ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ: ଗଗନୟାନରେ ମହାକାଶ ଯିବେ ବଲାଙ୍ଗୀରର ନିଖିଲ ରଥ

ବଲାଙ୍ଗୀର ଅଫିସ, ୮।୯: ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ଯାତ୍ରା କାର୍ଯ୍ୟକ୍ରମ ମିଶନ୍‌ ଗଗନୟାନ ପାଇଁ ଭାରତୀୟ ବାୟୁସେନା ପକ୍ଷରୁ ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି ା ମିଶନ୍‌ ଗଗନୟାନର ପ୍ରଥମ ପର୍ଯ୍ୟାୟ ମହାକାଶଚାରୀ ଚୟନ ପ୍ରକ୍ରିୟାରେ ବଲାଙ୍ଗୀରର ୱିଙ୍ଗ୍‌ସ କମାଣ୍ଡର ଫାଇଟର ପାଇଲଟ୍‌ ନିଖିଲ ରଥ ମନୋନୀତ ହୋଇଛନ୍ତି। ବାୟୁସେନାରେ ୱିଙ୍ଗ୍‌ସ କମାଣ୍ଡର ଭାବେ କାର୍ଯ୍ୟରତ ନିଖିଲ ହେଉଛନ୍ତି ବଲାଙ୍ଗୀର ସହରର ଆଡଭୋକେଟ୍‌ ତଥା ରାଜନେତା ଅଶୋକ ରଥ ଏବଂ ମହିଳା କମିଶନ୍‌ ସଦସ୍ୟା କୁସୁମ ରଥଙ୍କ ସୁପୁତ୍ର। ମିଶନ୍‌ ଗଗନୟାନ ପାଇଁ ମନୋନୀତ ନିଖଲ ପ୍ରଥମ ଓଡ଼ିଆ ଭାବେ ଏଭଳି ଗୌରବର ଅଧିକାରୀ ହୋଇଛନ୍ତି ା

ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟରୁ ୧୯୯୮ରେ ସଫଳତାର ସହ ସ୍କୁଲ ଶିକ୍ଷା ଶେଷ ପରେ ନିଖିଲ ଦିଲ୍ଲୀସ୍ଥିତ ଦିଲ୍ଲୀ ପବ୍ଳିକ୍‌ ସ୍କୁଲରୁ ୨୦୦୦ରେ ଯୁକ୍ତ୨ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ା ପରେ ହିନ୍ଦୁ କଲେଜରେ ଯୁକ୍ତ ୩ ପାଠ ପଢ଼ିବା ବେଳେ ନ୍ୟାଶନାଲ ଡିଫେନ୍ସ ଏକାଡେମୀ (ଏନ୍‌ଡିଏ) ପାଇଁ ମନୋନୀତ ହୋଇଥିଲେ। ୨୦୦୩ରେ ସଫଳତାର ସହ ଏନ୍‌ଡିଏରୁ ଉତ୍ତୀର୍ଣ୍ଣ ହେବା ପରେ ସେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ। ବର୍ତ୍ତମାନ ଫାଇଟର ପାଇଲଟ୍‌ ଭାବେ କାର୍ଯ୍ୟରତ ୱିଙ୍ଗ୍‌ସ କମାଣ୍ଡର ନିଖିଲଙ୍କୁ ମିଶନ୍‌ ଗଗନୟାନ ପାଇଁ ମନୋନୀତ କରାଯାଇଛି। ବାଙ୍ଗାଲୋରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏରୋସ୍ପେସ୍‌ ମେଡିସିନ୍‌ରେ ଏହି ପ୍ରଥମ ପର୍ଯ୍ୟାୟ ଚୟନ ପ୍ରକ୍ରିୟା ସରିଛି। ା ମିଶନ୍‌ ଗଗନୟାନରେ ୨୦୨୧ ସୁଦ୍ଧା ଇସ୍ରୋ ପକ୍ଷରୁ ମହାକାଶଚାରୀଙ୍କ ସହ ମହାକାଶ ଯାନ୍‌ ଉତ୍‌କ୍ଷେପଣର ଲକ୍ଷ୍ୟ ରହିଛି। ଏହି ମିଶନ୍‌ ପାଇଁ ନିଖିଲ ମନୋନୀତ ହେବାପରେ ଓଡିଶା ଓ ବଲାଙ୍ଗୀର ପାଇଁ ଏକ ବିରଳ ଗୌରବ ଆଣି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇଚାରା ସୃଷ୍ଟି କରେ ଝୋଡ଼ିଆ ପରଜାଙ୍କ ପୁଷ୍‌ ପରବ

