ଭିଜିଲାନ୍ସ କମିଶନ ମୁଖ୍ୟ

କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି) ସରକାରୀ ସ୍ତରରେ ଦେଖାଦେଉଥିବା ଦୁର୍ନୀତିକୁ ରୋକିବା ଦିଗରେ ଗଢ଼ାଯାଇଥିବା ଭାରତର ଏକ ପ୍ରମୁଖ ସରକାରୀ ସଂସ୍ଥା ଭାବେ ପରିଚିତ। ୧୯୬୪ ମସିହାରେ ସୃଷ୍ଟି କରାଯାଇଥିଲା ସିଭିସିକୁ ୨୦୦୩ରେ ପାର୍ଲାମେଣ୍ଟର ଏକ ଆଇନ ବଳରେ ବୈଧାନିକ ସଂସ୍ଥା ମାନ୍ୟତା ଦିଆଯାଇଥିଲା। କେନ୍ଦ୍ର ସରକାରଙ୍କ ଅଧୀନ କାର୍ଯ୍ୟକୁ ଯାଞ୍ଚ କରିବାର କ୍ଷମତା ପାଇଥିବା ସିଭିସି ଏକ ସ୍ବୟଂଶାସିତ ସଂସ୍ଥା ଭାବେ ଦାୟିତ୍ୱ ତୁଲାଉଛି। ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କ ସୁପାରିସ ଅନୁଯାୟୀ କେନ୍ଦ୍ରୀୟ ଭିଜିଲାନ୍ସ କମିଶନର (ସିଭିସି) ଓ ଭିଜିଲାନ୍ସ କମିଶନରଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାଆନ୍ତି। ଏହି କ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆ ସିଭିସି ଭାବେ ସଞ୍ଜୟ କୋଠାରିଙ୍କୁ ୨୫ ଏପ୍ରିଲରେ ସରକାରୀ ଭାବେ ଶପଥପାଠ କରାଇଛନ୍ତି। ରାଷ୍ଟ୍ରପତିଙ୍କ ସଚିବ ଭାବେ କାର୍ଯ୍ୟ କରିଥିବା କୋଠାରିଙ୍କ ନାମ ଏହି ପଦବୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ କ୍ଷମତାସମ୍ପନ୍ନ କମିଟି ସୁପାରିସ କରିଥିଲା। ତେବେ ତାଙ୍କ ନିଯୁକ୍ତିକୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀ ସ୍ବାର୍ଥନିହିତ ଦ୍ୱନ୍ଦ୍ୱ (କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ) ଅଭିହିତ କରି ବିରୋଧ କରିଥିଲେ। ରାଷ୍ଟ୍ରପତିଙ୍କ ସଚିବ ରହିବା ଓ ପରେ ତାଙ୍କୁ ରାଷ୍ଟ୍ରପତି ସିଭିସି ଭାବେ ନିଯୁକ୍ତିକାରୀ କର୍ତ୍ତୃପକ୍ଷ ଭାବେ ପଦବୀ ଦେବା କନ୍‌ଫ୍ଲିକ୍ଟ ଅଫ୍‌ ଇଣ୍ଟରେଷ୍ଟ ବୋଲି ଅଧୀର ଅଭିଯୋଗ କରିଥିଲେ। ତେବେ ଉକ୍ତ କମିଟିର ସଂଖ୍ୟାଧିକ ମତ (ସ୍ବରାଷ୍ଟ୍ରମନ୍ତ୍ରୀ ମଧ୍ୟ ସମର୍ଥନ କରିଥିଲେ) ମିଳିବା ପରେ କୋଠାରି ଏଭଳି ବୈଧାନିକ ପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି।
ସଞ୍ଜୟ କୋଠାରି ହେଉଛନ୍ତି ୧୯୭୮ ବ୍ୟାଚ୍‌ର ହରିୟାଣା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍‌) ଅଧିକାରୀ। ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ଶେଷ କରିବା ପରେ ସେ ବ୍ରିଟେନ୍‌ରୁ ମାଷ୍ଟର ଇନ୍‌ ବିଜ୍‌ନେସ୍‌ ଆଡମିନିଷ୍ଟ୍ରେଶନ (ଏମ୍‌ବିଏ) ଡିଗ୍ରୀ ଅର୍ଜନ କରିଥିଲେ। ହରିୟାଣାର ଗୁରୁଗ୍ରାମରେ ଜିଲା ମାଜିଷ୍ଟ୍ରେଟ, ଚଣ୍ଡିଗଡ଼ର ଗୃହ ସଚିବ ଏବଂ ହରିୟାଣା ପର୍ଯ୍ୟଟନର ପରିଚାଳନା ନିର୍ଦ୍ଦେଶକ ତଥା ସଚିବ ଭାବେ ସେ ଦାୟିତ୍ୱ ତୁଲାଇଥିଲେ। ସେ ମଧ୍ୟ ହରିୟାଣାର ରାଜସ୍ବ ଓ ଥଇଥାନ, ସ୍ବାସ୍ଥ୍ୟ, ସାଂସ୍କୃତିକ ବ୍ୟାପାର ଓ ଲୋକ ସମ୍ପର୍କ ବିଭାଗର ସଚିବ ରହିଥିଲେ। କେନ୍ଦ୍ର ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ, ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ଏବଂ ପେନ୍‌ସନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପଦବୀରେ ୨୦୧୪ ଯାଏ ଅବସ୍ଥାପିତ ଥିଲେ। ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗରେ ସେ ୧୫ ବର୍ଷ ରହିଥିବା ବେଳେ ହରିୟାଣାର କାର୍ମିକ ଓ ପ୍ରଶାସନିକ ସଂସ୍କାର ଦାୟିତ୍ୱରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଥିଲେ। କୋଠାରି ସୁଶାସନ (ଗୁଡ୍‌ ଗଭର୍ନାନ୍ସ) ଉପରେ ଅନେକ ପଦକ୍ଷେପ ନେବା, ବିଭିନ୍ନ ଅନୁଷ୍ଠାନ ଗଢ଼ି ନୂଆ ଚିନ୍ତାଧାରା ଦେବାରେ ରୁଚି ରଖୁଥିବାରୁ ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁପାରୁଥିଲେ। ପ୍ରତ୍ୟେକ ଯୋଜନାକୁ କାର୍ଯ୍ୟକାରୀ କରିବା ଓ ସେଥିରେ ଅଣାଯାଇପାରୁଥିବା ଅଭିନବତ୍ୱକୁ ଡକ୍ୟୁମେଣ୍ଟ ବା ଦଲିଲଭୁକ୍ତ କରିବାକୁ ଅଧିକ ପସନ୍ଦ କରୁଥିଲେ। ବିଭିନ୍ନ ପଦବୀରେ ଥିବା ବେଳେ ଅର୍ଜନ କରିଥିବ ଅଭିଜ୍ଞତାକୁ ଲେଖା ମାଧ୍ୟମରେ ପ୍ରକାଶ କରିଥିଲେ। ପ୍ରଶାସନିକ ସଂସ୍କାର, ନଗର ଉନ୍ନୟନ ଓ ପର୍ଯ୍ୟଟନ ସମ୍ପର୍କିତ ବିଷୟବସ୍ତୁ ଉପରେ ତାଙ୍କର ପ୍ରକାଶିତ ୩୦ରୁ ଅଧିକ ପ୍ରବନ୍ଧ ବେଶ୍‌ ପ୍ରଶଂସିତ ହୋଇପାରିଛି। ୨୦୦୭ରେ ତାଙ୍କ ଦ୍ୱାରା ରଚିତ ପୁସ୍ତକ ‘ଗୁଡ୍‌ ଗଭର୍ନାନ୍ସ ଇନିସିଏଟିଭ୍ସ ଆଣ୍ଡ୍‌ ରିଫର୍ମସ’ ଉଭୟ ଶାସନ ଓ ପ୍ରଶାସନରେ ଥିବା ବ୍ୟକ୍ତିଙ୍କ ପାଇଁ ଖୁବ୍‌ ଉପାଦେୟ ହୋଇପାରିଛି ବୋଲି ସମୀକ୍ଷକମାନେ ମତ ଦେଇଥାଆନ୍ତି।
୨୦୧୬ରେ ଚାକିରିରୁ ଅବସର ନେବା ପରେ ତାଙ୍କୁ ରାଷ୍ଟ୍ରପତିଙ୍କ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା। ସେ ମଧ୍ୟ ପବ୍ଲିକ୍‌ ଏଣ୍ଟରପ୍ରାଇଜ୍‌ ସିଲେକ୍‌ଶନ ବୋର୍ଡ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଏବେ କୋଠାରିଙ୍କୁ ସିଭିସି ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରାଯାଇଥିଲେ ହେଁ ତାଙ୍କ ବ୍ୟକ୍ତିତ୍ୱ ବିବାଦୀୟ ରହିଯାଇଛି। ତଥାପି ବୈଧାନିକ ପଦବୀରେ ଅସୀନ ହେବା ପରେ ତାଙ୍କ କାର୍ଯ୍ୟଧାରା କେନ୍ଦ୍ରୀୟ ଭିଜିଲାନ୍ସ କମିଶନକୁ ଏକ ନୂଆ ଦିଗ ଦେଖାଇ ନିରପେକ୍ଷତା ବଜାୟ ରଖିପାରିଲେ ସେ ସମାଲୋଚନାର ଊର୍ଦ୍ଧ୍ୱକୁ ଯାଇପାରିବେ।
-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri