ଭାରତର ଏହି ସ୍ଥାନକୁ ଯିବା ପାଇଁ ଲାଗିଥାଏ ଭିଜା

ସାରା ବିଶ୍ୱରେ ସେପ୍ଟେମ୍ବର ୨୭ରେ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ କରାଯାଇଛି। ବ୍ୟସ୍ତବହୁଳ ଜୀବନରୁ ଟିକେ ଜଞ୍ଜାଳ ମୁକ୍ତ ହୋଇ ମନଖୁସି କରିବା ଲାଗି ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଲୋକମାନେ ପସନ୍ଦ କରନ୍ତି। ଦିନକୁ ଦିନ ଭାରତୀୟ ଲୋକଙ୍କ ମଧ୍ୟରେ ବିଦେଶ ଭ୍ରମଣ ଆକାଂକ୍ଷା ବଢ଼ୁଛି। ହେଲେ ଜାଣିଛନ୍ତି କି, ଭାରତରେ ଏଭଳି କିଛି ସ୍ଥାନ ରହିଛି, ଯେଉଁଠାରେ ବିନା ଇନର ଲାଇନ ପରମିଟରେ ଆପଣ ସେଠାକୁ ଯାଇପାରିବେନି। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ସ୍ଥାନକୁ ଯିବା ପାଇଁ ଭିଜା ଲାଗିଥାଏ।


ଅରୁଣାଚଳ ପ୍ରଦେଶ: ପାର୍ବତ୍ୟାଞ୍ଚଳ ଅରୁଣାଚଳ ପ୍ରଦେଶ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ଅବସ୍ଥିତ। ଏହାର ପଶ୍ଚିମରେ ଭୁଟାନ, ପୂର୍ବରେ ମ୍ୟାନ୍‌ମାର ଓ ଉତ୍ତରରେ ଚାଇନା ସହ ଅନ୍ତର୍ଜାତୀୟ ସୀମା ଲାଗି ରହିଛି। ଦେଶର ଅନ୍ୟ ରାଜ୍ୟରୁ ଏଠାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଇନର ଲାଇନ ପରମିଟ ଅପରିହାର୍ଯ୍ୟ। ଏହି ପରମିଟ ବା ଭିଜା ସେଠାକାର ରେଜିଡେଣ୍ଟ କମିଶନରଙ୍କଠାରୁ ନେବାକୁ ପଡ଼ିଥାଏ। ଆଉ ଏହି ପରମିଟ ପାଇଁ କୋଲକାତା, ନୂଆଦିଲ୍ଲୀ, ଶିଲଂ ଓ ଗୁଆହାଟୀରେ ଥିବା କାର୍ଯ୍ୟାଳୟରେ ଆବେଦନ କରିବାକୁ ପଡ଼ିଥାଏ। ଅନ୍‌ଲାଇନ୍‌ରେ ମଧ୍ୟ ଲୋକେ ଆବେଦନ କରିପାରିବେ। ଏଠାକୁ ବୁଲି ଆସିବା ପାଇଁ ଲୋକଙ୍କ ପରିଚୟପତ୍ର ନିହାତି ଜରୁରୀ। ଯେପରିକି ପାନ୍‌ କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସ୍‌ପୋର୍ଟ ବା ଭୋଟର କାର୍ଡ ଏବଂ ପାସ୍‌ପୋର୍ଟ ସାଇଜ୍‌ ଫଟୋ।


