Posted inଖେଳ

ଭାରତୀୟ ଦଳକୁ ପ୍ରଶଂସା କରି ଫଶିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ, ୧୯।୬: ବିଶ୍ୱକପରେ ଭାରତଠାରୁ ଲଗାତର ୭ମ ଥର ଲାଗି ପରାସ୍ତ ହେବା ପରେ ପାକିସ୍ତାନ ଦଳର ସବୁଠି ଆଲୋଚନା ହେଉଛି। ଏହି ସମୟରେ ପାକିସ୍ତାନର ପୂର୍ବତନ ଖେଳାଳି  ଉମର ଅକମଲ ଭାରତୀୟ ଦଳକୁ ପ୍ରଶଂସା କରି ଫଶି ଯାଇଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ବହୁ ସମାଲୋଚନା କରାଯାଇଛି। ଅକମଲ ନିଜ ଟୁଇଟରରେ ଯେଉଁ ପାକିସ୍ତାନ ଖେଳାଳିଙ୍କୁ ଟ୍ୟାଗ୍‌ କରିଛନ୍ତି ସେସବୁ ଫେକ୍‌ ଆକାଉଣ୍ଟ ଥିଲା। ୟୁଜର୍ସ ଅକମଲଙ୍କ ଭୂଲ ଧରି ତାଙ୍କୁ ଟ୍ରୋଲ କରିଛନ୍ତି। ସୂଚନାଯୋଗ୍ୟ, ଅକମଲ ନିଜ ଟୁଇଟର୍‌ରେ ଲେଖିଥିଲେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସହ ଭାରତୀୟ ଦଳ ଏକ ସନ୍ତୁଳିତ ଦଳ। ଏହି ଦଳରେ ବିଶ୍ୱସ୍ତରୀୟ ଖେଳାଳି ଅଛନ୍ତି। ମହମ୍ମଦ ଅମିର ଆରମ୍ଭରୁ ଓ୍ବିକେଟ୍‌ ନେଇଥିଲେ ପରିସ୍ଥିତି ଅଲଗା ହୋଇଥାନ୍ତା। ଫକର ଏବଂ ବାବର ଭଲ ଖେଳିଥିଲେ ବୋଲି ସେ ଲେଖିଥିଲେ। ଏହି ଟୁଇଟ୍‌ରେ ସେ ଅମିର, ଫକର ବାବରଙ୍କୁ ଟ୍ୟାଗ୍‌ କରିଥିଲେ ମଧ୍ୟ ତାହା ଫେକ୍‌ ଆକାଉଣ୍ଟ ଥିଲା। କିନ୍ତୁ କୋହଲି ଏବଂ ରୋହିତ ଶର୍ମାଙ୍କ ଯେଉଁ ଟ୍ୟାଗ୍‌ କରିଥିଲେ ତାହା ସଠିକ୍‌ ଥିଲା। ଯାହାକୁ ନେଇ ୟୁଜର୍ସ ତାଙ୍କୁ ଟ୍ରୋଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକା ପାଇଁ ୨୦୨୩ ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିବା କଷ୍ଟକର

ସେଞ୍ଚୁରିଆନ,୨୫।୩: ନିକଟରେ ବାଂଲାଦେଶଠାରୁ ୨-୧ରେ ଦିନିକିଆ ସିରିଜ୍‌ ପରାସ୍ତ ହୋଇଛି ଦକ୍ଷିଣ ଆଫ୍ରିକା। ତେବେ ଏହି ସିରିଜ୍‌ ପରାଜୟ ଯୋଗୁ ଆଗାମୀ ବିଶ୍ୱକପ୍‌ ଲାଗି ଯୋଗ୍ୟତା...

ହାଇଦ୍ରାବାଦକୁ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୫।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଖେଳ ଜାରି ରହିଛି। ପ୍ରଥମେ ଟସ୍‌ ଜିତି ହାଇଦ୍ରାବାଦ...

