Posted inଖେଳ

ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପାଇଁ ଆବେଦନ କଲେ ଜଣ୍ଟି ରୋଡ୍ସ

ମୁମ୍ବାଇ, ୨୫।୭ (ପି.ଟି.)- ଦକ୍ଷିଣ ଆଫ୍ରିକା ପୂର୍ବତନ କ୍ରିକେଟର୍‌ ତଥା ନବେ ଦଶକରେ ବିଶ୍ୱର ଶ୍ରେଷ୍ଠ ଫିଲ୍ଡର ବିବେଚିତ ହୋଇଥିବା ଜଣ୍ଟି ରୋଡ୍ସ ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ପଦ ପାଇଁ ଆବେଦନ କରିଛନ୍ତି। ନିଜର ଅବିଶ୍ୱସନୀୟ ଫିଲ୍ଡିଂ ପାଇଁ କ୍ରିକେଟ୍‌ ଜଗତରେ ପରିଚିତ ଜଣ୍ଟି ଏହି ପଦ ପାଇଁ ଆବେଦନ କରିଥିବା ପାର୍ଥୀଙ୍କ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ଚେହେରା ହୋଇଛନ୍ତି। ‘ହଁ, ଭାରତୀୟ ଦଳର ନୂଆ ଫିଲ୍ଡିଂ କୋଚ୍‌ ପଦ ପାଇଁ ମୁଁ ଆବେଦନ କରିଛି। ମୁଁ ଏବଂ ମୋ ସ୍ତ୍ରୀ ଆମେ ଉଭୟ ଏହି ଦେଶକୁ ବହୁତ ଭଲ ପାଉ। ଆମେ ଏଠାରୁ ଅନେକ କିଛି ପାଇଛୁ। ଆମର ଦୁଇ ସନ୍ତାନ ଭାରତରେ ଜନ୍ମ ଗ୍ରହଣ କରିଛନ୍ତି’ ବୋଲି ୪୯ ବର୍ଷୀୟ ରୋଡ୍ସ ଏକ ଓ୍ବେବ୍‌ସାଇଟ୍‌କୁ ସାକ୍ଷାତକାର ଅବସରରେ କହିଛନ୍ତି। ୧୯୯୨ରେ ଜଣେ ବ୍ୟାଟ୍ସମ୍ୟାନ ଭାବେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ଜଣ୍ଟି ଜାତୀୟ ଦଳ ପକ୍ଷରୁ ୫୨ ଟେଷ୍ଟ ଓ ୨୪୫ ଦିନିକିଆ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ତେବେ ବ୍ୟାଟିଂ ଅପେକ୍ଷା ସେ ନିଜର ଫିଲ୍ଡିଂ ଲାଗି ସେ ବେଶ୍‌ ପରିଚିତ ଲାଭ କରିପାରିଥିଲେ। ବିଶେଷ କରି ୧୯୯୨ ବିଶ୍ୱକପ୍‌ରେ ସେ ଯେଉଁଭଳି ଭାବେ ପାକିସ୍ତାନ ଅଧିନାୟକ ଇଞ୍ଜାମାମ-ଉଲ୍‌-ହକ୍‌ଙ୍କୁ ‘ଉଡିକି’ ରନ୍‌ ଆଉଟ୍‌ କରିଥିଲେ ତାହା ଆଜି ବି କ୍ରିକେଟ୍‌ପ୍ରେମୀଙ୍କ ମନରେ ଉଜ୍ଜିବୀତ ରହିଛି। ଜଣ୍ଟି ଏଥିପୂର୍ବରୁ ଆଇପିଏଲ୍‌ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ କୋଚ୍‌ ଦାୟିତ୍ୱ ନିର୍ବାହ କରୁଛନ୍ତି। ସେହିଭଳି କିଛିଦିନ ପୂର୍ବେ ସେ ଟି୨୦ ମୁମ୍ବାଇ ଲିଗ୍‌ ଅବସରରେ ଏକ ଫିଲ୍ଡିଂ କର୍ମଶାଳା ଆୟୋଜନ କରିଥିଲେ।
ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ମୁଖ୍ୟ କୋଚ୍‌ ସମେତ ବ୍ୟାଟିଂ କୋଚ୍‌, ବୋଲିଂ କୋଚ୍‌ ଓ ଫିଲ୍ଡିଂ କୋଚ୍‌ ପଦ ପାଇଁ ନିକଟରେ ଦରଖାସ୍ତ ଆହ୍ବାନ କରିଥିଲା, ଯାହାର ଶେଷ ତାରିଖ ଜୁଲାଇ ୩୦ ରହିଛି। ବର୍ତ୍ତମାନ ଭାରତୀୟ ଦଳର ଫିଲ୍ଡିଂ କୋଚ୍‌ ଦାୟିତ୍ୱ ତୁଲାଉଥିବା ଆର୍‌ ଶ୍ରୀଧରଙ୍କ ଅବଧି ବିଶ୍ୱକପ୍‌ ପରେ ଶେଷ ହୋଇଯାଇଥିଲେ ମଧ୍ୟ ଆଗାମୀ ଓ୍ବେଷ୍ଟଇଣ୍ଡିଜ ଗସ୍ତକୁ ନଜରରେ ରଖାଯାଇ ୪୫ ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗେଲ୍‌ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ; ଖେଳିପାରିବେ ଆଇପିଏଲ୍‌

