ଭିଣ୍ଟେଜ କାର୍‌ ସହ ଫଟୋ ଶେୟାର କଲେ ଅମିତାଭ

ମୁମ୍ବାଇ: ବଲିଉଡ୍‌ ମହାନାୟକ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଆକ୍ଟିଭ ଥିବା ବେଳେ ରବିବାର ବିଳମ୍ବିତ ରାତିରେ ସେ ଏକ ଫଟୋ ଶେୟାର କରିଛନ୍ତି। ଯାହା ସୋମବାର ସକାଳେ ଆସିଛି ଚର୍ଚ୍ଚାକୁ। ବିଗ୍‌ ବି ହଳଦିଆ ରଙ୍ଗର ଏକ ଭିଣ୍ଟେଜ କାର୍‌ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଶେୟାର କରି ସେ କ୍ୟାପଶନରେ କିନ୍ତୁ କିଛି ଲେଖି ନାହାନ୍ତି। କେବଳ ଏତିକି କହିଛନ୍ତି ସ୍ପିଚଲେସ୍‌। ଏହାସହ ଲେଖିଛନ୍ତି ସବୁ କାହାଣୀର ପଛରେ ବି ଏକ କାହାଣୀ ଥାଏ। ଆଉ ଯେତେବେଳେ ଶୁଣିବା ଆରମ୍ଭ ହେବ ସେତେବେଳେ କାହାଣୀ କୁହାଯିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏହାଠାରୁ ଅଧିକ କିଛି ସେ କାର୍‌ ବିଷୟରେ ଲେଖି ନାହାନ୍ତି। ତେବେ ଅମିତାଭଙ୍କ ଏହି ଫଟୋ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ଏହାକୁ ଖୁବ୍‌ ପସନ୍ଦ କରିଛନ୍ତି। ଏହାସହ ଅମିତାଭ ତାଙ୍କ ପୁରୁଣା ସ୍ମୃତିକୁ ମନେପକାଇଛନ୍ତି ଭାବି କେତେଜଣ ୟୁଜର୍ସ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି। ଏମିତିକି କେହି କେହି ତାଙ୍କ ପୁରୁଣା ଫିଲ୍ମର ଫଟୋ ମଧ୍ୟ ଶେୟାର କରିଦେଇଛନ୍ତି। ଏହି ଭିଣ୍ଟେଜ କାର୍‌ ୧୯୩୮-୧୯୬୧ ପର୍ଯ୍ୟନ୍ତ ଚାଲୁଥିବା ବେଳେ ଏହା ୟୁନାଇଟେଡ କିଙ୍ଗଡମ, ଆମେରିକା, ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଆର୍ଜେଣ୍ଟିନା, କାନାଡା ଆଦି ଦେଶରେ ବହୁ ପରିମାଣରେ ଚାଲୁଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୀଳ ନୟନା ଐଶ୍‌ଙ୍କ ପାଇଁ ସଲମାନ୍‌ଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲେ ଏହି ଅଭିନେତା: ପରେ ଯାହା ଘଟିଲା ସ୍ବପ୍ନରେ ଭାବି ନ ଥିଲେ

ବମ୍ବେ: ଏକଦା ଅଭିନେତ୍ରୀ ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ି ସଲମାନଙ୍କ ଆକ୍ରୋଶର ଶିକାର ହୋଇଥିଲେ ଅଭିନେତା ବିବେକ ଓବରୟ। ଏହାକୁ ଅନେକ ବର୍ଷ ବିତିଥିଲେ ହେଁ ଅନେକ...

୧୦୦ କୋଟି କ୍ଲବ୍‌ରେ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’

ମୁମ୍ବାଇ: ଇଦ ଅବସରରେ ମୁକ୍ତିଲାଭ କରିଥିବା ସଲମାନ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ କେବଳ ଦେଶରେ ନୁହେଁ...

ଯମଜ ସନ୍ତାନର ମା’ ହେବେ କି ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ୍‌ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ...

କହୁ କହୁ ଏମିତି କିଛି କହିଦେଲେ କିଆରା, ଲାଜେଇ ଗଲେ କାର୍ତ୍ତିକ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ଅଭିନେତ୍ରୀ କିଆରା ଆଡ୍‌ଭାନୀ ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘ଭୁଲ ଭୁଲେୟା’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । କାର୍ତ୍ତିକ...

ପଞ୍ଜାବରେ ଲୋହରି ସେଲିବ୍ରେଟ କଲେ କ୍ରିତି-କାର୍ତ୍ତିକ

ମୁମ୍ବାଇ: କ୍ରିତି ସାନନ ଓ କାର୍ତ୍ତିକ ଆର୍ଯ୍ୟନଙ୍କ ମୁଭି ‘ଶେହଜାଦା’କୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବେଳକୁ ବେଳ ବଢିବାରେ ଲାଗିଛି । ଏହାର ଟ୍ରେଲର...

ବେବୋଙ୍କୁ ଡରି ଏଭଳି ଉତ୍ତର ଦେଲେ ସୈଫ

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାଁ ଓ ଅଭିନେତ୍ରୀ କରୀନା କପୁର ଖାଁ ବି-ଟାଉନର ସୁନ୍ଦର ଯୋଡିଙ୍କ ମଧ୍ୟରୁ ଅନ୍ୟତମ। ପ୍ରାୟ ସମୟରେ ଦୁହେଁ...

ଟିଜର ରିଲିଜ୍‌ ପୂର୍ବରୁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ବିକ୍ରମ

ମୁମ୍ବାଇ: ସାଉଥ ସିନେମାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ତାମିଲ ଅଭିନେତା ବିକ୍ରମ ଶୁକ୍ରବାର ହୃଦ୍‌ଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି...

ରାମ ମନ୍ଦିର ନିର୍ମାଣରେ ସହାୟତାର ହାତ ବଢ଼ାଇଲେ ଏହି ସୁପରଷ୍ଟାର

ଅଯୋଦ୍ଧାରେ ରାମ ମନ୍ଦିର ନିର୍ମାଣ ପାଇଁ ଲୋକମାନେ ଖୋଲାଖୋଲି ଭାବେ ଆଗକୁ ଆସୁଛନ୍ତି। ଏହି ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଖିଲାଡି ହିରୋ ଅକ୍ଷୟ କୁମାରଙ୍କ...

Advertisement
Archives

Model This Week