ଭାରତୀୟ ଦଳକୁ ବଡ଼ ଝଟ୍‌କା

ଭାରତୀୟ ଦଳକୁ ବଡ଼ ଝଟକା
ବର୍ମିଂହାମ,୧ା୭(ପିଟି)- ଚଳିତ ବିଶ୍ୱକପ୍‌ରେ ପ୍ରଥମ ପରାଜୟବରଣ କରିଥିବା ଭାରତୀୟ ଦଳକୁ ସୋମବାର ବଡ଼ ଝଟକା ଲାଗିଛି। ଆହତ ସମସ୍ୟା ଯୋଗୁ ବିଜୟ ଶଙ୍କର ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଛନ୍ତି। ଗୋଡ଼ ଆଙ୍ଗୁଠିରେ ଲାଗିଥିବା ଆହତ ସମସ୍ୟା ଯୋଗୁ ତାଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଛି। ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରଓ୍ବାଲଙ୍କୁ ଡାକରା ଦିଆଯାଇପାରେ। କର୍ନାଟକ ବ୍ୟାଟ୍ସମ୍ୟାନ ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆରେ ପଦାର୍ପଣ କରିଥିଲେ। ବ୍ୟାଟିଂ ପ୍ରାକ୍ଟିସ୍‌ ବେଳେ ବିଜୟଙ୍କ ଗୋଡ଼ ଆଙ୍ଗୁଠିରେ ପୁଣି ଥରେ ଯଶପ୍ରୀତ୍‌ ବୁମ୍‌ରାଙ୍କ ବଲ ବାଜିଛି। ତାଙ୍କ ସମସ୍ୟା ବୃଦ୍ଧି ପାଇଛି। ସେ ଆଉ ଚଳିତ ବିଶ୍ୱକପ୍‌ରେ ଭାଗ ନେଇପାରିବେ ନାହିଁ। ଟିମ୍‌ ମ୍ୟାନେଜମେଣ୍ଟ ବଦଳ ଖେଳାଳି ଭାବେ ସମ୍ଭବତଃ ମୟଙ୍କଙ୍କୁ ଦଳରେ ସାମିଲ କରିପାରେ। ଯଦି ରିଷଭ ପନ୍ତ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଲେ ମୟଙ୍କ ଜଣେ ଓପନର ଭାବେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି। ଏଥିଯୋଗୁ ଲୋକେଶ ରାହୁଲଙ୍କୁ ପୁନଃ ୪ର୍ଥ କ୍ରମରେ ବ୍ୟାଟିଂ କରିବାକୁ ପଡ଼ିବ ବୋଲି ବିସିସିଆଇର ଜଣେ ସିନିୟର କର୍ମକର୍ତ୍ତା କହିଛନ୍ତି। ଆଇସିସି ଟୁର୍ନାମେଣ୍ଟ ଟେକ୍‌ନିକାଲ କମିଟି ଅନୁମତି ମିଳିବା ପରେ ମାୟଙ୍କ ବର୍ମିଂହାମ ଗସ୍ତ କରିବେ। ସେଠାରୁ ସେ ଦଳର ଅନ୍ୟ ଖେଳାଳିଙ୍କ ସହ ଲିଡ୍ସ ଯାତ୍ରା କରିବେ। ଭାରତୀୟ ଦଳ ମଙ୍ଗଳବାର ତା’ର ପରବର୍ତ୍ତୀ ଲିଗ୍‌ ମ୍ୟାଚ୍‌ରେ ବାଂଲାଦେଶକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

ବହୁବାର ଚାମ୍ପିୟନକୁ ହରାଇଲା ଅଣ୍ଡରଡଗ୍‌ ଲେସିଷ୍ଟର ସିଟି

ପୋର୍ତ୍ତୋ,୧୬।୫: ପ୍ରିମିୟର ଲିଗ୍‌ର ଅଣ୍ଡରଡଗ୍‌ ଦଳ ଲେସିଷ୍ଟର ସିଟି ୧୩୭ ବର୍ଷରେ ପ୍ରଥମ ଥର ପାଇଁ ହାତେଇଛି ସମ୍ମାନଜନକ ଏଫ୍‌ଏ କପ୍‌। ତାହା ପୁଣି ୮...

ଆଜିର ଦିନରେ ରାଇନା ଖେଳିଥିଲେ ଆଇପିଏଲ କ୍ୟାରିୟରର ସ୍ମରଣୀୟ ଇନିଂସ

ଚେନ୍ନାଇ, ୩୦।୫: ଠିକ୍‌ ୭ ବର୍ଷ ତଳେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବ୍ୟାଟ୍ସମ୍ୟାନ ତଥା ଚିନା ଥାଲା ଭାବେ ଜଣାଶୁଣା ସୁରେଶ ରାଇନା ଖେଳିଥିଲେ...

ଆଇପିଏଲ୍‌କୁ ମିଳିଲା ନୂଆ ଚାମ୍ପିୟନ

ଅହମଦାବାଦ, ୨୯।୫: ଆଇପିଏଲ୍‌କୁ ମିଳିଲା ନୂଆ ଚାମ୍ପିୟନ। ଗୁଜରାଟ ଟାଇଟାନ୍ସ ସପ୍ତମ ଦଳ ଭାବେ ଆଇପିଏଲ୍‌ ଟ୍ରଫି ଜିତିଛି। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ...

କମ୍‌ ବୟସରେ କୋହଲିଙ୍କୁ ବିବାହ କରିଥିଲେ ଅନୁଷ୍କା: ଜାଣନ୍ତୁ କାହିଁକି…

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନୟକ ବିରାଟ କୋହଲିଙ୍କର ଆଜି ହେଉଛି ୩ୟ ବିବାହ ବାର୍ଷିକୀ। ଏହି ଯୋଡି ୩...

ଫୁଲ, ନକୁଳ, ରମେଶ ପୁରସ୍କୃତ

ଭୁବନେଶ୍ୱର, ୧।୩ (କ୍ରୀଡ଼ା ପ୍ରତିନିଧି): କୋଭିଡ୍‌-୧୯ ମହାମାରୀ ପାଇଁ ୨ ବର୍ଷ ଧରି ବନ୍ଦ ରହିଥିବା ବିଆର୍‌ଏମ୍‌-ଆଶା ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।...

କ୍ୱାଲିଫାୟର-୧ରେ ରାଜସ୍ଥାନ

ମୁମ୍ବାଇ ୨୧ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୫ ଉଇକେଟରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଗୁଜରାଟ ଟାଇଟାନ୍ସ...

କିଟ୍‌ ଓ କିସ୍‌ ପରିଦର୍ଶନ କଲେ ୱେଲ୍ସ ହକି ଦଳ

ଭୁବନେଶ୍ୱର,୧୮।୧(ସ୍ପୋଟ୍ସ ର୍‌ ବ୍ୟୁରୋ): ପୁରୁଷ ହକି ବିଶ୍ୱକପ୍‌ରେ ଭାଗ ନେବାକୁ ଆସିଥିବା ୱେଲ୍ସ ହକି ଦଳ ମଙ୍ଗଳବାର କିଟ୍‌ ଓ କିସ୍‌ ପରିଦର୍ଶନ କରିଥିଲେ। କିସ୍‌ରେ...

ନେଦରଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୧୮ ରନ…

ମେଲବୋର୍ନ,୨।୧୧ : ଆଡିଲେଡରେ ଜିମ୍ବାୱେ ଏବଂ ନେଦରଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପର ୩୪ ତମ ମ୍ୟାଚ ଖେଳାଯାଉଛି। ଜିମ୍ବାୱେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ...

Advertisement
Archives

Model This Week