତନ ଶିକ୍ଷାନୁଷ୍ଠାନ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବେ ନାନା ସମସ୍ୟାରେ ଗତି କରୁଛି। ଭିତ୍ତିଭୂମି, ଆନୁଷଙ୍ଗିକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ସହ ଆବଶ୍ୟକ କର୍ମଚାରୀ ନ ଥିବାରୁ ଏଠାରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବା ଅଭିଯୋଗ ହୋଇଛି। ଏ ନେଇ ପ୍ରତିଷ୍ଠାନ ପକ୍ଷରୁ ଜିଲାପାଳଙ୍କଠାରେ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି।
ଅଭିଯୋଗରୁ ଜଣାଯାଏ, ଏହି ପୁରାତନ ପ୍ରତଷ୍ଠାନରୁ ଶିକ୍ଷା ଲାଭ କରି ରାଜ୍ୟର ବହୁ ଛାତ୍ରୀଛାତ୍ର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରୁଛନ୍ତି। ଅନୁଗୋଳ ଜିଲାର ଏହା ଏକମାତ୍ର ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ହୋଇଥିବା ବେଳେ ଏଠାରେ ଆବଶ୍ୟକୀୟ ଭିତ୍ତିଭୂମି ନାହିଁ। ବିଭାଗୀୟ ଓ ରାଜନୈତିକ ଅବହେଳା ଯୋଗୁ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ପ୍ରତିଷ୍ଠାନରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଚଳିତ ବର୍ଷ ୧୮୭ ଜଣ ଗୁରୁ ଛାତ୍ରୀଛାତ୍ର ପ୍ରଶିକ୍ଷଣ ନେଉଛନ୍ତି। ହେଲେ ଅବହେଳାର ଶିକାର ହୋଇ ସମସ୍ୟାରେ ଗତି କରୁଥିବା ଏହି ପ୍ରତିଷ୍ଠାନରେ ଉଚ୍ଚମାନର ତଥା ଗୁଣାତ୍ମକ ଶିକ୍ଷାଦାନରୁ ଛାତ୍ରୀଛାତ୍ର ଏକପ୍ରକାର ବଞ୍ଚିତ ହେଉଛନ୍ତି। ବିଦ୍ୟାଳୟର ଶ୍ରେଣୀଗୃହ, ଛାତ୍ରାବାସ, ଶୌଚାଳୟ, ପାଚେରି ଓ ପିଇବା ପାଣି ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ସାଇକେଲ ଷ୍ଟାଣ୍ଡ ନ ଥିବାରୁ ଛାତ୍ରୀଛାତ୍ର ଏଣେତେଣେ ସାଇକେଲ ରଖୁଛନ୍ତି। ଏପରିକି ଶୌଚାଳୟ ନ ଥିବାରୁ ଛାତ୍ରମାନେ ଖୋଲା ପଡିଆକୁ ଶୌଚ ହେବାକୁ ଯାଉଛନ୍ତି। ପୁରୁଣା ଆଜବେଷ୍ଟସ ଛପର ଘର ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଶ୍ରେଣୀ ଗୃହର ଅଭାବ ରହିଛି। ୨୦୧୧ରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ପ୍ରଶାସନିକ ଗୃହ କାନ୍ଥ ଫାଟି ସିମେଣ୍ଟ ଖସୁଥିଲେ ମଧ୍ୟ ସେଠାରେ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। କର୍ମଚାରୀ, ଛାତ୍ରୀନିବାସ ସୁପରିଣ୍ଟେଣ୍ଡେଣ୍ଟ ଓ ଛାତ୍ରୀଛାତ୍ରଙ୍କ ନିମନ୍ତେ ମଲ୍ଟି ପ୍ରପୋଜ ଗୃହର ଆବଶ୍ୟକତା ରହିଛି। ଏ ସବୁର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଷ୍ଠାନର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଦାଶ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁକ୍ରବାର ଅବପାତ ରୂପ ନେବ ଲଘୁଚାପ: ୨ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର,୧୮।୮(ବ୍ୟୁରୋ): ଲଘୁଚାପ କ୍ଷେତ୍ର ସାମାନ୍ୟ ଉତ୍ତର ପଶ୍ଚିମ ଦିଗରେ ଗତିକରି ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ବଙ୍ଗଳାଦେଶ ଉପକୂଳରେ ବର୍ତ୍ତମାନ ଏକ ସୁଦୃଶଃ ଲଘୁଚାପ କ୍ଷେତ୍ର ଭାବେ...

କରୋନା ସଚେତନତା ଗୀତ ଗାଇ ପୁଣି ଚର୍ଚ୍ଚାରେ ଦୁଇ ଭାଇ ଶାନ୍ତି, ଜ୍ୟୋତି

ଜୟପୁର, ୨୪।୩(ନି.ପ୍ର.) ‘ମଦ ପିଇବି ନାଇଁ, ନାଇଁ ନାଇଁ ନାଇଁ ପିଇବି ନାଇଁ’ ଦୁରଦର୍ଶନରେ ପ୍ରସାରିତ ହେଉଥିବା ଏହି ଗୀତ ୯୦ ଦଶକରେ ବେଶ୍‌ ଲୋକପ୍ରିୟ...

ଗଞ୍ଜାମ ପରେ ଖୋର୍ଦ୍ଧା ସ୍ଥିତି ସଙ୍ଗିନ

ଭୁବନେଶ୍ୱର, ୧୯। ୭(ବ୍ୟୁରୋ): ରାଜ୍ୟର ୫ କରୋନା ହଟ୍‌ସ୍ପଟ୍‌ ଜିଲା ମଧ୍ୟରେ ରହିଛି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, କଟକ ଓ ଯାଜପୁର। ତେବେ ଗଞ୍ଜାମ ଜିଲାରେ...

ମହାସମାବେଶରେ ପରୀକ୍ଷା ବର୍ଜନ ଚେତାବନୀ ଦେଲେ ଅଧ୍ୟାପକ

ଭୁବନେଶ୍ୱର, ୨୮।୨(ବ୍ୟୁରୋ):ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ପରୀକ୍ଷା...

ଜିଲାପାଳଙ୍କ ରାତି ଅଧିଆ ଗଞ୍ଜାମ ଏନ୍‌ଏସି ଗ୍ରସ୍ତ

ଗଞ୍ଜାମ,୨୦।୨(ଡି.ଏନ୍‌.ଏ): ଗଞ୍ଜାମ ଏନ୍‌ଏସିକୁ ଜିଲାପାଳଙ୍କ ଅଚାନକ ଗ୍ରସ୍ତ। ବେଆଇନ୍‌ ପଲିଥିନ ଉପରେ ଚଢ଼ାଉ। ବୁଧବାର ରାତିରେ ଜିଲାପାଳ ବିଜୟ ଅମୃତ କୁଲାଙ୍ଗ ଅଚାନକ ଗଞ୍ଜାମ ଏନ୍‌ଏସି...

ବିଜେଡି-ପ୍ରଶାସନିକ ଅଧିକାରୀ ମଧୁଚନ୍ଦ୍ରିକା: ଭାଜପା

ଭୁବନେଶ୍ୱର, ୩୦।୩(ବ୍ୟୁରୋ) ଶାସନ ବ୍ୟବସ୍ଥାରେ କାର୍ଯ୍ୟପାଳିକାକୁ ଲୋକଙ୍କ ସେବା ପାଇଁ ବିଶେଷ ଅଧିକାର ଦିଆଯାଇଛି। ସେଥିପାଇଁ ସେମାନଙ୍କଠାରୁ ନିରପେକ୍ଷତା ଆଶା କରାଯାଏ। ସେମାନଙ୍କ ନିରପେକ୍ଷତା ହିଁ...

ପାରା ଦେହରେ ସ୍ବସ୍ଥାନକୁ ଫେରିଗଲେ ମା’ ଖିଲାମୁଣ୍ଡା

ରଣପୁର,୧୦।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ମାଳଜଙ୍ଗଲ ଭିତରେ ବିଜେ ଆରାଧ୍ୟା ଦେବୀ ମା’ ଖିଲାମୁଣ୍ଡା ରଣପୁର ରାଜାଙ୍କ ନିମନ୍ତ୍ରଣରେ ଗତ ଦ୍ୱିତୀୟା ଓଷାଠାରୁ ଷୋଳପୂଜା ପାଇଁ...

‘ପ୍ରାପ୍ୟ ନ ଦେଲେ ରଥ ଖୋଲିବୁନି’

ପୁରୀ ଅଫିସ,୫ା୮: ଚଳିତବର୍ଷ ତିନିରଥ ଭଙ୍ଗା ନ ଯାଇ ମହାପ୍ରଭୁଙ୍କ ପ୍ରମୋଦ ଉଦ୍ୟାନ ଜଗନ୍ନାଥ ବଲ୍ଲଭ ମଠରେ ସଂରକ୍ଷଣ କରି ରଖାଯିବ। ଶ୍ରୀମନ୍ଦିର ପ୍ରଶାସନର ଏହି...

Advertisement
Archives

Model This Week