Posted inଖେଳ

ଭାରତୀୟ କ୍ରିକେଟ୍‌ରେ ଶାହରୁଖ-ସଲମାନ

ନୂଆଦିଲ୍ଲୀ,୧୨।୮- ଶାହରୁଖ ଖାନ୍‌ ଓ ସଲମାନ ଖାନ୍‌ ବଲିଉଡର ଦୁଇ ସପୁରଷ୍ଟାର। କିନ୍ତୁ ଦୁଇ ସୁପରଷ୍ଟାରଙ୍କ ନାମରେ ଦେଶରେ ଘରୋଇ କ୍ରିକେଟରେ ଦୁଇ କ୍ରିକେଟର ଅଛନ୍ତି। ସେମାନେ ଭିନ୍ନ ଭିନ୍ନ ରାଜ୍ୟ ପକ୍ଷରୁ ଖେଳୁଛନ୍ତି। ଏମାନଙ୍କ ସମ୍ପର୍କରେ କିଛି କୌତୂହଳପୂର୍ଣ୍ଣ କଥା ରହିଛି। ୨୦ ବର୍ଷୀୟ ସଲମାନ ଫାରୁଖ ଖାନ ରାଜସ୍ଥାନ ପାଇଁ ଖେଳୁଥିବାବେଳେ ଚେନ୍ନାଇରେ ଜନ୍ମିତ ମାସୁଦ ଶାହରୁଖ ଖାନ (୨୪) ତାମିଲନାଡୁ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଦୁଇ କ୍ରିକେଟରଙ୍କ ସହ ଏକ ସାକ୍ଷାତକାରରେ ସେମାନଙ୍କ ନାମ ପଛର କାହାଣୀ କହିଛନ୍ତି। ମୋ ମାଉସୀ ଶାହରୁଖଙ୍କ ଜଣେ ବଡ଼ ଫ୍ୟାନ। ସେ ମୋ ମା’ଙ୍କୁ ସର୍ବଦା କହୁଥିଲେ, ଯଦି ତୁମର ପୁଅ ହୁଏ ତା’ର ନାମ ଶାହାରୁଖ ରଖିବ। ଏଣୁ ମୋ ନାମ ଏଭଳି ରଖାଯାଇଥିବା ରାଜସ୍ଥାନ କ୍ରିକେଟର ଶାହାରୁଖ କହିଛନ୍ତି। ଅନ୍ୟପକ୍ଷରେ ଭାରତ ପକ୍ଷରୁ ୧୯ ବର୍ଷରୁ କମ୍‌ ଏସିଆ କପ୍‌ (୨୦୧୬ ଓ ୨୦୧୭)ରେ ସଲମାନ ଖେଳିଥିଲେ। ସେ କହିଛନ୍ତି, ତାଙ୍କ ବାପା ‘ସଲମାନ’ର ଶବ୍ଦ ଅର୍ଥକୁ ବହୁତ ପସନ୍ଦ କରନ୍ତି, ଯାହାର ଅର୍ଥ ସୁରକ୍ଷା। ଏଥିଯୋଗୁ ତାଙ୍କ ନାମ ସଲମାନ ଦେଇଥିଲେ। ଉଭୟ ଶାହରୁଖ ଓ ସଲମାନ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ। ସେମାନେ ଅଫ୍‌ ସ୍ପିନର ମଧ୍ୟ। ୨୦୧୪ରେ ତାମିଲନାଡୁ ଦଳରେ ଶାହରୁଖ ସ୍ଥାନ ପାଇବା ସତ୍ତ୍ୱେ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ ପାଇଁ ୪ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। କେରଳ ବିପକ୍ଷ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୯୨* ଓ ଦ୍ୱିତୀୟ ଇନିଂସରେ ୩୪ ରନ୍‌ କରିଥିଲେ। କିନ୍ତୁ ୨୦ ବର୍ଷୀୟ ସଲମାନଙ୍କୁ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିବା ଲାଗି ଅଧିକ ଅପେକ୍ଷା କରିବାକୁ ପଡ଼ି ନ ଥିଲା। ୧୭ ବୟସରେ ସେ ୨୦୧୬ରେ ଓଡ଼ିଶା ବିପକ୍ଷରେ ୧୧୦ ରନ୍‌ ଇନିଂସ ଖେଳିଥିଲେ। ନିକଟରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି୨୦ ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିବା ରାହୁଲ ଚହର ମଧ୍ୟ ଏହି ମ୍ୟାଚ୍‌ରେ ପଦାର୍ପଣ କରିଥିଲେ। ନିଜ ନାମ ସମ୍ପର୍କରେ ସଲମାନ କହିଛନ୍ତି, ମୁଁ ଜଣେ ଯୁବ ଖେଳାଳି। ଜାତୀୟ ଦଳ ପକ୍ଷରୁ ମୁଁ ପ୍ରତିନିଧିତ୍ୱ କରିବା ନେଇ ମୋର ଆତ୍ମବିଶ୍ୱାସ ରହିଛି। ଜଣେ କ୍ରିକେଟର ହିସାବରେ ମୋତେ ଲୋକେ ଜାଣନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସନ୍ତୋଷ ଟ୍ରଫି ଫୁଟ୍‌ବଲ