ଟିକିରି,୨୪ ।୧(ଡି.ଏନ୍‌.ଏ.) ରାୟଗଡା ଜିଲା କାଶୀପୁର ବ୍ଲକ ଝୋଡ଼ିଆ ପରଜାଙ୍କ ନିଆରା ପରବ ପୁଷ୍‌ ପରବ ଶେଷ ହୋଇଛି। ଏହା ସେମାନେ ପରମ୍ପରା ଅନୁଯାୟୀ ବିଶ୍ୱାସର...

CORONAVIRUS UPDATE: ଆଉ ନୂଆ ୧୪୬ ପଜିଟିଭ୍‌ ଚିହ୍ନଟ; ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି

ଭୁବନେଶ୍ୱର,୯।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ପୁଣି ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୪୦କୁ ବୃଦ୍ଧି ପାଇଛି। ଏ...

ଦଶହରାରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା : ଓଡ଼ିଶାରେ ହାଇ ଆଲର୍ଟ, ବଢ଼ିଲା ସୁରକ୍ଷା

ଭୁବନେଶ୍ୱର,୪ା୧୦(ବ୍ୟୁରୋ) : ଭାରତକୁ ପାକିସ୍ତାନ ପଟୁ ପଶି ଆସିଛନ୍ତି ଆତଙ୍କବାଦୀ। ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦ ଦିଲ୍ଲୀ ସମେତ ଦେଶର ବଡ଼ ବଡ଼ ସହରକୁ ଟାର୍ଗେଟ କରିଛି।...

କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଚଢ଼ାଉ

ବାଲେଶ୍ୱର ଅଫିସ,୧।୬: ବାଲେଶ୍ୱର ସହରରେ ଥିବା ବିଭିନ୍ନ କୋଚିଂ ସେଣ୍ଟରରେ ଶନିବାର ପୂର୍ବାହ୍ନରେ ଫାୟାର ସେଫ୍ଟି ଯାଞ୍ଚ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।...

କୋରାପୁଟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫୬୫ରେ ପହଞ୍ଚିଲା

କୋରାପୁଟ,୧୦ା୧୦: କୋରାପୁଟ ଜିଲାରେ ଶନିବାର ଆଉ ୪୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୬୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ...

୫-ଟି ଉପରେ ସମୀକ୍ଷା କଲେ ସଚିବ

ଫୁଲବାଣୀ ଅଫିସ, ୧୨ା୧୦- ସରକାର ଏବେ ୫-ଟି (ଟିମ୍‌ ୱାର୍କ, ଟେକ୍ନୋଲୋଜି, ଟାଇମ୍‌ ଲିମିଟ୍‌, ଟ୍ରାନ୍ସଫର୍ମେଶନ ଓ ଟ୍ରାନ୍ସପରେନ୍ସି) ଉପରେ ଗୁରୁତ୍ୱ ଦେଉଛନ୍ତି। ଏହା କିପରି...

କର୍ଲାମୁଣ୍ଡା ବ୍ଲକ: କ୍ୱାରାଣ୍ଟାଇନରେ ୨୦୮ ପ୍ରବାସୀ

କର୍ଲାମୁଣ୍ଡା୧୬।୫(ଡି.ଏନ.ଏ.)-କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରେ ୨୦୮ ଜଣ ପ୍ରବାସୀ ଓଡିଆଙ୍କୁ ସୁରକ୍ଷିତ ରଖାଯାଇଛି। ଶନିବାର ୩୧ ଜଣ ପ୍ରବାସୀ ତାମିଲନାଡୁରୁ ରିଷିଡା...

କରୋନା କଟକଣା: ନୀତି କାନ୍ତିରେ ଆରମ୍ଭ ହେଲା ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଯାତ୍ରା

ପୁରୁଷୋତ୍ତମପୁର,୨୪।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ୨୧ ଦିନିଆ ଦଣ୍ଡ ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି । କରୋନା ଲାଗି ପ୍ରଶାସନ ପକ୍ଷରୁ ଜାରି...


Coronavirus Update

Archives

Model This Week

Why Dharitri