ଭାରତ ସିରିଜ ପରେ ସନ୍ନ୍ୟାସ ନେବେ ଗେଲ୍‌

ମାଞ୍ଚେଷ୍ଟର, ୨୭।୬(ପି.ଟି.)- ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ତାଙ୍କ ମତ ବଦଳାଇଛନ୍ତି। ଘରୋଇ ମାଟିରେ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ସିରିଜ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିବେ ବୋଲି ବୁଧବାର ଗେଲ୍‌ କହିଛନ୍ତି। ଏହି ସିରିଜ ଆସନ୍ତା ଅଗଷ୍ଟ-ସେପ୍ଟମ୍ବରରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ପୂର୍ବରୁ ଚଳିତ ଆଇସିସି ବିଶ୍ୱକପ୍‌ ସମାପ୍ତ ହେବା ପରେ ଅବସର ନେବେ ବୋଲି ଏହି ଦୁର୍ଦ୍ଧର୍ଷ ବାମହାତୀ ବ୍ୟାଟ୍ସମ୍ୟାନ କହିଥିଲେ।
ଦୁଇ ଦଶନ୍ଧି ଧରି ସୀମିତ ଓଭର କ୍ରିକେଟ୍‌ରେ ରାଜ୍‌ କରୁଥିବା ଗେଲ୍‌ ଏଥିସହ ପ୍ରାକ୍ତନ ଅଷ୍ଟ୍ରେଲୀୟ ଅଧିନାୟକ ଷ୍ଟିଭ୍‌ ଓ୍ବ ଓ ଜ୍ୟାକ୍ସ କାଲିସଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଓ୍ବ ଓ କାଲିସ ଯଥାକ୍ରମେ ୨୦୦୪ ଓ ୨୦୧୩ରେ ଭାରତ ବିପକ୍ଷ ସିରିଜ ଖେଳିସାରିବା ପରେ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିଥିଲେ। ଫଳରେ ଗେଲ୍‌ଙ୍କ ଘରୋଇ ପଡ଼ିଆ ଜାମାଇକାର କିଙ୍ଗ୍ସଷ୍ଟନରେ ଅଗଷ୍ଟ ୩୦ରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ତାଙ୍କର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌ ହେବ ବୋଲି ଆଶା କରାଯାଉଛି। ‘ଏହାର ଅନ୍ତ ବର୍ତ୍ତମାନ ହୋଇନାହିଁ। ମୋ ପାଖରେ ଏବେ ବି କିଛି ଖେଳ ବାକି ରହିଛି। ଆଉ ଗୋଟିଏ ସିରିଜ ବି ହୋଇପାରେ। କିଏ ଜାଣେ, କ’ଣ ଘଟୁଛି ଦେଖିବା’ ବୋଲି ଅବସର ନେଇ ଖବରଦାତାଙ୍କ ପ୍ରଶ୍ନରେ ଗେଲ୍‌ ଏହା କହିଛନ୍ତି। ବିଶ୍ୱକପ୍‌ ପରେ ସ୍ବତନ୍ତ୍ର ପ୍ଲାନ କ’ଣ ରହିଛି ବୋଲି ପ୍ରଶ୍ନ ହେବାରୁ ୩୯ ବର୍ଷୀୟ ଗେଲ୍‌ କହିଥିଲେ, ‘ ମୁଁ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍‌ ଖେଳିପାରେ ଏବଂ ଭାରତ ବିପକ୍ଷ ଦିନିକିଆ ସିରିଜ ନିଶ୍ଚିତ ଖେଳିବି। ଟି୨୦ ସିରିଜ କିନ୍ତୁ ଖେଳିବି ନାହିଁ। ବିଶ୍ୱକପ୍‌ ପରେ ଏହା ମୋର ପ୍ଲାନ ରହିଛି।’ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳର ମିଡିଆ ମ୍ୟାନେଜର ଫିଲିପ୍‌ ସ୍ପୁନର କିନ୍ତୁ ନିଶ୍ଚିତ କରିଥିଲେ ଯେ, ଭାରତ ବିପକ୍ଷ ସିରିଜରେ ଗେଲ୍‌ ଶେଷଥର ପାଇଁ ଜାତୀୟ ଦଳର ଡ୍ରେସରେ ନଜରକୁ ଆସିବେ। ‘ହଁ, ଭାରତ ବିପକ୍ଷ ସିରିଜ ଗେଲ୍‌ଙ୍କ ଅନ୍ତିମ ସିରିଜ ହେବ’ ବୋଲି ଫିଲିପ୍‌ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୧୯୯୯ରେ ଭାରତ ବିପକ୍ଷ ଦିନିକିଆ ସହ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଗେଲ୍‌ ବର୍ତ୍ତମାନ ସୁଦ୍ଧା ୧୦୩ ଟେଷ୍ଟରୁ ୪୨.୧୯ ଆଭରେଜରେ ୭୨୧୫ ରନ, ୨୯୪ ଦିନିକିଆରୁ ୧୦,୩୪୫ ରନ ଓ ୫୮ ଟି୨୦ ମ୍ୟାଚ୍‌ରୁ ୧୬୨୭ ରନ୍‌ ସଂଗ୍ରହ କରିଛନ୍ତି। ଟେଷ୍ଟ କ୍ରିକେଟ୍‌ରେ ତାଙ୍କ ନାମରେ ୨ଟି ତ୍ରିଶତକ ରହିଥିବାବେଳେ ଦିନିକିଆରେ ଗୋଟିଏ ଦ୍ୱିଶତକ ଲିପିବଦ୍ଧ ରହିଛି। ସେହିଭଳି ଟି୨୦ କ୍ରିକେଟ୍‌ରେ ପ୍ରଥମ ଶତକ ମଧ୍ୟ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କ ନାମରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଙ୍କା ଷ୍ଟାଡିୟମରେ ଟି୨୦ ବିଶ୍ୱକପ୍‌ ଆୟୋଜନକୁ ବର୍ଡରଙ୍କ ନାପସନ୍ଦ

ମେଲବୋର୍ନ, ୧୪।୪(ପି.ଟି.)- କୋଭିଡ୍‌-୧୯ ମହାମାରୀ କାରଣରୁ ଏବେ ସାରା ବିଶ୍ୱର କ୍ରୀଡ଼ା ସ୍ଥାଣୁ ହୋଇଯାଇଛି। କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ ଦେଶରେ ଲକ୍‌ଡାଉନ...

ବାପା ହେଲେ ସ୍ପ୍ରିଣ୍ଟ ଲିଜେଣ୍ଡ ବୋଲ୍ଟ

କିଙ୍ଗଷ୍ଟନ,୧୯।୫(ଏଏଫପି): ଜାମାଇକା କିମ୍ବଦନ୍ତୀ ଧାବକ ଉସେନ୍‌ ବୋଲ୍ଟ ପ୍ରଥମଥର ପାଇଁ ବାପା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ବାନ୍ଧବୀ କାସି ବେନ୍ନେଟ ଏକ କନ୍ୟା...

ସ୍ମିଥଙ୍କୁ ନ ଖେଳାଇବାକୁ ନେଇ ପନ୍ତଙ୍କ ଉପରେ ରାଗିଲେ ପ୍ରଶଂସକ: କହିଲେ…

ନୂଆଦିଲ୍ଲୀ,୧୬।୪: ଆଇପିଏଲ୍‌-୨୦୨୧ର ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଟିମ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ୩ ଉଇକେଟରେ ପରାସ୍ତ କରିଥିଲା। ଚଳିତ ଟୁର୍ନାମେଣ୍ଟରେ ଏହା ରାଜସ୍ଥାନର ପ୍ରଥମ...

ଇଣ୍ଡିଆନ ସୁପରଲିଗ୍‌: ଇଷ୍ଟବେଙ୍ଗଲକୁ ହରାଇଲା ମୁମ୍ବାଇ

ବାମ୍ବୋଲିମ୍‌, ୨।୧୨- ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ମୁମ୍ବାଇ ସିଟି ଏଫସି ୩-୦ ଗୋଲରେ ଇଷ୍ଟବେଙ୍ଗଲକୁ ପରାସ୍ତ କରିଛି। ୩ ମ୍ୟାଚରୁ ୨ୟ...

ବିରାଟ କୋହଲି ପିନ୍ଧୁଥିବା ଘଣ୍ଟାର ଦାମ୍‌ କେତେ ଜାଣିଛନ୍ତି କି?

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବେ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଲୋକପ୍ରିୟତା ଅର୍ଜନ କରିଛନ୍ତି। କେବଳ କ୍ରିକେଟ୍‌ରେ, କୋହଲି ଅଭିନୟରେ...

ଅଲିମ୍ପିକ୍ସରେ ପ୍ରଥମ ଭାରତୀୟ ଜିମ୍ନାଷ୍ଟିକ୍‌ ଜଜ୍‌

ନୂଆଦିଲ୍ଲୀ,୧୪।୭(ପି.ଟି.): ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଦୀପକ କାବ୍ରା ପ୍ରଥମ ଭାରତୀୟ ଜିମ୍ନାଷ୍ଟିକ୍‌ ଜଜ୍‌ ଭାବେ ଦାୟିତ୍ୱ ତୁଲାଇବେ। ଜଣେ ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି...

ପ୍ରଥମ ଅନ୍‌ଅଫିସିଆଲ ଟେଷ୍ଟ: ବୃହତ୍‌ ବିଜୟର ନିକଟତର ଭାରତ ଏ’

ଥିରୁଭାନନ୍ତପୁରମ,୧୨।୯(ପି.ଟି.)- ସ୍ଥାନୀୟ ଗ୍ରୀନ୍‌ ଫିଲ୍ଡ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ଏ’ ବିପକ୍ଷ ପ୍ରଥମ ଅନ୍‌ ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଭାରତ ଏ’...

ପର୍ତ୍ତୁଗୀଜ୍‌ ଗ୍ରାଁ ପ୍ରି ଜିତିଲେ ହାମିଲଟନ

ପୋର୍ଟିମାଓ: ବ୍ରିଟିଶ ଡ୍ରାଇଭର ଲୁଇସ୍‌ ହାମିଲଟନ ରବିବାର ପର୍ତ୍ତୁଗୀଜ ଫର୍ମୁଲା ଓ୍ବାନ ମୋଟର ରେସ୍‌ ଜିତିଛନ୍ତି। ଏହାଦ୍ୱାରା ସେ ସବୁଠାରୁ ଅଧିକ ୯୨ ଟାଇଟଲ ଜିତି...

Advertisement
Ten Cric Info


Archives

Model This Week