ଆଇସିସି ବିଶ୍ୱକପ୍‌: ପ୍ରଥମ ବିଜୟ ଲକ୍ଷ୍ୟରେ ଦକ୍ଷିଣ ଆଫ୍ରିକା, ଆଫଗାନିସ୍ତାନ

କାର୍ଡିଫ,୧୫।୬(ପି.ଟି.)-ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ବିଜୟର ସ୍ବାଦ ଚାଖିନଥିବା ଦକ୍ଷିଣ ଆଫ୍ରିକା ଓ ଆଫଗାନିସ୍ତାନ ଶନିବାର ଦ୍ୱିତୀୟ ମ୍ୟାଚ୍‌ରେ ମୁହଁାମୁହିଁ ହେବେ। ସ୍ଥାନୀୟ ସୋଫିଆ ଗାର୍ଡେନ୍ସରେ ବିଶ୍ୱକପ୍‌ର ୨୧ତମ...

ସେକ୍ସ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ କୁହାଯାଇଥିଲା

ନୂଆଦିଲ୍ଲୀ,୨।୭: ୨୦୧୧ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ସେକ୍ସ କରିବାକୁ ଦିଆଯାଇଥିଲା ପରାମର୍ଶ। ସେତେବେଳର ଟିମ୍‌ ଇଣ୍ଡିଆର ମେଣ୍ଟାଲ କଣ୍ଡିସନିଂ କୋଚ୍‌ ପାଡି ଅପଟନ...

ଭାରତୀୟ ଖେଳାଳିଙ୍କ ଅଜାଣତରେ ହୋଟେଲ୍‌ ବିଲ୍‌ ଦେଲେ ପ୍ରଶଂସକ: ରୋହିତ ଶର୍ମା ଜାଣିବା ପରେ…

ମେଲବୋର୍ନ,୨।୧: ଭାରତରେ କ୍ରିକେଟର କ୍ରେଜ ଅଧିକ। ଖେଳ ପ୍ରତି ସମ୍ମାନ ତଥା ଖେଳାଳିଙ୍କ ପ୍ରତି ଥିବା ଭଲପାଇବାକୁ ଭଳିକି ଭଳି ଉପାୟରେ ଦେଖାଇଥାନ୍ତି ପ୍ରଶଂସକ। ସେଭଳି...

କୋଣ୍ଟା ପ୍ରଥମ ବ୍ରିଟିଶ ମହିଳା

ପ୍ୟାରିସ,୧।୬(ଏଏଫ୍‌ପି)- ଜୋହାନ କୋଣ୍ଟା ଏଠାରେ ଚାଲିଥିବା ଗ୍ରାଣ୍ଡସ୍ଲାମ୍‌ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନର ୪ର୍ଥ ରାଉଣ୍ଡରେ ପ୍ରବେଶ କରିିଛନ୍ତି। ଦୀର୍ଘ ୩୬ ବର୍ଷ ମଧ୍ୟରେ ସେ ପ୍ରଥମ...

ସରକାରୀ ନିଯୁକ୍ତିରେ କ୍ରୀଡ଼ାବିତ୍‌ଙ୍କୁ ଅଧିକ ସୁଯୋଗ

ନୂଆଦିଲ୍ଲୀ,୧।୯ (ପି.ଟି.): କେନ୍ଦ୍ର ସରକାର ମେଧାବୀ କ୍ରୀଡ଼ାବିତ୍‌ମାନଙ୍କ ପାଇଁ ଚାକିରି କ୍ଷେତ୍ରରେ ସିଧା ନିଯୁକ୍ତି ନିମନ୍ତେ ତାଲିକାରେ ଅଧିକ ସଂଖ୍ୟକ କ୍ରୀଡ଼ାବର୍ଗକୁ ସାମିଲ କରିଛନ୍ତି। ଏହି...

ଧୋନୀଙ୍କ ଟମାଟୋ କିଲୋ କେତେ ଜାଣନ୍ତି କି

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଯଦିଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଲେଣି, କିନ୍ତୁ ତାଙ୍କ ନାମ ଏବେ ବି ଚର୍ଚ୍ଚାରେ...

Advertisement
Archives

Model This Week