ମିଜୋରାମ: ମିଜୋରାମରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ମନୋରମ ପାହାଡ଼କୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ। ଏଠାରେ ବହୁ ଜନଜାତି ବାସ କରନ୍ତି। ଏହି ରାଜ୍ୟ ବାଂଲାଦେଶ ଓ ମ୍ୟାନ୍‌ମାରର ଅନ୍ତର୍ଜାତୀୟ ସୀମା ସହ ସଂଯୁକ୍ତ। ମିଜୋରାମରେ ପ୍ରବେଶ କରିବା ପାଇଁ ଇନର ଲାଇନ ପରମିଟ ଆବଶ୍ୟକ ପଡ଼ିଥାଏ। ଏହି ପରମିଟ ମିଜୋରାମ ସରକାରଙ୍କ ସମ୍ପର୍କ ଅଧିକାରୀ ଦେଇଥାନ୍ତି। ପରମିଟ ପାଇଁ ଲୋକମାନେ କୋଲକାତା, ସିଲଚର, ଶିଲଂ, ଗୁଆହାଟୀ ଓ ନୂଆଦିଲ୍ଲୀରେ ଥିବା କାର୍ଯ୍ୟାଳୟକୁ ଆବେଦନ କରିବାକୁ ପଡ଼ିଥାଏ। ବିମାନ ପର୍ଯ୍ୟଟକଙ୍କୁ ଲେଙ୍ଗପୁଇ ବିମାନବନ୍ଦର ଓ ଆଇଜଲରେ ପହଞ୍ଚିବା ପରେ ସୁରକ୍ଷା ଅଧିକାରୀଙ୍କଠାରୁ ପାସ୍‌ ନେବାକୁ ପଡ଼ିଥାଏ। ପର୍ଯ୍ୟଟକମାନେ ସାଙ୍ଗରେ ପରିଚୟ ପତ୍ରର ଜେରକ୍ସ ଓ ୪ଟି ପାସ୍‌ପୋର୍ଟ ଫଟୋ ଆଣିବାକୁ ବାଧ୍ୟତାମୂଳକ କରାଯାଇଛି।


ନାଗାଲାଣ୍ଡ: ନାଗାଲାଣ୍ଡର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଦେଖିଲେ ଲୋକମାନେ ଭାବବିହ୍ବଳ ହୋଇଯାଆନ୍ତି। ଏଠାରେ ୧୬ଟି ରୀତିନୀତି ସହ ସ୍ବତନ୍ତ୍ର ଭାଷା ଓ ବେଶଭୂଷା ରହିଛି। ନାଗାଲାଣ୍ଡର ପୂର୍ବରେ ମ୍ୟାନ୍‌ମାର ସହ ଅନ୍ତର୍ଜାତୀୟ ସୀମା ଲାଗିରହିଛି। ତେବେ ପର୍ଯ୍ୟଟକଙ୍କୁ ନାଗାଲାଣ୍ଡ ପରିଭ୍ରମଣ ପାଇଁ ଇନର ଲାଇନ ପରମିଟ ବା ଭିଜାର ଆବଶ୍ୟକତା ପଡ଼ିଥାଏ। ଭିଜା ଆବେଦନ ଦିମାପୁର, କୋହିମା, ମୋକୋକଚୁଙ୍ଗ, ନୂଆଦିଲ୍ଲୀ, କୋଲକାତା ଓ ଶିଲଂର ଡେପୁଟି କମିଶନରଙ୍କୁଠାରୁ ପ୍ରାପ୍ତ କରିପାରିବେ। ଅନ୍‌ଲାଇନରେ ମଧ୍ୟ ଏହାକୁ ଆବେଦନ କରିପାରିବେ। ନାଗାଲାଣ୍ଡକୁ ଆସିବା ପାଇଁ ପର୍ଯ୍ୟଟକଙ୍କୁ ପାନ କାର୍ଡ, ଆଧାର କାର୍ଡ, ଭୋଟର କାର୍ଡ ଓ ପାସ୍‌ପୋର୍ଟ ଫଟୋ ଆଣିବା ବାଧ୍ୟତାମୂଳକ।


ଲଦାଖ: ଲଦାଖ ପରିଭ୍ରମଣ ଅତି ସମ୍ବେଦନଶୀଳ ସ୍ଥାନ ବୋଲି କୁହାଯାଏ। କାରଣ ଏହାର ସୀମା ପାକିସ୍ତାନ ଓ ଚାଇନାକୁ ଲାଗିଛି। କିନ୍ତୁ ଏହାର ସବୁ ସ୍ଥାନକୁ ଯିବାପାଇଁ ଅନୁମତି ଦିଆଯାଏ ନାହିଁ। ଦାହ, ହନୁ ବିଲେଜ, ମରକ, ନ୍ୟୋମା, ଲୋମା ବେଣ୍ଡ, ଖାରଦୁଙ୍ଗ ଲା ଆଦି ଜାଗାକୁ ଯିବାକୁ ହେଲେ ପର୍ଯ୍ୟଟକଙ୍କୁ ଇନର ଲାଇନ ପରମିଟର ଆବଶ୍ୟକତା ପଡ଼ିଥାଏ। ଉକ୍ତ ସ୍ଥାନକୁ ଯିବା ପାଇଁ ହେଲେ ସହରର ଡିସି କାର୍ଯ୍ୟାଳୟରୁ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଇନର ଲାଇନ ପରମିଟ ନେବାକୁ ପଡ଼ିଥାଏ। କିନ୍ତୁ ଆବେଦନ ଫର୍ମକୁ ଦ୍ୱିପହର ୩ଟା ପୂର୍ବରୁ ଜମା କରିବାକୁ ପଡ଼ିଥାଏ। ଏଥିପାଇଁ ପର୍ଯ୍ୟଟକଙ୍କୁ ଦେଶର ନାଗରିକ ବୋଲି ସବୁ କାଗଜପତ୍ରର ଜେରକ୍ସ ସହ ଫଟୋ ପରିଚୟ ପତ୍ରର ଆବଶ୍ୟକତା ପଡ଼ିଥାଏ।


ସିକ୍କିମ: ସେହିପରି ସିକ୍କିମର ଉତ୍ତରରେ ଚାଇନା, ପୂର୍ବରେ ଭୁଟାନ ଓ ପଶ୍ଚିମରେ ନେପାଳ ରହିଛି। ସିକ୍କିମ ରାଜ୍ୟର କିଛି ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ନାହିଁ। ସେହିପରି ଜଣେ ଭାରତୀୟ ନାଗରିକ ଭାବରେ ଲାଚୁଙ୍ଗ, ତସମୋଗ ହ୍ରଦ, ନାଥୁଲା, ଯୁମଥାଙ୍ଗ ଆଦି ଅନେକ ସ୍ଥାନକୁ ଯିବାକୁ ହେଲେ ଇନର ଲାଇନ ପରମିଟର ଆବଶ୍ୟକତା ପଡ଼ିଥାଏ। ଏହି ଅନୁମତି ରାଜ୍ୟର ପର୍ଯ୍ୟଟନ ଓ ନାଗରିକ ଉନ୍ନୟନ ସଂସ୍ଥା ଦ୍ୱାରା ପ୍ରଦାନ କରାଯାଇଥାଏ। ପର୍ଯ୍ୟଟକମାନେ ଏହାକୁ ବାଗଡୋଗରା ବିମାନବନ୍ଦର କିମ୍ବା ରଙ୍ଗପୋ ଚେକ ପୋଷ୍ଟରୁ ଆଣିପାରିବେ। ଏଥିପାଇଁ ପର୍ଯ୍ୟଟକଙ୍କୁ ଫଟୋ ପରିଚୟ ପତ୍ର , ଭୋଟର କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଦେବାକୁ ପଡ଼ିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କରୋନାକୁ ହରାଇଲେ କର୍ନାଟକ ମୁଖ୍ୟମନ୍ତ୍ରୀ

ବେଙ୍ଗାଲୁରୁ,୧୦।୮-କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା ବର୍ତ୍ତମାନ ସୁସ୍ଥ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରୁ ମୁକ୍ତ କରାଯାଇଛି। ଏ ନେଇ ସୋମବାର...