ଘରୋଇ ଫୁଟ୍‌ବଲର ମର୍ଯ୍ୟାଦାଜନକ ଟୁର୍ନାମେଣ୍ଟ ସନ୍ତୋଷ ଟ୍ରଫି ୨୦୨୨-୨୩ ସିଜନର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ଏଥର ପ୍ରତିଯୋଗିତାର ନକ୍‌ଆଉଟ ମ୍ୟାଚଗୁଡ଼ିକ ସାଉଦି ଆରବର କିଙ୍ଗ୍‌...

ଡବଲ ଝଟ୍‌କା ପରେ ସ୍ଥିତି ସମ୍ଭାଳିଲେ ରାହୁଲ-କୋହଲି

ସେଞ୍ଚୁରିଆନ୍‌,୨୬।୧୨: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ୍‌। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆକୁ...

ସମାଲୋଚନାକୁ ବେଖାତିର୍‌: ରୋହିତ କହିଲେ ‘ଆମ ଟିମ୍‌ରେ କ୍ୱାଲିଟି ଅଛି’

ଦୁବାଇ,୭।୯: ଏସିଆ କପ୍‌ ୨୦୨୨ ମୁକାବିଲା ଲଗାତାର ଦ୍ୱିତୀୟ ପରାଜୟ ସହ ଟୁର୍ନାମେଣ୍ଟରୁ ବାହାର ହୋଇଛି ଟିମ୍‌ ଇଣ୍ଡିଆ। ଅଧିନାୟକ ଭାବେ ରୋହିତ ଶର୍ମାଙ୍କ ପାଇଁ...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ସିଙ୍ଗଲ୍ସ ଇଭେଣ୍ଟର ମୁଖ୍ୟ ଡ୍ର’ରେ ଭାରତର ୨୪

କଟକ ଅଫିସ,୨୧ା୭- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶନିବାର ସିଙ୍ଗଲ୍ସ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯାଇଛି। ଆୟୋଜକ ଭାରତର...

କ୍ରିକେଟର୍‌ମାନେ ‘ଶୂନ’ରେ ଆଉଟ୍‌ ହେଲେ କେମିତି ଥାଏ ସ୍ତ୍ରୀଙ୍କ ପ୍ରତିକ୍ରିୟା

କ୍ରିକେଟର୍‌ଙ୍କ ସ୍ତ୍ରୀ ଏବଂ ଗର୍ଲଫ୍ରେଣ୍ଡ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମକୁ ଯିବା କିଛି ନୂଆ କଥା ନୁହେଁ। ଆଜିକାଲି କ୍ରିକେଟର୍‌ମାନେ ଗସ୍ତ ସମୟରେ ସାଥିରେ ଗର୍ଲଫ୍ରେଣ୍ଡ...

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ପରେ ଏହି ପ୍ରଶଂସକ ଚାକିରିରୁ ଇସ୍ତଫା ଦେଲେ କି? ଟୁଇଟର୍‌ରେ ଚାଲିଛି ଟ୍ରେଣ୍ଡ୍‌

ମୁମ୍ବାଇ,୧୩।୪: ଆଇପିଏଲ୍‌ ୨୦୨୨ରେ ଗୁଜରାଟ ଟାଇଟାନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜଣେ ପ୍ରଶଂସକ ଟୁଇଟରରେ ବହୁତ ଟ୍ରେଣ୍ଡ କରୁଛନ୍ତି। ନିକଟରେ ଏହି ପ୍ରଶଂସକ ସନରାଇଜର୍ସ ହାଇଦ୍ରାବାଦ...

ଟି୨୦ ସିରିଜ ଜିତିଲା ନ୍ୟୁଜିଲାଣ୍ଡ: ଅଷ୍ଟ୍ରେଲିଆ ୭ ଉଇକେଟରେ ପରାସ୍ତ

ଓ୍ବେଲିଂଟନ,୮।୩(ଏପି): ଅଷ୍ଟ୍ରେଲିଆ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୨୭ଟି ବଲ ବାକିଥାଇ ୭ ଉଇକେଟରେ ଅତି ସହଜରେ ବିଜୟ ହାସଲ କରିଛି।...

ଭୂତିଆଙ୍କ ପ୍ରାର୍ଥିପତ୍ର ଦାଖଲ

ନୂଆଦିଲ୍ଲୀ, ୨୦ା୮(ପି.ଟି.): ଆଗାମୀ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ନିର୍ବାଚନରେ ସଭାପତି ପଦ ପାଇଁ କିମ୍ବଦନ୍ତୀ ବାଇଚୁଙ୍ଗ ଭୂତିଆ ସଭାପତି ପଦ ପାଇଁ ତାଙ୍କ ପ୍ରାର୍ଥତ୍ପତ୍ର...

Advertisement
Archives

Model This Week