Posted inଖେଳ

ଭାରତୀୟ ଟି୧୦ ଫ୍ରାଞ୍ଚାଇଜ୍‌ ମାଲିକ ବାସନ୍ଦ

ନୂଆଦିଲ୍ଲୀ,୩୦ା୪ (ପି.ଟି.)-ଭ୍ରଷ୍ଟାଚାର ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ଦୀପକ ଅଗ୍ରଓ୍ବାଲଙ୍କୁ ୨ବର୍ଷ ବାସନ୍ଦ କରିଛି। ଭାରତର ଏହି ବିଜ୍‌ନେସମ୍ୟାନ ଜଣକ ୨୦୧୮ରେ ୟୁଏଇରେ ଅନୁଷ୍ଠିତ ଟି୧୦ ଲିଗ୍‌ର ଏକ ଫ୍ରାଞ୍ଚାଇଜ୍‌ର ମାଲିକ ଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ଚାଲିଥିବା ତଦନ୍ତ କାର୍ଯ୍ୟରେ ସେ ବାଧା ସୃଷ୍ଟି କରିଥିବା ସ୍ବୀକାର କରିବାରୁ ଦଣ୍ଡକୁ ଦେଢବର୍ଷକୁ ହ୍ରାସ କରାଯାଇଛି। ଆଇସିସିର ଦୁର୍ନୀତି ନିରୋଧୀ ୟୁନିଟ (ଏସିୟୁ) ଦ୍ୱାରା ତଦନ୍ତ ଚାଲିଥିବାବେଳେ ଅଗ୍ରଓ୍ବାଲ ତଦନ୍ତ ପାଇଁ ଆବଶ୍ୟକ ପଡ଼ୁଥିବା ତଥ୍ୟ ଓ ସୂଚନାକୁ ଟ୍ୟାମ୍ପରିଂ କିମ୍ବା ନଷ୍ଟ କରିଦେବାକୁ ଚେଷ୍ଟା କରିଥିଲେ। ଦୁର୍ନୀତି ନିରୋଧୀ ଟ୍ରିବ୍ୟୁନାଲରେ ଅଗ୍ରଓ୍ବାଲଙ୍କ ମାମଲାର ଶୁଣାଣି ହୋଇଥିଲା। ତାଙ୍କର ଉତ୍ତର ସନ୍ତୋଷଜନକ ଥିଲା। କୌଣସି ମ୍ୟାଚରେ ସେ ଜନସ୍ବାର୍ଥ ଅବା ବ୍ୟବସାୟିକ ହାନି କଲା ଭଳି କାର୍ଯ୍ୟ କରି ନ ଥିବା ତଦନ୍ତକାରୀ ଅଧିକାରୀମାନଙ୍କର ହୃଦ୍‌ବୋଧ ହୋଇଥିଲା। ସେ ଆହୁରି ମଧ୍ୟ କୌଣସି ମ୍ୟାଚର ଫଳାଫଳକୁ ପ୍ରଭାବିତ କଲା ଭଳି କାର୍ଯ୍ୟ କରି ନ ଥିଲେ। ଆଇସିସିର ଇଣ୍ଟିଗ୍ରିଟି ଜେନେରାଲ ମ୍ୟାନେଜର ଆଲେକ୍ସ ମାର୍ଶାଲ ପ୍ରକାଶ କରିଛନ୍ତି। ଅଗ୍ରଓ୍ବାଲଙ୍କ ଉପରୁ ୨୦୨୧ ଅକ୍ଟୋବରରେ ବାସନ୍ଦ ଦଣ୍ଡ ଉଠିଯିବ। ସେ ପୂର୍ବଭଳି କ୍ରିକେଟ ସହିତ ସମ୍ପୃକ୍ତ ରହିପାରିବେ ବୋଲି ଆଇସିସି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

୬୪୭ ଦିନ ପରେ ଟିମ୍‌ ଇଣ୍ଡିଆକୁ ଫେରିବେ ଏହି ଘାତକ ଖେଳାଳି: ବଢୁଛି ଚର୍ଚ୍ଚା

ନୂଆଦିଲ୍ଲୀ,୨୧।୭: ଇଂଲଣ୍ଡ ବିପକ୍ଷ ନିରାଶାକୁ ପଛରେ ପକାଇ, ଭାରତୀୟ କ୍ରିକେଟ ଦଳ ଏବେ ଜିମ୍ବାୱେ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାକୁ ପ୍ରସ୍ତୁତ। ଶ୍ରେୟସ…

ଟିମ ଇଣ୍ଡିଆରେ ବଡ଼ ଧରଣର ଅଦଳବଦଳ: ବିଦାୟ ନେଲେ ଏହି କୋଚ୍‌! ଶେଷ ହେଲା ୫ ବର୍ଷର ଯାତ୍ରା

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ଟି-20 ଏବଂ ଦିନିକିଆ ସିରିଜରେ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡ଼ିଛି। ଇଂଲଣ୍ଡ ପ୍ରଥମେ ଭାରତକୁ ଟି-20 ସିରିଜରେ ୪-୦ରେ…

ଏହି ୫ କାରଣ: ରୋହିତ ଶର୍ମାଙ୍କୁ ଅବସର ପାଇଁ କେହି କରିପାରିବେ ନାହିଁ ବାଧ୍ୟ! ଜାଣନ୍ତୁ କ’ଣ

ମୁମ୍ବାଇ,୨୧।୭: ଇଂଲଣ୍ଡ ବିପକ୍ଷ ଲଡର୍‌ସ ଦିନିକିଆରେ ୧୩୮ ରନର ଏକ ଚମତ୍କାର ଇନିଂସ ଖେଳିବା ପରେ ରୋହିତ ଶର୍ମାଙ୍କ ଅବସରକୁ ନେଇ ଚାଲିଥିବା ଚର୍ଚ୍ଚା ଏକ ନୂତନ…

‘ସେ ଦେଶ ପାଇଁ ନିଜ ଜୀବନ ଦେବେ’ – ରୋହିତ ଶର୍ମାଙ୍କ ପାଇଁ ମହମ୍ମଦ କୈଫଙ୍କ ଭାବପ୍ରବଣ Video

ନୂଆଦିଲ୍ଲୀ,୨୧।୭: ରୋହିତ ଶର୍ମାଙ୍କ ଭବିଷ୍ୟତ ସମ୍ପର୍କରେ ପ୍ରାୟତଃ ପ୍ରଶ୍ନ ଉଠିଛି। ସମ୍ପ୍ରତି ଗୁଜବ ଜୋର ଧରିଛି ଯେ ରୋହିତ ଲର୍ଡସରେ ତାଙ୍କର ଶେଷ ମ୍ୟାଚ ଖେଳିପାରନ୍ତି। ତଥାପି,…

ବଳାତ୍କାର ମାମଲାରେ ଗିରଫ ହେବେ IPLର ଏହି କ୍ରିକେଟର, ସଭିଏଁ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୧।୭: କଲିକତା ହାଇକୋର୍ଟ ସୋମବାର, କ୍ରିକେଟର ଅଭିଷେକ ପୋରେଲ ଏବଂ ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜଣେ ଡାକ୍ତରୀ ଛାତ୍ରୀଙ୍କ ଅଭିଯୋଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri