Posted inଖେଳ

ଭାରତୀୟ ଫୁଟ୍‌ବଲ ସଂକଟରେ: ଫିଫାକୁ ଚିଠି ଲେଖିଲେ ୬ ଆଇ-ଲିଗ୍‌ କ୍ଲବ

ନୂଆଦିଲ୍ଲୀ, ୨୨ା୭ (ପି.ଟି.)- ଭାରତୀୟ ଫୁଟ୍‌ବଲ ଏବେ ସଂକଟରେ ଦର୍ଶାଇ ସହାୟତା ପାଇଁ ଫିଫା (ଫେଡେରେଶନ ଅଫ୍‌ ଇଣ୍ଟରନ୍ୟାଶନାଲ ଫୁଟ୍‌ବଲ ଆସୋସିଏଶନ୍ସ)ର ସହଯୋଗ ଲୋଡିଛନ୍ତି ମିନର୍ଭା ପଞ୍ଜାବ, ମେହେନ ବାଗାନ ଏବଂ ଇଷ୍ଟବେଙ୍ଗଲ ଭଳି ଆଇ-ଲିଗ୍‌ର କେତେକ ଟପ୍‌ ଫୁଟ୍‌ବଲ କ୍ଲବ। ଏହି ମର୍ମରେ ଫିଫା ସଭାପତି ଜିଆନି ଇନ୍‌ଫାଣ୍ଟିନୋଙ୍କୁ ଯେଉଁ ୬ଟି କ୍ଲବ ଚିଠି ଲେଖିଛନ୍ତି, ସେମାନଙ୍କ ମଧ୍ୟରେ ଚର୍ଚ୍ଚିଲ ବ୍ରଦର୍ସ, ଆଇଜଲ ଏଫ୍‌ସି ଏବଂ ଗୋକୁଳମ୍‌ କେରଳ ଏଫ୍‌ସି ମଧ୍ୟ ରହିଛନ୍ତି। ମିନିର୍ଭା ପଞ୍ଜାବ ମାଲିକ ରଣଜିତ୍‌ ବଜାଜ ଏହି ଚିଠିରେ ସ୍ବାକ୍ଷର କରିଛନ୍ତି। ନିକଟ ଭବିଷ୍ୟତରେ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଦେଶର ଶ୍ରେଷ୍ଠ ପ୍ରଫେସନାଲ ଫୁଟ୍‌ବଲ ଲିଗ୍‌ ମାନ୍ୟତା ପ୍ରଦାନ କରିବାକୁ ଯାଉଥିବା ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ନିକଟରେ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛି। ଏହା ଯଦି କାର୍ଯ୍ୟକାରୀ ହୁଏ ତେବେ ୨୦୦୭ରେ ଦେଶର ପ୍ରଥମ ପ୍ରଫେସନାଲ ଫୁଟ୍‌ବଲ ଲିଗ୍‌ର ମାନ୍ୟତା ପାଇ ଆସିଥିବା ଆ-ଲିଗ୍‌କୁ ଦ୍ୱିତୀୟ ପାହ୍ୟା ଲିଗ୍‌ ବୋଲି ବିବେଚନା କରାଯିବ। ଆଇଏସ୍‌ଏଲର ଜନ୍ମ କିନ୍ତୁ ୨୦୧୩ରେ। ଏଆଇଏଫ୍‌ଏଫ୍‌ ଏବଂ ଆଇଏମ୍‌ଜି ରିଲାଏନ୍ସ ମଧ୍ୟରେ ୨୦୧୦ରେ ଏକ ମାଷ୍ଟର ରାଇଟ୍‌ ଏଗ୍ରିମେଣ୍ଟ ଚୁକ୍ତି ସ୍ବାକ୍ଷର ହୋଇଛି। ତଦନୁସାରେ ଫୁଟବଲ ମହାସଂଘ ଆଇଏସ୍‌ଏଲ୍‌କୁ ଦେଶର ଏକ ନମ୍ବର ଫ୍ରଫେସନାଲ ଫୁଟ୍‌ବଲ ଲିଗ୍‌ର ମାନ୍ୟତା ଦେବାକୁ ବିଚାର କରୁଛି। ଭାରତୀୟ ଫୁଟ୍‌ବଲ କିପରି ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଗତି କରୁଛି ତାହା ବର୍ଣ୍ଣନା କରି ଏହି ଅସନ୍ତୁଷ୍ଟ ଆଇ-ଲିଗ୍‌ କ୍ଲବଗୁଡ଼ିକ କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠି ଲେଖିଥିଲେ।
