Posted inଫୁରସତ

ଭାରତରେ ୬ଥର ପାଳନ କରାଯାଏ ନବବର୍ଷ

ପ୍ରତିବର୍ଷ ଜାନୁୟାରୀ ୧ ତାରିଖକୁ ନୂଆବର୍ଷ ଭାବେ ସାରା ବିଶ୍ୱରେ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ହେଲେ ଭାରତର ନୂଆବର୍ଷ ପାଳନ ସବୁଠାରୁ ଅଲଗା। ଏଠାରେ ବର୍ଷକରେ ୬ ଥର ନୂଆବର୍ଷ ପାଳନ କରାଯାଏ। ଏଠାରେ ସବୁ ସମ୍ପ୍ରଦାୟର ଲୋକେ ବସବାସ କରୁଥିବାରୁ ଏମିତି କିଛି ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ।

ଇସାଇ ନବବର୍ଷ
ଜାନୁୟାରୀ ୧ ତାରିଖକୁ ଇସାଇ ଧର୍ମର ଲୋକେ ନବବର୍ଷ ପାଳନ କରନ୍ତି। ପ୍ରଥମ କରି ୧୫୮୨ରେ ନବବର୍ଷ ପାଳନ କରାଯାଇଥିବା ବେଳେ ଏହି ବର୍ଷଠାରୁ ଇସାଇମାନେ ନୂଆବର୍ଷ ପାଳନ କରି ଆସୁଛନ୍ତି। ଇସାଇଙ୍କର ଏହି କ୍ୟାଲେଣ୍ଡରକୁ ଗ୍ରେଗୋରିୟନ କ୍ୟାଲେଣ୍ଡର କୁହାଯାଏ।

ପାର୍ସୀ ନବବର୍ଷ
ପାର୍ସି ସମୁଦାୟର ଲୋକେ ନବରୋଜରୁ ନୂଆବର୍ଷ ପାଳନ କରିଥାଆନ୍ତି। ଅଗଷ୍ଟ ୧୯ ତାରିଖରେ ଏହା ପାଳନ କରାଯାଇଥାଏ। ତେଣୁ ଅଗଷ୍ଟ ୧୯ ପରେ ତାଙ୍କର ନବବର୍ଷ ଗଣନା କରାଯାଏ। ପ୍ରାୟ ୩ହଜାର ବର୍ଷ ପୂର୍ବେ ଶାହ ଜାମସେଦଜୀ ଏହା ପାଳନ କରିଥିଲେ। ସେବେଠାରୁ ପାର୍ସି ସମ୍ପ୍ରଦାୟର ଲୋକେ ଏହାକୁ ନୂଆବର୍ଷ ଭାବେ ପାଳନ କରୁଛନ୍ତି।

ପଞ୍ଜାବୀ ନବବର୍ଷ
ବୈଶାଖୀରୁ ପଞ୍ଜାବୀମାନେ ନୂଆବର୍ଷ ପାଳନ କରିଥାଆନ୍ତି। ଏହା ଏପ୍ରିଲ ମାସରେ ପଡିଥାଏ। ଶିଖ ନାନକଶାହି କ୍ୟାଲେଣ୍ଡର ଅନୁଯାୟୀ ବୈଶାଖୀ ପର୍ବ ସମୟରେ ହିଁ ପଞ୍ଜାବି ମାନେ ନୂଆବର୍ଷ ପାଳନ କରିଥାଆନ୍ତି।

ହିନ୍ଦୁ ନବବର୍ଷ
ଚୈତ୍ରମାନ ଶୁକ୍ଳ ପ୍ରତିପଦ ତିଥିରେ ହିନ୍ଦୁ ନବବର୍ଷ ପାଳନ କରାଯାଇଥାଏ। କୁହାଯାଏ ଏହିଦିନ ବ୍ରହ୍ମା ସୃଷ୍ଟି ସଂରଚନା କରିଥିଲେ ତେଣୁ ଚୈତ୍ର ମାସରେ ହିନ୍ଦୁ ନବବର୍ଷ ପାଳନ କରାଯାଇଥାଏ। ଅନ୍ୟପଟେ ଚୈତ୍ରମାସ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତିକୁ ମଧ୍ୟ ଓଡ଼ିଆ ନବବର୍ଷ ଭାବେ ପାଳନ କରାଯାଇଥାଏ।

ତେଲଗୁ ନବବର୍ଷ
ତେଲୁଗୁ ସମ୍ପ୍ରଦାୟର ଲୋକେ ମକର ସଂକ୍ରାନ୍ତି ବା ପୋଙ୍ଗଲକୁ ନୂଆବର୍ଷ ଭାବେ ପାଳନ କରନ୍ତି। ଘରେ ଇଷ୍ଟଦେବଙ୍କୁ ପୂଜା କରିବା ସହ ଏମାନେ ନୂଆବର୍ଷକୁ ସ୍ବାଗତ କରିଥାଆନ୍ତି।

ଜୈନ ନବବର୍ଷ
ଜୈନ ସମ୍ପ୍ରଦାୟର ଲୋକେ ଦୀପାବଳି ପରଦିନକୁ ନୂଆବର୍ଷ ଭାବେ ପାଳନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ଆଇଏଏସ୍‌ଙ୍କ ୨୨ ବର୍ଷର ପୁରୁଣା ଚିଠି

ଆଇଏଏସ୍‌ ଉଦିତ ପ୍ରକାଶ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ୍‌। ସେ ତାଙ୍କ ଜୀବନ ସହିତ ଜଡ଼ିତ ଅନେକ ମଜାଦାର କଥା ଶେୟାର କରନ୍ତି। ଏବେ ସେ...

ଅଛି ପୂଜା, ନାହିଁ ମଜା…

ଏବେ ଚାଲିଛି ପାର୍ବଣର ସମୟ। ମା’ଦୁର୍ଗତିନାଶିନୀଙ୍କର ବି ହୋଇଛି ଧରାବତରଣ। ହେଲେ ଏଥର କରୋନା କଟକଣା ମଧ୍ୟରେ ଚାଲିଛି ମା’ଙ୍କ ପୂଜା ବିଧି। ଯେଉଁଥିପାଇଁ ନା...

ଶୁଆ ଖାଉଛି ଆଇସ୍‌କ୍ରିମ୍‌, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ପଶୁପକ୍ଷୀମଙ୍କର ଅଜବ ଭିଡିଓ ଭାଇରାଲ ହେବାର ଦେଖାଯାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଜଣେ ମହିଳା ତାଙ୍କ...

ସୋସିଆଲ୍‌ ମିଡ଼ିଆରେ ନିର୍ଯାତନା ଭୟ: ଆକାଉଣ୍ଟ୍‌ ବନ୍ଦ କରୁଛନ୍ତି ଝିଅ ବୋହୂ

ଓ୍ବାଶିଂଟନ, ୭।୧୦: ଦେଶରେ ମହିଳାଙ୍କ ସୁରକ୍ଷା ନେଇ ସରକାରଙ୍କ ପକ୍ଷରୁ ବହୁତ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ବି ଝିଅ ବୋହୂମାନେ ନିଜକୁ ସୁରକ୍ଷିତ ମନେ...

୫ କୋଟି ଟଙ୍କାର ରାଜ ସିଂହାସନ ଗାଏବ

ଲକ୍ଷ୍ନୌ,୩୧ା୮: ସମସ୍ତେ ଜାଣିଛନ୍ତି ସ୍ବାଧୀନତା ପୂର୍ବରୁ ଭାରତରେ ଅନେକ ରାଜା ଶାସନ କରୁଥିଲେ। ୧୯୪୭ ପରେ ଏହି ଶାସନରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ମାତ୍ର ଆଜି ମଧ୍ୟ...

ବିଶ୍ୱର ସବୁଠାରୁ ଦାୟିତ୍ୱବାନ ପିତା!

ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି...

ପିଲାଙ୍କୁ ଶପିଂ ମଲ୍‌ ମନା, ଏହି ଦିନରୁ ଲାଗୁ ହେବ ନିୟମ, କାରଣ ଜାଣିଲେ…

ଶପିଂ ସେଣ୍ଟରଗୁଡ଼ିକ କେବଳ ଶିଶୁ ଏବଂ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଏହା ଆଦୌ ଭୁଲ୍‌ ନୁହେଁ। କାରଣ ସେମାନେ ଶପିଂ କରିବାକୁ ଭଲ ପାଆନ୍ତି। ସେଠାରେ...

ଅକାମୀ ହୋଇଯିବ ଇନ୍‌ସାଇଟ୍‌ ଲ୍ୟାଣ୍ଡର

ଓ୍ବାଶିଂଟନ୍‌: ମଙ୍ଗଳ ଗ୍ରହର ଆଭ୍ୟନ୍ତରୀଣ ସ୍ଥିତି ବିଷୟରେ ଜାଣିବା ପାଇଁ ନାସା ୨୦୧୮ରେ ଇନ୍‌ସାଇଟ୍‌ (ଇଣ୍ଟେରିଅର୍‌ ଏକ୍ସପ୍ଲୋରେଶନ୍‌ ୟୁଜିଙ୍ଗ୍‌ ସେସ୍‌ମିକ୍‌ ଇନ୍‌ଭେଷ୍ଟିଗେଶନ୍ସ, ଜିଓଡେସି ଆଣ୍ଡ ହିଟ୍‌...

Advertisement
Archives

Model This Week