Posted inଖେଳ

ଭାରତୀୟ ଟି୧୦ ଫ୍ରାଞ୍ଚାଇଜ୍‌ ମାଲିକ ବାସନ୍ଦ

ନୂଆଦିଲ୍ଲୀ,୩୦ା୪ (ପି.ଟି.)-ଭ୍ରଷ୍ଟାଚାର ଅଭିଯୋଗରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ବୁଧବାର ଦୀପକ ଅଗ୍ରଓ୍ବାଲଙ୍କୁ ୨ବର୍ଷ ବାସନ୍ଦ କରିଛି। ଭାରତର ଏହି ବିଜ୍‌ନେସମ୍ୟାନ ଜଣକ ୨୦୧୮ରେ ୟୁଏଇରେ ଅନୁଷ୍ଠିତ ଟି୧୦ ଲିଗ୍‌ର ଏକ ଫ୍ରାଞ୍ଚାଇଜ୍‌ର ମାଲିକ ଥିଲେ। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ନେଇ ଚାଲିଥିବା ତଦନ୍ତ କାର୍ଯ୍ୟରେ ସେ ବାଧା ସୃଷ୍ଟି କରିଥିବା ସ୍ବୀକାର କରିବାରୁ ଦଣ୍ଡକୁ ଦେଢବର୍ଷକୁ ହ୍ରାସ କରାଯାଇଛି। ଆଇସିସିର ଦୁର୍ନୀତି ନିରୋଧୀ ୟୁନିଟ (ଏସିୟୁ) ଦ୍ୱାରା ତଦନ୍ତ ଚାଲିଥିବାବେଳେ ଅଗ୍ରଓ୍ବାଲ ତଦନ୍ତ ପାଇଁ ଆବଶ୍ୟକ ପଡ଼ୁଥିବା ତଥ୍ୟ ଓ ସୂଚନାକୁ ଟ୍ୟାମ୍ପରିଂ କିମ୍ବା ନଷ୍ଟ କରିଦେବାକୁ ଚେଷ୍ଟା କରିଥିଲେ। ଦୁର୍ନୀତି ନିରୋଧୀ ଟ୍ରିବ୍ୟୁନାଲରେ ଅଗ୍ରଓ୍ବାଲଙ୍କ ମାମଲାର ଶୁଣାଣି ହୋଇଥିଲା। ତାଙ୍କର ଉତ୍ତର ସନ୍ତୋଷଜନକ ଥିଲା। କୌଣସି ମ୍ୟାଚରେ ସେ ଜନସ୍ବାର୍ଥ ଅବା ବ୍ୟବସାୟିକ ହାନି କଲା ଭଳି କାର୍ଯ୍ୟ କରି ନ ଥିବା ତଦନ୍ତକାରୀ ଅଧିକାରୀମାନଙ୍କର ହୃଦ୍‌ବୋଧ ହୋଇଥିଲା। ସେ ଆହୁରି ମଧ୍ୟ କୌଣସି ମ୍ୟାଚର ଫଳାଫଳକୁ ପ୍ରଭାବିତ କଲା ଭଳି କାର୍ଯ୍ୟ କରି ନ ଥିଲେ। ଆଇସିସିର ଇଣ୍ଟିଗ୍ରିଟି ଜେନେରାଲ ମ୍ୟାନେଜର ଆଲେକ୍ସ ମାର୍ଶାଲ ପ୍ରକାଶ କରିଛନ୍ତି। ଅଗ୍ରଓ୍ବାଲଙ୍କ ଉପରୁ ୨୦୨୧ ଅକ୍ଟୋବରରେ ବାସନ୍ଦ ଦଣ୍ଡ ଉଠିଯିବ। ସେ ପୂର୍ବଭଳି କ୍ରିକେଟ ସହିତ ସମ୍ପୃକ୍ତ ରହିପାରିବେ ବୋଲି ଆଇସିସି କହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାମସେଦପୁରକୁ ହରାଇଲା ଇଷ୍ଟବେଙ୍ଗଲ

ମାର୍ଗାଓ, ୮ା୩ (ପି.ଟି.)-ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଏସ୍‌ସି ଇଷ୍ଟବେଙ୍ଗଲ ୨-୧ ଗୋଲ୍‌ରେ ଜାମସେଦପୁର ଏଫ୍‌ସିକୁ ହରାଇ ଦେଇଛି।...

ନର୍ଦ୍ଦର୍ନ ଓ୍ବାରିୟର୍ସକୁ ଦ୍ୱିତୀୟ ଆବୁଧାବି ଟାଇଟଲ

ଆବୁଧାବି, ୮ା୨ (ପି.ଟି.)-ନର୍ଦ୍ଦର୍ନ ଓ୍ବାରିୟର୍ସ ଦ୍ୱିତୀୟ ଥର ପାଇଁ ଆବୁଧାବି ଟି୧୦ ଟାଇଟଲ ହାସଲ କରିଛି। ଫାଇନାଲରେ ପ୍ରଭାବୀ ବୋଲିଂ ଦଳ ଦିଲ୍ଲୀ ବୁଲ୍ସକୁ ୮...

ମ୍ୟାଚ ପରେ ଅନୁଷ୍କାଙ୍କୁ ଇସାରା କରିଥିଲେ କୋହଲି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୪: ଆଇପିଏଲ ୨୦୨୩ର ୨୦ ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ୨୩ ରନ୍‌ରେ ପରାସ୍ତ କରିଛି। କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମା...

ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର, ୧୬ା୬ (ବିଜୟ ରଣା): ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ୬୨ତମ ଆନ୍ତଃରାଜ୍ୟ ଆଥ୍‌ଲେଟିକ ଚାମ୍ପିୟନଶିପ୍‌ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏସିଆନ ଗେମ୍ସ ଓ ଏସିଆନ ଚାମ୍ପିୟନଶିପ୍‌...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଦୂତୀ ଭାଗନେବେ

ଭୁବନେଶ୍ୱର, ୧୩।୯(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଓଡ଼ିଶାର ଦୂତୀ ଚାନ୍ଦଙ୍କ ପାଇଁ ଆସିଛି ଆଉ ଏକ ବଡ଼ ସୁଯୋଗ। ଦୋହାରେ ହେବାକୁ ଯାଉଥିବା ବିଶ୍ୱ ଆଥଲେଟିକ୍ସ...

କୋଭିଡ୍‌-୧୯: ୨୦୨୦ ହିରୋ ଇଣ୍ଡିଆନ ଓପନ୍‌ ଗଲ୍ଫ ଟୁର୍ନାମେଣ୍ଟ ବାତିଲ

ନୂଆଦିଲ୍ଲୀ,୩।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଉଏକ ମେଗା ଇଭେଣ୍ଟ ବାତିଲ ହୋଇଛି। ଶୁକ୍ରବାର ହିରୋ ଇଣ୍ଡିଆନ୍‌ ଗଲ୍ଫ ଟୁର୍ନାମେଣ୍ଟର ୨୦୨୦ ସଂସ୍କରଣକୁ ବାତିଲ କରାଯାଇଛି ଭାରତୀୟ...

ଇଣ୍ଡିଜ୍‌ ଦଳକୁ ଫେରିଲେ ହୋପ୍‌, ଥୋମାସ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨ା୮(ପି.ଟି.): ଭାରତ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟି ୨୦ ସିରିଜ୍‌ ପାଇଁ ୧୫ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଘୋଷଣା କରାଯାଇଛି। ରୋଭମାନ...

ରୋଡ୍‌ ସେଫ୍ଟି ଓ୍ବାଲର୍‌ଡ ସିରିଜ: ସଚିନ ବନାମ ଲାରା

ମୁମ୍ବାଇ, ୬।୩- ସଡ଼କ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ‘ରୋଡ୍‌ ସେଫ୍ଟି ଓ୍ବାଲର୍‌ଠ ସିରିଜ’ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଭାରତ,...

Advertisement
Archives

Model This Week