ଭାରତର ଜୀବନରେଖା ଦକ୍ଷିଣ-ପଶ୍ଚିମ ମୌସୁମୀ

ଶାରଦା ପ୍ରସନ୍ନ ବେହେରା

ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଳମ୍ବରେ ପହଞ୍ଚତ୍ବ ଓ କମ୍‌ ବର୍ଷିବ ବୋଲି ପାଣିପାଗ ବିଜ୍ଞାନୀମାନେ ଭବିଷ୍ୟବାଣୀ କରିବା ପରେ ଏହି ମୌସୁମୀ ବାୟୁକୁ ନେଇ ସାଧାରଣରେ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଛି। ଆଜକୁ ପ୍ରାୟ ୫୦ ନିୟୁତ ବର୍ଷ ପୂର୍ବେ ଏସିଆ ସହ ଭାରତର ମିଶ୍ରଣ ଯୋଗୁ ତିବ୍ବତୀୟ ମାଳଭୂମି ସୃଷ୍ଟି ଦ୍ୱାରା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦୃଢ଼ୀଭୂତ ହୋଇଥିଲା। ଭୂତତ୍ତ୍ୱ ବୈଜ୍ଞାନିକଙ୍କ କହିବା ଅନୁଯାୟୀ ଚାଇନାର ଲୋଏସ୍‌ ମାଳଭୂମିରୁ ବାୟୁ ପ୍ରବାହ ଯୋଗୁ ଜମାହୋଇ ରହିଥିବା ଧୂଳିକଣାକୁ ଆଧାର କରି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ପ୍ରାୟ ୮ ନିୟୁତ ବର୍ଷ ପୂର୍ବେ ଦୃଢ଼ୀଭୂତ ହୋଇଥିଲା। ଜଳବାୟୁ ପରିବର୍ତ୍ତନ ମୌସୁମୀର ଗତି ଓ ଶକ୍ତି ଉପରେ ପ୍ରଭାବ ପକାଉଥିବାବେଳେ ତିବ୍ବତୀୟ ମାଳଭୂମିର ଉପତ୍ତ୍ତି ବେଳେ ପ୍ରାୟ ୨୪ ନିୟୁତ ବର୍ଷ ପୂର୍ବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କ୍ରିୟାଶୀଳ ହୋଇଛି। ଲଘୁଚାପ ଓ ଗୁରୁଚାପ ଭଳି ବାୟୁମଣ୍ଡଳର ଜାଗତିକ କ୍ରିୟାରେ ମୌସୁମୀର ସୃଷ୍ଟି ହୋଇଥାଏ। ପ୍ରାୟ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ମୌସୁମୀର ପ୍ରଭାବ ବ୍ୟାପକତା ଧାରଣ କରିଥାଏ।
ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଯେତେବେଳେ କୌଣସି ସମୁଦ୍ର ଉପକୂଳବର୍ତ୍ତୀ ଭୂଖଣ୍ଡର ବାୟୁମଣ୍ଡଳ ଉତ୍ତପ୍ତ ହୋଇ ଉପରକୁ ଉଠିଯାଏ ତାହାର ଶୂନ୍ୟସ୍ଥାନ ପୂରଣ କରିବାକୁ ସମୁଦ୍ର ଉପରେ ଥିବା ଶୀତଳ ବାୟୁ ଧାଇଁ ଆସିଥାଏ। ଖାଲି ସ୍ଥାନ ପୂରଣ କରିବାକୁ ସମୁଦ୍ର ଉପରେ ପ୍ରଭାବିତ ହୋଇ ଆସିଥିବା ବାୟୁମଣ୍ଡଳ ସାଙ୍ଗରେ ସମୁଦ୍ର ଜଳ ନେଇ ପ୍ରବଳ ଆର୍ଦ୍ର ହୋଇସାରିଥାଏ। ଭୂଖଣ୍ଡରେ ପହଞ୍ଚତ୍ବା ପରେ ଅନେକ ବଡ଼ ବଡ଼ ପାହାଡ଼ ପର୍ବତ ଏହି ବାୟୁର ବାଟ ରୋକିଥାନ୍ତି ା ଫଳରେ ଏହାର ତାପମାତ୍ରା ବୃଦ୍ଧି ପାଇବା ସହ ଏହା ଘନୀଭୂତ ହେବାକୁ ଲାଗେ। ଅଧିକ ଘନୀଭୂତ ହେବା ପରେ ମୌସୁମୀ ବାୟୁ ଜଳକଣା ରୂପ ନେଇ ବର୍ଷିବା ଆରମ୍ଭ କରିଥାଏ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଭାରତଠାରୁ ୩ହଜାର କିଲୋମିଟର ଦୂରରେ ଥିବା ଦକ୍ଷିଣ-ପୂର୍ବ ଆଫ୍ରିକା ଉପକୂଳବର୍ତ୍ତୀ ଭାରତ ମହାସାଗରରେ ଥିବା ମାଡାଗାସ୍କର ଦ୍ୱୀପପୁଞ୍ଜ ନିକଟରେ ଜନ୍ମ ନେଇଥାଏ। ଭାରତ ଉପରେ ମୌସୁମୀ ବାୟୁ ପହଞ୍ଚତ୍ବା ପାଇଁ ବିଭିନ୍ନ ରାସ୍ତା ଧରିଥାଏ। ସେ ସ୍ଥାନରୁ ଗୁରୁଚାପରୁ ପ୍ରବାହିତ ବାୟୁ ପ୍ରଥମେ ମାଡାଗାସ୍କର ଦେଇ ଆଫ୍ରିକା ମହାଦେଶର ସୋମାଲିଆରେ ପହଞ୍ଚତ୍ଥାଏ। ସେଠାରେ ପହଞ୍ଚତ୍ଲା ବେଳକୁ ଅର୍ଥାତ୍‌ ମେ ମାସର ପରବର୍ତ୍ତୀ ସମୟରେ ଭାରତ ମହାସାଗର ଦେଇ ଯାଇଥିବା ଏହି ବାୟୁରେ ପରିବର୍ତ୍ତନ ଘଟି ଏହା ଜେଟ୍‌ ଷ୍ଟ୍ରିିମ୍‌ର ରୂପ ନେଇଥାଏ। ସେଠାରୁ ଏହା ଅଧିକ କ୍ଷମତାଶାଳୀ ହୋଇ ଦକ୍ଷିଣ-ପଶ୍ଚିମ ଦିଗରେ ଏସିଆ ମହାଦେଶ ଆଡ଼କୁ ମୁହଁାଇଥାଏ। ଭାରତ ଉପକୂଳରେ ଏହା ସମୁଦ୍ର ପତ୍ତନର ପନ୍ଦର କିଲୋମିଟର ଉପରେ ପ୍ରବାହିତ ହୋଇଥାଏ।
ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ବୈଜ୍ଞାନିକ ଦିଗ ହେଉଛି ଭାରତରେ ମେ’ ମାସରେ ଗ୍ରୀଷ୍ମ ପ୍ରବାହ ଚାଳିଶରୁ ପଚାଶ ଡିଗ୍ରୀ ମଧ୍ୟରେ ପହଞ୍ଚତ୍ ସାରିଥାଏ। ଉତ୍ତରଭାରତର ବହୁ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପାଇ ଭାରତର ସବୁଠୁ ବଡ଼ ମରୁଭୂମି ଥର୍‌ ଅଞ୍ଚଳରେ ବହୁ ଉଚ୍ଚରେ ଏହାର ପ୍ରଭାବ ରହିଥାଏ। ଉତ୍ତର ମଧ୍ୟଭାରତ ଭୂଭାଗରେ ଏକ ଲଘୁଚାପ ସ୍ଥିତି ସୃଷ୍ଟି ହୋଇ ସେହି ସମୟରେ ସୋମାଲିଆରୁ ଏସିଆ ଅଭିମୁଖେ ଆସୁଥିବା ମୌସୁମୀ ବାୟୁ ଭାରତ ଭୂଭାଗ ଉପର ବାୟୁମଣ୍ଡଳରେ ସୃଷ୍ଟି ହୋଇଥିବା ଖାଲି ସ୍ଥାନ ପୂରଣ କରିବାକୁ ତୀବ୍ର ବେଗରେ ଗତି କରିଥାଏ। ବାଟରେ ଏହା ବଙ୍ଗୋପସାଗର ଓ ଆରବ ସାଗର ଉପରେ ଆସି ଅଧିକ ଶକ୍ତିଶାଳୀ ହୋଇଥାଏ। ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ପାଖାପାଖି ମେ ୧୫ରେ ପହଞ୍ଚତ୍ ଏହା ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରେ। ଜୁନ୍‌ ପହିଲା ବେଳକୁ ଏହା କେରଳ ଛୁଇଁସାରିଥାଏ। ସେଠାରୁ ମୌସୁମୀ ବାୟୁ ଉତ୍ତରକୁ ଗତି କରି ଦକ୍ଷିଣରୁ ଉତ୍ତର ଭାରତକୁ ବର୍ଷାରେ ଭିଜାଇଥାଏ। ବଙ୍ଗୋପସାଗରରୁ ଜଳ ନେଇ ଉତ୍ତରଭାରତକୁ ଗତି କରୁଥିବା ମୌସୁମୀ ଜୁନ୍‌ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡ଼ିଶାରେ ନିଜର ଉପସ୍ଥିିତି ଜାହିର କରି ଜୋରଦାର ବର୍ଷା କଷି ଦେଇଥାଏ। ମୌସୁମୀ ଭାରତରେ ଅଧିକ ସମୟ ଘୂରି ବୁଲିଥାଏ।
ଭାରତରେ ମୋଟ ବର୍ଷାର ସିଂହଭାଗ ଅର୍ଥାତ୍‌ ୮୦ ଭାଗ ପାଖାପାଖି ଦକ୍ଷିଣ-ପଶ୍ଚିମ ମୌସୁମୀରୁ ହିଁ ହୋଇଥାଏ। ଭାରତର ଚାଷୀ ପାଇଁ ଏହି ମୌସୁମୀ ବର୍ଷା ବଡ଼ ଆଶୀର୍ବାଦ, ଯାହାଦ୍ୱାରା ଖାଦ୍ୟ ଉପତ୍ାଦନ ବ୍ୟାପକ ହୋଇଥାଏ। ଜୁଲାଇ ସୁଦ୍ଧା ରାଜସ୍ଥାନ ଅଞ୍ଚଳରେ ମୌସୁମୀ ପହଞ୍ଚତ୍ ସାରିଥାଏ ା ପରିଶେଷରେ ୧୫ ଜୁଲାଇ ପରେ ପରେ ମୌସୁମୀ ଭାରତର ପଡ଼ୋଶୀ ଦେଶ ପାକିସ୍ତାନକୁ ପ୍ରବେଶ କରିଥାଏ। ବାତ୍ୟାଭଳି ସ୍ଥିତିରେ ଆର୍ଦ୍ରତା ହରାଇ ବସିଥିବା ପଶ୍ଚିମ ମୌସୁମୀ ବାୟୁ ତିବ୍ବତୀୟ ଗୁରୁଚାପ ଅଞ୍ଚଳକୁ ଧାଇଁ ଯାଏ। ଶେଷରେ ମୌସୁମୀ ବାୟୁ ପୁଣି ତା’ର ଉପତ୍ତ୍ତି ସ୍ଥଳ ମାଡାଗାସ୍କରକୁ ପ୍ରତ୍ୟାବର୍ତ୍ତନ କରି ନିଶ୍ଚିହ୍ନ ହୋଇଯାଏ। ପ୍ରାୟ ପ୍ରତିବର୍ଷ ମୌସୁମୀ ବର୍ଷାରେ ଭାରତର ବହୁ ରାଜ୍ୟ ବନ୍ୟାରେ ଭାସିଥାଏ। ସେହିପରି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହୋଇ ବ୍ୟାପକ ଧନଜୀବନ ହାନି ଘଟିଥାଏ। ଚାଷୀକୁଳ ପାଇଁ ମୁଖ୍ୟ ଅବଦାନ ରଖିଥାଏ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ା ଇଏ ଭାରତର ଜୀବନରେଖା। ମୌସୁମୀର ଆଗମନକୁ କିଛି କ୍ଷତି ସତ୍ତ୍ୱେ ସମସ୍ତେ ଚାତକ ଭଳି ଚାହିଁ ବସିଥାନ୍ତି।
ବିରଜା କଲୋନୀ, ଯୋବ୍ରା, କଟକ, ଦୂରଭାଷ : ୭୬୫୭୦୭୧୯୬୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri