Posted inଖେଳ

ଭାରତ-ଏ ୨୭୩ ରନରେ ଅଗ୍ରଣୀ

ବେଙ୍ଗାଲୁରୁ, ୨।୬- ହୁବ୍‌ଲୀସ୍ଥିତ ନେହେରୁ ଷ୍ଟାଡିୟମରେ ଭ୍ରମଣକାରୀ ଶ୍ରୀଲଙ୍କା-ଏ ବିପକ୍ଷରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଭାରତ-ଏ ଦୃଢ଼ସ୍ଥିତିରେ ରହିଛି। ଶନିବାର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୨ୟ ଇନିଂସରେ ୪୬ ଓଭରରେ ୬ ଉଇକେଟ୍‌ ହରାଇ ମୋଟ୍‌ ୨୧୬ ରନ ସଂଗ୍ରହ କରିଛି। ଭାରତ-ଏ ପକ୍ଷରୁ ଅନ୍‌ମୋଲପ୍ରୀତ୍‌ ସିଂ (୬୦), ସିଦ୍ଦେଶ ଲାଡ୍‌ (୫୮) ଓ ଉଇକେଟ୍‌କିପର ଶ୍ରୀକର ଭରତ (୬୦) ଅର୍ଦ୍ଧଶତକ ହାସଲ କରିଛନ୍ତି। ଦୁଇ ଓପନର୍‌ ଅଭିମନ୍ୟୁ ଇଶ୍ୱରନ ୩ ଓ ଅଧିନାୟକ ପ୍ରିୟଙ୍କ ପଞ୍ଚଲ ୧୫ ରନ କରି ଆଉଟ୍‌ ହୋଇଥିବାବେଳେ ଶିଭମ ଦୁବେ (୫) ଓ ରାହୁଲ ଚହର (୫) ଅପରାଜିତ ରହିଛନ୍ତି। ଶ୍ରୀଲଙ୍କା-ଏ ପକ୍ଷରୁ ବିଶ୍ୱ ଫର୍ନାଣ୍ଡୋ ଓ ଲକ୍ଷନ ସନ୍ଦାକନ ୨ଟି ଲେଖାଏ ଉଇକେଟ୍‌ ନେଇଛନ୍ତି। ପ୍ରଥମ ଇନିଂସରେ ୫୭ ରନର ଅଗ୍ରଣୀ ନେଇଥିବା ଭାରତ ଏଥିସହ ମୋଟ୍‌ ଉପରେ ୨୭୩ ରନରେ ଆଗୁଆ ରହିଛି।
ଭାରତ-ଏ’ର ପ୍ରଥମ ଇନିଂସ ସ୍କୋର ୨୬୯ ରନ ଜବାବରେ ଶ୍ରୀଲଙ୍କା-ଏ ଶୁକ୍ରବାର ସୁଦ୍ଧା ୪ ଉଇକେଟ୍‌ରେ ୮୭ ରନ କରିଥିଲା। ଶନିବାର ଦଳ ପୂର୍ବ ଦିନର ସ୍କୋରରେ ଆଉ ୧୧୫ ରନ ଯୋଡ଼ି ବଳକା ଉଇକେଟ୍‌ ହରାଇଥିଲା। ଶ୍ରୀଲଙ୍କା-ଏ ପକ୍ଷରୁ କାମିନ୍ଦୁ ମେଣ୍ଡିସ ୬୮, ନିରୋଶାନ ଡିକ୍‌ଓ୍ବେଲା ୩୯, ପ୍ରିୟମଲ ପେରେରା ୩୬, ଅଧିନାୟକ ଅସନ ପ୍ରିୟଞ୍ଜନ ୧୯ ରନ କରିଥିଲେ। ଭାରତ-ଏ ପକ୍ଷରୁ ଜୟନ୍ତ ଯାଦବ ୩ ଏବଂ ସନ୍ଦୀ ଓ୍ବାରିୟର ଓ ଦୁବେ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ମଙ୍ଗଳବାର ମ୍ୟାଚ୍‌ର ଅନ୍ତିମ ଦିବସ ହୋଇଥିବାରୁ ଫଳାଫଳ ବାହାରିବା ଏକପ୍ରକାର ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଘରେ ବସି ଷ୍ଟାଡିୟମ ଅନୁଭୂତି

ଭୁବନେଶ୍ୱର,୧୦ା୧(ସ୍ପୋଟର୍‌ସ ବ୍ୟୁରୋ): ହକି ବିଶ୍ୱକପ୍‌-୨୦୨୩ ଆସନ୍ତା ୧୩ରୁ ଆରମ୍ଭ ହେବ। ଏହା ପୂର୍ବରୁ ହକି ଫ୍ୟାନ୍‌ଙ୍କ ପାଇଁ ଏକ ମେଟାଭର୍ସ ଲଞ୍ଚ୍‌ କରିଛି ହକି ଇଣ୍ଡିଆ।...

ବାଙ୍ଗାଲୋର ଏଫ୍‌ସିକୁ ଫେରିଲେ ଲିଙ୍ଗ୍‌ଦୋ

ବେଙ୍ଗାଲୁରୁ, ୧୮ା୬ (ପି.ଟି.)-ଏଟିକେ ସହିତ ଦୁଇ ସିଜନ ଅତିବାହିତ କରିବା ପରେ ୟୁଜେନସନ ଲିଙ୍ଗ୍‌ଦୋ ତାଙ୍କ ପୂର୍ବ ଦଳ ବେଙ୍ଗାଲୁରୁ ଏଫ୍‌ସିକୁ ପ୍ରତ୍ୟାବର୍ତ୍ତନ କରିଥିବା ସୋମବାର...

‘ସହଜରେ ମିଳି ନ ଥିଲା ବିଜୟ’

ଜେୟପୁର,୧୮।୧୧: ସଓ୍ବାଇ ମାନ ସିଂ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୫ ଉଇକେଟରେ ହରାଇ ଭାରତୀୟ ଦଳ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ବିଜୟ...

ପୂର୍ବତନ ପେସାଦାର ଗଲ୍ଫର ସାଣ୍ଡର୍ସଙ୍କ ପରଲୋକ

ଲସ୍‌ଏଞ୍ଜେଲ୍ସ, ୧୩।୪ (ଏଏଫ୍‌ପି): ଆମେରିକୀୟ ପେସାଦାର ଗଲ୍ଫର ଡଗ୍‌ ସାଣ୍ଡର୍ସ ୮୬ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ହଷ୍ଟନ୍‌ରେ ରବିବାର ସକାଳେ ସେ ପରଲୋକ ଗମନ...

ପାରାଲିମ୍ପିକ୍ସରେ ପଦକ ହରାଇଲେ ବିନୋଦ…

ଟୋକିଓ,୩୦।୮: ଟୋକିଓ ପାରାଲିମ୍ପିକ୍ସର ଡିସକସ୍‌ ଥ୍ରୋରେ ବ୍ରୋଞ୍ଜ୍‌ ପଦକ ବିଜେତା ହୋଇଥିବା ଭାରତର ବିନୋଦ କୁମାରଙ୍କୁ ଆଉ ପଦକ ମିଳିବ ନାହିଁ। ତାଙ୍କୁ ଯୋଗ୍ୟତା ବର୍ଗ...

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଡ୍ବେନ ବ୍ରାଭୋ

ଦୁବାଇ,୨୨।୧୦(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାରକା ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ବାଦ୍‌ ପଡିଛନ୍ତି। ଗ୍ରୋନ୍‌ ଇଞ୍ଜୁରି କାରଣରୁ...

ନାଇଟ୍‌ ଉପାଧି ଗ୍ରହଣ କଲେ ସାର୍‌ ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌

ଲଣ୍ଡନ, ୧୬।୧- ଇଂଲଣ୍ଡ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ଆଣ୍ଡ୍ର୍ୟୁ ଷ୍ଟ୍ରସ୍‌ ବ୍ରିଟେନ୍‌ର ସର୍ବୋଚ୍ଚ ସମ୍ମାନ ‘ନାଇଟ୍‌ ଉପାଧି’ ଗ୍ରହଣ କରିଛନ୍ତି। ଫଳରେ ଏବେ ତାଙ୍କ...

କୁରାନ୍‌ଙ୍କ ଉପରେ ଟଙ୍କା ବର୍ଷା: ପାଲଟିଲେ ଆଇପିଏଲ୍‌ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ,୨୩।୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ସାବ୍ୟସ୍ତ ହୋଇଛନ୍ତି ଇଂଲଣ୍ଡର ସାମ କୁରାନ୍‌। ଶୁକ୍ରବାର ଅନୁଷ୍ଠିତ ନିଲାମିରେ ପଞ୍ଜାବ କିଙ୍ଗ୍ସ ଏହି...

Advertisement
Archives

Model This Week