ଭାରତର ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଏଜେଣ୍ଟ ସ୍ମିଥ୍‌ ଭାଇରସ୍‌: ଚେକ୍‌ ପଏଣ୍ଟ୍‌ ରିପୋର୍ଟ

ନୂଆଦିଲ୍ଲୀ/ଜେରୁଜେଲମ୍‌, ୧୧।୭: ଭାରତରେ ଦେଢ଼ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌ରେ ଭାଇରସ୍‌ ରହିଛି। ଏହି ଭାଇରସ୍‌ର ନାମ ଏଜେଣ୍ଟ୍‌ ସ୍ମିଥ୍‌। ଏନେଇ ଇସ୍ରାଏଲ୍‌ ସାଇବର ସୁରକ୍ଷା ଗବେଷଣା କମ୍ପାନୀ ଚେକ୍‌ ପଏଣ୍ଟ୍‌ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ଏହାଦ୍ୱାରା ହ୍ବାଟସ୍‌ଆପ୍‌ ମାଧ୍ୟମରେ ମୋବାଇଲ୍‌ରେ ଥିବା ଅନ୍ୟ ଆପ୍‌ ହ୍ୟାକ୍‌ କରିହେଉଛି। ଏସବୁ ଆପ୍‌ ସ୍ଥାନରେ ଡୁପ୍ଲିକେଟ୍‌ ଭର୍ସନ ଇନଷ୍ଟଲ ହୋଇଯାଉଛି। ଫଳରେ ହ୍ୟାକର ବ୍ୟବହାରକାରୀଙ୍କ ନିଜ ତଥ୍ୟ ଚୋରି କରି ନେଉଛନ୍ତି। ପୃଥିବୀର ଅଢ଼େଇ କୋଟି ଆଣ୍ଡ୍ରଏଡ୍‌ ଫୋନ୍‌କୁ ଏହି ଭାଇରସ୍‌ ସହାୟତାରେ ହ୍ୟାକ୍‌ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି। ସେଥିମଧ୍ୟରେ ଆମେରିକାର ୩ ଲକ୍ଷ, ଇଂଲଣ୍ଡର ଲକ୍ଷେ ୩୭ ହଜାର ବ୍ୟବହାରକାରୀ ଅଛନ୍ତି। ଏହି ଭାଇରସ୍‌ ଥାର୍ଡ ପାର୍ଟି ଆପ୍‌ ୯-ଆପସ୍‌ ଡଟ୍‌ କମ୍‌ ଦ୍ୱାରା ଆଣ୍ଡ୍ରଏଡ୍‌ ଫୋନ୍‌କୁ ଆସିଛି। ଏହା ମାଧ୍ୟମରେ ଆରବୀ, ହିନ୍ଦୀ, ଇଣ୍ଡୋନେସିଆ ଆଦି ଭାଷାଭାଷୀଙ୍କୁ ଅଧିକ ଟାର୍ଗେଟ୍‌ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେତାଜୀ ଜୟନ୍ତୀରେ ଥାଇଲାଣ୍ଡରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ଓଡ଼ିଆ ପୁଅ ସତ୍ୟ

ବ୍ୟାଙ୍କକ୍‌/ଭୁବନେଶ୍ୱର,୨୩ା୧(ବ୍ୟୁରୋ): ସ୍ବାଧୀନତା ସଂଗ୍ରାମର କର୍ଣ୍ଣଧାର, ମହାନ ଦେଶପ୍ରେମୀ, ତେଜସ୍ବୀ ଜନନାୟକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ଓଡ଼ିଶା ମାଟିର ପୁଅ ସତ୍ୟ ସୂତାର ଥାଇଲାଣ୍ଡରେ...

ନୂ୍ୟନତମ ବାସଯୋଗ୍ୟ ସହର ତାଲିକା: ୫ମ ସ୍ଥାନରେ କରାଚୀ

କରାଚୀ: ବିଶ୍ୱର ନୂ୍ୟନତମ ବାସଯୋଗ୍ୟ ସହର ତାଲିକାରେ କରାଚୀ ରହିଛି। ବିଶ୍ୱ ବାସଯୋଗ୍ୟ ସୂଚକାଙ୍କ-୨୦୧୯ ବୁଧବାର ପ୍ରକାଶ ପାଇଥିବାବେଳେ ଇକନମିଷ୍ଟ ଗ୍ରୁପ୍‌ର ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌...

କରୋନା ଭୂତାଣୁ ଚାଇନାର ଉହାନ୍‌ ଲ୍ୟାବ୍‌ରୁ ଲିକ୍‌ ହୋଇଥିବାର ରହିଛି ପ୍ରମାଣ: ମାଇକ୍‌ ପୋମ୍ପିଓ

ଓ୍ବାଶିଂଟନ,୪।୫: ଚାଇନାର ଉହାନ୍‌ ସ୍ଥିତ ଲ୍ୟାବ୍‌ରୁ କରୋନା ଭୂତାଣୁ ଲିକ୍‌ ହୋଇଥିବାର ପ୍ରମାଣ ରହିଛି। ଏନେଇ ଆମେରିକା ସେକ୍ରେଟାରୀ ଅଫ୍‌ ଷ୍ଟେଟ୍‌ ମାଇକ୍‌ ପୋମ୍ପିଓ ସୂଚନା...

ପୃଥିବୀ ମୁହାଁ କ୍ଷୁଦ୍ର ଚନ୍ଦ୍ର: ଡିସେମ୍ବର ୧ରେ ଆକାଶରେ ହେବ ଦୃଶ୍ୟମାନ

ଓ୍ବାଶିଂଟନ,୨୩।୧୧: ପୃଥିବୀ ମୁହାଁ ଏକ କ୍ଷୁଦ୍ର ଚନ୍ଦ୍ର ହେବାରେ ଲାଗିଛି। ଡିସେମ୍ବରରେ ୧ରେ ଏହା ପୃଥିବୀ ଅଧିକ ନିକଟତମ ହେବ। ଏହି ସମୟରେ ପ୍ରାୟ ଏକ...

ଭାରତ ଭଳି ଆମେ ବି ସହାୟତା ଯୋଗାଇ ଦେବୁ: ବାଇଡେନ୍‌…

ଓ୍ବାଶିଂଟନ,୨୬।୪: ଦେଶରେ କରୋନା ସଂକ୍ରମଣ ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଆମେ ବିପଦରେ ପଡ଼ିଥିବାବେଳେ ଭାରତ ଆବଶ୍ୟକ ସହାୟତା ଯୋଗାଇ...

ଏହା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସ୍‌ପୋର୍ଟ, ୧୯୧ ଦେଶକୁ କରିପାରିବେ ଯାତ୍ରା

୨୦୨୧ ମସିହାରେ ପ୍ରକାଶିତ ସର୍ବଭାରତୀୟ ମାନ୍ୟତା ଅନୁଯାୟୀ ଜାପାନର ପାସ୍‌ପୋର୍ଟକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପାସପୋର୍ଟ ଭାବରେ ବିବେଚନା କରାଯାଏ। ଜାପାନରେ ରହୁଥିବା ଲୋକମାନେ ଏହି...

ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ନଓ୍ବାଜ

ଇସ୍‌ଲାମାବାଦ୍‌,୨୨।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଜେଲ୍‌ରେ ବନ୍ଦୀ ଥିବା ନଓ୍ବାଜଙ୍କ ସୋମବାର ବିଳମ୍ବିତ ରାତିରେ ବ୍ଲଡ ପ୍ଲେଟଲେଟ କାଉଣ୍ଟ...

କରୋନା ଭାଇରସରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବେ ମାତ୍ର ୩ ଜଣ

ମ୍ୟାଡ୍ରିଡ,୩୧।୩: ସ୍ପେନରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ମିଳିଥିବା ରିପୋର୍ଟ ଅନୁଯାୟୀ, ସୋମବାର ୨୪ ଘଣ୍ଟାରେ ସ୍ପେନରେ ୯୧୩ ଜଣଙ୍କ...

Advertisement
Archives

Model This Week