ଭାର୍ଗବୀ ବ୍ରିଜ୍‌ ଉପରେ ଦୁର୍ଘଟଣା: ପୁଅ ସାମ୍ନାରେ ବାପାଙ୍କ ଉପରେ ମାଡ଼ିଗଲା ହାଇଓ୍ବା, ଗାଡ଼ି ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ବାଳକାଟି,୧୦।୮(ଡି.ଏନ୍‌.ଏ.): ସ୍ଥାନୀୟ ଭାର୍ଗବୀ ବ୍ରିଜ୍‌ ଉପରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଳକାଟିରୁ ଭୁବନେଶ୍ୱରରୁ ଯାଉଥିବା ବେଳେ ଏକ ବାଇକ୍‌(ଓଡି-୧୩-ଏଲ୍‌-୬୮୫୫)କୁ ହାଇଓ୍ବା ପଛରୁ ଧକ୍କା ଦେବା ଫଳରେ ପୁଅଙ୍କ ସାମ୍ନାରେ ବାପାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ବାଇକ୍‌ଟି ସୁକାନ୍ତ ନାୟକଙ୍କ ନାମରେ ରହିିଛି। ବାଲିଅନ୍ତା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ହାଇଓ୍ବା ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ପୂର୍ବାହ୍ନ ୧୧ଟା ବେଳେ ଉକ୍ତ ବ୍ରିଜ ଉପରେ ବାଇକ୍‌ରେ ବାପାପୁଅ ଯାଉଥିବା ସମୟରେ ଏକ ହାଇଓ୍ବା ଓଭରଟେକ୍‌ କରୁଥିବା ବେଳେ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ବାପା ହାଇଓ୍ବାର ପଛ ଚକା ତଳେ ପଡ଼ିଯାଇଥିଲେ। ଗାଡ଼ିଟି ତାଙ୍କର ମୁଣ୍ଡ ଏବଂ ଗୋଟିଏ ହାତ ଉପରେ ଚଢ଼ିଯାଇଥିଲା।  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ହେଲେ ଦୁର୍ଘଟଣାରୁ ପୁଅ ବର୍ତ୍ତି ଯାଇଛନ୍ତି। ବାପାଙ୍କ ମୃତ୍ୟୁକୁ ନେଇ ଚକିତ ହୋଇଯାଇଥିବା ଯୋଗୁ ସେ ଠିକ୍‌ ଭାବେ କଥା କହିପାରୁନାହାନ୍ତି। ଏଣୁ ମୃତକଙ୍କ ପରିଚୟ ମିଳିପାରିନାହିଁ। ତେବେ ଏ ନେଇ ଖବର ଦିଆଯାଇଥିଲେ ସୁଦ୍ଧା ବାଲିଅନ୍ତା ପୋଲିସ ୩୦ ମିନିଟ ବିଳମ୍ବରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ହାଇଓ୍ବାରେ ନିଆଁ ଲଗାଇ ଦେଇଥିଲେ। ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ସୁଦ୍ଧା ଲୋକମାନେ ତାକୁ ଛାଡ଼ି ନ ଥିଲେ। ପରେ ଜୋନ-୪ ଏସିପି, ବାଲିଅନ୍ତା ଥାନା ଆଇଆଇସି ପ୍ରଦୀପ ରାଉତ ପ୍ରମୁଖ ଲୋକମାନଙ୍କୁ ବୁଝାସୁଝା କରିଥିଲେ।  ଲୋକମାନେ କ୍ଷତିପୂରଣ ଦେବା ଓ ଗାଡ଼ି ଜଳିବା ପରେ ଦମକଳବାହିନୀକୁ ଛାଡ଼ିବେ ବୋଲି କହିଥିଲେ। ଉତ୍ତେଜନା ଯୋଗୁ ଦୁଇଘଣ୍ଟା ଧରି ଉକ୍ତ ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଗାଡ଼ିଟି ଜଳିବା ପରେ ଲୋକମାନେ ରାସ୍ତା ଅବରୋଧ ହଟାଇଛନ୍ତି। ଦୁର୍ଘଟଣା ପରେ ହାଇଓ୍ବା ଡ୍ରାଇଭର ନଦୀକୁ ଡେଇଁ ପଡ଼ିଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ସନ୍ତାନଙ୍କ ଉପସ୍ଥିତିରେ ବିବାହ କଲେ ରୋନାଲ୍ଡୋ: ୧୦ ବର୍ଷ ପରେ ଘଟିଲା…

ଲିସ୍‌ବନ,୧୩ା୮(ଏପି):ଫୁଟ୍‌ବଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ତାଙ୍କର ଦୀର୍ଘଦିନର ବାନ୍ଧବୀ ତଥା ଆର୍ଜେଣ୍ଟିନା-ସ୍ପାନିଶ ମଡେଲ ଜର୍ଜିନା ରୋଡ୍ରିଗୁଏଜଙ୍କୁ ବିବାହ କରିଛନ୍ତି। ରାଜଧାନୀ ଲିସ୍‌ବନ ନିକଟସ୍ଥ ଉପକୂଳବର୍ତ୍ତୀ ସହର କାସ୍‌କାଇସ୍‌ଠାରେ…

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ରାଜପଥରେ ଆମ୍ବୁଲାନ୍ସ ବିଳମ୍ବ ହେଲେ ଦେବାକୁ ହେବ ଜୋରିମାନା, NHAI ଧାର୍ଯ୍ୟ କଲା ପ୍ରତି ମିନିଟ୍‌ର ଦାମ୍

ନୂଆଦିଲ୍ଲୀ,୧୨ା୮: ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ସଡ଼କ ଦୁର୍ଘଟଣା ପରେ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ରାଜପଥରେ ଜରୁରୀକାଳୀନ ସେବାଗୁଡ଼ିକୁ ଅଧିକ…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri