ଭିଆଇପିଙ୍କ ଜବରଦଖଲ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
ସୋସିଆଲ ମିଡିଆର ନିରନ୍ତର ଦୃଷ୍ଟିକୁ ଏଡ଼ାଇ ଭୁଲ୍‌ଭାଲ୍‌ କାମ କରି ରାଡାର୍‌ ତଳେ ଖସିଯିବା ଏଣିକି ବାବୁମାନଙ୍କ ପାଇଁ କଷ୍ଟକର ହୋଇପଡୁଛି। ଏହାର କଡା ଯାଞ୍ଚରୁ କେହି ରକ୍ଷା ପାଇପାରିବେ ନାହିଁ, ଯେମିତି ଉତ୍ତରପ୍ରଦେଶର ପୂର୍ବତନ ଡିଜିପି ଓ.ପି. ସିଂଙ୍କ କ୍ଷେତ୍ରରେ ନିକଟରେ ଘଟିଛି। ପୂର୍ବତନ ୧୯୮୩-ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ସିଂ ଅବସର ନେବା ପରେ ମଧ୍ୟ ତାଙ୍କ ସରକାରୀ ବଙ୍ଗଳା ଛାଡ଼ିିବାକୁ ଅନିଚ୍ଛା ପ୍ରକାଶ କରି ଆସୁଛନ୍ତି। ଅତୀତରେ ବହୁ ରାଜନେତାଙ୍କ ସମେତ ଅନେକ ବାବୁ ମଧ୍ୟ ଏହା କରିଛନ୍ତି। ଏଥିପାଇଁ ଦିଲ୍ଲୀ ସବୁଠୁ ଚର୍ଚ୍ଚିତ। କିନ୍ତୁ ସିଂଙ୍କ ଦୁର୍ଭାଗ୍ୟ ହେଉଛି ଯେ, ଅବସର ପରେ ମଧ୍ୟ ମିଳୁଥିବା ସୁବିଧାସୁଯୋଗ ଛାଡିବାକୁ ତାଙ୍କ ଅନିଚ୍ଛା ସୋସିଆଲ ମିଡିଆ କର୍ମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ କେତେକ ସାମ୍ବାଦିକ ତାଙ୍କୁ ନିନ୍ଦିତ କରିବାକୁ ଡେରି କଲେ ନାହିଁ। ତାଙ୍କ ସମ୍ଭ୍ରାନ୍ତ ଜୀବନଶୈଳୀ ଏବଂ ବିଶେଷ କରି ଅହଂକାରୀ ସ୍ବଭାବ ଯୋଗୁ ତାଙ୍କୁୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ତାଙ୍କ ସମ୍ପର୍କ ଚର୍ଚ୍ଚାରେ ରହିଛି। ଏହା ଏକ ଜଣାଶୁଣା କଥା ଏବଂ ଏଥିପାଇଁ ସିଂ ଅବସର ପରେ ବି ଏହି ବିଶେଷ ସୁବିଧାସୁଯୋଗ ଉପଭୋଗ କରିପାରୁଛନ୍ତି ବୋଲି କୁହାଯାଉଛି। କିନ୍ତୁ ରାଜଧାନୀର ବାବୁ-ନିରୀକ୍ଷକମାନଙ୍କ କହିବା ଅନୁସାରେ, ସିଂଙ୍କ ଘଟଣାରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ କାରଣ ନେତା ହୁଅନ୍ତୁ କି ବାବୁ, ସେମାନଙ୍କ ଦ୍ୱାରା ଦିଲ୍ଲୀର ଭିଆଇପି ଅଞ୍ଚଳରେ ବେଆଇନ ଜବରଦଖଲରେ ଥିବା ସରକାରୀ ଘରକୁ ବେଦଖଲ କରିବାକୁ ଅଧିକାରୀମାନଙ୍କୁ କେତେ କଷ୍ଟ କରିବାକୁ ପଡେ ତାହା ସମସ୍ତେ ଜାଣନ୍ତି। ସିଂ କେବଳ ତାଙ୍କ ପୂର୍ବସୂରିମାନଙ୍କ ଦ୍ୱାରା ଆପଣାଯାଇଥିବା ଏକ ଭଲ ପୁରୁଣା ବାଟ ଆପଣାଇଛନ୍ତି।
ଟିକସ ରାଜନୀତି
ନିକଟରେ ରାୟପୁରରେ ଆୟକର ଅଧିକାରୀମାନଙ୍କ ଦ୍ୱାରା ଅନେକ କ୍ଷମତାଶାଳୀ ରାଜନେତା, ବାବୁ ଓ ବ୍ୟବସାୟୀଙ୍କ ଉପରେ ଚଢାଉ ପରେ ପର୍ଯ୍ୟବେକ୍ଷକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମତରେ ଏହାର ରାଜନୈତିକ ଦିଗକୁ କେବେହେଲେ ଅଣଦେଖା କରାଯାଇ ପାରିବ ନାହିଁ। ଯେଉଁମାନଙ୍କ ଘରେ ଚଢାଉ କରାଯାଇଥିତ୍ଲା ସେମାନଙ୍କ ମଧ୍ୟରେ ଅଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିବେକ ଧଣ୍ଡ୍‌ ଯେ କି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପାଖଲୋକ ଭାବେ ବିବେଚିତ ଏବଂ ଆଇଏଏସ୍‌ ଅଧିକାରୀ ଅନିଲ ଟୁଟେଜାଙ୍କ ସ୍ତ୍ରୀ। ଯଦିଓ ଟିକସ ଅଧିକାରୀମାନେ ଚଢାଉରୁ କ’ଣ ମିଳିଲା ତା’ ଉପରେ ପାଟି ଖୋଲିନାହାନ୍ତି, ତଥାପି ପୂରା କାର୍ଯ୍ୟାନୁଷ୍ଠାନ ଚତୁରତାର ସହ କରାଯାଇଥିଲା। ଅତି ସନ୍ତର୍ପଣରେ ଏହି ଚଢ଼ାଉ କରାଯାଇଥିଲା ଏବଂ ଏଥିରେ ୨୦୦ ସିଆର୍‌ପିଏଫ୍‌ ଯବାନଙ୍କୁ ସାମିଲ କରାଯାଇଥିଲା, ଯେଉଁମାନଙ୍କୁ ଅନ୍ୟ ସ୍ଥାନରୁ ରାୟପୁରକୁ ଅଣାଯାଇଥିଲା। ଗୋପନୀୟତା ରକ୍ଷାକରିବା ଲାଗି ସ୍ଥାନୀୟ ପୋଲିସଙ୍କୁ ଏଥିରୁ ଦୂରେଇ ରଖାଯାଇଥିଲା। ପ୍ରାପ୍ତ ସୂତ୍ରରୁ ଜଣାପଡିଛି ଯେ, ସମ୍ଭବତଃ ଛତିଶଗଡ଼ ବା ଅବିଭକ୍ତ ମଧ୍ୟପ୍ରଦେଶରେ ଏହା ପ୍ରଥମ ଘଟଣା ଥିଲା, ଯେଉଁଥିରେ ଜଣେ ଅବସରପ୍ରାପ୍ତ ମୁଖ୍ୟ ସଚିବଙ୍କ ଉପରେ ଆୟକର ବିଭାଗର ତଲାସି କାର୍ଯ୍ୟାନୁଷ୍ଠାନ କରାଯାଇଥିଲା। ଚଢାଉରେ ସିଆର୍‌ପିଏଫ୍‌ କର୍ମଚାରୀଙ୍କୁ ନିୟୋଜିତ କରିବାକୁ ନେଇ ମଧ୍ୟ ସମାଲୋଚନା କରାଯାଇଛି।
ଗର୍ଗଙ୍କ ପୁନଃ ଥଇଥାନ
ପୂର୍ବତନ ଅର୍ଥ ସଚିବ ଏସ୍‌.ସି. ଗର୍ଗଙ୍କୁ ଶକ୍ତି ମନ୍ତ୍ରଣାଳୟକୁ ବଦଳି କରାଯିବା ପରେ ଗତବର୍ଷ ସେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ଏବେ ସେ ସେବାନିବୃତ୍ତ କ୍ଷେତ୍ରରୁ ଫେରିଛନ୍ତି। ସଂସାଧନ ଯୋଗାଡ କରିବା ପାଇଁ ସେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀଙ୍କ ଉପଦେଷ୍ଟା ଭାବେ କ୍ୟାବିନେଟ ମନ୍ତ୍ରୀ ପାହ୍ୟାରେ ନିଯୁକ୍ତି ପାଇଛନ୍ତି। ଗର୍ଗଙ୍କୁ ଯେତେବେଳେ ବଦଳି କରାଯାଇଥିଲା ସେତେବେଳେ ଗୁଜବ ଉଠିଥିଲା ଯେ, ଆର୍ଥିକ ଅବ୍ୟବସ୍ଥା ବଢୁଥିବା ଯୋଗୁ ସେ ଏହାର ଶିକାର ହେଲେ। ତେବେ ଏହା ନିଶ୍ଚିତ ଯେ, ଗର୍ଗଙ୍କ ଭଳି ଜଣେ ବରିଷ୍ଠ ପ୍ରଶାସକଙ୍କୁ ଏଭଳି ହଟାଇ ଦେବା କ୍ୱଚିତ୍‌ ଦେଖାଯାଏ। ବହୁଦିନ ଧରି ଏହି ୧୯୮୩ ବ୍ୟାଚ୍‌ର ରାଜସ୍ଥାନ କ୍ୟାଡର ଅଧିକାରୀ ମୋଦି ସରକାରଙ୍କର ସବୁଠୁ ଭଲ ଅଧିକାରୀ ଥିଲେ। ଗର୍ଗ ଭାରତୀୟ ରିଜର୍ଭ ବ୍ୟାଙ୍କର ବଳକା ଗଚ୍ଛିତ ଅର୍ଥରୁ ଏକ ବଡ଼ ଅଂଶ ଦାବି କରିବାରେ ସକ୍ରିୟ ଭୂମିକା ନେଇଥିଲେ। ଏହି ନିଯୁକ୍ତି ପରେ ଗର୍ଗ ପୁଣି କ୍ଷମତା ପରିସରକୁ ଫେରିଛନ୍ତି। ରାଜ୍ୟ ମୁଖ୍ୟ ଶାସନ ସଚିବ ନୀଲମ୍‌ ସାହନୀଙ୍କ କହିବା ଅନୁସାରେ ଗର୍ଗ ଏହି ପଦରେ ଦୁଇବର୍ଷ ରହିବେ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ଅର୍ଥ ନିଗମର ମହାନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ବହନ କରିବେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

ସଂସ୍କୃତିକୁ ପ୍ରୋତ୍ସାହନ

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟ ପାନୀୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri