Posted inଖେଳ

ଭାରତୀୟ କ୍ରିକେଟ୍‌ରେ ଶାହରୁଖ-ସଲମାନ

ନୂଆଦିଲ୍ଲୀ,୧୨।୮- ଶାହରୁଖ ଖାନ୍‌ ଓ ସଲମାନ ଖାନ୍‌ ବଲିଉଡର ଦୁଇ ସପୁରଷ୍ଟାର। କିନ୍ତୁ ଦୁଇ ସୁପରଷ୍ଟାରଙ୍କ ନାମରେ ଦେଶରେ ଘରୋଇ କ୍ରିକେଟରେ ଦୁଇ କ୍ରିକେଟର ଅଛନ୍ତି। ସେମାନେ ଭିନ୍ନ ଭିନ୍ନ ରାଜ୍ୟ ପକ୍ଷରୁ ଖେଳୁଛନ୍ତି। ଏମାନଙ୍କ ସମ୍ପର୍କରେ କିଛି କୌତୂହଳପୂର୍ଣ୍ଣ କଥା ରହିଛି। ୨୦ ବର୍ଷୀୟ ସଲମାନ ଫାରୁଖ ଖାନ ରାଜସ୍ଥାନ ପାଇଁ ଖେଳୁଥିବାବେଳେ ଚେନ୍ନାଇରେ ଜନ୍ମିତ ମାସୁଦ ଶାହରୁଖ ଖାନ (୨୪) ତାମିଲନାଡୁ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଦୁଇ କ୍ରିକେଟରଙ୍କ ସହ ଏକ ସାକ୍ଷାତକାରରେ ସେମାନଙ୍କ ନାମ ପଛର କାହାଣୀ କହିଛନ୍ତି। ମୋ ମାଉସୀ ଶାହରୁଖଙ୍କ ଜଣେ ବଡ଼ ଫ୍ୟାନ। ସେ ମୋ ମା’ଙ୍କୁ ସର୍ବଦା କହୁଥିଲେ, ଯଦି ତୁମର ପୁଅ ହୁଏ ତା’ର ନାମ ଶାହାରୁଖ ରଖିବ। ଏଣୁ ମୋ ନାମ ଏଭଳି ରଖାଯାଇଥିବା ରାଜସ୍ଥାନ କ୍ରିକେଟର ଶାହାରୁଖ କହିଛନ୍ତି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ୧୯ ବର୍ଷରୁ କମ୍‌ ଏସିଆ କପ୍‌ (୨୦୧୬ ଓ ୨୦୧୭)ରେ ସଲମାନ ଖେଳିଥିଲେ। ସେ କହିଛନ୍ତି, ତାଙ୍କ ବାପା ‘ସଲମାନ’ର ଶବ୍ଦ ଅର୍ଥକୁ ବହୁତ ପସନ୍ଦ କରନ୍ତି, ଯାହାର ଅର୍ଥ ସୁରକ୍ଷା। ଏଥିଯୋଗୁ ତାଙ୍କ ନାମ ସଲମାନ ଦେଇଥିଲେ। ଉଭୟ ଶାହରୁଖ ଓ ସଲମାନ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ। ସେମାନେ ଅଫ୍‌ ସ୍ପିନର ମଧ୍ୟ। ୨୦୧୪ରେ ତାମିଲନାଡୁ ଦଳରେ ଶାହରୁଖ ସ୍ଥାନ ପାଇବା ସତ୍ତ୍ୱେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ ପାଇଁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। କେରଳ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୯୨* ଓ ଦ୍ୱିତୀୟ ଇନିଂସରେ ୩୪ ରନ୍‌ କରିଥିଲେ। କିନ୍ତୁ ୨୦ ବର୍ଷୀୟ ସଲମାନଙ୍କୁ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିବା ଲାଗି ଅଧିକ ଅପେକ୍ଷା କରିବାକୁ ପଡ଼ି ନ ଥିଲା। ୧୭ ବୟସରେ ସେ ୨୦୧୬ରେ ଓଡ଼ିଶା ବିପକ୍ଷରେ ୧୧୦ ରନ୍‌ ଇନିଂସ ଖେଳିଥିଲେ। ନିକଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ରାହୁଲ ଚହର ମଧ୍ୟ ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ନିଜ ନାମ ସମ୍ପର୍କରେ ସଲମାନ କହିଛନ୍ତି, ମୁଁ ଜଣେ ଯୁବ ଖେଳାଳି। ଜାତୀୟ ଦଳ ପକ୍ଷରୁ ମୁଁ ପ୍ରତିନିଧିତ୍ୱ କରିବା ନେଇ ମୋର ଆତ୍ମବିଶ୍ୱାସ ରହିଛି। ଜଣେ କ୍ରିକେଟର ହିସାବରେ ମୋତେ ଲୋକେ ଜାଣନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

୨ ଦିନ ହେଲା ବସ୍‌ଷ୍ଟାଣ୍ଡ ବାସିନ୍ଦା ଜଳବନ୍ଦୀ, ନିଦ୍ରାରେ ପ୍ରଶାସନ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବସ୍‌ଷ୍ଟାଣ୍ଡ ବାସିନ୍ଦା ୨ ଦିନ ହେଲା ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ଦିଗପହଣ୍ଡି ସହର ଜିଲାର ଏକ ପ୍ରମୁଖ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ନିଖୋଜ ଥିଲେ, କେନାଲରୁ ମିଳିଲା ମହିଳାଙ୍କ ମୃତଦେହ

କୋକସରା,୧୨।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଲଡୁଗାଁ ପିତବାସପୁର କେନାଲ ବ୍ରିଜ ନିକଟରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତା ମହିଳା ଜଣକ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?