୨୯ ମହଲାରୁ ଖସି ଜୀବିତ ଚାଇନାର ୩ ବର୍ଷର ଶିଶୁ

କଥାରେ ଅଛି ରଖେ ହରି, ମାରେ କିଏ। ଏହାକୁ ସତ ବୋଲି ପ୍ରମାଣିତ କରି ଦେଖାଇଛନ୍ତି ଚାଇନାର ଜଣେ ୩ ବର୍ଷର ଶିଶୁ। ଶିଶୁଟି ୨୯...

ସିଦ୍ଧି ବିନାୟକ ମନ୍ଦିରକୁ ୧୪ କୋଟି ଟଙ୍କାର ସୁନା ଦାନ କଲେ ଭକ୍ତ

ମୁମ୍ବାଇ,୨୧।୧: ମହାରାଷ୍ଟ୍ରର ସିଦ୍ଧି ବିନାୟକଙ୍କ ମନ୍ଦିରକୁ ଦିଲ୍ଲୀର ଜଣେ ଭକ୍ତ ୩୫ କିଲୋ ଓଜନର ସୁନା ଦାନ କରିଛନ୍ତି। ଯାହାର ଆନୁମାନିକ ମୂଲ୍ୟ ୧୪ କୋଟି...

ପଶ୍ଚିମବଙ୍ଗ ନାମ ହେବନି ବାଂଲା: ଦାବିକୁ ମୋଦି ସରକାର କଲେ ଅଗ୍ରାହ୍ୟ

ନୂଆଦିଲ୍ଲୀ,୩।୭: ପଶ୍ଚିମବଙ୍ଗ ନାମକୁ ବାଂଲା କରିବା ପାଇଁ କରାଯାଇଥିବା ଦାବିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅଗ୍ରାହ୍ୟ କରିଛନ୍ତି। ବୁଧବାର ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରୀୟ...

କେମିକାଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌: ୮ ମୃତ, ୫ହଜାର ଅସୁସ୍ଥ

ବିଶାଖାପଟନମ,୭।୫: ଆନ୍ଧ୍ର ପ୍ରଦେଶର ଭାଇଜାକରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ଗ୍ୟାସ୍‌ ଲିକ୍‌ ହେବା ପରେ ସକାଳ ୧୦ଟା ସୁଦ୍ଧା ୮ ଜଣଙ୍କ...

ପ୍ରଶଂସକଙ୍କ ପ୍ରାର୍ଥନା ଭିକ୍ଷା କଲେ ଶାରଦା

ପାଟନା,୨୧।୮: ପଦ୍ମ ଭୂଷଣରେ ସମ୍ମାନୀତ ଲୋକପ୍ରିୟ ଲୋକ ସଙ୍ଗିତ ଗାୟିକା ଶାରଦା ସିହ୍ନା କରୋନା ଭାଇରସରେ ପୀଡ଼ିତ ହୋଇଛନ୍ତି। ସେ ନିଜେ ଏକ ଭିଡିଓ ଜାରି...

କଫି ଆର୍ଟ

ସ୍ପେନର ନୁରିଆ ସେଲସେଡୋ ପେସାରେ ଜଣେ ସ୍ଥପତି। ହେଲେ ନିଶା ତାଙ୍କର ପେଣ୍ଟିଂ କରିବା। ସେ କେବେ କୌଣସି ଆର୍ଟ କ୍ଲାସ୍‌ ଯାଇ ନାହାନ୍ତି, ତଥାପି...

ଏମିତି ଏକ ବଲ୍‌ବ, ଯାହାର ପାଳନ କରାଯାଇଥିଲା ଜନ୍ମଦିନ

ସାଧାରଣତଃ କୌଣସି ବଲ୍‌ବ ଗୋଟେ ବର୍ଷରୁ ଅଧିକ ଜଳେ ନାହିଁ। ତେବେ ଅନେକ କମ୍ପାନୀ ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ର ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି। କିନ୍ତୁ ଦୁନିଆରେ ଏପରି...

Coronavirus Update


Archives

Model This Week

Why Dharitri