ସେମାନେ ଏଆଇଏଫ୍‌ଏଫ୍‌ ଯେଉଁ ଢଙ୍ଗରେ କାର୍ଯ୍ୟକରୁଛି ତାହାର ଏକ ତଦନ୍ତ କରାଯିବା ଲାଗି ଇନ୍‌ଫାଣ୍ଟିନୋଙ୍କୁ ଅନୁରୋଧ କରିଛନ୍ତି। ଫୁଟ୍‌ବଲ ଭାରତ ସମେତ ସମଗ୍ର ବିଶ୍ୱରେ ଏକ ଅନ୍ୟତମ ସବୁଠାରୁ ଲୋକପ୍ରିୟ ଖେଳ। ଜାତୀୟ ମହାସଂଘରେ ସୁ ପ୍ରଶାସନର ଅଭାବ ଯୋଗୁ ଦିନକୁ ଦିନ ଭାରତୀୟ ଫୁଟ୍‌ବଲର ଅଧୋପତନ ଘଟିବାରେ ଲାଗିଛି। ବୋଲି ଚିଠିରେ ଲେଖାଯାଇଛି। ଫ୍ରାଞ୍ଚାଇଜ୍‌ ଭିତ୍ତିକ ଲିଗ୍‌ ସମ୍ପର୍କରେ ଦର୍ଶାଇବାକୁ ଯାଇ କ୍ଲବଗୁଡ଼ିକ କହିଛନ୍ତି, ଆଇଏସଏଲ ହେଉଛି ସମ୍ପୂର୍ଣ୍ଣ ଏକ ବ୍ୟବସାୟିକ ଉଦ୍ୟୋଗ। ଏହାର କୌଣସି ପ୍ରାସଙ୍ଗିକତା ନାହିଁ। ଆଇଏସ୍‌ଏଲ୍‌ରେ ବହୁ ସଂଖ୍ୟାରେ ୩୫ବର୍ଷରୁ ଊର୍ଦ୍ଧ୍ୱ ବୟସର ଖେଳାଳି ଖେଳିଥାନ୍ତି। ବିଦେଶରେ ଯେଉଁ ଖେଳାଳିମାନେ ଅଲୋଡା ହୋଇପଡ଼ନ୍ତି ସେମାନଙ୍କୁ ଏହି ଟୁର୍ନାମେଣ୍ଟ ଲାଗି ଅନୁବନ୍ଧିତ କରାଯାଇଥାଏ। ଆଇଏସ୍‌ଏଲ ହେଉଛି ଫୁଟ୍‌ବଲରେ ଆଇପିଏଲ୍‌ ଭଳି। ଅନ୍ତର୍ଜାତୀୟ ସ୍ତରରେ ଭାରତୀୟ ଫୁଟ୍‌ବଲର ସ୍ଥାନ ବହୁ ନିମ୍ନରେ ରହିଛି। ଏପରି ସ୍ଥଳେ ଏକ ସମ୍ପୂର୍ଣ୍ଣ କମର୍ସିଆଲ ଲିଗ୍‌କୁ ଦେଶର ସବୁଠାରୁ ସିନିୟର ଲିଗ୍‌ର ମାନ୍ୟତା ପ୍ରଦନା କରାଯିବା କେତେଦୂର ଯଥାର୍ଥ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଏଆଇଏଫ୍‌ଏଫ୍‌ ସଭାପତି ପ୍ରଫୁଲ୍ଲ ପଟେଲ ଅସନ୍ତୁଷ୍ଟ ଆଇ-ଲିଗ୍‌ କ୍ଲବଗୁଡ଼ିକୁ ପ୍ରତିଶ୍ରୁତି ଦେଇ କହିଥିଲେ, ସେମାନଙ୍କ ଭବିଷ୍ୟତ ସୁରକ୍ଷିତ। ଆଇଏସ୍‌ଏଲ୍‌ ସହିତ ଆଇ-ଲିଗ୍‌ ଯେପରି ଆହୁରି ୨ରୁ ୩ ବର୍ଷ ବର୍ଷ ପର୍ଯ୍ୟନ୍ତ ଏକ ସଙ୍ଗେ ଚାଲିବ ସେନେଇ ଅନୁମତି ପାଇଁ ଏସିଆନ୍‌
ଫୁଟ୍‌ବଲ କନଫେଡେରେଶନ (ଏଏଫ୍‌ସି)କୁ ସେ ଅନୁରୋଧ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri