ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା କାର୍‌: ଜଣେ ମୃତ, ୩ ଗୁରୁତର

ବାହାନଗା,୧୪।୯(ଡି.ଏନ.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ଓଳିଆପାଟଣା ଠାରେ ଏକ କାର୍‌ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିଛି। ଫଳରେ କାରରେ ଥିବା ୬ଜଣଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦେଢ ବର୍ଷର ଝିଅ ଶିବାଙ୍ଗିନୀ ପଲେଇ ଥିବା ସୂଚନା ରହିଛି। ଘଟଣାସ୍ଥଳରେ ଶିଶୁଟିର ମୃତ୍ୟୁ ଘଟିଛି। ଅନ୍ୟପଟେ ସମସ୍ତ ଗୁରୁତର ଆହତଙ୍କୁ ବାଲେଶ୍ବର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେହିପରି ଆହତଙ୍କ ମଧ୍ୟରୁ ୬ ବର୍ଷର ପୁଅ ଜଗୁ ପ୍ରଧାନଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତରିତ କରାଯାଇଛି। ସୂଚନାଯୋଗ୍ୟ, ପଣପଣା ଗଁାର ପ୍ରଫୁଲ୍ଲ ପଲେଇ ନିଜ କାର୍‌ରେ ପରିବାର ସହିତ ବାଲେଶ୍ବର ଯାଉଥିଲେ। ତେବେ ଜାତୀୟ ରାଜପଥ ଓଳିଆପଟଣା ଠାରେ ଦୁଇଟି ରାସ୍ତାର ପୋଲ ମଝିରେ କାର୍‌ଟି ୧୬ ଫୁଟ ତଳକୁ ଗାଡ଼ିଟି ଓଲଟିପଡିଥିଲା। ୪ଫୁଟ ପାଣିରେ କାରଟି ବୁଡ଼ିଯାଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କୁ ପାଣି ଭିତରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ପ୍ରଥମେ ଖନ୍ତାପଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରେ ବାଲେଶ୍ବରକୁ ସ୍ଥାନାନ୍ତରିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଲା ଗଞ୍ଜାମ ପୋଲିସ

ଛତ୍ରପୁର,୩୦ା୫(ଡି.ଏନ.ଏ.)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧକ୍ରମେ ଶନିବାର ଅପରାହ୍ନରେ ଛତ୍ରପୁରସ୍ଥିତ ପୋଲିସ ପଡିଆରେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।...

ରାସ୍ତାରେ ପୋଲିସ୍‌ ପହରା , ମୋ ବସ୍‌ରେ ସକ୍ରିୟ ଲୁଟେରା

ଭୁବନେଶ୍ୱର,୧୬।୧(ବ୍ୟୁରୋ):ହକି ବିଶ୍ୱକପ୍‌ ଓ ଡଟ୍‌ ଫେଷ୍ଟ ପାଇଁ ପୋଲିସ ରାସ୍ତାଘାଟଠାରୁ ଆରମ୍ଭ କରି ଛକ ଛକରେ ଚେକିଂ କରିବା ସହ ପଇଁତରା ମାରୁଛି। ଏପଟେ ମୋ...

ଗରିବଙ୍କ ଆକାଉଣ୍ଟକୁ ଟଙ୍କା ପଠାଅ: ନିରଞ୍ଜନ

ଭୁବନେଶ୍ୱର,୧୬ା୫ (ବ୍ୟୁରୋ): ‘ଆତ୍ମନିର୍ଭର ଭାରତ’ ପାଇଁ କେନ୍ଦ୍ର ସରକାର ପ୍ରତିଦିନ ପ୍ୟାକେଜ ଘୋଷଣା କରୁଛନ୍ତି। ହେଲେ ଏହା ଏକ ଋଣ ବିକ୍ରି ବିଜ୍ଞାପନ କହିଲେ ଅତ୍ୟୁକ୍ତି...

ଆଚରଣ ବିଧି ଉଲ୍ଲଂଘନ, ପିଇଓ ନିଲମ୍ବିତ

ବରଗଡ଼ ଅଫିସ୍‌,୩୧।୧: ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ରାଜନୈତିକ ଉଷ୍ମତା ବଢ଼ି ଚାଲିଛି। ଏଭଳି ସମୟରେ ବରଗଡ଼ ବ୍ଲକ ଖଣ୍ଡହଥା ପଞ୍ଚାୟତ ନିର୍ବାହୀ...

ଟ୍ରକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ଦେବଗଡ଼,୫ା୧୧(ଡି.ଏନ୍‌.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ଖାରୁମୁଣ୍ଡା ଗ୍ରାମ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥରେ ଟ୍ରକ୍‌ ଧକ୍କାରେ ଜଣେ ଯୁବକର ଜୀବନ ଯାଇଛି। ମୃତକ...

ଆଜି ମା’ଙ୍କ ମହାସପ୍ତମୀ ପୂଜା: ରାତି ପାହିଲେ ମହାଷ୍ଟମୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଶୁକ୍ରବାର ହେଉଛି ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା। ମା’ ଜଗତ୍‌ଜନନୀଙ୍କ ପୂଜା କରୋନା କଟକଣା ମଧ୍ୟରେ ବେଶ ଫିକା ପଡ଼ିଛି। ଏବର୍ଷ ଚଳଚଞ୍ଚଳ ହେଉନି...

୬ମାସ ଘୁଞ୍ଚିଲା ଇ-ବସ୍‌ ଚଳାଚଳ

ଭୁବନେଶ୍ୱର, ୨୯।୨ (ବ୍ୟୁରୋ): ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ଭୁବନେଶ୍ୱରରେ ଚଳାଚଳ କରିଥାନ୍ତା ଇ-ବସ୍‌। ହେଲେ ଏବେ ସେହି ଆଶା ମଉଳି ଯାଇଛି। ଚାଇନାରେ...

ମ୍ୟାଲେରିଆ, ଡେଙ୍ଗୁ, ମସ୍ତିଷ୍କ ଜ୍ୱର ସଚେତନତା ଅଭିଯାନ: ୩ ମାସରେ ରୋଗମୁକ୍ତ ସହର ଲକ୍ଷ୍ୟ

ବ୍ରହ୍ମପୁର ଅଫିସ,୩୦ା୬-ବ୍ରହ୍ମପୁର ମହାନଗର ନିଗମ(ବିଏମସି) ଅଞ୍ଚଳରେ ମ୍ୟାଲେରିଆ, ଡେଙ୍ଗୁ, ଡାଇରିଆ, ମସ୍ତିଷ୍କ ଜ୍ୱର ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ ଆସନ୍ତା ୨ ତାରିଖରୁ ଆରମ୍ଭ ହେବ...

Advertisement
Archives

Model This Week