Posted inଖେଳ

ଭାରତୀୟ ଯୁବ ଦଳ ଜିତିଲା ତ୍ରି-ରାଷ୍ଟ୍ରୀୟ ସିରିଜ

ଲଣ୍ଡନ, ୧୨।୮- ଭାରତୀୟ ଯୁବ କ୍ରିକେଟ୍‌ ଦଳ ୧୯ ବର୍ଷରୁ କମ୍‌ ତ୍ରି-ରାଷ୍ଟ୍ରୀୟ ଟୁର୍ନାମେଣ୍ଟରେ ଚାମ୍ପିୟନ ହୋଇଛି। ହୋଭ୍‌ସ୍ଥିତ କାଉଣ୍ଟି ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲ ମ୍ୟାଚ୍‌ରେ ଭାରତୀୟ ଯୁବ ଦଳ ୬ ଉଇକେଟ୍‌ରେ ବାଂଲାଦେଶ ଯୁବ କ୍ରିକେଟ୍‌ ଦଳକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ବାଂଲାଦେଶ ଯୁବ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୨୬୧ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ମହମ୍ମଦୁଲ ହାସନ ଜୟ ୧୩୪ ବଲରୁ ୧୦୯ ରନର ଶତକୀୟ ଇନିଂସ ଖେଳିଥିଲେ। ଓପନର୍‌ ପରଭେଜ ହୁସେନ ଏମନ୍‌୬୦ ଓ ଶାମିମ ହୋସେନ ୩୨ ରନ କରିଥିଲେ। ଭାରତୀୟ ଯୁବ ଦଳ ପକ୍ଷରୁ କାର୍ତ୍ତିକ ତ୍ୟାଗୀ ଓ ସୁଶାନ୍ତ ମିଶ୍ର ୨ଟି ଲେଖାଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ଭାରତୀୟ ଯୁବ ଦଳ ୪ଟି ଅର୍ଦ୍ଧଶତକ ସହାୟତାରେ ୮ ବଲ ପୂର୍ବରୁ ୪ ଉଇକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେବା ସହ ଚାମ୍ପିୟନ ବିବେଚିତ ହୋଇଥିଲା। ଆଗଧାଡ଼ିର ୩ ବ୍ୟାଟ୍ସମ୍ୟାନ ଯଶଭି ଜୟସ୍ବାଲ (୫୦), ଦିବ୍ୟାଂଶ ସସ୍କେନା (୫୫), ଅଧିନାୟକ ପ୍ରିୟଙ୍କ ଗର୍ଗ (୭୩) ଓ ୫ମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଉଇକେଟ୍‌କିପର ଧ୍ରୁବ ଜୁରେଲ ଅପରାଜିତ (୫୯) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନ୍ଦେହରେ ଆଇପିଏଲ୍‌ରେ କିଣାଯାଇଥିବା ପେସର ଦିଗବିଜୟଙ୍କ ବୋଲିଂ ଷ୍ଟାଇଲ

ପୁଣେ,୨୫।୧୨- ମହାରାଷ୍ଟ୍ର ପେସର ଦିଗବିଜୟ ଦେଶମୁଖ ଗତ ସପ୍ତାହରେ ଜମ୍ମୁ-କଶ୍ମୀର ବିପକ୍ଷ ରଣ୍‌ଜୀ ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ତାଙ୍କୁ ଆଇପିଏଲରେ ନିଲାମ ପ୍ରକ୍ରିୟାରେ ମୁମ୍ବାଇ ଇଣ୍ଡିଆନ୍ସ...

ରଣଜୀ ଗ୍ରାଉଣ୍ଡରେ ପଶିଲା ଶାପ

ନୂଆଦିଲ୍ଲୀ,୯।୧୨- ସୋମବାରଠାରୁ ଚଳିତ ସିଜନର ରଣଜୀ ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହୋଇଯାଇଛି। ପ୍ରଥମ ଦିନରେ ହିଁ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି।...

ଆୟୋଜକ କମିଟି ଅଧ୍ୟକ୍ଷ ମୋରିିଙ୍କ ଇସ୍ତଫା

ଟୋକିଓ, ୧୩ା୨(ଏପି): ଟୋକିଓ ଅଲିମ୍ପିକ୍ସ ଆୟୋଜକ କମିଟି ମୁଖ୍ୟ ୟୋଶିରୋ ମୋରି ଶୁକ୍ରବାର ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମହିଳାମାନେ ଅଧିକ କଥାବାର୍ତ୍ତା କରିଥାନ୍ତି’। ଏଭଳି ମହିଳା...

ବିଜୟ ହଜାରେ ଟ୍ରଫି: ଓଡ଼ିଶାର ପ୍ରଥମ ବିଜୟ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)-ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଓଡ଼ିଶା ଚଳିତ ବିଜୟ ହଜାରେ ଟ୍ରଫି ଦିନିକିଆ ଘରୋଇ କ୍ରିକେଟ ଟୁର୍ନାମେଣ୍ଟରେ ଶୁକ୍ରବାର ପ୍ରଥମ...

ଆୟାରଙ୍କୁ ୧୨ ଲକ୍ଷ ଜରିମାନା

ଆବୁଧାବି, ୧।୧୦(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ମଙ୍ଗଳବାର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସ୍ଲୋ ଓଭରରେଟ୍‌ ବୋଲିଂ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାରଙ୍କୁ...

ସେଲ୍‌ଫି ନେବାପରେ ଜଣାପଡ଼ିଲା କ୍ରିକେଟର୍‌ଙ୍କୁ ହୋଇଛି କରୋନା

ନୂଆଦିଲ୍ଲୀ, ୨୯।୭: ପସନ୍ଦର ସେଲିବ୍ରିଟିଙ୍କୁ ଜୀବନରେ ଥରେ ହେଉନା କାହିଁକି ଭେଟିବାକୁ ସବୁ ପ୍ରଶଂସକଙ୍କ ସ୍ବପ୍ନ ଥାଏ। ଏପରିକି କେତେଜଣ ଭାଗ୍ୟଶାଳୀ ବ୍ୟକ୍ତି ଥାଆନ୍ତି ଯିଏକି...

ଯୁବରାଜଙ୍କ ନାଁରେ ମାମଲା ରୁଜୁ

ଭାରତର ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ସମସ୍ୟା ବଢିବାରେ ଲାଗିଛି। ଦଳିତ ସମାଜ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବାରୁ ହରିୟାଣା ପୋଲିସ ତାଙ୍କ ନାଁରେ...

ପେଟ୍ରୋଲ ପମ୍ପରେ ବସି ଝଗଡା କଲେ ଧୋନୀ-ସାକ୍ଷୀ, ଫ୍ୟାନ୍‌ କଲେ ପ୍ରଶଂସା

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବିଶ୍ୱକପ୍‌ ପରେ କିଛି କ୍ରିକେଟରୁ ଦୂରେଇ ରହିଛି। ଏହି ସମୟରେ ନିଜ ପରିବାର ସହ...

Advertisement


Archives

Model This Week

Why Dharitri