ଦୁବାଇ, ୨୫।୮: ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଫଳରେ ସେ ଆଇପିଏଲ୍‌ର ଆଗାମୀ ତ୍ରୟୋଦଶ ସଂସ୍କରଣରେ କିଙ୍ଗ୍ସ...

୧୩ ବର୍ଷ ପୂର୍ବେ ଆଜିର ଦିନରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ ଏହି କ୍ରିକେଟର: ପ୍ରଥମ ମ୍ୟାଚ୍‌ରେ କରିଥିଲେ ମାତ୍ର ୧୨ ରନ୍‌; ଏବେ…

ନୂଆଦିଲ୍ଲୀ,୧୮।୮: ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଆଜିକୁ ଠିକ୍‌ ୧୩ ବର୍ଷ ପୂର୍ବେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। କୋହଲି ଶ୍ରୀଲଙ୍କା ବିପକ୍ଷରେ...

କୋହଲିଙ୍କ ପରେ ଆମିଷ ଛାଡ଼ିଲେ ଛେତ୍ରୀ

କୋଲକାତା,୧୩।୧୦(ପିଟି)- ଭାରତୀୟ କ୍ରିକେଟ ଦଳର କ୍ୟାପ୍‌ଟେନ ବିରାଟ କୋହଲିଙ୍କ ପରେ ଫୁଟ୍‌ବଲ ଅଧିନାୟକ ସୁନୀଲ ଛେତ୍ରୀ ଆମିଷଖାଦ୍ୟ ଛାଡ଼ି ଦେଇଛନ୍ତି। ଆମିଷ ଖାଦ୍ୟ ଓ ଦୁଗ୍ଧଜାତ...

ମହିଳା ଟି୨୦ ଚ୍ୟାଲେଞ୍ଜ୍‌: ତୃତୀୟ ଟାଇଟଲ ଲକ୍ଷ୍ୟରେ ସୁପରନୋଭାସ

ଶାରଜା,୪।୧୧(ପି.ଟି.): ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ମହିଳା ଟି୨୦ ଚ୍ୟାଲେଞ୍ଜ ଆରମ୍ଭ ହେବାକୁ ଯାଉଛି। ବୁଧବାରଠାରୁ ଆରମ୍ଭ ହେବାକୁଥିବା ମହିଳା କ୍ରିକେଟର ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟରେ...

ଚାମ୍ପିୟନ୍ସ ଲିଗ୍‌: ଫ୍ରାପାର୍ଟ ପ୍ରଥମ ମହିଳା ରେଫରି

ନିଅନ୍‌ (ସୁଇଜରଲାଣ୍ଡ), ୨ା୧୨ (ଏପି)-ଷ୍ଟିଫାନି ଫ୍ରାପାର୍ଟ ପ୍ରଥମ ମହିଳା ରେଫରି ଭାବେ ପୁରୁଷ ଚାମ୍ପିୟନ୍ସ ଲିଗ୍‌ର ଏକ ମ୍ୟାଚ ପରିଚାଳନା କରିବାକୁ ଯାଉଛନ୍ତି। ୟୁନିୟନ ଅଫ୍‌...

ଦିଲ୍ଲୀରେ ଦକ୍ଷିଣ ଆଫ୍ରିକା ଦଳ, ଶନିବାର ଅଭ୍ୟାସ ଆରମ୍ଭ

ନୂଆଦିଲ୍ଳୀ,୨।୬: ଆସନ୍ତା ୯ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଲାଗି ଦକ୍ଷିଣ ଆଫ୍ରିକା ଦଳ ଗୁରୁବାର...

ଦିଲ୍ଲୀ- ପଞ୍ଜାବ ମୁକାବିଲା: ପାଓ୍ବାର ହିଟରଙ୍କ ଲଢ଼େଇ

ଦୁବାଇ,୨୦।୯ (ପି.ଟି.): ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱିତୀୟ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦୁବାଇ...

ଅର୍ଜୁନ ପୁରସ୍କାର: ଦୂତୀଙ୍କ ନାମ ସୁପାରିସ କଲା ଏଏଫ୍‌ଆଇ

ଭୁବନେଶ୍ୱର, ୪।୬(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦ ଏବେ ଅନୁଷ୍ଠାନିକଭାବେ ଅର୍ଜୁନ ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। କିଛିଦିନ ପୂର୍ବରୁ ଓଡ଼ିଶା...

Advertisement
Archives

Model This Week